ଦିଗପହଣ୍ଡି, ୨୭।୧୧ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ (ଆଇସିଡିଏସ୍) ପକ୍ଷରୁ ମିଶନ ଶକ୍ତି ଭବନ ପରିସରରେ ବ୍ଲକସ୍ତରୀୟ ମହିଳା ହିଂସା ବିଲୋପ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।
ଆନ୍ତର୍ଜାତୀୟ ମହିଳା ହିଂସା ବିଲୋପ ଦିବସଠାରୁ ଆରମ୍ଭ କରି ଡିସେମ୍ବର ୧୦ ତାରିଖ ମାନବାଧିକାର ଦିବସ ପର୍ଯ୍ୟନ୍ତ ଚାଲିଥିବା ସକ୍ରିୟତା ଅଭିଯାନ ପରିପ୍ରେକ୍ଷୀରେ ମହିଳାଙ୍କ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଆଇନ ଓ ଅଧିକାର ବିଷୟରେ ସଚେତନ କରାଯାଇଥିଲା।
ସିଡିପିଓ ଗୀତାଞ୍ଜଳି ବେହେରାଙ୍କ ଅଧ୍ୟକ୍ଷତା ଏବଂ ଅଙ୍ଗନୱାଡ଼ି ସୁପରଭାଇଜର ଉମାରାଣୀ ବେହେରାଙ୍କ ସଂଯୋଜନାରେ ଆୟୋଜିତ କର୍ମଶାଳାରେ ଆଇନଜୀବୀ ହରପ୍ରସାଦ ରଥ, ଗଞ୍ଜାମ ଜିଲା ମହିଳା ସଶକ୍ତିକରଣ ବିଭାଗର ସଂଯୋଜିକା ମନୋରମା ନାଇକ, ବବିତା ମହାରଣା, ଜୀବିକା ମିଶନର ବ୍ଲକ ସଂଯୋଜିକା ସଙ୍ଗୀତା ପଣ୍ଡା, ମିଶନ ଶକ୍ତିର ବ୍ଲକ ସଂଯୋଜକ ଦୁର୍ଯ୍ୟୋଧନ ମଲ୍ଲିକ, ଅଙ୍ଗନୱାଡ଼ି ସୁପରଭାଇଜର ଗୀତାଞ୍ଜଳି ଗୌଡ଼, ରଞ୍ଜନା ମିଶ୍ର, ସତ୍ୟଭାମା ପାଢ଼ୀ, ଲକ୍ଷ୍ମୀ ଶବର, ରଶ୍ମିତା ଜାନି ଏବଂ ସୁଭଦ୍ରା ସାଥୀ ଚନ୍ଦନ ପାଣିଗ୍ରାହୀ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ।
କର୍ମଶାଳାରେ ଦିଗପହଣ୍ଡି ସେକ୍ଟର ଅନ୍ତର୍ଗତ ସମସ୍ତ ଅଙ୍ଗନୱାଡ଼ି କର୍ମୀ, ସିଆରପି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଉପସ୍ଥିତ ଥିଲେ।