ଅଜାଣତରେ ନୁହେଁ

ଗୁଜରାଟର ବୋଟାଡ୍‌ ଜିଲାରେ ମଦ ପିଇ ୩୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୩ ଜଣ ଅସୁସ୍ଥ ହୋଇ ବୋଟାଡ୍‌, ଭାବନଗର ଓ ଅହମ୍ମଦାବାଦର କେତେକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଖବର ପଦାକୁ ଆସିଛି। ସେଠାକାର ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି, ବିଷାକ୍ତ ମିଥାଇଲ ଆଲ୍‌କୋହଲରୁ ଏହା ପ୍ରସ୍ତୁତ ହୋଇଥିବାରୁ ଏଭଳି ଅସ୍ବାଭାବିକ ସ୍ଥିତି ଉପୁଜିଛି। ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗରେ ୧୪ ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇ ସେମାନଙ୍କୁ ଅଟକ ରଖାଯାଇଥିବା ସଫେଇ ଦିଆଯାଇଛି। ଏହା ଏକ ଘୋଷା କଥା ଯେ, କିଛିଦିନ ପରେ ଏହି ଘଟଣା ସଂକ୍ରାନ୍ତ ଆଲୋଚନା ଦୁର୍ବଳ ହୋଇଗଲେ ଲୋକେ ତାହାକୁ ଭୁଲିଯିବେ।
ମହାତ୍ମା ଗାନ୍ଧୀଙ୍କୁ ସମ୍ମାନ ଦିଆଯିବା ସ୍ବରୂପ ଗୁଜରାଟରେ ୧୯୬୦ ମସିହାରୁ ମଦକୁ ନିଷେଧ କରାଯାଇଛି। ମଦ ପ୍ରସ୍ତୁତି, ମହଜୁଦ, ବିକ୍ରି ଓ ଏହାର ସେବନ ଉପରେ ରହିଛି ଅନେକ କଟକଣା। ଏସବୁ ସତ୍ତ୍ୱେ ସେଠାରେ ଲୋକେ ମଦ ପିଇ ମୃତ୍ୟୁବରଣ କରୁଛନ୍ତି। ଯେଉଁ ବିଷୟଟି ସମସ୍ତଙ୍କୁ ବ୍ୟଥିତ କରିବାର ଯୋଗ୍ୟତା ରଖିଛି ତାହା ହେଲା ମଦବିହୀନ ରାଜ୍ୟ ବା ‘ଡ୍ରାଏ ଷ୍ଟେଟ୍‌’ରେ ଏଭଳି ଘଟିବା ପଛର ମୂଳ କାରଣ କ’ଣ ହୋଇପାରେ। ଏହାର ସୂକ୍ଷ୍ମ ଉତ୍ତର ହେଉଛି, ରାଜନୈତିକ ପ୍ରୋତ୍ସାହନ ଓ ପୋଲିସ ସୁରକ୍ଷା। ସମସ୍ତେ ଜାଣନ୍ତି ପୋଲିସ ଇଚ୍ଛା ବିରୋଧରେ କୌଣସି ବଡ଼ଧରଣର ସଙ୍ଗଠିତ ଅପରାଧ ଘଟାଯାଇପାରିବ ନାହିଁ। କୌତୂହଳରେ କୁହାଯାଇପାରେ, ଛୋଟିଆ ପିଲାକୁ ସମସ୍ତେ ଆକଟ କରୁଥିବେ ନିଆଁରେ ହାତ ନ ମାରିବାକୁ। କିନ୍ତୁ ସେ ସୁଯୋଗ ପାଇଗଲେ ମନା କରୁଥିବା ଜିନିଷଟି ପ୍ରତି ଅଧିକ ଆକର୍ଷିତ ହେବ। ଠିକ୍‌ ସେହିପରି ଯେଉଁଠାରେ ଅଧିକ କଟକଣା ଥାଏ, ସେହିଠାରେ ବେଶି ଗଳା ବାଟ ସୃଷ୍ଟି କରିଦିଆଯାଇଥାଏ। ଏଥିପାଇଁ ପୋଲିସ ବଟି ନେବାଠାରୁ ରାଜନେତାଙ୍କୁ ସନ୍ତୁଷ୍ଟ କରିବାର ଆଦବକାଏଦା ମଦ ପ୍ରସ୍ତୁତକାରୀଙ୍କୁ ଭଲ ଭାବେ ଜଣା। ଏବର ଗୁଜରାଟର ମଦମୃତ୍ୟୁ ବିଷୟରେ ଶୁଣାଯାଉଛି ଯେ ଅତି ଶସ୍ତା କେମିକାଲରେ ମଦ ପ୍ରସ୍ତୁତ ହୋଇଥିବା ଓ ଭାଗମାପ ଠିକ୍‌ ନ ଥିବାରୁ ତାହା ବିଷାକ୍ତ ହୋଇଯାଇଥିଲା।
ଏଠାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଅବତାରଣା କରାଯାଇପାରେ। ଦେଖାଯାଇଛି ଯେଉଁଠାରେ ବେଶି ପ୍ରତିବନ୍ଧକ ଥାଏ, ସେହିଠାରୁ ସରକାରୀ ଅଧିକାରୀମାନେ ଅଧିକ ଫାଇଦା ଉଠାଇଥାଆନ୍ତି। ମଦ ବେପାରୀଙ୍କ କଥା ଦେଖିଲେ ସେମାନେ ଯେହେତୁ ପୋଲିସଠାରୁ ଆରମ୍ଭ କରି ଅବକାରୀ ଅଧିକାରୀ ଓ ମନ୍ତ୍ରୀଙ୍କ ଯାଏ ଘୁସ୍‌ ଦେଇଥାଆନ୍ତି ସେହେତୁ ଅତ୍ୟଧିକ ଲାଭ ପାଇବା ସକାଶେ ଶସ୍ତା ବାଟ ଆପଣାଇବା ସ୍ବାଭାବିକ। ଗୁଜରାଟ ଭଳି ମଦବିହୀନ ରାଜ୍ୟରେ ପ୍ରଚୁର ମଦ ଉପଲବ୍ଧ ହେଉଥିବାର ଶୁଣିବାକୁ ମିଳେ। ଏଥିରୁ ବୁଝିବାକୁ ହେବ ଯେ, ରାଜନୈତିକ ପୃଷ୍ଠପୋଷକତା ଯୋଗୁ ଚୋରା ମଦ କାରବାରକୁ ପ୍ରୋତ୍ସାହନ ମିଳୁଛି। ଡିସେମ୍ବର ୨୦୨୨ରେ ଗୁଜରାଟ ବିଧାନସଭା ନିର୍ବାଚନ ଥିବାରୁ ସରକାରୀ ଦଳ ଅର୍ଥ ଗୋଟାଇବାର ଏକ ମାଧ୍ୟମ ଭାବେ ମଦ କାରବାରକୁ ନୀରବ ସମର୍ଥନ ଦେଉଛି ବୋଲି କୁହାଯାଉଛି। ମଦକୁ ନିଷେଧ କରାଯାଇଥିବାରୁ ନିଶ୍ଚିତ ଭାବେ ସରକାର ଅନେକ ଲକ୍ଷ କୋଟି ଟଙ୍କାର ରାଜସ୍ବ ହରାଉଥିବେ। ଅନ୍ୟପକ୍ଷରେ ଚୋରା କାରବାରରୁ ମିଳୁଥିବା ଅର୍ଥର ଏକ ସ୍ରୋତ କେଉଁଆଡ଼େ ଯାଉଥିବ ତାହା ବାହାରକୁ ଦିଶୁ ନ ଥିଲେ ମଧ୍ୟ ଜାଣିବା ଲୋକ ଭଲ ଭାବେ ବୁଝିପାରୁଥିବେ।
ମହାତ୍ମା ଗାନ୍ଧୀଙ୍କୁ ସମ୍ମାନ ଜଣାଇବାକୁ ଯାଇ ଯେଉଁ ରାଜ୍ୟ ଦିନେ ମଦକୁ ନିଷିଦ୍ଧ କରିଥିଲା, ସେଠାକାର ଅଧିବାସୀ ମଦ ପିଇବା ଲାଗି ଆତୁର ହେଉଥିଲେ ମଧ୍ୟ ଯଦି ତାହା ଉପଲବ୍ଧ ହେଉ ନ ଥାଆନ୍ତା, ତାହା ହେଲେ ସେମାନେ ଜାକିଜୁକି ହୋଇ ରହିଯାଇଥାନ୍ତେ। କିନ୍ତୁ ତାହା ଦେଖାଯାଉ ନାହିଁ। ଏଠାରେ ସ୍ପଷ୍ଟ ଭାବେ କହିହେବ ପୋଲିସ ଜାଣତରେ ସବୁ କିଛି ହେଉଥିବାରୁ ଏହି ଧାରାକୁ ରୋକିବା ଅସମ୍ଭବ। ଓଡ଼ିଆରେ ଢଗ ଅଛି- ‘ବାଡ଼ ଯଦି ଫସଲ ଖାଏ, ତାହାକୁ ଜଗିବ କିଏ’।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri