ଅଜାଣତରେ ନୁହେଁ

ଗୁଜରାଟର ବୋଟାଡ୍‌ ଜିଲାରେ ମଦ ପିଇ ୩୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୩ ଜଣ ଅସୁସ୍ଥ ହୋଇ ବୋଟାଡ୍‌, ଭାବନଗର ଓ ଅହମ୍ମଦାବାଦର କେତେକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଖବର ପଦାକୁ ଆସିଛି। ସେଠାକାର ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି, ବିଷାକ୍ତ ମିଥାଇଲ ଆଲ୍‌କୋହଲରୁ ଏହା ପ୍ରସ୍ତୁତ ହୋଇଥିବାରୁ ଏଭଳି ଅସ୍ବାଭାବିକ ସ୍ଥିତି ଉପୁଜିଛି। ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗରେ ୧୪ ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇ ସେମାନଙ୍କୁ ଅଟକ ରଖାଯାଇଥିବା ସଫେଇ ଦିଆଯାଇଛି। ଏହା ଏକ ଘୋଷା କଥା ଯେ, କିଛିଦିନ ପରେ ଏହି ଘଟଣା ସଂକ୍ରାନ୍ତ ଆଲୋଚନା ଦୁର୍ବଳ ହୋଇଗଲେ ଲୋକେ ତାହାକୁ ଭୁଲିଯିବେ।
ମହାତ୍ମା ଗାନ୍ଧୀଙ୍କୁ ସମ୍ମାନ ଦିଆଯିବା ସ୍ବରୂପ ଗୁଜରାଟରେ ୧୯୬୦ ମସିହାରୁ ମଦକୁ ନିଷେଧ କରାଯାଇଛି। ମଦ ପ୍ରସ୍ତୁତି, ମହଜୁଦ, ବିକ୍ରି ଓ ଏହାର ସେବନ ଉପରେ ରହିଛି ଅନେକ କଟକଣା। ଏସବୁ ସତ୍ତ୍ୱେ ସେଠାରେ ଲୋକେ ମଦ ପିଇ ମୃତ୍ୟୁବରଣ କରୁଛନ୍ତି। ଯେଉଁ ବିଷୟଟି ସମସ୍ତଙ୍କୁ ବ୍ୟଥିତ କରିବାର ଯୋଗ୍ୟତା ରଖିଛି ତାହା ହେଲା ମଦବିହୀନ ରାଜ୍ୟ ବା ‘ଡ୍ରାଏ ଷ୍ଟେଟ୍‌’ରେ ଏଭଳି ଘଟିବା ପଛର ମୂଳ କାରଣ କ’ଣ ହୋଇପାରେ। ଏହାର ସୂକ୍ଷ୍ମ ଉତ୍ତର ହେଉଛି, ରାଜନୈତିକ ପ୍ରୋତ୍ସାହନ ଓ ପୋଲିସ ସୁରକ୍ଷା। ସମସ୍ତେ ଜାଣନ୍ତି ପୋଲିସ ଇଚ୍ଛା ବିରୋଧରେ କୌଣସି ବଡ଼ଧରଣର ସଙ୍ଗଠିତ ଅପରାଧ ଘଟାଯାଇପାରିବ ନାହିଁ। କୌତୂହଳରେ କୁହାଯାଇପାରେ, ଛୋଟିଆ ପିଲାକୁ ସମସ୍ତେ ଆକଟ କରୁଥିବେ ନିଆଁରେ ହାତ ନ ମାରିବାକୁ। କିନ୍ତୁ ସେ ସୁଯୋଗ ପାଇଗଲେ ମନା କରୁଥିବା ଜିନିଷଟି ପ୍ରତି ଅଧିକ ଆକର୍ଷିତ ହେବ। ଠିକ୍‌ ସେହିପରି ଯେଉଁଠାରେ ଅଧିକ କଟକଣା ଥାଏ, ସେହିଠାରେ ବେଶି ଗଳା ବାଟ ସୃଷ୍ଟି କରିଦିଆଯାଇଥାଏ। ଏଥିପାଇଁ ପୋଲିସ ବଟି ନେବାଠାରୁ ରାଜନେତାଙ୍କୁ ସନ୍ତୁଷ୍ଟ କରିବାର ଆଦବକାଏଦା ମଦ ପ୍ରସ୍ତୁତକାରୀଙ୍କୁ ଭଲ ଭାବେ ଜଣା। ଏବର ଗୁଜରାଟର ମଦମୃତ୍ୟୁ ବିଷୟରେ ଶୁଣାଯାଉଛି ଯେ ଅତି ଶସ୍ତା କେମିକାଲରେ ମଦ ପ୍ରସ୍ତୁତ ହୋଇଥିବା ଓ ଭାଗମାପ ଠିକ୍‌ ନ ଥିବାରୁ ତାହା ବିଷାକ୍ତ ହୋଇଯାଇଥିଲା।
ଏଠାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଅବତାରଣା କରାଯାଇପାରେ। ଦେଖାଯାଇଛି ଯେଉଁଠାରେ ବେଶି ପ୍ରତିବନ୍ଧକ ଥାଏ, ସେହିଠାରୁ ସରକାରୀ ଅଧିକାରୀମାନେ ଅଧିକ ଫାଇଦା ଉଠାଇଥାଆନ୍ତି। ମଦ ବେପାରୀଙ୍କ କଥା ଦେଖିଲେ ସେମାନେ ଯେହେତୁ ପୋଲିସଠାରୁ ଆରମ୍ଭ କରି ଅବକାରୀ ଅଧିକାରୀ ଓ ମନ୍ତ୍ରୀଙ୍କ ଯାଏ ଘୁସ୍‌ ଦେଇଥାଆନ୍ତି ସେହେତୁ ଅତ୍ୟଧିକ ଲାଭ ପାଇବା ସକାଶେ ଶସ୍ତା ବାଟ ଆପଣାଇବା ସ୍ବାଭାବିକ। ଗୁଜରାଟ ଭଳି ମଦବିହୀନ ରାଜ୍ୟରେ ପ୍ରଚୁର ମଦ ଉପଲବ୍ଧ ହେଉଥିବାର ଶୁଣିବାକୁ ମିଳେ। ଏଥିରୁ ବୁଝିବାକୁ ହେବ ଯେ, ରାଜନୈତିକ ପୃଷ୍ଠପୋଷକତା ଯୋଗୁ ଚୋରା ମଦ କାରବାରକୁ ପ୍ରୋତ୍ସାହନ ମିଳୁଛି। ଡିସେମ୍ବର ୨୦୨୨ରେ ଗୁଜରାଟ ବିଧାନସଭା ନିର୍ବାଚନ ଥିବାରୁ ସରକାରୀ ଦଳ ଅର୍ଥ ଗୋଟାଇବାର ଏକ ମାଧ୍ୟମ ଭାବେ ମଦ କାରବାରକୁ ନୀରବ ସମର୍ଥନ ଦେଉଛି ବୋଲି କୁହାଯାଉଛି। ମଦକୁ ନିଷେଧ କରାଯାଇଥିବାରୁ ନିଶ୍ଚିତ ଭାବେ ସରକାର ଅନେକ ଲକ୍ଷ କୋଟି ଟଙ୍କାର ରାଜସ୍ବ ହରାଉଥିବେ। ଅନ୍ୟପକ୍ଷରେ ଚୋରା କାରବାରରୁ ମିଳୁଥିବା ଅର୍ଥର ଏକ ସ୍ରୋତ କେଉଁଆଡ଼େ ଯାଉଥିବ ତାହା ବାହାରକୁ ଦିଶୁ ନ ଥିଲେ ମଧ୍ୟ ଜାଣିବା ଲୋକ ଭଲ ଭାବେ ବୁଝିପାରୁଥିବେ।
ମହାତ୍ମା ଗାନ୍ଧୀଙ୍କୁ ସମ୍ମାନ ଜଣାଇବାକୁ ଯାଇ ଯେଉଁ ରାଜ୍ୟ ଦିନେ ମଦକୁ ନିଷିଦ୍ଧ କରିଥିଲା, ସେଠାକାର ଅଧିବାସୀ ମଦ ପିଇବା ଲାଗି ଆତୁର ହେଉଥିଲେ ମଧ୍ୟ ଯଦି ତାହା ଉପଲବ୍ଧ ହେଉ ନ ଥାଆନ୍ତା, ତାହା ହେଲେ ସେମାନେ ଜାକିଜୁକି ହୋଇ ରହିଯାଇଥାନ୍ତେ। କିନ୍ତୁ ତାହା ଦେଖାଯାଉ ନାହିଁ। ଏଠାରେ ସ୍ପଷ୍ଟ ଭାବେ କହିହେବ ପୋଲିସ ଜାଣତରେ ସବୁ କିଛି ହେଉଥିବାରୁ ଏହି ଧାରାକୁ ରୋକିବା ଅସମ୍ଭବ। ଓଡ଼ିଆରେ ଢଗ ଅଛି- ‘ବାଡ଼ ଯଦି ଫସଲ ଖାଏ, ତାହାକୁ ଜଗିବ କିଏ’।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ଭାରତ ମାତାର ଦୁଃଖ

ଏଇ କେଇଦିନ ତଳେ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦି ‘ବନ୍ଦେ ମାତରଂ’କୁ ନେଇ ଏକ ଦୀର୍ଘକାଳୀନ ବିଚାର ବିଶ୍ଳେଷଣ ରଖିଥିଲେ। ‘ବନ୍ଦେ ମାତରଂ’କୁ ନେଇ ପାର୍ଲାମେଣ୍ଟ...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

ଏଇ ଭାରତରେ

ଭାରତୀୟ ବନ ସେବା ଅଧିକାରୀ (ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ...

ଶିକ୍ଷକ ହେବା କି ସହଜ କଥା

କେବଳ ପାଠ ପଢ଼େଇଦେଲେ ବା ବିଦ୍ୟା ସମ୍ବନ୍ଧୀୟ ଜ୍ଞାନ ଦେଇଦେଲେ କେହି ପ୍ରକୃତ ଶିକ୍ଷକ ହୋଇଯାଏ ନାହିଁ। ଏଥି ପାଇଁ ଦରକାର ବିଶାଳ ହୃଦୟ, ଦରଦୀ...

ବିମାନବନ୍ଦର କାହା ସ୍ବାର୍ଥରେ

ଆମ ଉପକୂଳ ଅଞ୍ଚଳ ଏକ ବାତ୍ୟାପ୍ରବଣ ଅଞ୍ଚଳ ଭାବେ ବ୍ରିଟିଶ ଶାସନ ସମୟରୁ ଘୋଷଣା କରାଯାଇଛି। ଏହାର ନିରାକରଣ ନିମନ୍ତେ ୧୯୭୨ ମସିହାରୁ ସରକାରୀ ସ୍ତରରେ...

ବିଶେଷଜ୍ଞ ଲୋଡ଼ା

ଆମେ ପ୍ରାୟତଃ ଅଣଦେଖା କରୁଥିବା କଥାକୁ ଇଣ୍ଡିଗୋ ଘଟଣା ପୁଣି ଥରେ ମନେପକାଇ ଦେଇଛି। ବିଶ୍ୱରେ ଦ୍ରୁତଗତିରେ ବୃଦ୍ଧିପାଉଥିବା ଆଭିଏସନ ମାର୍କେଟ ମଧ୍ୟରେ ଭାରତ ଅନ୍ୟତମ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri