Posted inଜାତୀୟ

ବିନା କାରଣରେ ସ୍ବାମୀଙ୍କ ସହିତ ନ ରହିବା ଏକ ପ୍ରକାର ନିର୍ଯାତନା, ଛାଡ଼ପତ୍ର ମାମଲାରେ କୋର୍ଟଙ୍କ ରାୟ…

ଭୋପାଳ, ୧୭।୮ : ଛାଡପତ୍ର ମାମଲାରେ ମଧ୍ୟପ୍ରଦେଶର ଫ୍ୟାମିଲି କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଅଦାଲତର ପ୍ରଧାନ ବିଚାରପତି କହିଛନ୍ତି ଯେ କୌଣସି ବୈଧ କାରଣ ବିନସେ୍‌ ସ୍ବାମୀଙ୍କ ସହ ନ ରହିବା ତାଙ୍କୁ ନିର୍ଯାତନା ଦେବା ସହ ସମାନ। ଏହା ଏକ ପ୍ରକାର ନିଷ୍ଠୁରତା। ଏହା ସହିତ କୋର୍ଟ ସ୍ବାମୀଙ୍କ ଛାଡପତ୍ର ଆବେଦନକୁ କୋର୍ଟ ଅନୁମତି ଦେଇଛନ୍ତି।

ଆଡଭୋକେଟ ମନୋଜ ବିନିୱାଲେ କହିଛନ୍ତି ଯେ ୨୦୧୬ରେ ଇନ୍ଦୋରର ବାସିନ୍ଦା ସିଦ୍ଧେଶ୍ୱର କୁମାର ଜୟପୁରର କରୀନା ସିଂଙ୍କୁ ବିବାହ କରିଥିଲେ। ଦୁହେଁ ମାଟ୍ରିମୋନିଆଲ ସାଇଟ୍‌ ଦ୍ୱାରା ଚିହ୍ନା ପରିଚୟ ହୋଇ କିଛି ଦିନ ପରେ ବିବାହ କରିଥିଲେ। ବିବାହ ପରେ ସ୍ତ୍ରୀଙ୍କ ଆଚରଣ ବଦଳି ଯାଇଛି ବୋଲି ଦର୍ଶାଇ ସ୍ବାମୀ ଛାଡପତ୍ର ପାଇଁ ଆବେଦନ କରିଥିଲେ। ବିବାହର ପ୍ରଥମ ରାତିରେ ମଧ୍ୟ ସ୍ତ୍ରୀ ତାଙ୍କୁ କହିଥିଲେ ଯେ ସେ ଅନ୍ୟ କାହା ସହ ସମ୍ପର୍କ ରଖିଛନ୍ତି ଏବଂ ସେ ଏହା ଜାରି ରଖିବେ। ଏହା ପରେ ମଧ୍ୟ ସିଦ୍ଧେଶ୍ୱର ବିଚଳିତ ହୋଇ ନଥିଲେ।

ସିଦ୍ଧେଶ୍ୱର କହିଛନ୍ତି ଯେ ସେ ତାଙ୍କ ପତ୍ନୀଙ୍କୁ ମନାଇବା ପାଇଁ ବହୁତ ଚେଷ୍ଟା କରିଥିଲେ, କିନ୍ତୁ ସ୍ତ୍ରୀ ଶୁଣିଲେ ନାହିଁ। ସେ ସ୍ବାମୀଙ୍କୁ ନ ଜଣାଇ ଘରୁ ବାହାରିଯାଉଥିଲେ। ବେଳେବେଳେ ସେ ମୋବାଇଲ ବନ୍ଦ କରିଦେଉଥିଲେ। ବାରମ୍ବାର କଲ୍‌ ସତ୍ତ୍ୱେ ମଧ୍ୟ ବେଳେବେଳେ ସେ ଫୋନ ମଧ୍ୟ ଉଠାଇ ନଥାନ୍ତି। ପରେ ସେ କହିଥିଲେ ଯେ ଭବିଷ୍ୟତରେ ସେ ନିଜ ପ୍ରେମିକ ସହିତ ରହିବେ। ଏହା ପରେ ସିଦ୍ଧେଶ୍ୱର କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ।

ସେହିଭଳି ଅନ୍ୟ ଏକ ମାମଲାରେ କେରଳ ହାଇକୋର୍ଟ କହିଛନ୍ତି ଯେ ସ୍ବାମୀଙ୍କ ଦ୍ୱାରା ବାରମ୍ବାର ଅପମାନିତ ହେବା ଏବଂ ସ୍ତ୍ରୀଙ୍କୁ ଅନ୍ୟ ମହିଳାଙ୍କ ସହ ତୁଳନା କରିବା ମାନସିକ ନିଷ୍ଠୁରତାର ଏକ ରୂପ। କେରଳ ହାଇକୋର୍ଟ କହିଛନ୍ତି ଯେ ସ୍ବାମୀଙ୍କ ବାରମ୍ବାର ଅପମାନ ଛାଡପତ୍ର ପାଇଁ ପର୍ଯ୍ୟାପ୍ତ କାରଣ ନୁହେଁ। ତଥାପି, ଆଇନ ଏହି ସତ୍ୟକୁ ଧ୍ୟାନ ଦେବା ଉଚିତ। ପରିବାର କୋର୍ଟର ଆଦେଶକୁ ଚ୍ୟାଲେଞ୍ଜ କରି ଏକ ଆବେଦନ ଶୁଣାଣି କରି ହାଇକୋର୍ଟ ଏଭଳି କହିଥିଲେ।

ଛାଡପତ୍ର ମାମଲାରେ ସ୍ତ୍ରୀ ଅଭିଯୋଗ କରିଥିଲେ ଯେ ସ୍ବାମୀ ତାଙ୍କୁ ବାରମ୍ବାର କଟାକ୍ଷ କରୁଛନ୍ତି। ସ୍ବାମୀ ତାଙ୍କର କୌଣସି ଆଶା ଆକାକ୍ଷାଂ ପୂରଣ କରନ୍ତି ନାହିଁ। ଅନ୍ୟ ମହିଳାଙ୍କ ତୁଳନାରେ ସେ ତାଙ୍କୁ ନିରାଶ କରନ୍ତି। ଏହା ଏକ ପ୍ରକାର ମାନସିକ ନିଷ୍ଠୁରତା ବୋଲି କୋର୍ଟ କହିଛନ୍ତି। ତେବେ, ଛାଡପତ୍ର ପାଇଁ ଏହା ପର୍ଯ୍ୟାପ୍ତ କାରଣ ନୁହେଁ ବୋଲି ଦର୍ଶାଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri