ସରକାରୀ ସେବାରେ ସନ୍ତୁଷ୍ଟି ନାହିଁ

ରତନ ନାୟାର/ଅସମାପିକା ସାହୁ
ଢେଙ୍କାନାଳ ଅଫିସ/ଭୁବନେଶ୍ୱର (ବ୍ୟୁରୋ) , ୧୨।୧୧: ନିରାପଦ ମାତୃତ୍ୱ ପାଇଁ ସରକାରଙ୍କ ଅନେକ ଯୋଜନା। ମାତୃ ଏବଂ ଶିଶୁ ମୃତ୍ୟୁହାରକୁ ଯଥାସମ୍ଭବ ହ୍ରାସ କରିବା ଲାଗି ଆରମ୍ଭ ହୋଇଛି ଅଭିଯାନ। ଗର୍ଭସଞ୍ଚାରଠାରୁ ଆରମ୍ଭ କରି ସୁରକ୍ଷିତ ପ୍ରସବ ଯାଏ ଯୋଗାଇ ଦିଆଯାଉଛି ନିଃଶୁଳ୍କ ସେବା। ଟିକାକରଣ, ପୁଷ୍ଟିକର ଖାଦ୍ୟ ସାଙ୍ଗକୁ ମିଳୁଛି ବହୁମୂଲ୍ୟ ପରାମର୍ଶ। ଏହାସତ୍ତ୍ୱେ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଗର୍ଭବତୀ ଏବଂ ସେମାନଙ୍କ ପରିବାର ଭରସା ଜୁଟାଇ ପାରୁନାହାନ୍ତି। ଦୁର୍ବଳ ଭିତ୍ତିଭୂମି, ଆବଶ୍ୟକ ଅତ୍ୟାଧୁନିକ ସରଞ୍ଜାମ ଅଭାବ ସେମାନଙ୍କୁ ଘରୋଇ ଡାକ୍ତରଖାନାମୁହଁା କରାଉଛି। ଢେଙ୍କାନାଳ ଜିଲାର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଜିଲା ସ୍ବାସ୍ଥ୍ୟକେନ୍ଦ୍ରରେ ବର୍ଷକୁ ବର୍ଷ ପ୍ରସବ ସଂଖ୍ୟା ହ୍ରାସ ପାଇବା ପରେ ଗର୍ଭବତୀମାନେ ଯେ ଘରୋଇ ସ୍ବାସ୍ଥ୍ୟକେନ୍ଦ୍ର ଆଡ଼କୁ ଅଧିକ ଆକର୍ଷିତ ହେଉଛନ୍ତି, ତାହା ସ୍ପଷ୍ଟ ହୋଇଛି।
ଢେଙ୍କାନାଳ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୬ ମାସିଆ ତୁଳନାତ୍ମକ ସମୀକ୍ଷାରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୨୧-୨୨ ବର୍ଷ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଜିଲାର ସମସ୍ତ ସରକାରୀ ଚିକିତ୍ସାଳୟରେ ୬,୨୬୭ ମହିଳାଙ୍କ ସନ୍ତାନ ପ୍ରସବ ହୋଇଛି। ତନ୍ମଧ୍ୟରେ କେବଳ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ୪,୦୮୭ ଜଣଙ୍କ ସନ୍ତାନ ଜନ୍ମ ହୋଇଛି। ସେହିପରି ବ୍ଲକଓ୍ବାରି ଦେଖିଲେ ଭୁବନରେ ୩୬୬, ଗଁଦିଆରେ ୪୪୫, ହିନ୍ଦୋଳରେ ୩୩୬, କାମାକ୍ଷାନଗରରେ ୪୩୮, କଙ୍କଡ଼ାହାଡ଼ରେ ୧୫୪, ଓଡ଼ାପଡ଼ାରେ ୨୭୧ ଏବଂ ପରଜଙ୍ଗର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ୧୭୦ ସନ୍ତାନ ଜନ୍ମ ହୋଇଥିଲା। ତେବେ ୨୦୨୨-୨୩ ବର୍ଷ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଜିଲାର ସରକାରୀ ଡାକ୍ତରଖାନାରେ ପ୍ରସବ ସଂଖ୍ୟା ୪,୬୩୦କୁ ହ୍ରାସ ପାଇଛି। ତନ୍ମଧ୍ୟରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ୨,୮୩୨, ଭୁବନରେ ୩୩୭, ଗଁଦିଆରେ ୪୨୨, ହିନ୍ଦୋଳରେ ୨୪୬, କାମାକ୍ଷାନଗରରେ ୩୮୦, କଙ୍କଡ଼ାହାଡ଼ରେ ୧୦୧, ଓଡ଼ାପଡ଼ାରେ ୧୮୨ ଏବଂ ପରଜଙ୍ଗରେ ୧୩୦ ଗର୍ଭବତୀ ପ୍ରସବ କରିଥିବା ତଥ୍ୟ କହୁଛି।
ପୂର୍ବରୁ ଜିଲା ଚିକିତ୍ସାଳୟରେ ଦୈନିକ ୩୦ରୁ ୩୫ ମହିଳା ପ୍ରସବ କରୁଥିବାବେଳେ ଏବେ ଏହି ସଂଖ୍ୟା ୧୦ରୁ ୧୨ ମଧ୍ୟରେ ସୀମିତ ରହିଛି। ଜିଲା ସ୍ବାସ୍ଥ୍ୟକେନ୍ଦ୍ରକୁ ବାଦ୍‌ଦେଲେ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସମାନ ସମସ୍ୟା ପରିଲକ୍ଷିତ ହେଉଛି। ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରସବ ପାଇଁ ଆବଶ୍ୟକ ସମସ୍ତ ସୁବିଧା ଉପଲବ୍ଧ ଥିବା ସ୍ବାସ୍ଥ୍ୟ ବିଭାଗ କହୁଥିବାବେଳେ ଗର୍ଭବତୀମାନେ ଘରୋଇ ଡାକ୍ତରଖାନା ମୁହଁା ହେବାର କାରଣ ଖୋଜିବା ଲାଗି ବିଭାଗୀୟ ତତ୍ପରତା ପ୍ରକାଶ ପାଉନାହିଁ। ସାଧାରଣରେ ଅଭିଯୋଗ ହେଉଛି ଯେ, ସରକାରୀ ଡାକ୍ତରଖାନାରେ ଅସ୍ତ୍ରୋପଚାରଜନିତ ପ୍ରସବରେ ବିଳମ୍ବ କରାଯାଉଥିବା ବେଳେ ସେହି ଡାକ୍ତରମାନେ ଘରୋଇ କ୍ଲିନିକ୍‌ରେ ମୋଟା ଅଙ୍କର ଅର୍ଥ ନେଇ ଅସ୍ତ୍ରୋପଚାର କରୁଛନ୍ତି। ଗଳିକନ୍ଦିରେ ଗଢ଼ି ଉଠିଥିବା ଘରୋଇ ସ୍ବାସ୍ଥ୍ୟକେନ୍ଦ୍ର ପାଖକୁ ଆମ୍ବୁଲାନ୍ସ ପହଞ୍ଚତ୍ବା ଭଳି ସର୍ବନିମ୍ନ ସୁବିଧା ନ ଥିବା ସତ୍ତ୍ୱେ ସେଠାରେ ଗର୍ଭବତୀ ଭିଡ଼ ଜମାଇବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ମଧ୍ୟସ୍ଥଙ୍କ ସହାୟତାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କଓ୍ବୋଇ) କାର୍ଡଧାରୀଙ୍କୁ ପ୍ରଲୋଭିତ କରି ସରକାରୀ ମେଡିକାଲରୁ ଘରୋଇ କ୍ଲିନିକ୍‌କୁ ରୋଗୀ ବୁହା ହେଉଥିବା ଆଶଙ୍କାକୁ ଏଡ଼ାଇ ଦିଆଯାଇପାରୁନାହିଁ।
ଏ ସଂକ୍ରାନ୍ତରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଶୋକ କୁମାର ଦାଶ କୁହନ୍ତି, ପ୍ରାୟ ବର୍ଷେ ହେଲା ସରକାରୀ ସ୍ବାସ୍ଥ୍ୟ ଅନୁଷ୍ଠାନରେ ପ୍ରସବ ସଂଖ୍ୟା କମୁଛି। ଏହାର କାରଣ ବର୍ତ୍ତମାନ ସୁଦ୍ଧା ଜାଣିପାରୁନାହୁଁ। କିନ୍ତୁ ଗର୍ଭବତୀମାନେ ଘରୋଇ ଚିକିତ୍ସାଳୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କଓ୍ବୋଇ) କାର୍ଡ ମାଧ୍ୟମରେ ଭର୍ତ୍ତି ହେଉଥିବା ଦେଖିବାକୁ ମିଳିଛି। ଜିଲା ମୁଖ୍ୟ ଚିକିତ୍ସାଳୟ, ସରକାରୀ ଚିକିତ୍ସାଳୟରେ ଉନ୍ନତ ବ୍ୟବସ୍ଥା, ପରିଷ୍କାର ପରିଚ୍ଛନ୍ନତା ଥିବାବେଳେ କାହିଁକି ରୋଗୀଙ୍କ ସଂଖ୍ୟା କମୁଛି, ତାହା ଆମେ ବୁଝିପାରୁନାହଁୁ ବୋଲି ଜିଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି।
୪୦୨ ଘରୋଇ ହସ୍ପିଟାଲ୍‌ରେ ବିଏସ୍‌କଓ୍ବୋଇ ସୁବିଧା
ଓଡ଼ିଶାର ୩୦ ଜିଲାର ୪୦୨ ଘରୋଇ ହସ୍ପିଟାଲ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କଓ୍ବୋଇ)ରେ ଅନୁବନ୍ଧିତ ହୋଇଛି। ସେଥିମଧ୍ୟରେ କଟକ ୮୬, ଖୋର୍ଦ୍ଧା ୭୧, ଗଞ୍ଜାମ ୨୬, ଯାଜପୁର ୨୬, ବାଲେଶ୍ୱର ୨୨, ଢେଙ୍କାନାଳ ୧୮, ପୁରୀ ୧୮, କେନ୍ଦ୍ରାପଡ଼ାରେ ୧୪, ଭଦ୍ରକରେ ୧୪, ଜଗତ୍‌ସିଂହପୁର ୧୩, ନୟାଗଡ଼ ୧୩, ବରଗଡ଼ ୧୨, ଅନୁଗୋଳ ୯, କଳାହାଣ୍ଡି ୯, ସମ୍ବଲପୁର ୮, ମୟୂରଭଞ୍ଜ ୬, କେନ୍ଦୁଝର ୭, ବଲାଙ୍ଗୀର ୭, ସୁନ୍ଦରଗଡ଼ ୫, ସୋନପୁର ୪, ଗଜପତି ୪, କୋରାପୁଟ ୩, ଝାରସୁଗୁଡ଼ା ୨, ଦେବଗଡ଼, ନୂଆପଡ଼ା ଏବଂ ରାୟଗଡ଼ାରୁ ଗୋଟିଏ ଲେଖାଏ ଅନ୍ତର୍ଭୁକ୍ତ।
ସେହିଭଳି ଓଡ଼ିଶା ବାହାରେ ୧୩ ରାଜ୍ୟରେ ୯୮ ଘରୋଇ ହସ୍ପିଟାଲରେ ଏହି ବିଜୁ ସ୍ବାସ୍ଥ୍ୟକାର୍ଡରେ ସ୍ବାସ୍ଥ୍ୟସେବା ମିଳୁଛି। ଆନ୍ଧ୍ରପ୍ରଦେଶରେ ସର୍ବାଧିକ ୨୮ଟି ହସ୍ପିଟାଲ ଏଥିରେ ଅନୁବନ୍ଧିତ ହୋଇଥିବା ବେଳେ ଛତିଶଗଡ଼ ୨୩, କର୍ନାଟକ ୭, ପଶ୍ଚିମବଙ୍ଗ ୭, ମହାରାଷ୍ଟ୍ର ୬, ଦିଲ୍ଲୀ ୫, ଗୁଜରାଟ ୫, ପଞ୍ଜାବ ୪, ତାମିଲନାଡ଼ୁ ୪, ଉତ୍ତରପ୍ରଦେଶ ୩, ହରିୟାଣା ୨, ଆସାମ, ଝାଡ଼ଖଣ୍ଡ, ରାଜସ୍ଥାନ ଏବଂ ତେଲଙ୍ଗାନାରେ ଗୋଟିଏ ଲେଖାଏ ହସ୍ପିଟାଲ ରହିଛି। ଦକ୍ଷିଣ ଓଡ଼ିଶାର ଅଧିକାଂଶ ରୋଗୀ ଆନ୍ଧ୍ରପ୍ରଦେଶ ଏବଂ ଛିତଶଗଡ଼ ହସ୍ପିଟାଲ ଉପରେ ନିର୍ଭର କରୁଥିବା ଦେଖାଯାଇଛି। ତେଣୁ ଏହି ଦୁଇଟି ରାଜ୍ୟରେ ଅଧିକ ସଂଖ୍ୟକ ହସ୍ପିଟାଲରେ ଏହି କାର୍ଡ ବ୍ୟବହାର ହେଉଛି।
ସୂଚନାଯୋଗ୍ୟ, ରାଜ୍ୟର ଆର୍ଥିକ ଅନଗ୍ରସର ବିପିଏଲ୍‌ ଏବଂ ରାଶନ କାର୍ଡଧାରୀ ପରିବାରକୁ ବିଏସ୍‌କଓ୍ବୋଇରେ ସାମିଲ କରାଯାଇଛି। ଏହି ଯୋଜନାରେ ମହିଳାଙ୍କୁ ସର୍ବାଧିକ ୧୦ ଲକ୍ଷ ଟଙ୍କା ଏବଂ ପୁରୁଷଙ୍କୁ ୫ ଲକ୍ଷ ଟଙ୍କା ଯାଏ ଚିକିତ୍ସା ସହାୟତା ମିଳୁଛି। ତଥାପି କାର୍ଡଧାରୀମାନେ ସରକାରୀ ଡାକ୍ତରଖାନା ପରିବର୍ତ୍ତେ ଏହି ଯୋଜନାରେ ଅନୁବନ୍ଧିତ ବେସରକାରୀ ଡାକ୍ତରଖାନା ଉପରେ ନିର୍ଭର କରିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଉତ୍ତର ମିଳିପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri