ନିର୍ଭରଯୋଗ୍ୟ ନୁହେଁ

ଆମେରିକା ପ୍ରତିରକ୍ଷା ସଚିବ ଲୟଡ୍‌ ଅଷ୍ଟିନ ତାଙ୍କ ଭାରତୀୟ ପ୍ରତିପକ୍ଷ ରାଜନାଥ ସିଂଙ୍କୁ ସୋମବାର ଦିଲ୍ଲୀରେ ସାକ୍ଷାତ କରିଛନ୍ତି। ଏହି ଅବସରରେ ରାଜନାଥ କହିଛନ୍ତି ଯେ, ବିଭିନ୍ନ କ୍ଷେତ୍ରରେ ଆମେରିକା ଓ ଭାରତ ଏକାଠି କାର୍ଯ୍ୟ କରିବା ସହ ରଣନୀତିକ ଭାଗୀଦାରିକୁ ଆହୁରି ମଜଭୁତ କରିବେ। ସାମରିକ ସହଭାଗିତା ବୃଦ୍ଧି ଲାଗି ୫ ବର୍ଷିଆ ରୋଡ୍‌ ମ୍ୟାପ ଉପରେ ଦୁଇ ଦେଶର ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ଆଲୋଚନା କରିଛନ୍ତି। କେବଳ ଏତିକି ନୁହେଁ, ଭାରତ ଆମେରିକାଠାରୁ ୩୦ଟି ଏକ୍ୟୁ ସଶସ୍ତ୍ର ଡ୍ରୋନ୍‌ କିଣିବାକୁ ଯୋଜନା କରିଛି। ତେବେ ଗଲ୍‌ଓ୍ବାନ ଘାଟିରେ ଚାଇନା ଭାରତ ମୁହାଁମୁହଁ ହେବା ପରେ ମାର୍ଚ୍ଚ ୨୦୨୧ରେ ଲୟଡ୍‌ ଭାରତ ଗସ୍ତରେ ଆସିଥିଲେ ଓ ଏହା ତାଙ୍କର ଦ୍ୱିତୀୟ ଗସ୍ତ। ଏହି ସମୟ ଭିତରେ ଭାରତ ଓ ଚାଇନା ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି। ଆମେରିକା ସହଯୋଗରେ ଚାଇନାର ମୁକାବିଲା କରିବାରେ ଭାରତ ସକ୍ଷମ ହେବ ବୋଲି ଭାବୁଥାଇପାରେ। କିନ୍ତୁ ଅତୀତରେ ପାକିସ୍ତାନ ଓ ଚାଇନା ସହ ଭାରତର ଯୁଦ୍ଧକୁ ଦେଖିଲେ ଏଭଳି ସହଯୋଗ ପାଇବା ଆଶା କ୍ଷୀଣ। ଏହା ନିଜର ସାମରିକ ଅସ୍ତ୍ରଶସ୍ତ୍ର ବ୍ୟବସାୟ ବୃଦ୍ଧି ଓ ଚାଇନାର ପ୍ରଭାବ ହ୍ରାସ କରିବା ଲାଗି ଅଭିପ୍ରେତ ବୋଲିି କୁହାଯାଉଛି। ଏବେ ବିଶ୍ୱର ସର୍ବବୃହତ୍‌ ଅସ୍ତ୍ରଶସ୍ତ୍ର ଆମଦାନୀକାରୀ ଦେଶ ଭାରତର ସାମରିକ ମାର୍କେଟରେ ରୁଷିଆର ପ୍ରଭାବ କେତେକାଂଶରେ କମିଥିବା ବେଳେ ଆମେରିିକା ତା’ ସ୍ଥିତି ଦୃଢ କରିବା ଲକ୍ଷ୍ୟରେ ରହିଥାଇପାରେ। ଅନ୍ୟପକ୍ଷରେ ଭାରତ ଅତ୍ୟାଧୁନିକ ଜ୍ଞାନକୌଶଳରେ ଫାଇଟର ଜେଟ୍‌ ଓ ଡ୍ରୋନ୍‌ ଆଦି ନିର୍ମାଣ କରିବା ପାଇଁ ଆମେରିକାର ସହଯୋଗ ଲୋଡିିଛି। ଭାରତ ପ୍ରତି ପଶ୍ଚିମରେ ପାକିସ୍ତାନ ଓ ଉତ୍ତରପୂର୍ବରେ ଚାଇନା ବିପଦ ସୃଷ୍ଟି କରୁଥିବା ସମୟରେ ଏବଂ ରୁଷିଆ ୟୁକ୍ରେନ୍‌ ଯୁଦ୍ଧରେ ଜଡ଼ିତ ଥିବା ବେଳେ ଆମେରିକା ପାଇଁ ଏଭଳି ଏକ ସୁଯୋଗ ସୃଷ୍ଟି ହୋଇଛି। ଏହା ବ୍ୟତୀତ ଆମେରିକା ମଧ୍ୟ ବହୁତ ଚିନ୍ତିତ ଥିବ। ରୁଷିଆର ଆକ୍ରମଣରେ କେବଳ ୟୁକ୍ରେନ୍‌ ନୁହେଁ ସମଗ୍ର ୟୁରୋପ ବ୍ୟତିବ୍ୟସ୍ତ। ବିଶ୍ୱ ଅର୍ଥନୀତି ଉପରେ ତାହାର କୁପ୍ରଭାବ ସହିତ ବିଶ୍ୱ ଜଳବାୟୁ ତାପମାତ୍ରା ପ୍ରଭାବିତ ହେଉଛି। ଉଦାହରଣ ସ୍ବରୂପ ୟୁକ୍ରେନ୍‌ରେ ଏକ ବଡ଼ ଡ୍ୟାମ୍‌କୁ ରୁଷିଆ ତରଫରୁ ଭାଙ୍ଗି ଦିଆଯିବା ଫଳରେ ଦକ୍ଷିଣ ୟୁକ୍ରେନ୍‌ରେ ନଦୀବଢ଼ିର ସମସ୍ୟା ଉପୁଜିଛି। ସେହିଭଳି ଚାଇନାର ଆକ୍ରମଣାମତ୍କ ଆଭିମୁଖ୍ୟ ଦ୍ୱାରା ତାଇଓ୍ବାନରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାହା ସମଗ୍ର ଏସିଆ ମହାଦେଶକୁ ପ୍ରଭାବିତ କରିବ। ଏହି ପରିସ୍ଥିତିର ଉଦାହରଣ ଗତ ରବିବାର ଦେଖିବାକୁ ମିଳିଲା, ଯେତେବେଳେ ଆମେରିକାର ଗୋଟିଏ ଯୁଦ୍ଧ ପାଣିଜାହାଜକୁ ଚାଇନାର ଏକ ଯୁଦ୍ଧ ପାଣିଜାହାଜ ତାଇଓ୍ବାନ ଷ୍ଟ୍ରେଟ୍‌ରେ ଅତି ନିକଟରୁ ଅତିକ୍ରମ କରିଥିଲା। ୟୁକ୍ରେନ୍‌ରେ ଯୁଦ୍ଧ ଚାଲିଥିବାବେଳେ ବିଶ୍ୱର ଅନ୍ୟପଟେ ଚାଇନା-ତାଇଓ୍ବାନ ଯୁଦ୍ଧ ଆଡକୁ ମୁହଁାଇଲେଣି। ସେହି ପରିସ୍ଥିତିରେ ଆମେରିକା ନିଶ୍ଚିତ ଭାବେ ଜାଣୁଥିବ ଯେ,ତାହାର ଉଦ୍ଦେଶ୍ୟ ସାଧନ କରିବା ପାଇଁ ଭାରତ ଭଳି ଦେଶ ସାମିଲ ହୁଅନ୍ତୁ।
ଏକ ରିପୋର୍ଟ ମୁତାବକ ଚାଇନାର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ତୁଳନାରେ ଭାରତ ବହୁ ପଛରେ ଅଛି ଯେଉଁଥିପାଇଁ ଏହା ଆମେରିକା, ଫ୍ରାନ୍ସ ଓ ଇସ୍ରାଏଲ ଉପରେ ନିର୍ଭରଶୀଳ। ସ୍ମରଣଯୋଗ୍ୟ ଯେ, କେନ୍ଦ୍ରରେ ଭାଜପା ସରକାର ଆସିବା ପରେ ‘ମେକ୍‌ ଇନ୍‌ ଇଣ୍ଡିଆ’ ଯୋଜନା ଲାଗୁ କରିଥିଲା। ଏଥିରେ ଯୁଦ୍ଧଉଡ଼ାଜାହାଜ ଠାରୁ ଆରମ୍ଭ କରି ମୋବାଇଲ ଫୋନ୍‌ ଆଦି ପ୍ରତ୍ୟେକ ଜିନିଷ ଦେଶରେ ଉପତ୍ାଦନ କରାଯିବାର ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ଯୋଜନାର ଏକ ଦଶନ୍ଧି ବିତିଯାଇଥିବା ସତ୍ତ୍ୱେ ସରକାରଙ୍କ ଅସ୍ପଷ୍ଟ ନୀତି ଯୋଗୁ ଏହି କାର୍ଯ୍ୟକ୍ରମ ସଫଳ ହୋଇପାରିନାହିଁ। ଅନ୍ୟପକ୍ଷରେ ଚାଇନା ପକ୍ଷରୁ ଭାରତ ପ୍ରତି ଥିବା ବିପଦକୁ ଲକ୍ଷ୍ୟକରି ଆମେରିକା ଭାରତରେ ଏହାର ସାମରିକ ଉତ୍ପାଦନଭିତ୍ତିକ କାର୍ଯ୍ୟକଳାପ ବୃଦ୍ଧି କରିଚାଲିଛି। ଏହା ଘଟିବା ସ୍ବାଭାବିକ, କାରଣ ଭାରତ ସାମ୍ପ୍ରତିକ ସାମରିକ ଦୃଶ୍ୟପଟରେ ଅତ୍ୟାଧୁନିକ ଡ୍ରୋନ୍‌ ଓ ଫାଇଟର ଜେଟ୍‌ ନିର୍ମାଣ କରିବାକୁ ସକ୍ଷମ ହୋଇନାହିଁ। ଗୋଟିଏ ପଟେ ମିଗ୍‌-୨୧ ପାଇଁ ରୁଷିଆ ଟେକ୍‌ନୋଲୋଜି ଉପରେ ଭାରତ ନିର୍ଭର କରୁଥିବାବେଳେ ଆମେରିକା ସହ ଡ୍ରୋନ୍‌ ଓ ମାନବ ରହିତ ବିମାନ କ୍ଷେତ୍ରରେ ନିର୍ଭରଶୀଳ। ଭାରତର ସାମରିକ ମାର୍କେଟରେ ବୈଦେଶିକ କମ୍ପାନୀ ଯଥା ଆମେରିକାର ବୋଇଂ, ହନିଓ୍ବେଲ ଏବଂ ଲକିଡ ମାର୍ଟିନର ପ୍ରାଧାନ୍ୟ ରହିଛି। ଉଦାହରଣ ସ୍ବରୂପ ହିନ୍ଦୁସ୍ଥାନ ଏରୋନେଟିକ୍ସର ଏଚ୍‌ଟିଟି-୪୦ଜେଟ୍‌ର ଇଞ୍ଜିନ ହନିଓ୍ବେଲ ସହଯୋଗରେ କରାଯାଉଛି। ତେବେ ଆମେରିକା ଉପରେ ଭାରତ ନିର୍ଭର କରିବାର କାରଣ ହେଉଛି ଏହାର ସଂସାଧନ ଓ ବିକାଶ ସୁଯୋଗର ଅଭାବ ଅଛି। ଏହାସହ ବିକଶିତ ଦେଶ ତୁଳନାରେ ଭିତ୍ତିଭୂମି ଓ ପାଣ୍ଠି ବହୁତ କମ୍‌। ମନେରଖିବାକୁ ହେବ ଯେ, ପରୋକ୍ଷ ବା ପ୍ରତ୍ୟକ୍ଷରେ ହେଉ ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଆମେରିକା କମ୍ପାନୀଗୁଡ଼ିକ ଉପରେ ନିର୍ଭର କରିବା ଦୀର୍ଘମିଆଦୀ ପାଇଁ ଶୁଭଙ୍କର ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri