ଏଥର ଖେଳିବେନି ତଥାପି ୮ କୋଟିରେ କିଣିଲା ମୁମ୍ବାଇ

ବାଙ୍ଗାଲୋର,୧୩।୨: ଚଳିତ ମେଗା ଅକଶନରେ ମୁମ୍ବାଇ ଇଣ୍ଡିଆନ୍ସ ଇଂଲଣ୍ଡର ପେସର ଜୋଫ୍ରା ଆର୍ଚ୍ଚରଙ୍କୁ ୮ କୋଟି ଟଙ୍କାରେ କିଣିଛି। ଆହତ ସମସ୍ୟା କାରଣରୁ ଏହି ଖେଳାଳି ଚଳିତ ବର୍ଷ ଆଇପିଏଲରେ ଖେଳିବେ ନାହିଁ। ଏହାସତ୍ତ୍ୱେ ଆର୍ଚ୍ଚରଙ୍କ ପାଇଁ ମୁମ୍ବାଇକୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲା ରାଜସ୍ଥାନ ରୟାଲ୍ସ। କିନ୍ତୁ ଉଭୟ ଫ୍ରାଞ୍ଚାଇଜ ସେତେବେଳ ସୁଦ୍ଧା ୧୨ ଲେଖାଏ ଖେଳାଳି କିଣି ଥିଲେ ମଧ୍ୟ ମୁମ୍ବାଇ ପାଖରେ ଅଧିକ ରାଶି ବଞ୍ଚିଥିଲା। ଏଥିଯୋଗୁ ଚଳିତ ସଂସ୍କରଣ ଲାଗି ଆର୍ଚ୍ଚର ଉପଲବ୍ଧ ହେବେ ନାହିଁ ଜାଣି ମଧ୍ୟ ମୁମ୍ବାଇ ଅଧିକ ଟଙ୍କା ନିବେଶ କରିଛି।

Share