Posted inଜାତୀୟ

କେବଳ କେଜରିଓ୍ବାଲ ନୁହନ୍ତି ଦେଶର ଏହିସବୁ ମୁଖ୍ୟମନ୍ତ୍ରୀ ହୋଇଥିଲେ ଆରେଷ୍ଟ, ଜେଲ୍‌ରୁ ଚଳାଇଥିଲେ ସରକାର!

ନୂଆଦିଲ୍ଲୀ,୨୩।୩: ଅବକାରୀ ଦୁର୍ନୀତି ମାମଲାରେ ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଗିରଫ କରିଛି। ଶୁକ୍ରବାର ତାଙ୍କୁ ଇଡି ୬ଦିନିଆ ରିମାଣ୍ଡରେ ନେଇଛି। ତେବେ କୋର୍ଟରେ ଇଡି କେଜରିଓ୍ବାଲଙ୍କୁ ଦୁର୍ନୀତି ମାମଲାରେ ମଷ୍ଟେରମାଇଣ୍ଡ ବୋଲି କହିଛି। ଇଡି କହିଛି, ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ସିଧାସଳଖ ସାମିଳ୍‌ ଥିଲେ। କେଜରିଓ୍ବାଲ ଗିରଫ ହୋଇ ଇଡି ରିମାଣ୍ଡରେ ଥିଲେ ମଧ୍ୟ ଏପର୍ଯ୍ୟନ୍ତ ଇସ୍ତଫା ଦେଇ ନାହାନ୍ତି। ତେବେ କହିରଖୁଛୁ, ଏପରି ଘଟଣା ଭାରତ ରାଜନୀତି ଇତିହାସରେ ପ୍ରଥମ। କୌଣସି କାର୍ଯ୍ୟରତ ସିଏମଙ୍କୁ ଇଡି ଗିରଫ କରିବା ଏହା ପ୍ରତମ ଘଟଣା ଅଟେ। କେବଳ କେଜରିଓ୍ବାଲ ନୁହନ୍ତି ଆହୁରି ଅନେକ ସିଏମ ମଧ୍ୟ ଇଡି ଜାଲରେ ଶିକାର ହୋଇଛନ୍ତି।

କେଜରିଓ୍ବାଲଙ୍କ ଗିରଫ ପୂର୍ବରୁ ଝାଡଖଣ୍ଡ ସିଏମ ହିମନ୍ତ ସୋରେନ ମଧ୍ୟ ଇଡିର ଶିକାରରେ ଆସିଥିଲେ। ୨୦୨୪ ଜାନୁଆରୀ ୩୧ରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଜମି ଦୁର୍ନୀତି ମାମଲାରେ ଗିରଫ କରିଥିଲା।

ଏହିକ୍ରମରେ ଚାରା ଘୋଟାଲା ମାମଲାରେ ସିବିଆଇ ଲାଲୁ ଯାଦବଙ୍କ ଉପରେ ମଧ୍ୟ ଆକ୍ସନ ନେଇଥିଲା। ସେହି ସମୟରେ ସେ ବିହାରର ମୁଖ୍ୟମନ୍ତ୍ରୀ ଥିଲେ। ତାଙ୍କ ପାର୍ଟି କେନ୍ଦ୍ରରେ ମଧ୍ୟ କ୍ଷମତାରେ ଥିଲା। କିନ୍ତୁ ସିବିଆଇ ତାଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଥିଲା। ଚାର୍ଜସିଟ୍‌ ଦାଖଲ ହେବା ପରେ ଲାଲୁ ଭୟରେ ଇସ୍ତଫା ଦେଇଥିଲେ। ଏହାପରେ ତାଙ୍କ ସ୍ତ୍ରୀ ରବଡି ଦେବୀ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ।

ସେହିପରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟଲଳିତା ମଧ୍ୟ ଗିରଫ ହୋଇଥିଲେ। ସୁବ୍ରମଣ୍ୟମ ସ୍ବାମୀ ଜୟଲଳିତାଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ୧୯୯୧ରୁ ୧୯୯୬ ଭିତରେ ସେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ସେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଗିରଫ ହୋଇଥିଲେ। କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ଜୟଲଳିତା ତାଙ୍କୁ ଓ.ପନେରାସେଲଭାମଙ୍କୁ ଉତ୍ତରାଧିକାରୀ ଘୋଷିତ କରିଥିଲେ।

କର୍ନାଟକ ସିଏମ ବିଏସ ୟେଦରୁପ୍ପାଙ୍କ ଆସନରେ ମଧ୍ୟ ସଙ୍କଟର କଳା ବାଦଲ ଆସିଥିଲା। ୨୦୧୧ରେ ଲୋକାୟୁକ୍ତଙ୍କ ରିପୋର୍ଟ ବାଦ୍‌ ତାଙ୍କୁ ପଦ ଛାଡିବାକୁ ପଡିଥିଲା। ସିବିଆଇ ତାଙ୍କୁ ଗିରଫ କରିବା ପୂର୍ବରୁ ସେ ମୁଖ୍ୟମନ୍ତ୍ରୀରୁ ଇସ୍ତଫା ଦେଇଥିଲେ। କହିରଖୁଛୁ, ଏହିସବୁ ମୁଖ୍ୟମନ୍ତ୍ରୀ ଇସ୍ତଫା ପରେ ଗିରଫ ହୋଇଥିଲେ। କିନ୍ତୁ କେଜରିଓ୍ବାଲ କାର୍ଯ୍ୟରତ ମୁଖ୍ୟମନ୍ତ୍ରୀ ଭାବେ ଗିରଫ ହୋଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବୁଲାଣି ରାସ୍ତାରେ ଅଘଟଣ: ଓଭରଟେକ୍‌ କରିବା ବେଳେ ଓଲଟି ପଡ଼ିଲା ବସ୍‌, ୧୪ ଯାତ୍ରୀ…

ଗଜପତି/ମୋହନା,୧୪।୨(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର )): ଗଜପତି ଜିଲା ଚାନ୍ଦିପୁଟ କଲେଜ ନିକଟରେ ଥିବା ବୁଲାଣି ରାସ୍ତାରେ ଶନିବାର ବଡ଼ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ମାଟି ଅତଡ଼ାରେ…

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…

ପ୍ରେମ ସପ୍ତାହରେ ପଢ଼ାଉଥିଲେ ପ୍ରେମପାଠ, ଛାତ୍ରୀଙ୍କୁ ଗୁଲଗୁଲା-ସିଙ୍ଗଡ଼ା ଡାକି ବନ୍ଧାହେଲେ ବିଜ୍ଞାନ ଶିକ୍ଷକ

ଦେବଗଡ଼,୧୪ା୨(ଶଶାଙ୍କ ଶେଖର ଝାଙ୍କର): ପ୍ରେମ ସପ୍ତାହରେ ବିଜ୍ଞାନ ଶିକ୍ଷକ ସ୍କୁଲ ଛାତ୍ରୀଙ୍କୁ ପ୍ରେମର ପାଠ ପଢ଼ାଉଥିବା ଘଟଣାରେ ଶନିବାର ଗିରଫ ହେଇଥିବା ଜଣାପଡ଼ିଛି। ଖବର ମୁତାବକ କୁଣ୍ଢେଇଗୋଳା…

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

ଜୀବିତ ବୃଦ୍ଧାଙ୍କୁ ମୃତ ସଜାଇ ୪ ବର୍ଷ ହେଲା ମୁହଁରୁ ଦାନା ଛଡ଼ାଇ ନେଇଛନ୍ତି, ଏଯାଏ ମିଳିନି ଆବାସ କି…

ଥୁଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅଡ୍ରି ପଞ୍ଚାୟତସ୍ଥିତ ଦୋଲଗୁଡ଼ା (ଟଟା ପଡ଼ା) ଗ୍ରାମରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ବିକାଶର…

ମହାମୁକାବିଲା ପୂର୍ବରୁ ଭାରତକୁ ଖୋଲା ଚ୍ୟାଲେଞ୍ଜ୍‌ ଦେଲେ ପାକିସ୍ତାନ ଅଧିନାୟକ

କଲମ୍ବୋ,୧୪।୨:ଭାରତ-ପାକିସ୍ତାନ ମହାମୁକାବିଲା ପୂର୍ବରୁ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ଟିମ୍‌ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଟି୨୦ ବିଶ୍ୱକପରେ ସମସ୍ତେ ଏହି ମ୍ୟାଚକୁ ଉତ୍ସାହର ସହିତ ଅପେକ୍ଷା…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ନିଯୁକ୍ତି ସୁଯୋଗ ପାଇବେ ୧୨୦୦ ଯୁବତୀ-ଯୁବକ

କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ କେନ୍ଦୁଝର ଜିଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରି ଫେରିଛନ୍ତି। କେନ୍ଦୁଝର ଜିଲାରେ…

WHOର ଭୟଙ୍କର ଭବିଷ୍ୟବାଣୀ: ୨୦୫୦ ସୁଦ୍ଧା ବିଶ୍ୱରେ…

ଓ୍ବାଶିଂଟନ୍‌,୧୪।୨: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(WHO)ର ଏକ ଚାଞ୍ଚଲ୍ୟକର ରିପୋର୍ଟ ପ୍ରକାଶ କରିଛି। ପ୍ରଥମ ଓ୍ବାଲର୍‌ଡ ରିପୋର୍ଟ ଅନ୍‌ ହିଅରିଂ ଅନୁଯାୟୀ, ୨୦୫୦ ସୁଦ୍ଧା ବିଶ୍ୱରେ ପ୍ରାୟ ୨.୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri