Posted inଜାତୀୟ

କେସ ଫର କ୍ୱେରି ମାମଲାରେ ପୁଣି ଅଡୁଆରେ ପଡିଲେ ମହୁଆ

ନୂଆଦିଲ୍ଲୀ,୨୩।୩: ତ୍ରୁଣ ମୂଳ କଂଗ୍ରେସ (ଟିଏମସି) ନେତା ମହୁଆ ମୋଇତ୍ରା ପୁଣି ଥରେ ଅଡୁଆରେ ପଡ଼ିଥିବା ଜଣାପଡିଛି। ସିବିଆଇ ମୋଇତ୍ରାଙ୍କ ବାସଭବନରେ ଚଢାଉ କରୁଛି। କେବଳ ଏତିକି ନୁହେଁ, ଟିମ କୋଲକାତା ଏବଂ ଅନ୍ୟାନ୍ୟ ସ୍ଥାନରେ କ୍ୱେରି ମାମଲାରେ ଚଡାଉ କରୁଛି।

ଟିଏମସି ଏମପି ତାଙ୍କ ତାଙ୍କ ବୟାନକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି। ଭାଜପା ନେତା ନିଶିକାନ୍ତ ଦୁବେ ମହୁଆଙ୍କ ଉପରେ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କଠାରୁ ଲାଞ୍ଚ ନେଇଥିବା ଅଭିଯୋଗ କରିଛନ୍ତି। ଏହା ସହିତ ସେ ଦାବି କରିଛନ୍ତି ଯେ ଟିଏମସି ଏମପି ଏବଂ ବ୍ୟବସାୟୀଙ୍କ ମଧ୍ୟରେ ନଗଦ ଟଙ୍କା ଏବଂ ଉପହାର ବିନିମୟ ହୋଇଛି। ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଟିଏମସି ଏମପି ଏବଂ ବ୍ୟବସାୟୀଙ୍କ ମଧ୍ୟରେ ଟଙ୍କା ଏବଂ ଉପହାର ବିନିମୟ ହୋଇଛି ବୋଲି ସେ କହିଛନ୍ତି। ନିଶିକାନ୍ତ ଦୁବେ ଲୋକ ସଭା ସ୍ପିକର ଓମ ବିର୍ଲାଙ୍କୁ ଏକ ଚିଠି ଲେଖି ଟିଏମସି ଏମପି ମହୁଆଙ୍କ ବିରୋଧରେ ତଦନ୍ତ କମିଟି ଗଠନ ଏବଂ ତାଙ୍କୁ ତୁରନ୍ତ ଗୃହରୁ ନିଲମ୍ବନ କରିବାକୁ ଦାବି କରିଛନ୍ତି।
ଓମ ବିର୍ଲାଙ୍କୁ ଏକ ଚିଠି ଲେଖି ନିଶିକାନ୍ତ ଦୁବେ କହିଥିଲେ ଯେ ଯେତେବେଳେ ବି ସଂସଦ ଅଧିବେଶନ ହୁଏ, ସେତେବେଳେ ମହୁଆ ଏବଂ ବରିଷ୍ଠ ତ୍ରୁଣମୂଳ ଏମପି ସୌଗତା ରୟଙ୍କ ନେତୃତ୍ୱରେ ଅଲ ଇଣ୍ଡିଆ ତ୍ରୁଣମୂଳ କଂଗ୍ରେସ (ଏଆଇଟିସି) ର ପାଟିତୁଣ୍ଡ କରୁଥିବା ବ୍ରିଗେଡ, କୌଣସି ନା କୌଣସି ବାହାନା କରି ସଭିଙ୍କ ସହ ଦୁର୍ବବ୍ୟବହାର କରି ଗୃହର କାର୍ଯ୍ୟରେ ବାଧା ଉପୁଯାଇଥାଆନ୍ତି। ଏହି ଆଶ୍ଚର୍ଯ୍ୟକର ରଣନୀତି ଅନୁଯାୟୀ, ମହୁଆ ଅନ୍ୟ ସଦସ୍ୟଙ୍କ ବିତର୍କ ପାଇଁ ସାମ୍ବିଧାନିକ ଅଧିକାରକୁ ଉଲ୍ଲଂଘନ କରୁଥିବାବେଳେ ଅନ୍ୟ ଏମପିମାନେ ସାଧାରଣ ଲୋକଙ୍କ ସମସ୍ୟା ତଥା ସରକାରଙ୍କ ନୀତି ଉପରେ ଆଲୋଚନା କରିବାକୁ ଚାହୁଁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘EVM ଉପରେ ପ୍ରଶ୍ନ ଉଠାଇଥିବାରୁ କଂଗ୍ରେସ କ୍ଷମା ମାଗିବା ଉଚିତ୍‌’

ଗୋଆ,୨୭ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି, ଇଲେକ୍ଟ୍ରୋନିକ ଭୋଟିଂ ମେଶିନ (ଇଭିଏମ୍‌)ର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇ କଂଗ୍ରେସ ଦେଶକୁ କ୍ଷମା ମାଗିବା ଉଚିତ୍‌।...

କାଶୀ, ଅଯୋଧ୍ୟା ପରେ ଆମେ ମଥୁରା ଆଡ଼କୁ ଯିବୁ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୨୭ା୪: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି ଥରେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟିକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଏହି ଲୋକମାନେ ରାମ ଏବଂ...

ହେମନ୍ତ ସୋରେନ୍‌ଙ୍କୁ ବଡ଼ ଝଟ୍‌କା, ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ବି ମିଳିଲା ନାହିଁ ଜାମିନ୍‌

ରାଞ୍ଚି,୨୭।୪: ଜମି ଦୁର୍ନୀତି ମାମଲାରେ ଜେଲରେ ଥିବା ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ବଡ଼ ଝଟ୍‌କା। ତାଙ୍କୁ ନିଜ ବଡ଼ବାପା ରାଜାରାମ ସୋରେନଙ୍କ ଅନ୍ତିମ...

ପୁଣି ଆହତ ହେଲେ ମମତା ବାନାର୍ଜୀ, ହେଲିକପ୍ଟର ଚଢ଼ିବା ବେଳେ ଗୋଡ଼ ଖସିଲା…

କୋଲକାତା,୨୭।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଆହତ ହୋଇଛନ୍ତି । ଦୁର୍ଗାପୁରରେ ହେଲିକପ୍ଟର ଚଢିବା ସମୟରେ ଗୋଡ ଖସିଯିବା ଯୋଗୁ ସେ ପଡିଯାଇଥିଲେ ।...

‘କଂଗ୍ରେସ ମୁସଲମାନଙ୍କ ଭୋଟ୍‌ ଚାହୁଁଛି ହେଲେ ପ୍ରାର୍ଥୀ ନୁହେଁ’

ନୂଆଦିଲ୍ଲୀ,୨୭।୪: ଲୋକ ସଭା ନିର୍ବାଚନରେ କଂଗ୍ରେସ ମୁସଲମାନ ପ୍ରାର୍ଥୀଙ୍କୁ ଟିକେଟ ନ ଦେବାରୁ ଦଳ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ କଂଗ୍ରେସ ନେତା ଆରିଫ...

ଧନଞ୍ଜୟ ସିଂଙ୍କୁ ଝଟକା: ଜାମିନ ମଞ୍ଜୁର, ହେଲେ ଲଢିପାରିବେନି ନିର୍ବାଚନ

ପ୍ରୟାଗରାଜ,୨୭।୪: ଆହ୍ଲାବାଦ ହାଇକୋର୍ଟ ଜୈନପୁରର ପୂର୍ବତନ ଏମପି ଧନଞ୍ଜୟ ସିଂଙ୍କ ଜାମିନକୁ ଅନୁମୋଦନ କରିଛନ୍ତି କିନ୍ତୁ ତାଙ୍କ ଦଣ୍ଡାଦେଶ ଶୁଣାଣିକୁ ମନା କରି ଦେଇଛନ୍ତି। ଏହି...

ରେଳ ବିଭାଗର ବଡ଼ ନିଷ୍ପତ୍ତି: ବନ୍ଦେ ଭାରତ-ଶତାବ୍ଦୀରେ ମିଳିବ ନାହିଁ…

ନୂଆଦିଲ୍ଲୀ,୨୭।୪: ନିକଟରେ ଭାରତୀୟ ରେଳବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ବନ୍ଦେ ଭାରତ, ରାଜଧାନୀ, ଶତାବ୍ଦୀ ଭଳି ପ୍ରିମିୟମ ଟ୍ରେନ୍‌ରେ ଯାତ୍ରା କରିବା ବେଳେ...

‘ଜୟ ଶ୍ରୀରାମ’ ଲେଖି ପରୀକ୍ଷାରେ ପାସ୍‌, ମିଳିଛି ୬୦% ମାର୍କ

ଲକ୍ଷ୍ନୌ,୨୭।୪: ପରୀକ୍ଷା ଖାତାରେ କିଛି ଛାତ୍ରୀଛାତ୍ର ଗୀତ କିମ୍ବା ଫିଲ୍ମ ସମ୍ପର୍କରେ ଲେଖିଥିବା ମାମଲା ନିଶ୍ଚୟ ଶୁଣିଥିବେ। ଆଉ ଏହି ପରୀକ୍ଷା ଖାତା ଭାଇରାଲ ହେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri