Posted inଖେଳ

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମା ଏକ ଭିନ୍ନ ମତ ଦେଇଛନ୍ତି। ରୋହିତଙ୍କ ଅନୁଯାୟୀ, ବେଙ୍ଗଲର ଅଭିଜ୍ଞ ୱିକେଟକିପର ଋଦ୍ଧିମାନ ସାହା ହେଉଛନ୍ତି ଭାରତର ସର୍ବକାଳୀନ ସର୍ବଶ୍ରେଷ୍ଠ ୱିକେଟକିପର।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ରୋହିତ ଶର୍ମା ସାହାଙ୍କ କୌଶଳର ଖୁବ୍ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, “ମୁଁ ସାହାଙ୍କ ସହ ଅନେକ ଟେଷ୍ଟ ମ୍ୟାଚ୍ ଖେଳିଛି ଏବଂ ସ୍ଲିପରେ ଛିଡ଼ା ହୋଇ ତାଙ୍କର କିପିଂ ଦେଖିଛି। ସାହାଙ୍କ ଭଳି ୱିକେଟକିପର ମୁଁ କେବେ ଦେଖିନାହିଁ। ସେ ନିଃସନ୍ଦେହରେ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର।”

ରୋହିତଙ୍କ ଅନୁଯାୟୀ, ଭାରତୀୟ ପିଚ୍‌ରେ ବଲ୍ ଅଧିକ ଟର୍ଣ୍ଣ ହେଉଥିବା ବେଳେ ଏବଂ ତଲୁଆ ରହୁଥିବା ସମୟରେ ୱିକେଟ ପଛରେ ସଜାଗ ରହିବା ଅତ୍ୟନ୍ତ କଷ୍ଟକର। ବିଶେଷକରି ରବିଚନ୍ଦ୍ରନ ଅଶ୍ୱିନ ଏବଂ ରବୀନ୍ଦ୍ର ଜାଡେଜାଙ୍କ ଭଳି ସ୍ପିନରଙ୍କ ବିଭିନ୍ନ ପ୍ରକାର ବଲକୁ ଯେଉଁଭଳି ଭାବେ ସାହା ଆୟତ୍ତ କରନ୍ତି, ତାହା ପ୍ରଶଂସନୀୟ।

ଋଦ୍ଧିମାନ ୪୦ଟି ମ୍ୟାଚ୍‌ରେ ସାହା ୯୨ଟି କ୍ୟାଚ୍ ଏବଂ ୧୨ଟି ଷ୍ଟମ୍ପିଂ କରିଛନ୍ତି ଏବଂ ୯ଟି ମ୍ୟାଚ୍‌ରେ ୧୭ଟି କ୍ୟାଚ୍ ଏବଂ ୧ଟି ଷ୍ଟମ୍ପିଂ କରିଛନ୍ତି।

ସାହାଙ୍କ କ୍ୟାରିଅର୍ ସମୟରେ ଧୋନିଙ୍କ ଉପସ୍ଥିତି ଏବଂ ପରବର୍ତ୍ତୀ ସମୟରେ ପନ୍ତଙ୍କ ଆକ୍ରମଣାତ୍ମକ ବ୍ୟାଟିଂ କାରଣରୁ ସେ ହୁଏତ ଅନେକ ସମୟରେ ଚୟନରୁ ବାଦ ପଡ଼ିଥିଲେ, ମାତ୍ର ‘ପିଓର ୱିକେଟକିପିଂ’ କ୍ଷେତ୍ରରେ ରୋହିତ ଶର୍ମା ତାଙ୍କୁ ସର୍ବଶ୍ରେଷ୍ଠ ବୋଲି ମାନ୍ୟତା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ବନ୍ଦ ହେବ ଉବେର-ରାପିଡୋ ବାଇକ୍‌ ସେବା! ଜାଣନ୍ତୁ କାରଣ

ଭୁବନେଶ୍ବର,୧୩।୧୧: ଓଡ଼ିଶାରେ ଉବେର ଓ ରାପିଡୋର ବାଇକ୍‌ ଟ୍ୟାକ୍ସି ସେବାକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି । ଆପ୍‌ ଜରିଆରେ ଯାତ୍ରୀ ପରିବହନରେ ବ୍ୟବହୃତ ହେଉଥିବା ଘରୋଇ…

୨୭ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ ଟିମ ସିଫର୍ଟ୍‌: ପାଓ୍ବାର୍‌ ପ୍ଲେରେ କଲେ ବଡ଼ କାରନାମା

ମାଉଣ୍ଟ ମାଉଙ୍ଗାନୁଇ,୧୩।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଚତୁର୍ଥ ଦିନିକିଆରେ କିୱି ଓପନର ଟିମ ସିଫର୍ଟଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି। ଟସ ହାରି ପ୍ରଥମେ…

ଟ୍ରମ୍ପଙ୍କ ବଡ଼ ଦାବି, କହିଲେ Nvidiaର ପୂର୍ବତନ ସିଇଓ ହୁଆଙ୍ଗ ମୋତେ ଫୋନ କରିଥିଲେ, ‘ସେ ଅତ୍ୟନ୍ତ କଷ୍ଟଦାୟକ ପରିସ୍ଥିତି ଦେଇ ଗତି କରୁଛନ୍ତି’

ଓ୍ବାଶିଂଟନ,୧୩।୧୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଜେନସେନ ହୁଆଙ୍ଗଙ୍କ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ଏକ ଘରୋଇ ନ୍ୟୁଜ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି…

ଦୃଷ୍ଟି ଆଢୁଆଳରେ ତଳକିଲାବାଡ଼ି ଗାଁ: ଧାନ ଚାଷ ପାଇଁ ଜୀବନ ବାଜିରେ ୧୮ ପରିବାର

ଦାରିଙ୍ଗବାଡ଼ି, ୧୩।୧୧ (ଅରୁଣ ସାହୁ):ଚାରିପଟେ ପାହାଡ଼, ଘଞ୍ଚ ଜଙ୍ଗଲ, ନଦୀ ଓ ନାଳ। ଏହାରି ମଧ୍ୟରେ ରହିଛି ଏକ ଦୁର୍ଗମ ଗାଁ ତଳକିଳାବାଡ଼ି। ଯେଉଁଠି ବିକାଶର ଆଲୋକ…

ଭଦ୍ରକରେ ଭୟଙ୍କର ଦୁର୍ଘଟଣା; ଟ୍ରଲରକୁ ପିଟିଲା ପୋଲିସ ଗାଡ଼ି; ମୃୃତ୍ୟୁ ସଂଖ୍ୟା…

ବାସୁଦେବପୁର,୧୩।୧୧(ନାରାୟଣ ପ୍ରସାଦ ବାରିକ୍): ଭଦ୍ରକ ଜିଲାର ବାସୁଦେବପୁର, ଧାମରା ରାସ୍ତାର ବିରସ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଗୁରୁବାର ବିଲମ୍ବିତ ରାତିରେ ପୋଲିସ ଗାଡ଼ି…

କ’ଣ ହେଲା! ପ୍ରଥମେ ରୋହିତ ଶର୍ମା, ପରେ ଈଶାନ କିଷନ… କ୍ରମାଗତ ଦୁଇଟି ବଲରେ ଦୁଇଟି କ୍ୟାଚ ଛାଡ଼ିଦେଲେ,ଏଥିପାଇଁ ଦେବାକୁ ପଡ଼ିବ…

ନୂଆଦିଲ୍ଲୀ,୧୩।୧୧: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚତୁର୍ଥ ଦିନିକିଆ ମ୍ୟାଚ ‘ବେ ଓଭାଲ’ (Bay Oval) ଠାରେ ଖେଳାଯାଉଛି। ଟସ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ…

ଖଣି ଅଞ୍ଚଳ: ଜଳବାୟୁ ପରିବର୍ତ୍ତନର ନୂଆ ହଟ୍‌ସ୍ପଟ୍‌

ଖଣିଜ ସମ୍ପଦରେ ଭରପୂର ଯାଜପୁର ଜିଲା ଏବେ ଜଳବାୟୁ ପରିବର୍ତ୍ତନର ନୂଆ ହଟ୍‌ସ୍ପଟ୍‌ ପାଲଟିଛି। ଖଣି ଖନନ, ଜଙ୍ଗଲ କ୍ଷୟ, ପାହାଡ଼ କଟା, ଶିଳ୍ପ ପ୍ରଦୂଷଣ ଓ…

ଟେରାକୋଟା ପ୍ରେମରେ ପୋଲାଣ୍ଡ ମହିଳା: ଶିଖୁଛନ୍ତି ଏହି କଳା

ନୀଳଗିରି,୧୩।୧୧(ପ୍ରଶାନ୍ତ ବିଶ୍ୱାଳ):ଓଡ଼ିଶାର ମାଟି କଳାର ଆକର୍ଷଣ ଟାଣି ଆଣିଛି ବିଦେଶିନୀଙ୍କୁ। ପୋଲାଣ୍ଡ ମହିଳା ମାଗଡାଲେନା କାମିନସ୍କା ଏହି କଳା ଶିକ୍ଷା କରିବାକୁ ଚାଲି ଆସିଛନ୍ତି ବାଲେଶ୍ୱର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?