ହାଜାରେ ନୁହେଁ, ନିର୍ଭୟା

ମେକ୍ସିକୋର ମିଚୋଆକାନ ରାଜ୍ୟର ଉରୁଆପାନ୍‌ ମେୟର କାର୍ଲୋସ ଅଲବେର୍ଟୋ ମାଞ୍ଜୋ ରୋଡ୍ରିଗେଜ୍‌ଙ୍କୁ ୧୫ ନଭେମ୍ବରରେ ହତ୍ୟା କରାଯିବା ପରେ ସେହି ଦେଶରେ ‘ଜେନ୍‌ ଜି’ ଆନ୍ଦୋଳନ ବିରାଟ ରୂପ ଧାରଣ କରିଛି। ଦେଶବ୍ୟାପୀ ବିକ୍ଷୋଭକାରୀ ହିଂସା, ଅପରାଧ, ଦୁର୍ନୀତି ବିରୋଧରେ ପ୍ରତିବାଦ କରୁଛନ୍ତି। ଏଠାରେ ମନେପକାଇ ଦିଆଯାଇପାରେ ଯେ, ନିକଟ ଅତୀତରେ ନେପାଳ ଓ ମାଡଗାସ୍‌କରରେ ‘ଜେନ୍‌ ଜି’ଙ୍କ ବିକ୍ଷୋଭ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା। ୧୯୯୭ରୁୁ ୨୦୧୨ ଯାଏ ଜନ୍ମିତ ଯୁବଗୋଷ୍ଠୀ ‘ଜେନ୍‌ ଜି’ ଭାବେ ପରିଚିତ। ସେମାନେ ଅସମାନତା, ଗଣତାନ୍ତ୍ରିକ ପତନ ଓ ଦୁର୍ନୀତି ବିରୋଧରେ ଆନ୍ଦୋଳନ କରି ନେପାଳରେ ପ୍ରଧାନମନ୍ତ୍ରୀଙ୍କୁ ହଟାଇ ଦେବା ସହ ମାଡ୍‌ଗାସକରରେ ରାଷ୍ଟ୍ରପତିଙ୍କୁ ବିଦା କରିବାରେ ସକ୍ଷମ ହେଲେ। ‘ଜେନ୍‌ ଜି’ ଭଳି କୌଣସି ସ୍ବତନ୍ତ୍ର ଆଖ୍ୟା ପାଇ ନ ଥିଲେ ମଧ୍ୟ ୨୦୨୩ରେ ଶ୍ରୀଲଙ୍କା ଓ ୨୦୨୪ରେ ବାଂଲାଦେଶରେ ଯୁବଗୋଷ୍ଠୀ ଅନ୍ୟାୟ ବିରୋଧରେ ରାସ୍ତାକୁ ଆସି ପ୍ରତିବାଦ କରିବାରୁ ସେଠାକାର ସରକାର ଗଡ଼ିଗଲେ। ବିଶ୍ୱର ଯେଉଁ ଗଣତାନ୍ତ୍ରିକ ରାଷ୍ଟ୍ରର ନେତାମାନେ ଭାବୁଛନ୍ତି ଯେ, ସେମାନଙ୍କ ଦେଶରେ ‘ଜେନ୍‌ ଜି’ ବିପ୍ଳବ କିଛି ପ୍ରଭାବ ପକାଇବନାହିଁ, ବୈଶ୍ୱିକ ସ୍ଥିତିକୁ ଦେଖିଲେ ସମ୍ଭବତଃ ସେହି ଚିନ୍ତାଧାରା ଭୁଲ୍‌ ପ୍ରମାଣିତ ହୋଇପାରେ। କାରଣ ଏହି ବର୍ଗ ଏକ ସ୍ବଚ୍ଛ ବ୍ୟବସ୍ଥା, ଔଦ୍ୟୋଗିକ ପରିବେଶ ସୃଷ୍ଟି ସହ କର୍ମସଂସ୍ଥାନର ପରିସର ବ୍ୟାପକ ହେବା ସହିତ ଜନମଙ୍ଗଳ ଦିଗରେ ଅଭିପ୍ରେତ ଏକ ସରକାର ଦେଖିବାକୁ ଚାହାନ୍ତି। ନାଗରିକଙ୍କ ଅଧିକାର ଛଡ଼ାଇ ନେଇ ନିଜେ ପୁଷ୍ଟ ହେବାକୁ ଚାହୁଁଥିବା ରାଜନେତା ଓ ଅମଲାତନ୍ତ୍ରୀଙ୍କୁ ଏହି ବର୍ଗ ସହ୍ୟ କରିବେ ନାହିଁ ବୋଲି ନେପାଳ ବିକ୍ଷୋଭରୁ ଜଣାପଡ଼ିଥିଲା।
‘ଜେନ୍‌ ଜି’ ବିଷୟରେ ଏଇ କିଛି ମାସ ହେବ ଯେଉଁଭଳି ଆଲୋଚନା ହେଉଛି ଦେଖିବାକୁ ଗଲେ ସେଭଳି ବିପ୍ଳବ ପୂର୍ବରୁ ଭାରତରେ ଅନୁଷ୍ଠିତ ହୋଇଯାଇଛି। ତାହାକୁ କେହି ଗୋଟିଏ ଯୁବ ବର୍ଗ ମଧ୍ୟରେ ସୀମିତ ରଖି ନ ଥିବାରୁ ତାହାର ନାମକରଣ ହୁଏତ କରାଯାଇପାରିଲା ନାହିଁ। ୨୦୧୨ରେ ନିର୍ଭୟା ଘଟଣା ଯୋଗୁ ତାତି ଯାଇଥିବା ଯୁବପିଢ଼ି ହିଁ ‘ଜେନ୍‌ ଜି’ର ମୂଳଦୁଆ ପକାଇଥିଲେ ବୋଲି କୁହାଯାଇପାରେ। ସମସ୍ତେ ଭାବିଲେ ଯେ, ଦେଶବ୍ୟାପୀ କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ବିରୋଧରେ ଜନମତ ସୃଷ୍ଟି କରିବା ପାଇଁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌)ର ସମର୍ଥନରେ ୨୦୧୧ରେ ଆନ୍ନା ହାଜାରେଙ୍କ ନେତୃତ୍ୱାଧୀନ ‘ଲୋକପାଳ’ ଆନ୍ଦୋଳନ ନିକିତିିକୁ ଏକପାଖିଆ କରିଦେଇଥିଲା। କିନ୍ତୁ ଯେଉଁମାନେ ସେହି ସମୟକୁ ମନେ ପକାଇପାରିବେ ସେମାନଙ୍କ ପାଇଁ ନିର୍ଭୟା ବଳାତ୍କାର ଓ ହତ୍ୟା ପରେ ଦିଲ୍ଲୀରେ ଯେଉଁଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ତାହା ସ୍ପଷ୍ଟ ଜଣାପଡ଼େ। ୨୦୧୨ ଡିସେମ୍ବର ୧୬ରେ ଜଣେ ଯୁବତୀଙ୍କୁ ଗଣବଳାତ୍କାର କରାଯିବା ସହ ତାଙ୍କ ପ୍ରତି ହୋଇଥିବା ପାଶବିକ ଅତ୍ୟାଚାର ଓ ଶେଷରେ ତାଙ୍କ ଜୀବନ ଚାଲିଯିବା ଘଟଣା ଭାରତୀୟଙ୍କ ବିବେକକୁ ଦୋହଲାଇ ଦେଇଥିଲା। ପ୍ରତିବାଦ କରିବା ଲାଗି ଦେଶର ପ୍ରତି କୋଣଅନୁକୋଣରେ ଯୁବବର୍ଗ ମାତି ଉଠିଥିଲେ। ନିଜ ଦେଶ ଭିତରେ ଅସୁରକ୍ଷିତ ଅନୁଭବ କରୁଥିବା ଯୁବ ନାଗରିକଙ୍କୁ କୌଣସି ରାଜନୈତିକ ନେତା କିମ୍ବା ସଙ୍ଗଠନର ସହଯୋଗ ବା ସମ୍ପୃକ୍ତି ସେହି ବିକ୍ଷୋଭରେ ନ ଥିଲା। ଯୁବବର୍ଗ ସ୍ବତଃପ୍ରବୃତ୍ତ ଭାବେ ରାସ୍ତାକୁ ଆସି ସୁରକ୍ଷା ଦାବି କରିଥିଲେ। ରାଜନୀତି, ପୋଲିସ ଓ ନ୍ୟାୟ ବ୍ୟବସ୍ଥା ସହ ଜଡ଼ିତ ବ୍ୟକ୍ତିଙ୍କୁ ସେମାନେ ବିଭିନ୍ନ ମଞ୍ଚରେ ପ୍ରଶ୍ନ ପଚାରିଥିଲେ। ସେତେବେଳେ ଲକ୍ଷ୍ୟ କରାଯାଇଥିଲା କେନ୍ଦ୍ରରେ କ୍ଷମତାସୀନ କଂଗ୍ରେସ ସରକାରର ମନ୍ତ୍ରୀମାନେ ଦିଲ୍ଲୀରେ ନିର୍ଭୟା ପ୍ରତିବାଦକାରୀଙ୍କ ବିଶାଳତାକୁ ଦେଖି ଡରି ଯାଇଥିଲେ। ଏପରିକି କୌଣସି ବିରୋଧୀ ଦଳର ନେତା ବିକ୍ଷୋଭକାରୀଙ୍କ ସହିତ ଭେଟିବାର ସତ୍‌ସାହସ କରି ନ ଥିଲେ। ଅର୍ଥାତ୍‌ ସେହି ବିକ୍ଷୋଭ ରାଜନେତା ଓ ରାଜନୀତିଠାରୁ ବହୁ ଊର୍ଦ୍ଧ୍ୱକୁ ଚାଲିଯାଇଥିଲା। ପୂର୍ବାପେକ୍ଷା ଇଣ୍ଟରନେଟ୍‌ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ଢେର ବଢ଼ିଯାଇଛି। ଏଭଳି ପ୍ରଚ୍ଛଦପଟରେ କୌଣସି କ୍ଷମତାସୀନ ବ୍ୟକ୍ତି, ସଙ୍ଗଠନ କିମ୍ବା ସରକାର ନିଜକୁ ସୁରକ୍ଷିତ ମନେକରିବା ଉଚିତ ନୁହେଁ। ଜନସାଧାରଣଙ୍କ ସମସ୍ୟା ସହିତ ଜଡ଼ିତ ନ ଥିଲେ ବିସ୍ଫୋରଣ କେଉଁ ମୁହୂର୍ତ୍ତରେ ହେବ କହିବା କଷ୍ଟକର। ଦେଖିବାକୁ ଗଲେ ବିସ୍ଫୋରଣ ହେବାର ସମ୍ଭାବନା ସବୁବେଳେ ବୃଦ୍ଧି ପାଉଛି। ପୂର୍ବରୁ ଆମେ ଶୁଣି ଆସିଛେ ‘ପ୍ରଜା ମେଳିକୁ ରାଜା ପାରି ନ ଥାନ୍ତି’। ସେହି ଦୃଷ୍ଟିରୁ ଦେଖିଲେ ଯୁବବର୍ଗଙ୍କ ଅସନ୍ତୋଷର ଆଭାସ କେତେକ ଦେଶରୁ ମିଳୁଥିବାରୁ ଅବଶିଷ୍ଟ ବିଶ୍ୱ ସତର୍କ ହୋଇଯିବା ଦରକାର।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ବଜେଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଏହା ଐତିହାସିକ ବଜେଟ୍

ଭୁବନେଶ୍ବର, ୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଆଜି ୨୦୨୬-୨୭ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି । ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ…

ଶେୟାର ବଜାରକୁ ପସନ୍ଦ ଆସିଲାନି ବଜେଟ୍, ନିବେଶକଙ୍କ ୧୧ ଲକ୍ଷ କୋଟି ଟଙ୍କା ବୁଡ଼ିଲା

ମୁମ୍ବାଇ,୧।୨: ବଜେଟ୍ ଉପସ୍ଥାପନା ପରେ ଶେୟାର ବଜାରରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ବଜେଟକୁ ନେଇ ନିବେଶକଙ୍କ ମଧ୍ୟରେ ହତାଶା ଏବଂ କେତେକ ଟିକସ ନିୟମରେ…

ବଜେଟକୁ ନେଇ ଭାଜପା ଉପରେ ବର୍ଷିଲେ ଅଖିଳେଶ, ଜନତାଙ୍କୁ ସ୍ବପ୍ନ ଦେଖାଇଲା…

ନୂଆଦିଲ୍ଲୀ,୧।୨: କେନ୍ଦ୍ର ସରକାର ୨୦୨୬ ବଜେଟ୍ ଉପସ୍ଥାପନ କରିବା ପରେ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଯାଇଛି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ବଜେଟ୍ ଏବଂ…

ବଜେଟକୁ କଟାକ୍ଷ କଲେ ମମତା: କହିଲେ ‘ହମ୍ପଟି ଡମ୍ପଟି’ ବଜେଟ

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬ ବଜେଟ ଉପସ୍ଥାପିତ କରିଛନ୍ତି। ବଜେଟକୁ ନେଇ ନିରାଶା ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ…

ନିର୍ମଳାଙ୍କ ବଜେଟ୍‌ ଉପସ୍ଥାପନ ପରେ ଅମିତ ଶାହାଙ୍କ ପ୍ରତିକ୍ରିୟା, କହିଲେ ୨୦୪୭ ସୁଦ୍ଧା ହେବ…

ନୂଆଦିଲ୍ଲୀ,୧ା୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର ଲଗାତର ନବମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ (୨୦୨୬-୨୭) ଉପସ୍ଥାପନ କରିଛନ୍ତି। ବଜେଟ୍‌ ସମୟରେ ଅନେକ ବଡ଼ ଘୋଷଣା…

ଦେଶ ଉପରେ କେତେ ଋଣ, କେଉଁଠି ଖର୍ଚ୍ଚ ହେବ ଆପଣଙ୍କ ଟଙ୍କା? ଜାଣନ୍ତୁ ଚଳିତବର୍ଷର ବଜେଟ୍‌ ସାଇଜ

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଦେଶର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବର୍ଷ, ସରକାର ଅଭିବୃଦ୍ଧିର ଗତି ବଜାୟ…

‘କେରଳକୁ ନେଇ କିଛି କହିଲେ ନାହିଁ ଅର୍ଥମନ୍ତ୍ରୀ’, କାହିଁକି ନିର୍ମଳାଙ୍କୁ ଏମିତି କହିଲେ ଶଶି ଥରୁର? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧।୨: ଶଶି ଥରୁର, ବଜେଟ 2026 ଉପରେ ତାଙ୍କର ପ୍ରଥମ ପ୍ରତିକ୍ରିୟାରେ କହିଥିଲେ ଯେ ବହୁତ କମ ବିବରଣୀ ଉପଲବ୍ଧ ଥିଲା। ସେ କହିଥିଲେ ଯେ ୩-୪ଟି…

ମହିଳାଙ୍କ ପାଇଁ ପେଡ଼ି ଖୋଲିଦେଲେ ନିର୍ମଳା, ଗର୍ଲସ ହଷ୍ଟେଲଠାରୁ ଲକ୍ଷପତି ଦିଦି ସମସ୍ତେ ହେବେ ଖୁସି

ନୂଆଦିଲ୍ଲୀ,୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରବିବାର ସଂସଦରେ 2026-27 ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ସବୁଥର ପରି, ଅର୍ଥମନ୍ତ୍ରୀଙ୍କ ବଜେଟରେ ମହିଳାମାନଙ୍କ ପାଇଁ କିଛି ସ୍ବତନ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri