ସରକାରୀ ବିରି ବିହନରେ ଧରୁନି ଫୁଲ

ପାଟଣା,୧୭ା୯(ବୀରକିଶୋର ଦାଶ)କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରୁ ଚାଷୀ ଖରିଫ ଋତୁରେ ବିନା ମୂଲ୍ୟରେ ବିରି ବିହନ ଆଣି ଚାଷ କରିଥିଲେ। ଠିକ୍‌ ପ୍ରଣାଳୀରେ ଚାଷ କରିବା ସହ ସାର ପ୍ରୟୋଗ ଦ୍ୱାରା ଗଛ ହୃଷ୍ଟପୁଷ୍ଟ ହୋଇଛି। ମାତ୍ର ଫଳ ଧରିବାର ଧାର୍ଯ୍ୟ ସମୟ ପାର ହୋଇଯାଇଥିଲେ ବି ଗଛରେ ଏ ପର୍ଯ୍ୟନ୍ତ ଫୁଲ ଧରୁନାହିଁ। ଫଳରେ ଚାଷୀ ଚିନ୍ତାରେ ଥିବା ବେଳେ କେତେଜଣ ରାଗରେ କ୍ଷେତରେ ଗୋରୁ ଛାଡ଼ିଦେଇଛନ୍ତି। ଏ ନେଇ ଚାଷୀମାନେ ପାଟଣା ବ୍ଲକ୍‌ କୃଷି ଅଧିକାରୀଙ୍କୁ ଅବଗତ କରିବା ପରେ ଶନିବାର କୃଷି ବିଭାଗର ଏକ ବିଶେଷଜ୍ଞ ଦଳ କ୍ଷେତ୍ର ପରିଦର୍ଶନ କରିଛନ୍ତି।

ସୂଚନା ଅନୁଯାୟୀ, ପାଟଣା ବ୍ଲକ୍‌ର ମାଧପୁର ଓ ସ୍ବାମ ଗ୍ରାମର ୩୦ରୁ ଊର୍ଦ୍ଧ୍ୱ ଚାଷୀ ଖରିଫ ଋତୁରେ ପାଟଣା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରୁ ବିନା ମୂଲ୍ୟରେ ବିରି ବିହନ ଆଣି ଚାଷ କରିଥିଲେ। ୧୦ ହେକ୍ଟର ପରିମିତ ଗୋଡ଼ା ଜମିରେ ବିରି ଚାଷ କରି ହଳ, ସାର, ଅଣୁସାର, ସରକାରୀ ବିରି, ଜିଙ୍କ୍‌ ଓ ମୂଲ ମଜୁରି ଖର୍ଚ୍ଚ କରି ବେଉଷଣ କରି ଗଛକୁ ବଢ଼ାଇଥିଲେ। ୮୫ ଦିନ ପରେ ବି ଗୋଟିଏ ହେଲେ ଗଛରେ ଫଳ ହେବା ତ ଦୂରର କଥା ଗୋଟିଏ ଫୁଲ ବି ଧରିନାହିଁ। ଗଛଗୁଡ଼ିକ ୫ ଫୁଟ୍‌ରୁ ଊର୍ଦ୍ଧ୍ୱ ଲମ୍ବ ହୋଇଥିଲେ ହେଁ ଫୁଲ ନ ଧରିବାରୁ କେତେଜଣ ଚାଷୀ ବାଧ୍ୟ ହୋଇ ବିରି ଗୋଡ଼ାରେ ଗୋରୁ ଛାଡ଼ି ଦେଇଛନ୍ତି। ଏ ନେଇ ପାଟଣା ବ୍ଲକ୍‌ କୃଷି ଅଧିକାରୀ ପରେଶ କୁମାର ଦାଶଙ୍କ ନିର୍ଦ୍ଦେଶକ୍ରମେ ଘଟଗାଁ କୃଷି ଜିଲା ଅଧିକାରୀ ସୁଧୀର ରଞ୍ଜନ ଦେହୁରୀଙ୍କ ନେତୃତ୍ୱରେ କେନ୍ଦୁଝର କୃଷିବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ପ୍ରଶାନ୍ତ କୁମାର ମାଝି ଓ ନିଗମାନନ୍ଦ ବେହେରା ମାଧପୁର ଗ୍ରାମକୁ ଯାଇ କ୍ଷେତ୍ର ପରିଦର୍ଶନ କରିଛନ୍ତି। ଏହି ସମୟରେ ଚାଷୀ ଟୁନି ମହାନ୍ତ, ବାଙ୍କୁ ମହାନ୍ତ, ରବି ମହାନ୍ତ, ଅନାମ ମହାନ୍ତ ପ୍ରମୁଖ ଅଧିକାରୀମାନଙ୍କୁ ଅନ୍ତତଃ ସେମାନଙ୍କ ମୂଲ ମଜୁରି, ସାର, ହଳ ଖର୍ଚ୍ଚ ସରକାର ଯୋଗାଇଦିଅନ୍ତୁ ବୋଲି ଦାବି କରିଛନ୍ତି। ପରେ ଖବରଦାତାଙ୍କ ପ୍ରଶ୍ନରେ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ କହିଛନ୍ତି, ପାଟଣା ବ୍ଲକ୍‌ର ବିରି ଚାଷ ସମସ୍ୟା ଦେଖିଛନ୍ତି। ଚାଷୀମାନେ ବେଉଷଣରେ ନ୍ୟୁଟ୍ରିଶନ ମ୍ୟାନେଜମେଣ୍ଟ ଠିକ୍‌ କରିଛନ୍ତି। ମାତ୍ର ଏହି ବିରି ବିହନ ବିୟୁଟେନ ଭେରାଇଟିର। ଏଭଳି ବିହନ ଅଧିକ ଶୀତପ୍ରବଣ ଅଞ୍ଚଳ ଜମ୍ମୁ କଶ୍ମୀର ଓ ହିମାଚଳ ପ୍ରଦେଶ ଅଞ୍ଚଳ ପାଇଁ ପ୍ରଯୁଜ୍ୟ। ଏଣୁ ଗଛରେ ଫୁଲ ଧରୁନାହିଁ। ଏହା ନ ଯୋଗାଇବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯିବ।
ଘଟଗାଁ କୃଷି ଜିଲା ଅଧିକାରୀ ଦେହୁରୀ କହିଛନ୍ତି, ପାଟଣା ସମେତ ଚମ୍ପୁଆ ବ୍ଲକ୍‌ରେ ମଧ୍ୟ ଚାଷୀ ହେକ୍ଟର ଜମିରେ ଉକ୍ତ ବିହନ ଚାଷ କରି ସମାନ ଦଶାରେ ପଡ଼ିଛନ୍ତି। ପ୍ରଭାବିତ ଚାଷୀମାନେ କିଭଳି କ୍ଷତିପୂରଣ ପାଇବେ ସେ ନେଇ ସରକାରଙ୍କୁ ଅବଗତ କରାଯିବ। ଆସନ୍ତା ବର୍ଷ ଉକ୍ତ ଗାଁକୁ ପ୍ରାଥମିକତା ଭିତ୍ତିରେ ଉତ୍କୃଷ୍ଟ କିସମର ବିହନ ଯୋଗାଇ ଦିଆଯିବ। ଟିମ୍‌ରେ ପାଟଣା ବ୍ଲକ୍‌ କୃଷି ଅଧିକାରୀ ପରେଶ କୁମାର ଦାଶ, ବର୍ଷା ବୈଶାଳୀ, କୃଷି ଅଧିଦର୍ଶକ ଅଭୟ କୁମାର ରାଉତ, ବୀରଭଦ୍ର ନାଏକ ଓ ଜଳବାୟୁ ସ୍ଥିର କୃଷି ଯୋଜନା ଅଧିକାରୀ ବଂଶୀଧର ମହାନ୍ତ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ IPL ମ୍ୟାଚ୍‌ ଖେଳିବାକୁ କେତେ ଟଙ୍କା ନିଅନ୍ତି ବିରାଟ କୋହଲି: ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୪।୪: IPL ହେଉଛି ବିଶ୍ୱର ସବୁଠାରୁ ବଡ଼ କ୍ରୀଡା ଲିଗ ମଧ୍ୟରୁ ଗୋଟିଏ। ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଇଣ୍ଡିଆନ ପ୍ରିମିୟର ଲିଗ ମ୍ୟାଚ…

‘ଟ୍ରମ୍ପ ଦୟାକରି କିଛି କୁହନ୍ତୁ…’ ଆମେରିକା ରାଷ୍ଟ୍ରପତିଙ୍କୁ ପରିହାସ କଲା ଇରାନ

ତେହରାନ,୪।୪:  ଗତ ୨୪ଘଣ୍ଟା ମଧ୍ୟରେ ଦୁଇଟି ଆମେରିକୀୟ ଯୁଦ୍ଧ ବିମାନ ଖସାଇବା ପରେ ଇରାନ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପରିହାସ କରିଛନ୍ତି । ଆମେରିକୀୟ ରାଷ୍ଟ୍ରପତିଙ୍କୁ ପରିହାସ କରି…

ସାଧାରଣ ଲୋକଙ୍କ କଥା କହୁ କହୁ କେମିତି ‘ଆମ ଆଦମୀ ପାର୍ଟି’ର ‘ଖଳନାୟକ’ ପାଲଟିଗଲେ ରାଘବ ଚଢା? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୪।୪: ରାଜନୀତିର ପ୍ରକୃତି ଅଦ୍ଭୁତ। କେତେବେଳେ ବନ୍ଧୁ ଶତ୍ରୁ ହୋଇଯାଏ, ଆଉ କେତେବେଳେ ଶତ୍ରୁ ବନ୍ଧୁ ହୋଇଯାଏ। ରାଜନୀତି କ୍ଷେତ୍ରରେ, ପବନର ଦିଗ ନିରନ୍ତର ପରିବର୍ତ୍ତନ ହୁଏ…

ମାତ୍ର ୧୧ ବଲ୍‌ରେ ବାଜି ପଲଟାଇ ଦେଲେ ଶିକ୍ଷକଙ୍କ ପୁଅ: ରାତାରାତି ପାଲଟିଲେ ସୁପରଷ୍ଟାର

ନୂଆଦିଲ୍ଲୀ,୪।୪: ଆଇପିଏଲରେ ଅଜଣା ଏବଂ ନୂତନ ଖେଳାଳିମାନେ ସୁପରଷ୍ଟାର ମାନ୍ୟତା ହାସଲ କରିପାରିବେ। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ମଧ୍ୟରେ ଆଇପିଏଲ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…

ମଧ୍ୟସ୍ଥତା କରୁ କରୁ ବଢିଲାଣି ପାକିସ୍ତାନର ଅଡୁଆ, UAE ମାଗିଲାଣି ୩.୫ ବିଲିୟନ ଡଲାର

ଇସଲାମାବାଦ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ବିବାଦର ଅନ୍ତ ଘଟାଇବା ପାଇଁ ପାକିସ୍ତାନ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରିଥିଲା। ତଥାପି, ପାକିସ୍ତାନ – ଯାହା ନିଜେ ଆର୍ଥିକ…

ଛାତ୍ରୀଛାତ୍ର-ଶିକ୍ଷକଙ୍କ ମଧ୍ୟରେ ସୁସମ୍ପର୍କ ଗଢ଼ିବାକୁ ପ୍ରୟାସ

ମୋହନା,୪।୪( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନାରେ ଥିବା ପିଏମଶ୍ରୀ ଏସ୍‌ଏସ୍‌ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସତ୍ୟ ରଞ୍ଜନ କରଙ୍କ ତତ୍ୱାବଧାନରେ ପ୍ରବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri