ଚାଉଳ ମିଳିଲାନି, ଯୋଗାଣ ଅଧିକାରୀଙ୍କୁ ପିଟିଲେ

ବାସୁଦେବପୁର, ୫ା୯(ନାରାୟଣ ପ୍ରସାଦ ବାରିକ):ଭଦ୍ରକ ଜିଲା ବାସୁଦେବପୁର ବ୍ଲକ କରଞ୍ଜଆଡ଼ିଆ ପଞ୍ଚାୟତର ୭ଶହ ହିତାଧିକାରୀ ଚଳିତବର୍ଷ ଫେବୃୟାରୀ ଏବଂ ମାର୍ଚ୍ଚ ମାସର ପିଡିଏସ୍‌ ଚାଉଳ ପାଇ ନାହାନ୍ତି। ତାହା ସେମାନେ କେବେ ପାଇବେ ସେନେଇ କିଛି ସ୍ପଷ୍ଟ ହୋଇପାରିଲା ନାହିଁ। ଏନେଇ ହିତାଧିକାରୀମାନଙ୍କ ମଧ୍ୟରେ ଅସନ୍ତୋଷ ରହିଥିବାବେଳେ ସୋମବାର ଅପରାହ୍ନ ପ୍ରାୟ ୨ଟାବେଳେ ଶତାଧିକ ମହିଳା ବ୍ଲକ କାର୍ଯ୍ୟାଳୟସ୍ଥିତ ଯୋଗାଣ ଅଧିକାରୀଙ୍କ ପ୍ରକୋଷ୍ଠରେ ପହଞ୍ଚତ୍ ଚାଉଳ ଦେବାକୁ ଦାବି କରିଥିଲେ। ଖବରପାଇ ବାସୁଦେବପୁର ଥାନା ପୋଲିସ ମଧ୍ୟ ପହଞ୍ଚତ୍ଥିଲା। ପୋଲିସ ଉପସ୍ଥିତିରେ ଯୋଗାଣ ଅଧିକାରୀ ଓ ମହିଳାମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଚାଉଳ ମିଳିବା ନେଇ କୌଣସି ସନ୍ତୋଷଜନକ ଉତ୍ତର ନ ମିଳିବାରୁ ଅପରାହ୍ନ ୩ଟା ବେଳେ ମହିଳାମାନେ ଯୋଗାଣ ଅଧିକାରୀ ଅଜୟ କୁମାର ଦାସଙ୍କୁ ତାଙ୍କ ସିଟ୍‌ରୁ ଘୋଷାରି କାର୍ଯ୍ୟାଳୟ ବାହାରକୁ ନେଇଯାଇଥିଲେ। ଏହାପରେ ଯୋଗାଣ ଅଧିକାରୀ ଦାସଙ୍କୁ ମହିଳାମାନେ ମାଡ଼ ମାରିବା ସହ ଟାଣିଓଟାରି ଟ୍ରାଫିକ ଛକ ଦେଇ ପୌରପାଳିକା ଛକ ପର୍ଯ୍ୟନ୍ତ ୩ଶହ ମିଟର ଚଲାଇ ନେଇଥିଲେ। ଯୋଗାଣ ଅଧିକାରୀ ଦାସ ଅସୁସ୍ଥ ହେବା ସହ ଚାଲିବାକୁ ଅକ୍ଷମ ହୋଇପଡ଼ିବା ସତ୍ତ୍ୱେ ତାଙ୍କୁ ବାସୁଦେବପୁର ମୁଖ୍ୟ ବଜାର ରାସ୍ତାରେ ଚଲାଇ ନିଆଯାଇଥିଲା।
ପୋଲିସ ଉପସ୍ଥିତ ଥିଲେ ମଧ୍ୟ ମହିଳାମାନଙ୍କ କବଳରୁ ଯୋଗାଣ ଅଧିକାରୀଙ୍କୁ ଉଦ୍ଧାର କରିପାରି ନ ଥିଲା। ଏପରି କି ପୋଲିସ ଓ ମହିଳାମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଅଳ୍ପସଂଖ୍ୟକ ମହିଳା ପୋଲିସ ଘଟଣାସ୍ଥଳରେ ଥିବାରୁ ସେମାନେ ଶତାଧିକ ମହିଳା ହିତାଧିକାରୀଙ୍କୁ ସାମ୍ନା କରିପାରି ନ ଥିଲେ। ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଯୋଗାଣ ଅଧିକାରୀ ଉକ୍ତ ମହିଳାମାନଙ୍କ କବ୍‌ଜାରେ ରହିଥିଲେ। ନିକଟସ୍ଥ ଚୂଡ଼ାମଣି ଓ କଷିଆ ସାମୁଦ୍ରିକ ଥାନା ପୋଲିସ ପହଞ୍ଚତ୍ବା ପରେ ଯୋଗାଣ ଅଧିକାରୀଙ୍କୁ ଉଦ୍ଧାର କରାଯାଇ ତାଙ୍କୁ ଥାନାକୁ ନିଆଯାଇଥିଲା। ଉତ୍ତେଜନାକୁ ଦୃଷ୍ଟିରେ ରଖି ଚୂଡ଼ାମଣି ଓ କଷିଆ ସାମୁଦ୍ରିକ ଥାନା ପୋଲିସ ଏବଂ ଭଦ୍ରକ ସଦର ଏସ୍‌ଡିପିଓ ସୌରଭ ଓତା ବାସୁଦେବପୁର ଥାନାରେ ପହଞ୍ଚତ୍ଥିଲେ। ଆକ୍ରମଣ ସମ୍ପର୍କରେ ଯୋଗାଣ ଅଧିକାରୀ ଦାସଙ୍କ ଅଭିଯୋଗକ୍ରମେ ବାସୁଦେବପୁର ଥାନାରେ ଏକ ମାମଲା (ନଂ.୫୦୫/୨୩) ରୁଜୁ ହୋଇଛି। ଏ ସମ୍ପର୍କରେ ଭାରପ୍ରାପ୍ତ ଥାନା ଅଧିକାରୀ ଏସ୍‌ଆଇ ଜିତେନ୍ଦ୍ର କୁମାର ନାୟକ କହିଛନ୍ତି, ଯୋଗାଣ ଅଧିକାରୀଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି। ପୋଲିସ ଜଣେ ମହିଳାଙ୍କ ସମେତ ୨ଜଣଙ୍କୁ ଅଟକ ରଖିଛି। ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନାଧିକାରୀ ନାୟକ କହିଛନ୍ତି।
ସୂଚନାଥାଉ କି, କରଞ୍ଜଆଡ଼ିଆ ପଞ୍ଚାୟତର ଚାଉଳ ବଣ୍ଟନ ଦାୟିତ୍ୱରେ ଥିବା ଏସ୍‌ଏଚ୍‌ଜି ବନଦୁର୍ଗାକୁ ଯୋଗାଣ ବିଭାଗ ପକ୍ଷରୁ ୨୦୨୩ ଫେବୃୟାରୀ ଓ ମାର୍ଚ୍ଚରୁ ଚାଉଳ ଦିଆଯାଇଥିଲା। ବଣ୍ଟନ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଚାଉଳ ବଣ୍ଟା ହୋଇପାରି ନ ଥିଲା। ଫଳରେ ଚାଉଳ ପୁଣି ଯୋଗାଣ ବିଭାଗ ପାଖକୁ ଫେରିଯାଇଥିବାରୁ ହିତାଧିକାରୀମାନେ ପାଇବାରୁ ବଞ୍ଚତ୍ତ ହୋଇଥିବା ଆଲୋଚନାବେଳେ ଯୋଗାଣ ଅଧିକାରୀ କହିଥିଲେ। କିନ୍ତୁ ସମାନ କଥା ପୂର୍ବରୁ ମଧ୍ୟ କୁହାଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଉକ୍ତ ଚାଉଳ ହିତାଧିକାରୀଙ୍କୁ ଦିଆଯାଇ ନ ଥିଲା। ଫଳରେ ମହିଳାମାନେ ଏବେ ଚାଉଳ ଦିଅ ବୋଲି ଅଡ଼ିବସିଥିଲେ। ସେଥିରେ ସେମାନେ ବିଫଳ ହେବାରୁ ଯୋଗାଣ ଅଧିକାରୀଙ୍କୁ ଘୋଷାରି ନେଇ ପିଟିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri