ଭଲ ଖବର ପାଉନାହୁଁ

ଆକାର ପଟେଲ

ଭାରତରେ ଭଲ ଖବର ପାଇବା ସହଜ ନୁହେଁ ଏବଂ ଅନେକ ଦିନରୁ ଏହା ପାଇବା ବି ସହଜ ହୋଇନାହିଁ। ନିକଟରେ ଭାରତର ଅର୍ଥ ବ୍ୟବସ୍ଥା ଚଳିତ ତ୍ରୈମାସିକ(ଏପ୍ରିଲରୁ ଜୁନ୍‌)ରେ ଦୁଇଅଙ୍କରୁ ଅଧିତ୍କ ତଳକୁ ଖସୁଛି ବୋଲି ଏକ ରିପୋର୍ଟ ପ୍ରକାଶ ପାଇଥିତ୍ଲା। ଏହା ଏକ ଏଜେନ୍ସିର ରିପୋର୍ଟ ହେଲେ ମଧ୍ୟ ଏହାକୁ ଅନେକ ମିଡିଆ ସଂସ୍ଥା ପ୍ରକାଶ କରିଥିଲେ। ଏହାକୁ ଅନ୍ୟମାନେ ଏପରି କି ସରକାର ମଧ୍ୟ ଖଣ୍ଡନ କରି ନ ଥିଲେ କି ଏହା ଉପରେ କୌଣସି ଟିପ୍ପଣୀ ରଖି ନ ଥିଲେ। ଅର୍ଥାତ୍‌ ଏହାକୁ ସମସ୍ତେ ସତ ମାନି ନେଇଥିଲେ। ମହାମାରୀ ପୂର୍ବରୁ ଜାନୁୟାରୀ ୨୦୧୮ରୁ ୨୪ ମାସ ଧରି ଅର୍ଥବ୍ୟବସ୍ଥା ମାନ୍ଦା ରହିଥିଲା। ପରେ ଜାନୁୟାରୀ ୨୦୨୦ରୁ ୧୮ ମାସ ହେବ ଏହା ପୂରା ଧ୍ୱଂସ ହୋଇଯାଇଛି। ଏବେ ଆମ ଅର୍ଥ ବ୍ୟବସ୍ଥା ବିଶ୍ୱର ସବୁଠୁ ଖରାପ। ଭାରତର ଆର୍ଥିକ ଅଭିବୃଦ୍ଧି ୪୨ ମାସ ଧରି ତଳକୁ ଖସିଆସିଛି, କିନ୍ତୁ କାହିଁକି ଏଭଳି ଘଟୁଛି ତାହା ସରକାର କହି ନାହାନ୍ତି। ଏଥିରେ କ’ଣ ତ୍ରୁଟି ରହିଛି ଓ ତାହାକୁ ସୁଧାରିବା ଲାଗି କେଉଁ ଯୋଜନା କରିଛନ୍ତି ତାହା ମଧ୍ୟ ଜଣାଉନାହାନ୍ତି। ମାନ୍ଦା ଅର୍ଥ ବ୍ୟବସ୍ଥା ସୁଧାରିବା ପାଇଁ ଗତ ବର୍ଷ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୫ଟି କଥା ଉପସ୍ଥାପନ କରିଥିଲେ। କିନ୍ତୁ ସମସ୍ୟା ରହିଥିବା ଜଣେ ସ୍ବୀକାର କଲେ ହିଁ ଏହି ସଙ୍କଟଜନକ ସ୍ଥିତିକୁ ସୁଧାରିବା ସମ୍ଭବ ବୋଲି ସେ କହିଥିଲେ। ଏଣୁ ଯାହା ଘଟିଆସୁଛିି ତାହାକୁ ଭୁଲ୍‌ ବୋଲି ଗ୍ରହଣ କରୁ ନ ଥିବାରୁ ଆମେ ଏଭଳି ଅବସ୍ଥାରେ ଆଗକୁ ବି ରହିବା। ନିୟମିତ ରୋଜଗାର ସମ୍ପର୍କିତ ତଥ୍ୟ ପ୍ରଦାନ କରୁଥିବା ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆ ଇକୋନୋମୀ(ସିଏମ୍‌ଆଇଇ) କହିଛି ଯେ, ଭାରତରେ ବେରୋଜଗାର ଏବେ ୧୧% ରହିଛି, ଏହା ପାକିସ୍ତାନ ଏବଂ ବାଂଲାଦେଶଠାରୁ ଅଧିତ୍କ। ମୁଦ୍ରାସ୍ଫୀତି ଏବେ ଉଚ୍ଚରେ; ଯଦିଓ ଚାହିଦା କମ୍‌ ରହିଛି ଏବଂ ହୋଲ୍‌ସେଲ ପ୍ରାଇସ୍‌ ସବୁ ସର୍ବାଧିକରେ ପହଞ୍ଚିଛିି। ୧୯୯୨ ପରଠାରୁ ଏହା ସବୁଠୁ ବେଶି। ପେଟ୍ରୋଲ ମୂଲ୍ୟ ଲିଟର ପ୍ରତି ୧୦୦ଟଙ୍କା ଏବଂ ଡିଜେଲ ତା’ପାଖାପାଖି ହୋଇଛି। ବର୍ଷ ଶେଷ ସୁଦ୍ଧା ଅଶୋଧିତ୍ତ ତୈଳ ଦର ପୁଣି ୨୦% ବୃଦ୍ଧି ପାଇବାର ସମ୍ଭାବନା ଅଛି। ୨୦୧୪ରେ ରପ୍ତାନି ଯେଉଁ ସ୍ତରରେ ରହିଥିଲା ଏବେ ସେଇଠି ଅଛି। ମୋଦିଙ୍କ ନେତୃତ୍ୱରେ ୭ ବର୍ଷ ମଧ୍ୟରେ ଭାରତର କୌଣସି ଅଭିବୃଦ୍ଧି ଘଟିନାହିଁ, ବରଂ ଏହି ସମୟ ମଧ୍ୟରେ ବାଂଲାଦେଶ, ଭିଏଟ୍‌ନାମର ଅଭିବୃଦ୍ଧି ହୋଇଛି ଏବଂ ଚାଇନା ବିଶ୍ୱରେ ତା’ ଅଂଶ କବ୍‌ଜା କରି ରଖିତ୍ଛି।
ମେ’ରୁ ନଭେମ୍ବର ଯାଏ ୮୦ କୋଟି ଭାରତୀୟଙ୍କୁ ମାଗଣାରେ ମାସକୁ ଜଣଙ୍କ ପିଛା ୫ କେ.ଜି.ଗହମ କିମ୍ବା ଚାଉଳ ଓ ୧ କେ.ଜି.ଡାଲି ଯୋଗାଇ ଦିଆଯାଉଛି। ମେ’ରେ ୧୬ ଲକ୍ଷ ଟନ୍‌ ଗହମ ଏବଂ ୧୫ ଲକ୍ଷ ଟନ୍‌ ଚାଉଳ ବଣ୍ଟାଗଲା। ଏହା ଏବେ ଭାରତର ଦାରିଦ୍ର୍ୟ ଅବସ୍ଥା ସମ୍ପର୍କରେ ନିଶ୍ଚିତ ଭାବେ ବହୁତ କିଛି ଜଣାଇଦେବ। ମୋଦି ୨୦୧୪ରେ କ୍ଷମତାକୁ ଆସିଲା ବେଳେ କହିଥିଲେ ଯେ ଏମ୍‌ଜିଏନ୍‌ଆର୍‌ଇଜିଏ ମନମୋହନ ସରକାରଙ୍କ ବିଫଳତାର ଏକ ସ୍ମାରକୀ। ସେ ଲୋକଙ୍କୁ ପ୍ରକୃତ କାମ ଯୋଗାଇଦେବେ, କିନ୍ତୁ ଏମ୍‌ଜିଏନ୍‌ଆର୍‌ଇଜିଏ କାମ ନୁହେଁ। ହେଲେ ଗତ ବର୍ଷ ଏମ୍‌ଜିଏନ୍‌ଆର୍‌ଇଜିଏ ଆକାର ୩ଗୁଣ ରହିଥିଲା। କାରଣ କୋଟି କୋଟି ଲୋକ ରୋଜଗାର ହରାଇ ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇଯାଇଛନ୍ତି। ଏମାନେ ଏବେ ଏମ୍‌ଜିଏନ୍‌ଆର୍‌ଇଜିଏ ଓ ମାଗଣା ଖାଦ୍ୟଶସ୍ୟ ଉପରେ ନିର୍ଭରଶୀଳ। ଯେଉଁଥିପାଇଁ ଗତ ସପ୍ତାହରେ ଗୁଜରାଟ ସରକାର କହିଥିଲେ ଯେ, ଏମ୍‌ଜିଏନ୍‌ଆର୍‌ଇଜିଏ ହିଁ ବାସ୍ତବରେ ଜୀବନରକ୍ଷକ। ଲଦାଖରେ ଭାରତ ଚାଇନା ମୁହଁାମୁହିଁ ହେବା ବର୍ଷେ ହୋଇଗଲାଣି। ଭାରତ ସେଠାରେ ସ୍ଥାୟୀ ଭାବେ ହଜାର ହଜାର ସୈନ୍ୟଙ୍କୁ ମୁତୟନ କରିଛି। ଏଭଳି ସ୍ଥିତିରେ ଦ୍ୱିପାକ୍ଷିକ ଆଲୋଚନା ତଳ ସ୍ତରକୁ ଯାଉଛି ଏବଂ ଏବେ ସାମୂହିକ ମତଭେଦ ବଦଳରେ ଏକ ନିର୍ଦ୍ଦିଷ୍ଟ ସମସ୍ୟା ଉପରେ କେବଳ ଏରିୟା କମାଣ୍ଡରମାନେ ଆଲୋଚନା କରିବେ ବୋଲି ଚାଇନା ଆମକୁ କହିଛି। ଦୀପସଙ୍ଗ୍‌ରେ ଏଯାବତ ଆମ ସୈନ୍ୟମାନେ ପାଟ୍ରୋଲିଂ କରିପାରୁନାହାନ୍ତି। ପରିସ୍ଥିତିକୁ ସରକାର ସ୍ବୀକାର କରିନାହାନ୍ତି କି ଲଦାଖରେ ସଙ୍କଟ ଉପୁଜିବା ପରଠାରୁ ଗୋଟିଏ ହେଲେ ବି ପ୍ରେସ୍‌ ବିବୃତି ରଖିତ୍ନାହାନ୍ତି। ମନେକରାଯାଉଥିଲା ଭାରତ ବିଶ୍ୱର ଟିକା ଗୁରୁ ଓ ଟିକା ଫ୍ୟାକ୍ଟ୍ରି ହେବ, କିନ୍ତୁ ଏହା ପରିବର୍ତ୍ତେ ଅଗ୍ରିମ ଦେୟ ପଇଠ କରିଥିବା ଦେଶଗୁଡ଼ିକୁ ଏହାର ଉପତ୍ାଦିତ ଟିକା ଯୋଗାଣକୁ ବନ୍ଦ କରି ବିଶ୍ୱ ଟିକାକରଣ କାର୍ଯ୍ୟକ୍ରମକୁ ଧ୍ୱଂସ କରିଦେଇଛି। ଭାରତ ଜନସଂଖ୍ୟାର ମାତ୍ର ୩%ଙ୍କୁ ସମ୍ପୂର୍ଣ୍ଣ ଟିକାକରଣ କରିପାରିଥିବା ବେଳେ ବିଶ୍ୱରେ ଏହା ହାରାହାରି ୯%। କାହିଁକି ଏପରି ହୋଇଛି ସରକାର ପ୍ରକାଶ କରୁନାହାନ୍ତି। ରାଜ୍ୟଗୁଡ଼ିକର ପ୍ରଦତ୍ତ କୋଭିଡ୍‌ ମୃତକଙ୍କ ସଂଖ୍ୟାଠାରୁ ପ୍ରତିଦିନ ଅଧିକ ୪ରୁ ୧୦ ଗୁଣ ମଧ୍ୟରେ ମୃତ୍ୟୁ ସଂଖ୍ୟାର ରିପୋର୍ଟ ସାମ୍ନାକୁ ଆସୁଛି। ସଂକ୍ରମିତ ଏବଂ ମୃତ୍ୟୁର ବାସ୍ତବ ସଂଖ୍ୟା ପାଇବା ଲାଗି ସରକାର ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହାନ୍ତି।
ଚଳିତ ମାସରେ ଇଂଲଣ୍ଡରେ ଅନୁଷ୍ଠିତ ଜି୭ ବୈଠକରେ ପ୍ରଧାନମନ୍ତ୍ରୀ ଓପନ ସୋସାଇଟିଜ୍‌ ଷ୍ଟେଟ୍‌ମେଣ୍ଟରେ ସ୍ବାକ୍ଷର କରି ଭାରତ ମାନବାଧିକାର ଏବଂ ନାଗରିକ ସ୍ବତନ୍ତ୍ରତା ସୁରକ୍ଷା ଉପରେ କାର୍ଯ୍ୟ କରିବା ସହ ଏହାକୁ ପ୍ରୋତ୍ସାହିତ କରିବାକୁ ସଂକଳ୍ପ ନେଇଥିଲେ। କିନ୍ତୁ ଏହା ଉପରେ ଏଠି ଯିଏ ସ୍ବର ଉଠାଇଛିି ସେ ଅନ୍‌ଲ’ଫୁଲ୍‌ ଆକ୍ଟିଭିଟିଜ୍‌ ପ୍ରିଭେନ୍‌ସନ ଆକ୍ଟ(ୟୁଏପିିଏ)ରେ ଗିରଫ ହୋଇ ଜେଲରେ ରହିଛି। ଦିଲ୍ଲୀ ସୀମାରେ ଜାତୀୟ ରାଜପଥ କଡ଼ରେ ହଜାର ହଜାର କୃଷକ ଆନ୍ଦୋଳନ ଜାରି ରଖିଛନ୍ତି। କୃଷି ଆଇନଗୁଡ଼ିକୁ ସ୍ଥଗିତ ରଖାଯାଇଛି, କିନ୍ତୁ ପ୍ରତ୍ୟାହାର କରାଯାଇନାହିଁ। କାହିଁକି? ସୁପ୍ରିମ୍‌କୋର୍ଟ ଉକ୍ତ ଆଇନଗୁଡ଼ିକୁ ସ୍ଥଗିତ ରଖିତ୍ବାର ୬ ମାସ ପରେ ବି ମୋଦି ଏହି ଆଇନଗୁଡ଼ିକ ସମ୍ପର୍କରେ କିଛି କହିନାହାନ୍ତି। ଆପଣ ମୋଦିଙ୍କ ସମର୍ଥକ କିମ୍ବା ବିରୋଧୀ ଅବା ନିରପେକ୍ଷ ବ୍ୟକ୍ତି ହୋଇଥାଆନ୍ତୁ,ଦେଶର ସ୍ଥିତିକୁ ଦେଖିଲେ ଜାଣିପାରିବେ ଯେ ସରକାର ଭଲ ଖବର ସାମ୍ନାକୁ ଆଣୁନାହାନ୍ତି। ଏଥିପାଇଁ ଆଶାବାଦୀ ହେବା ବି ଜଟିଳ ହୋଇପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri