ଅବସର ପରେ ଭଲ ଲାଗୁନି

ଦିନେ ସନ୍ଧ୍ୟାବେଳେ ମୁଁ ଓ ମୋର ବନ୍ଧୁ ଏକ ପାର୍କ ପାଖରେ ବୁଲୁଥିବାବେଳେ ଜଣେ ବାବୁଙ୍କ ସହିତ ଦେଖାହେଲା। ବାବୁଙ୍କୁ ପଚାରିଲି ଆପଣ କେମିତି ଅଛନ୍ତି ? ବାବୁ କହିଲେ, ଅବସର ପରେ କିଛି ଭଲ ଲାଗୁନି। ମୁଁ କହିଲି ଏତେ ବର୍ଷ କାମ କଲେ, ଟିକେ ବିଶ୍ରାମ ନିଅନ୍ତୁ, ପରିବାର ସହିତ ସମୟ କାଟନ୍ତୁ ।
ବାବୁ କହିଲେ, ଆଗରୁ କେତେ ଲୋକ ମୋ ପାଖକୁ ଆସୁଥିଲେ, କିନ୍ତୁ ଏବେ କେହି ଆସୁନାହାନ୍ତି। ଚେଷ୍ଟା କରୁଛି ଯଦି କୌଣସି ସଂସ୍ଥାରେ କିଛି ନିଯୁକ୍ତି ମିଳିଯାଆନ୍ତା ତେବେ ଭଲ ଲାଗନ୍ତା। ତା’ପରେ ବାବୁଙ୍କ ପାଖରୁ ବିଦାୟ ନେଇ ମୁଁ ଓ ମୋର ବନ୍ଧୁ ଘରକୁ ଆସିବା ସମୟରେ ବନ୍ଧୁ ପଚାରିଲେ, ବାବୁ ଜଣକ ଅବସର ପରେ ପୁଣି ଚାକିରି କରିବାକୁ ଆଗ୍ରହୀ ଅଛନ୍ତି। ଶିକ୍ଷିତ ଯୁବତୀଯୁବକମାନେ ଚାକିରିକୁ ଅନେଇ ବସିଛନ୍ତି କିନ୍ତୁ କେତେକ କ୍ଷେତ୍ରରେ ଦେଖିବାକୁ ମିଳେ ଅବସର ପରେ କିଛି ଲୋକ ପୁଣି ନିଯୁକ୍ତି ପାଉଛନ୍ତି। ଏହା କେତେଦୂର ଠିକ୍‌। ମୁଁ କହିଲି, ତୋ’ ପ୍ରଶ୍ନ ଶୁଣି ମୋର ଗୋଟେ କଥା ମନେପଡୁଛି। ଥରେ ଆଖୁ ରସ ପିଇବାକୁ ମୁଁ ଛିଡ଼ା ହୋଇଥାଏ, ଆଖୁରସ ବିକୁଥିବା ବ୍ୟକ୍ତିଟି କେତେ ଖଣ୍ଡ ନିର୍ଦ୍ଦିିଷ୍ଟ ଆଖୁକୁ ଏକାଧିକ ଥର ମେଶିନରେ ପୂରାଉଥାଏ।
ମୁଁ ତାଙ୍କୁ କହିଲି, ସେହି ଆଖୁଖଣ୍ଡକୁ ବାରମ୍ବାର ମେଶିନରେ ପୂରାଉଛ, ଆଉ କ’ଣ ତା’ ଭିତରେ ରସ ଅଛି? ସେ କହିଲେ, ଆଖୁର କେତେ ରସ ଅଛି ମୁଁ ଜାଣିଛି। ସେଥିପାଇଁ ବାରମ୍ବାର ମେଶିନରେ ପୂରାଇ ରସ କାଢୁଛି। ଆଖୁ ବିକୁଥିବା ଲୋକର କଥାକୁ ଉଦାହରଣ ଦେଇ ବନ୍ଧୁଙ୍କୁ କହିଲି, ଆମକୁ ବୁଝିବାକୁ ପଡ଼ିବ ଯେ ଯେଉଁ ସଂସ୍ଥା ଅବସର ଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ଚାକିରି ଦେଉଛନ୍ତି ସେମାନେ ଜାଣିଥିବେ, ଏହାର କାରଣ କ’ଣ ଓ କେତେ ଦୂର ଠିକ୍‌।
ଆମେ ଯେମିତି ବ୍ୟବହାର କରିବା, ସେହି ପ୍ରକାର ଆମକୁ ମିଳିବ। କିନ୍ତୁ ସେ ବାବୁ ଜଣକ ଯାହା କହିଲେ, ତାଙ୍କ କଥାକୁ ନେଇ କିଛି ଲେଖିବାକୁ ଚେଷ୍ଟା କରିଛି। ସେ କହିଲେ, ଅବସର ପରେ ଭଲ ଲାଗୁନିର ମୁଖ୍ୟ କାରଣ ହେଉଛି କେହି କଥା ହେବାକୁ ଆସୁନାହାନ୍ତି ।
ଆଗ ଭଳି କେହି ଆଉ ବାବୁଙ୍କ କଥାକୁ ସମ୍ମାନ ଦେଉ ନାହାନ୍ତି। ବାବୁ ଚାକିରି କରିଥିଲେ ବୋଲି ଅବସର କଥା କହୁଛନ୍ତି କିନ୍ତୁ ଯେଉଁମାନେ ଚାଷୀ, ବ୍ୟବସାୟୀ କିମ୍ବା ଚାକିରି କରିନାହାନ୍ତି ସେମାନଙ୍କର ଅବସର ଅଛି କି? ଯେତେବେଳେ ପଦବୀ ଥିଲା କାହାରି ସହିତ ଭଲ ସମ୍ପର୍କ ରଖିପାରିଲେ ନାହିଁ। ସମ୍ପର୍କୀୟ, ବନ୍ଧୁବାନ୍ଧବ, ସାଙ୍ଗସାଥୀ ଓ ଗାଁ ଲୋକଙ୍କ ପାଖରୁ ଦୂରେଇ ରହିଲେ, କାଳେ କିଏ ସାହାଯ୍ୟ ମାଗିବେ, କିଏ ଟଙ୍କା ମାଗିବେ। ଗାଁରେ କୌଣସି ସାମୂହିକ କାର୍ଯ୍ୟକ୍ରମ କିମ୍ବା ମନ୍ଦିର କିମ୍ବା କୌଣସି ଅନୁଷ୍ଠାନକୁ ସାହାଯ୍ୟ କରି ନ ଥିଲେ। କାହାରି ଦୁଃଖରେ ଛିଡ଼ା ହେବାକୁ ସମୟ ନ ଥିଲା, ସବୁବେଳେ ନିଜ ଚିନ୍ତା କରୁଥିଲେ କେମିତି ଭଲରେ ରହିବେ।
ବାବୁ ଅବସର ପରେ ଜାଣିଲେ ଯେ ଭାବର ଆଦାନପ୍ରଦାନ ନିହାତି ଦରକାର। ଚାକିରି କରିଥିବା ବେଳେ ଏମିତି ଭାବିଥିଲେ ଭଲ ହୋଇଥାନ୍ତା। ସେ ସମୟ ଏବେ ଆଉ ନାହିଁ। ଏବେ ସମୟ ଅତିବାହିତ କରିବା ପାଇଁ ଅନ୍ୟମାନଙ୍କୁ ଖୋଜିଲେ ଆଉ କିଏ ଦେଖାଦେବେ। ଶାସ୍ତ୍ର କହିଥାଏ ”ଏବେ କରିବା କର୍ମ ମାନ ଆଗକୁ ହୁଅ ସାବଧାନ“।
ଆମେ ଏମିତି ଅଭ୍ୟାସରେ ପଡ଼ିଗଲେଣି ଯେ ସବୁବେଳେ ଅନ୍ୟକୁ ଦେଖୁ କିନ୍ତୁ ନିଜକୁ ଦେଖୁନା। ଅନ୍ୟମାନେ ପରିବର୍ତ୍ତନ ହୁଅନ୍ତୁ କିନ୍ତୁ ନିଜକୁ ବଦଳାଇବା କଥା ଚିନ୍ତା କରୁନା। ସର୍ବଦା ନିଜ ଦୋଷ ଦେଖି ନିଜଠାରେ ପରିବର୍ତ୍ତନ ଆଣିପାରିଲେ ଶାନ୍ତିରେ ରହିବା ସମ୍ଭବ ହୋଇପାରିବ।
ବାବୁ ଜଣକ ଅତୀତରେ ନିଜକୁ ପରିବର୍ତ୍ତନ କରିପାରିଲେ ନାହିଁ କିନ୍ତୁ ଏବେ ଅନ୍ୟମାନେ କେମିତି ପରିବର୍ତ୍ତନ ହେବେ ଆଶା କରୁଛନ୍ତି।
କିଛି ବ୍ୟକ୍ତି ଯେତେବେଳେ କୌଣସି ପଦପଦବୀରେ ଥାଆନ୍ତି ସେମାନେ କ୍ଷମତାର ନିଶାରେ ନିଜର ଶକ୍ତି ଦେଖାଇ ଥାଆନ୍ତି । କିନ୍ତୁ ବେଙ୍ଗ କହେ ବେଙ୍ଗୁଲି ଲୋ ପୃଥ୍ବୀ କ୍ଷଣ କ୍ଷଣକେ ଆନ । ସମୟ ଓ ପରିସ୍ଥିତିକୁ ନେଇ ସବୁ କିଛି ପରିବର୍ତ୍ତନ ହୋଇଯାଏ ।
ଏହି ସମୟ ଚାଲିଯିବ, ଯାହାର ଅର୍ଥ ସଂସାରରେ କିଛି ସ୍ଥାୟୀ ନୁହେଁ । ଯେଉଁମାନେ ଜୀବନର ପ୍ରତିଟି ମୁହୂର୍ତ୍ତକୁ ଭଲ କାର୍ଯ୍ୟରେ ଉପଯୋଗ କରିଥାନ୍ତି ସେମାନଙ୍କ ଜୀବନ ଧନ୍ୟ ହୁଏ । ସୁନ୍ଦର ଭାବରେ ବଞ୍ଚିବାକୁ ହେଲେ ଆବଶ୍ୟକତା ଅଛି ଏକ ସୁନ୍ଦର ସମ୍ପର୍କର । ନିଜର ମୂଲ୍ୟ ବୁଝିବା ସହିତ ଅନ୍ୟର ମଧ୍ୟ ମୂଲ୍ୟ ଅଛି ବୋଲି ଭାବିବା ମାନବିକତାର ପରିଚୟ।

– ଡ. ଗଣେଶ ଚନ୍ଦ୍ର କୁଣ୍ଡ
ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା
ମୋ : ୯୯୩୮୦୬୦୮୮୬


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri