ପୁଲକିତ କରୁନି ପାର୍ବଣ

ଅନୁଗୋଳ ଅଫିସ, ୧୧ା୯ – ପୁଲକିତ କରେ ପାର୍ବଣ। ଆନନ୍ଦ, ଉତ୍ସାହରେ ଭରିଦିଏ ମନ। କିନ୍ତୁ କୋଭିଡ୍‌ ମହାମାରୀ କାରଣରୁ ଗତବର୍ଷ ପରି ଚଳିତବର୍ଷ ମଧ୍ୟ ଏହି ଉତ୍ସବ ଋତୁ ଆରମ୍ଭରୁ କେଉଁଠି ନାହିଁ ଉତ୍ସାହ କି ଉଦ୍ଦୀପନା। ସରକାର କଟକଣାକୁ କଡ଼ାକଡ଼ି କରିଥିବାରୁ ଶୁକ୍ରବାର ଅନୁଷ୍ଠିତ ପାର୍ବଣର ପ୍ରଥମ ପୂଜା ଗଜାନନଙ୍କ ଆବାହନ କେବଳ ବିଧି ରକ୍ଷା ପୂର୍ବକ ପାଳନ କରାଯାଇଛି। ପାଲ ଘେରାଯାଇ ମଣ୍ଡପକୁ ଆବଦ୍ଧ କରାଯାଇଥିବା ବେଳେ ସାଜସଜ୍ଜା କରାଯାଇ ନାହିଁ। ସାଉଣ୍ଡ କି ବାଜା ବ୍ୟବସ୍ଥା ହୋଇନାହିଁ। ଭକ୍ତମାନଙ୍କ ଦର୍ଶନକୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିବାରୁ ଅନୁଗୋଳର ସମସ୍ତ ପୂଜାସ୍ଥଳ ଖାଁ ଖାଁ ଲାଗୁଛି। ଆସନ୍ତା ବର୍ଷ ଯଦି କରୋନାରୁ ମୁକ୍ତି ମିଳେ ତା’ହେଲେ ଧୁମ୍‌ଧାମ୍‌ରେ ପାର୍ବଣ ପାଳନ କରାଯିବ ବୋଲି ସହରବାସୀ ଆଶା ବାନ୍ଧିଛନ୍ତି।
ଅନୁଗୋଳ ଜିଲାର ବିଭିନ୍ନ ସ୍ଥାନରେ ବେଶ୍‌ ଜାକଜମକରେ ଗଣେଶ ପୂଜା ପାଳନ କରାଯାଇଥାଏ। ବିଶେଷକରି ତାଳଚେର ସହରର ଏହା ଗଣପର୍ବ। ଦୀର୍ଘ ୧୨ ଦିନ ଧରି ତାଳଚେରର ଶତାଧିକ ମଣ୍ଡପରେ ବଡ଼ ଆଡମ୍ବରରେ ଏହି ପୂଜା ହୋଇଥାଏ। ସାଜସଜ୍ଜାଠାରୁ ସାଂସ୍କୃତିକ କାର୍ଯ୍ୟକ୍ରମରେ ସହର ଯେପରି ଦୁଲୁକିଉଠେ। ମିନାବଜାର, ଦୋଳି, ମେଳା ଆଦିରେ ଦୈନିକ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ଗହଳି ଜମେ। ସେହିପରି ଅନୁଗୋଳ ସହରର ୫୦ରୁ ଊର୍ଦ୍ଧ୍ୱ ସ୍ଥାନରେ ବିଘ୍ନନାଶକଙ୍କୁ ଆବାହନ କରାଯାଏ। କିନ୍ତୁ ଗତବର୍ଷ କରୋନା ସଂକ୍ରମଣ ସ୍ଥିତି ଅଧିକ ଥିବାରୁ ଜିଲାରେ ପାର୍ବଣର ଏହି ଆଦ୍ୟ ପର୍ବ ସମ୍ପୂର୍ଣ୍ଣ ପାଣିଚିଆ ହୋଇଯାଇଥିଲା। ପରମ୍ପରା ରକ୍ଷା ପାଇଁ କେଉଁଠି ଫଟୋ ପୂଜା ହୋଇଥିଲା ତ ଆଉ କେଉଁଠି ଆବଦ୍ଧ ମଣ୍ଡପରେ ଗଜାନନଙ୍କୁ ବସାଯାଇଥିଲା। ଚଳିତବର୍ଷ ଜିଲାରେ କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା ନିୟନ୍ତ୍ରଣରେ ରହିଥିଲେ ମଧ୍ୟ ଦ୍ୱିତୀୟ ଲହରର ଭୟାବହତାକୁ ଅଙ୍ଗେ ନିଭାଇଥିବା ରାଜ୍ୟ ସରକାର ପାର୍ବଣ ଗାଇଡ୍‌ଲାଇନରେ ସେପରି କୋହଳ ମନୋଭାବ ଦେଖାଇନାହାନ୍ତି। ଏପରି କି ମୂର୍ତ୍ତି ନିର୍ମାଣ କଟକଣାକୁ ମଧ୍ୟ କଡ଼ାକଡ଼ି କରି ତୃତୀୟ ଲହର ପାଇଁ ସାବଧାନ ରହିବାକୁ ବାର୍ତ୍ତା ଦେଇଛନ୍ତି। କମିଟି କର୍ମକର୍ତ୍ତା, ପୂଜକ, କର୍ତ୍ତାଙ୍କୁ ନେଇ ମାତ୍ର ୭ ଜଣ ମଣ୍ଡପରେ ରହିପାରିବେ ବୋଲି ନିର୍ଦ୍ଦେଶ ଥିବାରୁ ଏତେବଡ଼ ପୂଜା ବିନା ଆଡ଼ମ୍ବରରେ ଶେଷ ହୋଇଛି। କେତୋଟି ସ୍ଥାନରେ ସନ୍ଧ୍ୟାରେ ଭସାଣି କାର୍ଯ୍ୟକ୍ରମ ମଧ୍ୟ ଶେଷ କରାଯାଇଥିବା ସୂଚନା ମିଳିଛି। ଭସାଣି ବେଳେ ଶୋଭାଯାତ୍ରା ହୋଇପାରିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିବାରୁ ଜିଲା ପ୍ରଶାସନ ଏହା ଉପରେ କଡ଼ା ନଜର ରଖିଛି। କେଉଁଠି ଯେପରି ଏହାର ଉଲ୍ଲଂଘନ ନ ହୁଏ ସେ ନେଇ ସତର୍କ କରାଇ ଦିଆଯାଇଛି।
କୋଭିଡ୍‌ ଗଲେ ଫେରିବ ଉତ୍ସାହ
ସରକାରଙ୍କ କଟକଣା ମଧ୍ୟରେ ଚଳିତବର୍ଷ ଗଣେଶ ପୂଜା ପାଳନ କରାଯାଇଛି। କୋଭିଡ୍‌ ସମୟ ହୋଇଥିବରୁ ବିନା ଆଡ଼ମ୍ବରରେ ପୂଜା କରାଯାଇଛି। ଜୀବନ ଥିଲେ କେତେ ପାର୍ବଣ ଆସିବ। ତେଣୁ ସରକାର କରିଥିବା ନିୟମକୁ ମାନି ସମସ୍ତେ ପୂଜା ପାଳନ କରନ୍ତୁ।
-ରଶ୍ମି ରଞ୍ଜନ ସାହୁ, ଅନୁଗୋଳ
ପୂଜା ସମ୍ପୂର୍ଣ୍ଣ ଫିକା ପଡ଼ିଛି
ଦୁଇ ବର୍ଷ ହେଲାଣି ପାର୍ବଣ ସମ୍ପୂର୍ଣ୍ଣ ଫିକା ପଡ଼ୁଛି। ସରକାରଙ୍କ କଡ଼ା କଟକଣା ପାଇଁ କୌଣସି ପୂଜା ଜାକଜମକରେ କରାଯାଉ ନାହିଁ। କେବଳ ବିଧି ରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ମୂର୍ତ୍ତି ପୂଜା କରାଯାଉଛି। କେବେ କୋଭିଡ୍‌ ଯିବ ଓ ଆମେ ଉତ୍ସବ ମନାଇବୁ ତାହାକୁ ଅପେକ୍ଷା।
-ସୋନାଲି ଥମ୍ବ, ଛାତ୍ରୀ, ଅନୁଗୋଳ
କେବଳ ବିଧି ରକ୍ଷା କରାଯାଉଛି
ପୂର୍ବବର୍ଷ ଅପେକ୍ଷା ଚଳିତବର୍ଷ କୋଭିଡ୍‌ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଛି। ସେଥିପାଇଁ ସରକାର ନିୟମରେ ଟିକେ କୋହଳ କରିଛନ୍ତି। କିନ୍ତୁ ପାର୍ବଣ କଟକଣା ଉଲ୍ଲଂଘନ ହେଲେ ଲକ୍‌ଡାଉନ ଫେରିବ ବୋଲି ସତର୍କ କରାଯାଇଥିବାରୁ କେବଳ ବିଧି ରକ୍ଷା କରାଯାଉଛି।
-ପବିତ୍ର ଭଞ୍ଜ, ଅନୁଗୋଳ
ଖୁସି ଛଡ଼ାଇ ନେଇଛି କରୋନା
ଦୁଇବର୍ଷ ହେଲା କୋଭିଡ୍‌ ଲୋକଙ୍କ ମନରୁ ଖୁସି ଛଡ଼ାଇ ନେଇଛି। ବିଶେଷକରି ପାର୍ବଣ ସମୟକୁ ଲୋକେ ଖୁବ୍‌ ଆନନ୍ଦ, ଉତ୍ସାହର ସହ ପାଳନ କରିଥାନ୍ତି। କିନ୍ତୁ ତୃତୀୟ ଲହରର ଭୟ ତାହା ଚଳିତବର୍ଷ କରିବାକୁ ଦେଇନାହିଁ। କଟକଣାକୁ କଠୋର କରାଯାଇଛି।
-ମୋନାଲିସା ନାୟକ, ଛାତ୍ରୀ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri