ପୁଲକିତ କରୁନି ପାର୍ବଣ

ଅନୁଗୋଳ ଅଫିସ, ୧୧ା୯ – ପୁଲକିତ କରେ ପାର୍ବଣ। ଆନନ୍ଦ, ଉତ୍ସାହରେ ଭରିଦିଏ ମନ। କିନ୍ତୁ କୋଭିଡ୍‌ ମହାମାରୀ କାରଣରୁ ଗତବର୍ଷ ପରି ଚଳିତବର୍ଷ ମଧ୍ୟ ଏହି ଉତ୍ସବ ଋତୁ ଆରମ୍ଭରୁ କେଉଁଠି ନାହିଁ ଉତ୍ସାହ କି ଉଦ୍ଦୀପନା। ସରକାର କଟକଣାକୁ କଡ଼ାକଡ଼ି କରିଥିବାରୁ ଶୁକ୍ରବାର ଅନୁଷ୍ଠିତ ପାର୍ବଣର ପ୍ରଥମ ପୂଜା ଗଜାନନଙ୍କ ଆବାହନ କେବଳ ବିଧି ରକ୍ଷା ପୂର୍ବକ ପାଳନ କରାଯାଇଛି। ପାଲ ଘେରାଯାଇ ମଣ୍ଡପକୁ ଆବଦ୍ଧ କରାଯାଇଥିବା ବେଳେ ସାଜସଜ୍ଜା କରାଯାଇ ନାହିଁ। ସାଉଣ୍ଡ କି ବାଜା ବ୍ୟବସ୍ଥା ହୋଇନାହିଁ। ଭକ୍ତମାନଙ୍କ ଦର୍ଶନକୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିବାରୁ ଅନୁଗୋଳର ସମସ୍ତ ପୂଜାସ୍ଥଳ ଖାଁ ଖାଁ ଲାଗୁଛି। ଆସନ୍ତା ବର୍ଷ ଯଦି କରୋନାରୁ ମୁକ୍ତି ମିଳେ ତା’ହେଲେ ଧୁମ୍‌ଧାମ୍‌ରେ ପାର୍ବଣ ପାଳନ କରାଯିବ ବୋଲି ସହରବାସୀ ଆଶା ବାନ୍ଧିଛନ୍ତି।
ଅନୁଗୋଳ ଜିଲାର ବିଭିନ୍ନ ସ୍ଥାନରେ ବେଶ୍‌ ଜାକଜମକରେ ଗଣେଶ ପୂଜା ପାଳନ କରାଯାଇଥାଏ। ବିଶେଷକରି ତାଳଚେର ସହରର ଏହା ଗଣପର୍ବ। ଦୀର୍ଘ ୧୨ ଦିନ ଧରି ତାଳଚେରର ଶତାଧିକ ମଣ୍ଡପରେ ବଡ଼ ଆଡମ୍ବରରେ ଏହି ପୂଜା ହୋଇଥାଏ। ସାଜସଜ୍ଜାଠାରୁ ସାଂସ୍କୃତିକ କାର୍ଯ୍ୟକ୍ରମରେ ସହର ଯେପରି ଦୁଲୁକିଉଠେ। ମିନାବଜାର, ଦୋଳି, ମେଳା ଆଦିରେ ଦୈନିକ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ଗହଳି ଜମେ। ସେହିପରି ଅନୁଗୋଳ ସହରର ୫୦ରୁ ଊର୍ଦ୍ଧ୍ୱ ସ୍ଥାନରେ ବିଘ୍ନନାଶକଙ୍କୁ ଆବାହନ କରାଯାଏ। କିନ୍ତୁ ଗତବର୍ଷ କରୋନା ସଂକ୍ରମଣ ସ୍ଥିତି ଅଧିକ ଥିବାରୁ ଜିଲାରେ ପାର୍ବଣର ଏହି ଆଦ୍ୟ ପର୍ବ ସମ୍ପୂର୍ଣ୍ଣ ପାଣିଚିଆ ହୋଇଯାଇଥିଲା। ପରମ୍ପରା ରକ୍ଷା ପାଇଁ କେଉଁଠି ଫଟୋ ପୂଜା ହୋଇଥିଲା ତ ଆଉ କେଉଁଠି ଆବଦ୍ଧ ମଣ୍ଡପରେ ଗଜାନନଙ୍କୁ ବସାଯାଇଥିଲା। ଚଳିତବର୍ଷ ଜିଲାରେ କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା ନିୟନ୍ତ୍ରଣରେ ରହିଥିଲେ ମଧ୍ୟ ଦ୍ୱିତୀୟ ଲହରର ଭୟାବହତାକୁ ଅଙ୍ଗେ ନିଭାଇଥିବା ରାଜ୍ୟ ସରକାର ପାର୍ବଣ ଗାଇଡ୍‌ଲାଇନରେ ସେପରି କୋହଳ ମନୋଭାବ ଦେଖାଇନାହାନ୍ତି। ଏପରି କି ମୂର୍ତ୍ତି ନିର୍ମାଣ କଟକଣାକୁ ମଧ୍ୟ କଡ଼ାକଡ଼ି କରି ତୃତୀୟ ଲହର ପାଇଁ ସାବଧାନ ରହିବାକୁ ବାର୍ତ୍ତା ଦେଇଛନ୍ତି। କମିଟି କର୍ମକର୍ତ୍ତା, ପୂଜକ, କର୍ତ୍ତାଙ୍କୁ ନେଇ ମାତ୍ର ୭ ଜଣ ମଣ୍ଡପରେ ରହିପାରିବେ ବୋଲି ନିର୍ଦ୍ଦେଶ ଥିବାରୁ ଏତେବଡ଼ ପୂଜା ବିନା ଆଡ଼ମ୍ବରରେ ଶେଷ ହୋଇଛି। କେତୋଟି ସ୍ଥାନରେ ସନ୍ଧ୍ୟାରେ ଭସାଣି କାର୍ଯ୍ୟକ୍ରମ ମଧ୍ୟ ଶେଷ କରାଯାଇଥିବା ସୂଚନା ମିଳିଛି। ଭସାଣି ବେଳେ ଶୋଭାଯାତ୍ରା ହୋଇପାରିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିବାରୁ ଜିଲା ପ୍ରଶାସନ ଏହା ଉପରେ କଡ଼ା ନଜର ରଖିଛି। କେଉଁଠି ଯେପରି ଏହାର ଉଲ୍ଲଂଘନ ନ ହୁଏ ସେ ନେଇ ସତର୍କ କରାଇ ଦିଆଯାଇଛି।
କୋଭିଡ୍‌ ଗଲେ ଫେରିବ ଉତ୍ସାହ
ସରକାରଙ୍କ କଟକଣା ମଧ୍ୟରେ ଚଳିତବର୍ଷ ଗଣେଶ ପୂଜା ପାଳନ କରାଯାଇଛି। କୋଭିଡ୍‌ ସମୟ ହୋଇଥିବରୁ ବିନା ଆଡ଼ମ୍ବରରେ ପୂଜା କରାଯାଇଛି। ଜୀବନ ଥିଲେ କେତେ ପାର୍ବଣ ଆସିବ। ତେଣୁ ସରକାର କରିଥିବା ନିୟମକୁ ମାନି ସମସ୍ତେ ପୂଜା ପାଳନ କରନ୍ତୁ।
-ରଶ୍ମି ରଞ୍ଜନ ସାହୁ, ଅନୁଗୋଳ
ପୂଜା ସମ୍ପୂର୍ଣ୍ଣ ଫିକା ପଡ଼ିଛି
ଦୁଇ ବର୍ଷ ହେଲାଣି ପାର୍ବଣ ସମ୍ପୂର୍ଣ୍ଣ ଫିକା ପଡ଼ୁଛି। ସରକାରଙ୍କ କଡ଼ା କଟକଣା ପାଇଁ କୌଣସି ପୂଜା ଜାକଜମକରେ କରାଯାଉ ନାହିଁ। କେବଳ ବିଧି ରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ମୂର୍ତ୍ତି ପୂଜା କରାଯାଉଛି। କେବେ କୋଭିଡ୍‌ ଯିବ ଓ ଆମେ ଉତ୍ସବ ମନାଇବୁ ତାହାକୁ ଅପେକ୍ଷା।
-ସୋନାଲି ଥମ୍ବ, ଛାତ୍ରୀ, ଅନୁଗୋଳ
କେବଳ ବିଧି ରକ୍ଷା କରାଯାଉଛି
ପୂର୍ବବର୍ଷ ଅପେକ୍ଷା ଚଳିତବର୍ଷ କୋଭିଡ୍‌ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଛି। ସେଥିପାଇଁ ସରକାର ନିୟମରେ ଟିକେ କୋହଳ କରିଛନ୍ତି। କିନ୍ତୁ ପାର୍ବଣ କଟକଣା ଉଲ୍ଲଂଘନ ହେଲେ ଲକ୍‌ଡାଉନ ଫେରିବ ବୋଲି ସତର୍କ କରାଯାଇଥିବାରୁ କେବଳ ବିଧି ରକ୍ଷା କରାଯାଉଛି।
-ପବିତ୍ର ଭଞ୍ଜ, ଅନୁଗୋଳ
ଖୁସି ଛଡ଼ାଇ ନେଇଛି କରୋନା
ଦୁଇବର୍ଷ ହେଲା କୋଭିଡ୍‌ ଲୋକଙ୍କ ମନରୁ ଖୁସି ଛଡ଼ାଇ ନେଇଛି। ବିଶେଷକରି ପାର୍ବଣ ସମୟକୁ ଲୋକେ ଖୁବ୍‌ ଆନନ୍ଦ, ଉତ୍ସାହର ସହ ପାଳନ କରିଥାନ୍ତି। କିନ୍ତୁ ତୃତୀୟ ଲହରର ଭୟ ତାହା ଚଳିତବର୍ଷ କରିବାକୁ ଦେଇନାହିଁ। କଟକଣାକୁ କଠୋର କରାଯାଇଛି।
-ମୋନାଲିସା ନାୟକ, ଛାତ୍ରୀ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଟିଏମ୍‌ ଫୋରମର ପ୍ରଥମ ଇନୋଭେଶନ ହବ୍‌

ଭୁବନେଶ୍ୱର,୩।୧୨: ରିଲାଏନ୍ସ ଜିଓ ଓ ଟିଏମ୍‌ ଫୋରମର ମିଳିତ ସହଯୋଗରେ ନଭି ମୁମ୍ବାଇସ୍ଥିତ ରିଲାଏନ୍ସ କର୍ପୋରେଟ୍‌ ଆଇଟି ପାର୍କଠାରେ ଟିଏମ୍‌ ଫୋରମ୍‌ର ପ୍ରଥମ ଇନୋଭେଶନ ହବ୍‌...

ବେଦାନ୍ତ ଆଲୁମିନିୟମର ୩ୟ ବୈଷୟିକ ମାଷ୍ଟର କ୍ଲାସ୍‌

ଭୁବନେଶ୍ୱର,୩।୧୨ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ବେଦାନ୍ତ ଆଲୁମିନିୟମ ପକ୍ଷରୁ ଆୟୋଜିତ ୩ୟ ବୈଷୟିକ ମାଷ୍ଟର କ୍ଲାସ୍‌ ନିକଟରେ ଅନୁଷ୍ଠିତ ହୋଇଯାଇଛି।...

ନିଶ୍ଚିନ୍ତକୋଇଲି ପୋଲିସର ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ସାହୁ ଆହତ

ନିଶ୍ଚିନ୍ତକୋଇଲି, ୩।୧୨(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ପୋଲିସ ଶନିବାର ବିଳମ୍ବିତ ରାତିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ସାହୁ(ଲିପୁ)ଙ୍କୁ ଏନକାଉଣ୍ଟର କରିଛି। ତାଙ୍କ ବାମ...

ବାତ୍ୟା: ୫ ଜିଲାରେ ଅତିପ୍ରବଳ ବର୍ଷା

ଭୁବନେଶ୍ୱର,୩।୧୨(ଅନିଲ ଦାସ)ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ(ଡିପ୍ରେସନ) ଶନିବାର ଗଭୀର ଅବପାତ(ଡିପ୍‌ ଡିପ୍ରେସନ)ରେ ପରିଣତ ହୋଇଛି। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଘଣ୍ଟା ପ୍ରତି ୧୮କି.ମି....

ମଣ୍ଡି ଖୋଲିନି, ଧାନ ବ୍ୟବସାୟୀ ସକ୍ରିୟ

ସୋନପୁର,୩।୧୨(ମୃତ୍ୟୁଞ୍ଜୟ ଶତପଥୀ)ଅଧିକ ଧାନ ଉତ୍ପାଦନ ପାଇଁ ପ୍ରସିଦ୍ଧି ଥିବା ସୁବର୍ଣ୍ଣପୁର ଜିଲାରେ ଖରିଫ ଧାନ ପ୍ରାୟତଃ ୭୦ ପ୍ରତିଶତ ଅମଳ ହୋଇ ସାରିଲାଣି। ହୀରାକୁଦ କେନାଲ...

ସୁଆଁ ଚାଷ କରି ଦୃଷ୍ଟାନ୍ତ ସାଜିଛନ୍ତି ସରିତା

ସୁନ୍ଦରଗଡ,୩ା୧୨(ଜୟ ନାରାୟଣ ମେଣ୍ଡୁଳି)ଆବହମାନ କାଳରୁ ପୁଷ୍ଟିଶସ୍ୟ ବା ମିଲେଟ୍ସ ମଣିଷ ସଭ୍ୟତାର ମୁଖ୍ୟ ଓ ପ୍ରଥମ ଖାଦ୍ୟ ଥିଲା। ପ୍ରାମାଣିକ ତଥ୍ୟ ଅନୁସାରେ ମିଲେଟ୍ସ ଚାଷ...

ଉଦ୍‌ଘାଟନ ସରିଛି, କାର୍ଯ୍ୟକାରୀ ହେଉନି

ସମ୍ବଲପୁର,୩ା୧୨ (ଭବାନୀ ଶଙ୍କର ଭୋଇ)ରାସ୍ତାଘାଟରେ ବଜାର ବସିବା କାରଣରୁ ସମ୍ବଲପୁରର ସର୍ବପୁରାତନ ଗୋଳବଜାର ସଙ୍କୁଚିତ ହୋଇଯାଇଛି। ଏଥିପାଇଁ ଟ୍ରାଫିକ ସମସ୍ୟା ଏଠାକାର ନିତିଦିନିଆ ସମସ୍ୟା ଭାବେ...

ପ୍ରକଳ୍ପ ଅଛି, ମିଳୁନି ପାଣି: ବସୁଧା ଯୋଜନାରୁ ଗ୍ରାମବାସୀ ବଞ୍ଚିତ

କାଲିମେଳା, ୩ା୧୨(ଜୀବନକୃଷ୍ଣ ଦାସ)ମାଲକାନଗିରି ଜିଲା କାଲିମେଳା ବ୍ଲକ ତେଲରାଇ ପଞ୍ଚାୟତ ତେଲରାଇ ଗ୍ରାମରେ ପ୍ରକଳ୍ପ ଅଛି, କିନ୍ତୁ ପାଣି ମିଳୁନି। ଏହି ଗ୍ରାମରେ ଆଦିବାସୀ ସମ୍ପ୍ରଦାୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri