ଏ ବର୍ଷ ବି ହେଲାନି ପାରାଦୀପ ପ୍ରସିଦ୍ଧ ବିଶ୍ୱକର୍ମା ପୂଜା

ପାରାଦୀପ,୧୭ା୯(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ପାରାଦୀପର ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ମହୋତ୍ସବ ଚଳିତ ବର୍ଷ ବନ୍ଦ ରହିଲା। ୧୯୬୮ରୁ ପାଳିତ ହୋଇଆସୁଥିବା ଏହି ପୂଜା କନ୍ୟା ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଥାଏ। ଏନେଇ ପାରାଦୀପ ବନ୍ଦର ନଗରୀ ସପ୍ତାହବ୍ୟାପି ଉତ୍ସବ ମୁଖର ହୋଇଉଠେ। ଶନିବାର କନ୍ୟା ସଂକ୍ରାନ୍ତି ପଡୁଥିଲେ ମଧ୍ୟ ପୂଜା ଉତ୍ସବ ପାଳନ ହେଉନାହିଁ। ଏଥିପାଇଁ ସହରରେ ଏବେ ନୀରବତା ଦେଖିବାକୁ ମିଳିଛି। ପୂଜା ଅଞ୍ଚଳ ବ୍ୟାଙ୍କ ଲେନ ଛକରେ ଏବେ ବାହାର ରାଜ୍ୟର ପ୍ଲାଷ୍ଟିକ ଫୁଲ ବେପାରୀ ନିରାଶ ହୋଇଛନ୍ତି। କାରଣ ସେମାନେ ପ୍ରତିବର୍ଷ ବିଶ୍ୱକର୍ମା ପୂଜା ପୂର୍ବରୁ ଫୁଲ ନେଇ ଆସିଥାନ୍ତି। ଏହି ସମୟରେ ସେମାନଙ୍କର ଭଲ ବେପାର ହୋଇଥାଏ। ପାରାଦୀପର ଅଧିକାଂଶ ଗାଡି ମାଲିକ ଓ ଲେଦ ଗୁଡିକ ଏହି କନ୍ୟା ସଂକ୍ରାନ୍ତି ରେ ପୂଜା କରିଥାନ୍ତି। ସେଥିପାଇଁ ଏହି ପ୍ଲାଷ୍ଟିକ ଫୁଲ ଅଧିକ ବିକ୍ରି ହୋଇଥାଏ। ଏସମ୍ପର୍କରେ ପ୍ଲାଷ୍ଟିକ ଫୁଲ ବ୍ୟବସାୟୀ ତପନ କୁମାର କୁହନ୍ତି, ପ୍ଲାଷ୍ଟିକ ଫୁଲ ବ୍ୟବସାୟ ପାଇଁ ଆମେ ଏହି ସମୟରେ ପାରାଦୀପ ଆସୁ। ଏନେଇ ଏଠାକୁ ଆସିଥିଲୁ । ମାତ୍ର ପହଞ୍ଚତ୍ବା ପରେ ପୂଜା ହେଉ ନ ଥିବା ଜଣାପଡ଼ିଛି। ଏହା ଆମକୁ ନିରାଶ କରିଛି।
ସୂଚନାଯୋଗ୍ୟ, କୋଭିଡ କଟକଣା ପାଇଁ ଦୁଇବର୍ଷ ହେବ ପୂଜା ବନ୍ଦ ରହିଥିଲା।ଚଳିତ ବର୍ଷ ଅନେକ ସ୍ଥାନରେ ପୂର୍ବଭଳି ମହୋତ୍ସବ ପାଳନ ହେଲାଣି।କିନ୍ତୁ ପାରାଦୀପର ବିଶ୍ୱକର୍ମା ପୂଜା ବନ୍ଦ ହେବା ଘଟଣାର ଆୟୋଜକ ଓ ପ୍ରଶାସକ ପରସ୍ପରକୁ ଦୋଷାରୋପ କରୁଛନ୍ତି। ଏହି ପୂଜାର ପ୍ରମୁଖ ଆୟୋଜକ ଡମ୍ପର ମାଲିକସଂଘ ସଭାପତି ବିଜୟ କୁମାର ନାୟକ କୁହନ୍ତି, ଆମକୁ ପ୍ରଥମେ ପୋର୍ଟ ଅଥରିଟି ଚିଠି କରି ଡକାଇଥାନ୍ତି। ସେଠାରେ ପୂଜା ପାଇଁ ପ୍ରସ୍ତୁତି ବୈଠକ ହୋଇଥାଏ। ତା’ପରେ ଜାଗା ପାଇଁ ଅର୍ଥ ଜମା କରିବା ପରେ ମଣ୍ଡପ ଚିହ୍ନଟ ହୋଇଥାଏ। ପୂଜାର ସପ୍ତାହ ପୂର୍ବରୁ ଜିଲା ପ୍ରଶାସନ ଆଇନଶୃଙ୍ଖଳା ବୈଠକ କରିଥାନ୍ତି। ଏ ବର୍ଷ ପୋର୍ଟ ଅଥରିଟି ଆମକୁ ଡାକିଲେ ନାହିଁ। ସେଥିପାଇଁ ଆମେ ପୂଜା କରିଲୁ ନାହିଁ। ସମାନ କଥା ପ୍ରାୟ ଆଉ କିଛି ପୂଜାଆୟୋଜକ କମିଟି ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ବନ୍ଦର ପ୍ରଶାସନ ପକ୍ଷରୁ କୁହାଯାଇଛି, ଆମକୁ କେହି ପୂଜା କରିବା ପାଇଁ ଆବେଦନ କରିନାହାଁନ୍ତି । ପାରାଦୀପର ପ୍ରମୁଖ ପୂଜା କମିଟି କହିଲେ ୩ ଟ୍ରକ ମାଲିକ ସଂଘ, ୨ ଡମ୍ଫର ମାଲିକସଂଘ, ଓମ୍ଫା, ପାରାଦୀପ ବନ୍ଦର ଜନସ୍ବାସ୍ଥ୍ୟ ବିଭାଗ, ବିଦ୍ୟୁତ ବିଭାଗ, ମେରାଇନ ବିଭାଗ, ୬ଟି ୟୁନିୟନ, ଅଟୋରିକ୍ସା ସଂଘ ଓ ଅନ୍ୟ କିଛି ସଙ୍ଗଠନକୁ ବୁଝାଏ। କରୋନା ମହାମାରୀ ପରେ ଅଧିକାଂଶ ସଙ୍ଗଠନ ଦେବାଳିଆ ପରିସ୍ଥିତିରେ ଗତି କରୁଛନ୍ତି। ପୂଜା ନ ହେବା ମଧ୍ୟ କିଛି କମିଟିକୁ ସୁହାଇଛି ବୋଲି ଜଣେ ଶ୍ରମିକନେତା ବିଭୁତି ମହାରଣା କୁହନ୍ତି। ଏମିତି ଛକାପଞ୍ଝା ମଧ୍ୟରେ ପୂଜା ବନ୍ଦ ହୋଇ ଯାଇଛି।ଆଗାମି ବର୍ଷରେ ପୁଣି ଏହି ପୂଜା ହେବ କି ନାହିଁ ସେନଇ ଏବେଠାରୁ ସଂଶୟ ସୃଷ୍ଟି ହେଲାଣି।


Enter your email to get our daily news in your inbox.

All Right Reserved By Dharitri.Com

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri