୨୮ ବର୍ଷରେ ଅଧୁରା

ଢେଙ୍କାନାଳ ଅଫିସ, ୨୮ା୪(ରତନ ନାୟାର): ଅନୁଗୋଳ ଜିଲା ବ୍ରାହ୍ମଣୀ ନଦୀରେ ୧୯୯୫ରେ ସମଲ ବ୍ୟାରେଜ ନିର୍ମାଣ ପରେ ଅନୁଗୋଳ, ଢେଙ୍କାନାଳ, ଯାଜପୁର ଓ କଟକ ଜିଲାର ଚାଷୀଙ୍କ ଜମିକୁ ଜଳ ଯୋଗାଇଦେବା ଲାଗି କରାଯାଇଥିଲା ଯୋଜନା। ତଦନୁଯାୟୀ ବ୍ରାହ୍ମଣୀର ବାମ ପାର୍ଶ୍ୱରେ ବାମ କେନାଲ ଏବଂ ଦକ୍ଷିଣ ପାର୍ଶ୍ୱରେ ଦକ୍ଷିଣ କେନାଲ ଖନନ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ଦୁଇ ବୃହତ୍‌ ଜଳସେଚନ ପ୍ରକଳ୍ପ ଦ୍ୱାରା ନଦୀ ତଟବର୍ତ୍ତୀ ସମ୍ପୃକ୍ତ ୪ ଜିଲାର ଜମିକୁ ପାଣି ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଥିଲା। ହେଲେ ଦୀର୍ଘ ୨୮ ବର୍ଷ ଅତିକ୍ରାନ୍ତ ପରେ କେନାଲ କାର୍ଯ୍ୟ ଶେଷ ହେଉନାହିଁ। ସମଲ ବ୍ୟାରେଜରୁ କଟକ ଜିଲା ନରସିଂହପୁର ଯାଏ ୧୯୨ କିଲୋମିଟର ମଧ୍ୟରୁ ଢେଙ୍କାନାଳ ଜିଲା ମଧୁସାହୁପାଟଣା ପର୍ଯ୍ୟନ୍ତ ମାତ୍ର ୧୨୫ କିଲୋମିଟର କାମ ହୋଇଛି। ଅବଶିଷ୍ଟ ୬୭ କିଲୋମିଟର କେନାଲ ଖନନ ହେବାକୁ ବାକି ଅଛି। ଇତିମଧ୍ୟରେ ଖର୍ଚ୍ଚ ଅଟକଳ ରାଶି ୪ ଗୁଣା ବଢ଼ିସାରିଥିବାବେଳେ ପ୍ରକଳ୍ପ କେବେ ପୂର୍ଣ୍ଣାଙ୍ଗ ହେବ ତାହାର ଉତ୍ତର କାହା ପାଖରେ ନାହିଁ।
ଅନୁଗୋଳ ଜିଲାର ସମଲ ବ୍ୟାରେଜରୁ ଆରମ୍ଭ ହୋଇଥିବା ରେଙ୍ଗାଳି ଦକ୍ଷିଣ କେନାଲ ଢେଙ୍କାନାଳ, ଯାଜପୁର ଜିଲା ଦର୍ପଣୀ ଏବଂ କଟକ ଜିଲାର ନରସିଂହପୁର ପର୍ଯ୍ୟନ୍ତ ଖନନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ପ୍ରାରମ୍ଭିକ ସର୍ଭେରୁ ରେଙ୍ଗାଳି ଦକ୍ଷିଣ ମୁଖ୍ୟ କେନାଲ ଏବଂ ଶାଖା କେନାଲ ମାଧ୍ୟମରେ ସମ୍ପୃକ୍ତ ୪ ଜିଲାର ୧ ଲକ୍ଷ ୨୧ ହଜାର ୨୦୦ ହେକ୍ଟର ଜମିକୁ ଜଳସେଚନ ଯୋଗାଇ ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ଢିପ ଜମିକୁ ଏଥିରୁ ବାଦ୍‌ ଦିଆଯାଇଥିଲା ଏବଂ ୮୪,୪୦୬ ହେକ୍ଟରକୁ ସିଧାସଳଖ ଜଳସେଚନ ବ୍ୟବସ୍ଥା କରାଯିବାକୁ ସ୍ଥିର ହୋଇଥିଲା। ତନ୍ମଧ୍ୟରେ ଅନୁଗୋଳ ଜିଲାର ୨,୩୯୭ ହେକ୍ଟର, ଢେଙ୍କାନାଳ ଜିଲାର ୩୩,୧୧୫ ହେକ୍ଟର, ଯାଜପୁର ଜିଲାର ୧୨,୯୫୮ ହେକ୍ଟର ଓ କଟକ ଜିଲାର ୩୫,୯୩୬ ହେକ୍ଟର ଜମି ଅନ୍ତର୍ଭୁକ୍ତ। ଉଚ୍ଚ ସ୍ଥାନରେ ଥିବା ଜମିକୁ ଉଠାଜଳସେଚନ ମାଧ୍ୟମରେ ପାଣି ପହଞ୍ଚାଇବାକୁ ଯୋଜନା କରାଯାଇଥିଲା। ଏଥିଲାଗି ପ୍ରାରମ୍ଭିକ ପର୍ଯ୍ୟାୟରେ ୭୩୮.୨୭ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ହେଲେ ପ୍ରକଳ୍ପର କଚ୍ଛପ ଗତି ପାଇଁ ୨୮ ବର୍ଷ ମଧ୍ୟରେ ଏହା ବୃଦ୍ଧିପାଇ ୨୦୨୩ ସୁଦ୍ଧା ୨୯୫୨.୨୧୭୯ କୋଟି ଟଙ୍କାରେ ପହଞ୍ଚତ୍ଲାଣି। ହେଲେ ଯେଉଁ ଉଦ୍ଦେଶ୍ୟ ନେଇ ଏହାର ପରିକଳ୍ପନା କରାଯାଇଥିଲା, ତାହା ଅଦ୍ୟାବଧି ପୂରଣ ହୋଇପାରି ନ ଥିବା ଅଭିଯୋଗ ହେଉଛି।
କେନାଲ ନିର୍ମାଣ ବିଳମ୍ବ ପାଇଁ ଯେଉଁ କେତେକ ମୁଖ୍ୟ କାରଣ ସାମ୍ନାକୁ ଆସିଛି, ସେଥିରୁ ପ୍ରମୁଖ ହେଉଛି ଜଙ୍ଗଲ ଜମି ଅଧିଗ୍ରହଣରେ ଅହେତୁକ ବିଳମ୍ବ। ଜଟିଳ ଜଙ୍ଗଲ ଜମି ଆଇନ ଯୋଗୁ ଅନେକ ସ୍ଥାନରେ କେନାଲ ଖୋଳାଇବାରେ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡୁଛି। ଏହି ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି ହୋଇଛି। ବିଭିନ୍ନ ସମୟରେ ଯନ୍ତ୍ରୀମାନେ ଲାଞ୍ଚ ନେଇ ଧରାପଡ଼ିବା ନଜିର ରହିଛି। ନିମ୍ନମାନର କାମ ଯୋଗୁ କେନାଲ ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବୈଷୟିକ ଦୃଷ୍ଟିକୋଣରୁ ବନ ବିଭାଗ ସହିତ ସମନ୍ବୟ ରଖି କାର୍ଯ୍ୟ ହେବା କଥା। ହେଲେ ଏହା କରା ନ ଯାଇ ହାତୀ ଚଲାପଥ ଅବରୋଧ କରି କେନାଲ ନିର୍ମାଣ ହୋଇଥିବାରୁ ଢେଙ୍କାନାଳ ଜିଲାରେ ହାତୀ-ମଣିଷ ସଂଘର୍ଷ ଉଗ୍ରରୂପ ନେଇଛି। ଏହାକୁ ବାଦ୍‌ଦେଲେ ଢିପ ଜମିକୁ ଉଠା ଜଳସେଚନ ମାଧ୍ୟମରେ ପାଣି ଯୋଗାଣ ହେବ ବୋଲି ଚାଷୀଙ୍କୁ ଯେଉଁ ସ୍ବପ୍ନ ଦେଖାଯାଇଥିଲା, ତାହା ମଧ୍ୟ ଅଧୁରା ରହିଛି। ଏହାକୁ ନେଇ ଢେଙ୍କାନାଳ, ଆଠଗଡ଼, ନରସିଂହପୁର ଅଞ୍ଚଳରେ ବିଭିନ୍ନ ସମୟରେ ଚାଷୀ ଆନ୍ଦୋଳନ ମୁଣ୍ଡ ଟେକୁଛି। ଆଇନଶୃଙ୍ଖଳା ସ୍ଥିତି ସୃଷ୍ଟି ହେଉଛି। ୪ ଜିଲାରେ ନିୟମିତ ସମୀକ୍ଷା ହେଉ ନ ଥିବାରୁ ସମସ୍ୟା ଜଟିଳ ରୂପ ଧାରଣ କରିବାରେ ଲାଗିଛି।
ଏ ସଂକ୍ରାନ୍ତରେ ଢେଙ୍କାନାଳ ସଦର ବ୍ଲକ ଗୋବିନ୍ଦପୁରର ଚାଷୀ ସନ୍ତୋଷ କୁମାର ସ୍ବାଇଁ ଓ ମଣ୍ଡାପାଳ ଗ୍ରାମର ଚାଷୀ ସର୍ବେଶ୍ୱର ବ୍ରହ୍ମ କୁହନ୍ତି, କେବଳ ବର୍ଷାଦିନେ ଦୁଇମାସ କେନାଲରେ ପାଣି ରହୁଛି। ଅନ୍ୟଦିନେ ଶୁଖିଲା ପଡୁଥିବାରୁ ରେଙ୍ଗାଳି କେନାଲ ପ୍ରକୃତ ଉଦ୍ଦେଶ୍ୟ ପୂରଣ କରିବାରେ ବିଫଳ ହୋଇଛି। ରେଙ୍ଗାଳି ଦକ୍ଷିଣ କେନାଲ ମୁଖ୍ୟଯନ୍ତ୍ରୀ ପ୍ରଦୀପ କୁମାର ପ୍ରଧାନ କୁହନ୍ତି, ପ୍ରକଳ୍ପ ସମ୍ପୂର୍ଣ୍ଣ ନ ହେବା ପଛରେ ଅନେକ ସମସ୍ୟା ରହିଛି। ସେସବୁ କହିହେବନି। ଜଙ୍ଗଲ ଜମି ଅଧିଗ୍ରହଣ ପାଇଁ ବନ ବିଭାଗ ନିକଟରେ ସମସ୍ତ କାଗଜପତ୍ର ଦାଖଲ କରାଯାଇଛି। ଚିଠି ମାଧ୍ୟମରେ ମଧ୍ୟ ଜଣାଯାଇଛି। ତେଣୁ ଏ ବିଷୟରେ କହିବା ଠିକ ହେବନାହିଁ । ୨୦୨୪ ସୁଦ୍ଧା ସମ୍ପୂର୍ଣ୍ଣ ଢେଙ୍କାନାଳ ଜିଲା ସମେତ ଅଧିକ ୨୭.୫ କିଲୋମିଟର ଅଞ୍ଚଳରେ ଯେପରି ପାଣିମାଡ଼ିବ, ସେଥିଲାଗି ଚେଷ୍ଟା ଜାରି ରହିଥିବା ମୁଖ୍ୟଯନ୍ତ୍ରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧାବସ୍ଥାରେ ଜୀବନଟା କଷ୍ଟଦାୟକ: ନଞ୍ଜାଙ୍କୁ ମିଳୁଛି କମ ଭତ୍ତା, ଦୁଇଓଳା ଦୁଇମୁଠା ଖାଇବା…

ଦାରିଙ୍ଗବାଡି, ୨୧।୧୨ (ଅରୁଣ ସାହୁ): ବୟସ ଥିବା ସମୟରେ ଜୀବନଟା ସେତେଟା କଷ୍ଟ ଲାଗେନି କିନ୍ତୁ ବୃଦ୍ଧାବସ୍ଥା ଶରୀରକୁ ରୋଗକ୍ରାନ୍ତ କରିପକାଏ। ଏଭଳି କିଛି ଦୃଶ୍ୟ...

ଆଖିବୁଜା ଗୁଳିମାଡ଼ କଲେ ଦୁର୍ବୃତ୍ତ, ଚାଲିଗଲା ୧୦ ଜଣଙ୍କ ଜୀବନ

କେପଟାଉନ୍‌,୨୧ା୧୨: ଦକ୍ଷିଣ ଆଫ୍ରିକା ଜୋହାନ୍ସବର୍ଗରେ ଆଖିବୁଜା ଗୁଳିମାଡ଼ ହୋଇଛି। ଫଳରେ ୧୦ ଜଣଙ୍କ ଜୀବନ ଚାଲିଯାଇଛି। ଦୁର୍ବୃତ୍ତମାନେ ଗୁଳିମାଡ଼ କରି ଫେରାର ହୋଇଯାଇଥିବାବେଳେ ପୋଲିସ ଛାନ୍‌ଭିନ୍‌...

ବସ୍‌ଷ୍ଟାଣ୍ଡ ପାଇଁ ଗଛକଟା: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ…

ବାରିପଦା, ୨୧।୧୧ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପାଲବଣୀଠାରେ ଆନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଚାଲିଥିବା ଗଛକଟାକୁ ତୀବ୍ର ବିରୋଧ କରାଯାଇଛି। ପରିବେଶବିତ୍‌...

ବିଜେଡିରେ ବଡ଼ ହଲଚଲ: ୪୦ ପରେ ୩ ନେତାଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ବିଜେଡିର ପ୍ରାୟ ୪୦ ଜଣ ପୂର୍ୱତନ ବିଧାୟକ ଏବଂ ୨୦୨୪ରେ ବିଧାୟକ ପ୍ରାର୍ଥୀ ହୋଇଥିବା ନେତା ଭୁବନେଶ୍ୱର ଉପକଣ୍ଠରେ ଶୁକ୍ରବାର ଏକ ଭୋଜି...

ପିୟୁସିସି ନ ଥିଲେ ପେଟ୍ରୋଲ ପମ୍ପରେ ତେଲ ମିଳିବନି

ଭୁବନେଶ୍ୱର/କଟକ,୨୧ା୧୨ (ତ୍ରିନାଥ ମହାନ୍ତି/କାର୍ତ୍ତିକ ସାହୁ): ଦିଲ୍ଲୀ ଭଳି ଭୁବନେଶ୍ୱର ଏବଂ ରାଜ୍ୟର ବିଭିନ୍ନ ସହରରେ ବାୟୁ ପ୍ରଦୂଷଣ ମାତ୍ର ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିଦିନ...

୧୮ ମାଓବାଦୀଙ୍କ ନଁାରେ ୮.୪ କୋଟି ପୁରସ୍କାର

ବୌଦ୍ଧ,୨୧ା୧୨(ଅଜିତ କୁମାର ବାରିକ): ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ମାଓବାଦୀ ମୂଳୋତ୍ପାଟନ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏହି କ୍ରମରେ ବୌଦ୍ଧ...

ରାଜଧାନୀରେ ନାବାଳିକାଙ୍କୁ ଗଣବଳାତ୍କାର: ପୁରୁଷବନ୍ଧୁ ସାଥିରେ ଆଣି…

ଭୁବନେଶ୍ୱର,୨୧।୧୨(ତ୍ରିନାଥ ମହାନ୍ତି): ଧଉଳିରେ ନାବାଳିକାଙ୍କୁ ଗଣବଳାତ୍କାର ଘଟଣା ମନରୁ ଲିଭି ନ ଥିବାବେଳେ ପୁଣି ଶହୀଦନଗର ଥାନା ଅଞ୍ଚଳରେ ଆଉ ଜଣେ ୧୭ ବର୍ଷର ନାବାଳିକା...

ଏବେ ବଢ଼ିବନି ରାତି ତାପମାତ୍ରା, ୩ ଜିଲାକୁ କୁହୁଡ଼ି ଓ୍ୱାର୍ନିଂ

ଭୁବନେଶ୍ୱର,୨୧ା୧୨(ବନ୍ଦନା ସେଠୀ): ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ବିଶେଷକରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri