ଆକଳନ ସରିନି, ଆଶଙ୍କାରେ କ୍ଷତିପୂରଣ

ବରଗଡ଼ ଅଫିସ୍‌,୮।୧: ବରଗଡ଼ ଜିଲାରେ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଏଥିରେ ବ୍ୟାପକ ଫସଲକ୍ଷତି ହୋଇଥିବା ସତ୍ତ୍ୱେ କୌଣସି ଅଧିକାରୀ କ୍ଷତିଗ୍ରସ୍ତ ଫସଲ ପରିଦର୍ଶନ କରିନାହାନ୍ତି। ଏଭଳି ଅଭିଯୋଗ ନେଇ ଶୁକ୍ରବାର ଜିଲାର ସୋହେଲା ବ୍ଲକ ଚକରକେନ୍ଦ ପଞ୍ଚାୟତ ଅନ୍ତର୍ଗତ ଶସ୍ତୁପାଲି ଗ୍ରାମର ଚାଷୀମାନେ ଜିଲାପାଳଙ୍କ ଅଫିସ୍‌କୁ ଆସିଥିଲେ। ଜିଲାପାଳ ମୋନିଷା ବାନାର୍ଜୀଙ୍କ ଅନୁପସ୍ଥିତିରେ ସେମାନେ କ୍ଷତିପୂରଣ ଦାବିରେ ଡେପୁଟି କଲେକ୍ଟର ସୁମତୀ ପଣ୍ଡାଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।
ବରଗଡ଼ ଜିଲାରେ ଧାନ ଅମଳ ଏବଂ ସଂଗ୍ରହ ପ୍ରକ୍ରିୟା ଚାଲିଥିବା ବେଳେ ଗତ ଡିସେମ୍ବର ୨୯ରେ ବର୍ଷା ସହିତ କରାମାଡ଼ ହୋଇଥିଲା। ଏଥିରେ ଅମଳ ଧାନ ନଷ୍ଟ ହୋଇଥିବାବେଳେ ଅମ୍ବାଭୋନା, ଭଟଲି, ସୋହେଲା ବ୍ଲକ ସମେତ ବିଭିନ୍ନ ଅଞ୍ଚଳରେ ପରିବା ଫସଲ ଉଜୁଡ଼ି ଯାଇଥିଲା। କୋବି, ବାଇଗଣ, ଟମାଟୋ, ବିନ୍‌, ସୋରିଷ ଆଦି ଫସଲ ଧୂଳିସାତ୍‌ ହୋଇ ଯାଇଥିଲା। କୃଷି, ରାଜସ୍ବ କର୍ମଚାରୀମାନେ କେତେକ ଅଞ୍ଚଳ ଗସ୍ତ କରି କ୍ଷୟକ୍ଷତି ଆକଳନ କରିଥିଲେ। ତେବେ ଆହୁରି ଅନେକ ଏଭଳି ପ୍ରଭାବିତ ଅଞ୍ଚଳକୁ ସେମାନେ ପହଞ୍ଚି ପାରି ନ ଥିବା ଅଭିଯୋଗ ହୋଇଛି। ବୃଷ୍ଟିପାତ, କରାମାଡ଼କୁ ଇତିମଧ୍ୟରେ ଏକ ସପ୍ତାହରୁ ଅଧିକ ବିତିଯାଇଥିବା ସତ୍ତ୍ବେ ଆକଳନ ସରି ନାହିଁ। ଫଳରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ମିଳିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏ ସମ୍ପର୍କରେ ମୁଖ୍ୟ ଜିଲା କୃଷି ଅଧିକାରୀ ସନ୍ତୋଷ କୁମାର ମହାରଣାଙ୍କୁ ପଚାରିବାରୁ କ୍ଷୟକ୍ଷତି ଆକଳନ ଚୂଡ଼ାନ୍ତ ହୋଇପାରିନାହିଁ। ପ୍ରାରମ୍ଭିକ ଆକଳନ ଅନୁସାରେ ବୃଷ୍ଟିପାତ, କରାମାଡ଼ ଯୋଗୁ ଜିଲାରେ ୧୨୨୫ ହେକ୍ଟର ପରିବା ଫସଲ ପ୍ରଭାବିତ ହୋଇଥିବା ସେ ପ୍ରକାଶ କରିଛନ୍ତି। ଅନ୍ୟପଟେ କ୍ଷତିଗ୍ରସ୍ତ ପରିବା ଫସଲ ପରିମାଣ ଆହୁରି ଅଧିକ ହେବ ବୋଲି ଚାଷୀମାନେ କହିଛନ୍ତି।
ଅମ୍ବାଭୋନା ବ୍ଲକ ନାରଙ୍ଗପୁର ଗ୍ରାମର ଚାଷୀ ଯୋଶେଫ ଚୌଧୁରୀ କହିଛନ୍ତି, ସେ ୮ଏକର ଜମିରେ ସୋରିଷ ଚାଷ କରିଥିଲେ। କରାମାଡ଼ରେ ତାହା ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ଏହି ଗ୍ରାମର ଦୁର୍ଗାପ୍ରସାଦ ନାଏକ କହିଛନ୍ତି, ସେ ୧୨ଏକର ଜମିରେ ଫୁଲକୋବି ଚାଷ କରିଥିଲେ। ତାହା ଅମଳକ୍ଷମ ଅବସ୍ଥାକୁ ଆସି ଯାଇଥିଲା। ମାତ୍ର ବର୍ଷା ସହିତ କରାମାଡ଼ ଯୋଗୁ ତାହା ନଷ୍ଟ ହୋଇଗଲା। ସୋହେଲା ବ୍ଲକ ଶସ୍ତୁପାଲି ଗ୍ରାମର ଚାଷୀ ବୈଷ୍ଣବ ସାହୁ କହିଛନ୍ତି, ସେ ଅଧ ଏକର ଜମିରେ ଆଳୁ, ଅଧ ଏକର ଜମିରେ ବିନ୍‌ ଏବଂ ୩୦ ଡେସିମିଲ ଜମିରେ ଝୁନଗା ଚାଷ କରିଥିଲେ। କରାମାଡ଼ ଯୋଗୁ ସବୁ ଫସଲ ନଷ୍ଟ ହୋଇଯାଇଛି। ହେଲେ କୌଣସି ଅଧିକାରୀ କ୍ଷୟକ୍ଷତି ଆକଳନ ପାଇଁ ତାଙ୍କ କ୍ଷତିଗ୍ରସ୍ତ ଫସଲ ପରିଦର୍ଶନ କରି ନ ଥିବା ସେ ଅଭିଯୋଗ କରିଛନ୍ତି। ଉକ୍ତ ଗ୍ରାମର ଅନ୍ୟ ଜଣେ ଚାଷୀ କାଳିଆ ସାହୁ କହିଛନ୍ତି, ସେ ୧ଏକର ଜମିରେ ବିନ୍‌୍‌ ଚାଷ କରିଥିଲେ। ଏପରିକି ଚାଷକାର୍ଯ୍ୟ ପାଇଁ ସେ ପ୍ରାୟ ୫୦ହଜାର ଟଙ୍କା ଋଣ କରିଛନ୍ତି। ଫସଲ ଭଲ ହୋଇଥିଲା। ତାହା ବିକ୍ରି କଲେ ସେ ଋଣ ପରିଶୋଧ କରିବାକୁ ଚିନ୍ତା କରିଥିଲେ। ମାତ୍ର ଅମଳ ପୂର୍ବରୁ ଫସଲ ନଷ୍ଟ ହୋଇଯିବାରୁ ସେ ଚିନ୍ତିତ ହୋଇପଡ଼ିଥିବା କହିଛନ୍ତି। ଏ ସମ୍ପର୍କରେ ଚାଷୀନେତା ରମେଶ ମହାପାତ୍ର କହିଛନ୍ତି, ଆଗରୁ ଚାଷୀମାନେ ଏଭଳି ବର୍ଷା, କରାମାଡ଼ର ସମ୍ମୁଖୀନ ହୋଇ ବହୁ କ୍ଷତିଗ୍ରସ୍ତ ହୋଇଛନ୍ତି। ମାତ୍ର ସେମାନଙ୍କୁ ଏପର୍ଯ୍ୟନ୍ତ କ୍ଷତିପୂରଣ ମିଳିପାରିନାହିଁ। ବିପର୍ଯ୍ୟୟରେ କ୍ଷତିଗ୍ରସ୍ତଙ୍କ ପ୍ରତି ଏଭଳି ମନୋଭାବରୁ ସରକାରଙ୍କ ଆନ୍ତରିକତା ସ୍ପଷ୍ଟ ବାରି ହେଉଛି ବୋଲି ମହାପାତ୍ର ପ୍ରକାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri