କେବଳ ଆମେରିକା କି ବ୍ରିଟେନ ନୁହଁ, ଏଠାରେ ମଧ୍ୟ ୧୦୦ରୁ ୧୦୦ ଇଂରାଜୀ କୁହନ୍ତି ଲୋକେ, ଜାଣନ୍ତୁ ଭାରତରେ ରହିଛି କେତେ ପ୍ରତିଶତ…

ଯେତେବେଳେ ବି ଇଂରାଜୀ ବକ୍ତାମାନଙ୍କ କଥା ଆସେ, ସେତେବେଳେ ଅଧିକାଂଶ ଲୋକ ଭାବନ୍ତି ଆମେରିକା କିମ୍ବା ବ୍ରିଟେନର ଲୋକମାନେ ହିଁ ୧୦୦ ପ୍ରତିଶତ ଲୋକ ଇଂରାଜୀ ଜାଣିଥାନ୍ତି ଏବଂ କହିଥାନ୍ତି। ମାତ୍ର ସେମିତି ନୁହେଁ। ଆଉ ମଧ୍ୟ କିଛି ଦେଶ ରହିଛି, ଯେଉଁଠାରେ ସମସ୍ତେ କେବଳ ଇଂରାଜୀରେ କଥାବାର୍ତ୍ତା କରନ୍ତି। ଓ୍ବାଲର୍‌ଡ ଅଫ୍‌ ଷ୍ଟାଟିଷ୍ଟିକ୍ସ ଟୁଇଟରରେ ଇଂରାଜୀ ଭାଷାଭାଷୀ ଦେଶ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଭାରତ ଏବଂ ପାକିସ୍ତାନର ନାଁ ମଧ୍ୟ ରହିଛି।

ଓ୍ବାଲର୍‌ଡ ଅଫ୍‌ ଷ୍ଟାଟିଷ୍ଟିକ୍ସ ରିପୋର୍ଟ ଅନୁଯାୟୀ, ସ୍ପେନର ମାତ୍ର ୨୨ ପ୍ରତିଶତ ଲୋକ ଏବଂ ଫ୍ରାନ୍ସର ୪୦ ପ୍ରତିଶତ ଲୋକ ଭଲ ଇଂରାଜୀ କହିପାରିବେ।

ପାକିସ୍ତାନରେ ଇଂରାଜୀ ଭାଷାଭାଷୀ ଜନସଂଖ୍ୟା ୫୮ ପ୍ରତିଶତ। ଇଟାଲୀରେ(୪୩%), ଗ୍ରୀସ୍‌ (୫୦ %) ଏବଂ ଜର୍ମାନୀ (୫୬%) ଠାରୁ ଅଧିକ ଲୋକ ଇଂରାଜୀରେ କଥା ହୋଇଥାନ୍ତି। ତେବେ ଜନସଂଖ୍ୟା ଦୃଷ୍ଟିରୁ ଏହା ଭାରତ ତୁଳନାରେ ବହୁତ କମ୍‌ ଅଟେ।

ରୁଷିଆର କେବଳ ୧୨ ପ୍ରତିଶତ ଲୋକ ଭଲଭାବେ ଇଂରାଜୀ କହିପାରନ୍ତି। ସେହିପରି ତୁର୍କୀରେ ଏହି ସଂଖ୍ୟା ୧୮ ପ୍ରତିଶତ ଥିବା ବେଳେ ବ୍ରାଜିଲରେ କେବଳ ୫ ପ୍ରତିଶତ ଲୋକ ଇଂରାଜୀରେ ଭଲ କହିପାରନ୍ତି।

କାନାଡାରେ ୮୩ ପ୍ରତିଶତ ଲୋକ ଏବଂ ଅଷ୍ଟ୍ରେଲିଆର ୯୨ ପ୍ରତିଶତ ଲୋକ ଭଲ ଇଂରାଜୀ କହିପାରନ୍ତି। ସ୍ବିଡେନରେ ଏହି ସଂଖ୍ୟା ୮୮ ପ୍ରତିଶତ। ବାକି ଲୋକମାନେ ସେଠାରେ ସ୍ଥାନୀୟ ଭାଷାରେ କଥା ହୁଅନ୍ତି।

ସୁପର ପାଓ୍ବାର ଆମେରିକା (ଯୁକ୍ତରାଷ୍ଟ୍ର)ର ୯୫ ପ୍ରତିଶତ ଲୋକ ଇଂରାଜୀରେ କଥାବାର୍ତ୍ତା କରିବାରେ ପାରଙ୍ଗମ। ଅନ୍ୟ ପଟେ ଯଦି ଆମେ ବ୍ରିଟେନ ବିଷୟରେ କଥା ହେବା ତେବେ ଏଠାରେ ୯୮.୩ ପ୍ରତିଶତ ଲୋକ ଭଲ ଇଂରାଜୀ ଜାଣିଛନ୍ତି। ଏଠାରେ ୨୩୯ ମିଲିୟନ ଲୋକ ଇଂରାଜୀ କୁହନ୍ତି।

ଭାରତ ବିଷୟରେ କହିବାକୁ ଗଲେ, ଏଠାରେ ୨୦ ପ୍ରତିଶତ ଲୋକ ଭଲ ଇଂରାଜୀ କହିପାରନ୍ତି। କିନ୍ତୁ ଜନସଂଖ୍ୟା ଦୃଷ୍ଟିରୁ ଭାରତରେ ଇଂରାଜୀ ବକ୍ତାମାନଙ୍କ ସଂଖ୍ୟା ବୋଧହୁଏ ବିଶ୍ୱର ଅଗ୍ରଣୀ ଦେଶମାନଙ୍କ ମଧ୍ୟରେ ରହିବ ।

ଅଧିକାଂଶ ଇଂରାଜୀ ଜିବ୍ରାଲଟର୍‌ରେ କଥିତ। ଓ୍ବଲର୍‌ଡ ଅଫ୍‌ ଷ୍ଟାଟିଷ୍ଟିକ୍ସର ତଥ୍ୟ ଅନୁଯାୟୀ, ଏଠାରେ ଶତ ପ୍ରତିଶତ ଲୋକ ଭଲ ଭାବେ ଇଂରାଜୀ କୁହନ୍ତି। କିନ୍ତୁ ଏହାର ଜନସଂଖ୍ୟା ମାତ୍ର ୩୨,୬୬୯।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri