Posted inଫୁରସତ

ଶାଢ଼ି ପିନ୍ଧି ରେଷ୍ଟୁରାଣ୍ଟ ଗଲେ ମହିଳା, ପ୍ରବେଶ ଅନୁମତି ଦେଲେ ନାହିଁ କର୍ମଚାରୀ, କାରଣ ଜାଣିଲେ…

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ମହିଳା ଶାଢ଼ି ପିନ୍ଧିଥିବାରୁ ରେଷ୍ଟୁରାଣ୍ଟ ଭିତରକୁ ପ୍ରବେଶ କରିବାକୁ ଦେଇ ନ ଥିଲେ କର୍ମଚାରୀ ସେ ସମ୍ପର୍କରେ ଜଣାପଡ଼ିଛି।

ଭିଡିଓଟି ସାମ୍ନାକୁ ଆସିବା ପରେ ଲୋକେ ରେଷ୍ଟୁରାଣ୍ଟକୁ ଟ୍ରୋଲ କରୁଛନ୍ତି। ଚୁଇଟରରେ @anitachoudhary ନାମକ ଏକ ଆକାଉଣ୍ଟରେ ୧୬ ସେକେଣ୍ଡ ଭିଡିଓ ଶେୟାର କରିଛନ୍ତି। ଏଥିରେ କୁହାଯାଇଛି, ଆକ୍ୱିଲିଆ ରେଷ୍ଟୁରାଣ୍ଟର କର୍ମଚାରୀ ଜଣେ ମହିଳା ଶାଢ଼ି ପିନ୍ଧିଥିବାରୁ ତାଙ୍କୁ ଭିତରକୁ ପ୍ରବେଶ ପାଇଁ ଅନୁମତି ଦେଇ ନ ଥିଲେ।

ଭିଡିଓ ଶେୟାର କରି ଏଥିରେ କ୍ୟାପଶନ ଲେଖାଯାଇଛି, ରେଷ୍ଟୁରାଣ୍ଟକୁ ଶାଢ଼ି ପିନ୍ଧି ଆସିବା ଅନୁମତି ନାହିଁ। ଭାରତୀୟ ଶାଢ଼ି ବର୍ତ୍ତମାନ ସୁଦ୍ଧା ସ୍ମାର୍ଟ ପୋଷାକରେ ଗଣାଯାଉ ନାହିଁ। ତେବେ ସ୍ମାର୍ଟ ପୋଷାକର ସଠିକ୍‌ ଅର୍ଥ ଟିକେ ଦୟାକରି ବୁଝାନ୍ତୁ। ସେତେବେଳେ ମୁଁ ଶାଢ଼ି ପିନ୍ଧିବା ବନ୍ଦ କରିଦେବି। ଭିଡିଓଟିକୁ ସେ ଭାରତ ସରକାରଙ୍କ କିଛି ମନ୍ତ୍ରଣାଳୟକୁ ଟ୍ୟାଗ୍‌ ମଧ୍ୟ କରିଛନ୍ତି।

ଭିଡିଓଟି ୨୦ ସେପ୍ଟେମ୍ବରରେ ଟୁଇଟରରେ ଅପ୍‌ଲୋଡ୍‌ ହୋଇଥିଲା। ଏବେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଲୋକେ ନାନା କମେଣ୍ଟ ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଯଦି ଏହା ସତ ତେବେ ବହୁତ ଖରାପ। ଆଉ ଜଣେ ଲେଖିଛନ୍ତି, ରେଷ୍ଟୁରାଣ୍ଟରେ ଏମିତି ଭେଦଭାବ କ’ଣ ପାଇଁ?।


Enter your email to get our daily news in your inbox.

All Right Reserved By Dharitri.Com

ସମାନ ନାମରୁ ହସ୍ପିଟାଲରେ ହେଲା ଶବ ଅଦଳ ବଦଳ

ଇନ୍ଦୋର, ୧୪।୭- ମଧ୍ୟପ୍ରଦେଶ ଇନ୍ଦୋରସ୍ଥିତ ମହାରାଜା ଯଶଓ୍ବନ୍ତ ରାଓ ହସ୍ପିଲାଟ କର୍ତ୍ତୃପକ୍ଷଙ୍କ ଏକ ଚରମ ଅବହେଳା ଏବେ ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ।...

ଏମିତି ବ୍ୟକ୍ତି ଯିଏ ପ୍ରତିଦିନ ପିନ୍ଧନ୍ତି ନୂଆ ଡ୍ରେସ୍‌, କାରଣ ଜାଣିଲେ…

ଦୁନିଆରେ ବିଭିନ୍ନ ପ୍ରକାରର ଲୋକ ଅଛନ୍ତି। କେହି କେହି ଅଧିକ ଟଙ୍କା ରୋଜଗାର କରିବାକୁ ଚାହୁଁଥିବାବେଳେ ଆଉ କେହି ବିଳାସପୂର୍ଣ୍ଣ କାର୍‌କୁ ଭଲ ପାଆନ୍ତି। ଅନେକ...

ନଜର ନ ଲାଗିବା ପାଇଁ ଘରେ କଳାରଙ୍ଗ

ରାୟପୁର: ସାଧାରଣତଃ ଘରକୁ ସଜାଇବା ପାଇଁ ଲୋକେ ଭିନ୍ନ ଭିନ୍ନ ରଙ୍ଗ ବ୍ୟବହାର କରିଥାନ୍ତି। ମାତ୍ର ଏମିତି ଏକ ଗାଁ ଅଛି, ଯେଉଁଠି ଘର ରଙ୍ଗ...

ଟେକ୍ନୋଲୋଜି ମାନିଆ: ଆଇପଡ଼ କିଣିବା ପାଇଁ ନିଜର କିଡ୍‌ନୀ ବିକ୍ରି କରିଦେଲେ

ଟେକ୍ନୋଲୋଜି ମଣିଷକୁ ସଭ୍ୟ କରିଛି ସତ। ହେଲେ ଏଇ ଟେକ୍ନୋଲୋଜି ବି କିଛି ମଣିଷକୁ ପାଗଳ ସଜେଇ ଦେଇଛି। ପରିସଂଖ୍ୟାନର ତଥ୍ୟ ଅନୁସାରେ ଏଭଳି ପାଗଳାମିର...

ବକେଟ୍‌ ଟ୍ରକ୍‌ରେ ଗଲେ ମା’ ପାଖକୁ

ଓହିଓ: ମା’ର ମମତାରେ ଏତେ ଆକର୍ଷଣ ଅଛି ଯେ, ବେଳେବେଳେ ଅସମ୍ଭବ ମନେ ହେଉଥିବା କାମ ବି ସହଜରେ ହୋଇଯାଏ। ଏହାର ଏକ ନିଛକ ଉଦାହରଣ...

ନୀରବ ସାଧନାର ସନ୍ଦେଶ: ବୃନ୍ଦାବନ ଦାଶ

ଅନୁଶାସନ ପ୍ରିୟ ମଣିଷ। ପରୋପକାରକୁ ଭାବନ୍ତି ସର୍ବସ୍ବ। ପଇସା ଥାଉ କି ନ ଥାଉ ଅସୁବିଧାରେ ଥିବା ମଣିଷ ପାଖରେ ସୁବିଧା ହୋଇ ପହଞ୍ଚନ୍ତି ସେ।...

ବିଶ୍ୱର ସର୍ବକନିଷ୍ଠ ପ୍ରୋଗ୍ରାମର

ଅହମଦାବାଦ: ବୟସ ମାତ୍ର ୬ ବର୍ଷ। କିନ୍ତୁ ଏହି ବୟସରେ ସେ କମ୍ପ୍ୟୁଟରରେ ପାଇଥନ୍‌ ପ୍ରୋଗ୍ରାମିଂ ଲାଙ୍ଗୁଏଜ୍‌ ବି ସମାଧାନ କରି ପାରୁଛନ୍ତି। ଏତେ କମ୍‌...

ଘୋଡ଼ା ବଦଳରେ ଓଟ ଚଢ଼ି ବାହା ହେବାକୁ ଗଲେ ବର, କାରଣ ଜାଣିଲେ କରିବେ ପ୍ରଶଂସା

ମହାରାଷ୍ଟ୍ରରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ପ୍ରତିଦିନ ଏଠାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ବିଶେଷକରି ମରାଠଓ୍ବାଡା ଏବଂ ପଶ୍ଚିମ ମହାରାଷ୍ଟ୍ରରେ ନୂଆ ପଜିଟିଭ୍‌...

Advertisement
Archives

Model This Week