ଲୁଟେରା ନୁହେଁ, ସ୍ବାମୀ ହତ୍ୟାକାରୀ: ପରକୀୟା ପ୍ରୀତି ହେଲା କାଳ

ବଣାଇଁ,୧୪ା୧୨(ପ୍ରଦୀପ ତ୍ରିପାଠୀ):ଲୁଟ୍‌ ନୁହେଁ ବରଂ ପରକୀୟାପ୍ରୀତି ଯୋଗୁ ୭ମାସର ଗର୍ଭବତୀ ସ୍ତ୍ରୀଙ୍କୁ ସ୍ବାମୀ ଗୁଳିକରି ହତ୍ୟା କରିଛନ୍ତି। ଆଉ ଏଥିରେ ତାଙ୍କୁ ସହଯୋଗ କରିଛନ୍ତି ତାଙ୍କ ଭିଣୋଇ। ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡ ଟିକାୟତପାଲି ଥାନା ଅନ୍ତର୍ଗତ ଝିର୍ଡାପାଲୀ ଗ୍ରାମରେ ସାମ୍ୟମୟୀ ହତ୍ୟାକାଣ୍ଡରେ ପୋଲିସ ଉଭୟ ସ୍ବାମୀ ଦେବେନ ବେହେରା ଓ ତାଙ୍କ ଭିଣୋଇ ସତ୍ୟନାରାୟଣ ବେହେରାଙ୍କୁ ଶୁକ୍ରବାର ଗିରଫ କରିଛି। ସତ୍ୟନାରାୟଣ ରାଉରକେଲା ପୋଲିସ ଜିଲାର ଉଦିତନଗର କୋର୍ଟର ଏଏସ୍‌ଆଇ ଅଛନ୍ତି। ଶନିବାର ଉଭୟଙ୍କୁ କୋର୍ଟଚାଲାଣ କରାଯିବ। ସ୍ତ୍ରୀହନ୍ତା ସ୍ବାମୀ ପୋଲିସ ଆଗରେ ସବୁ ସତ ବଖାଣିବା ସହ ହତ୍ୟାକାଣ୍ଡର ଡେମୋ ଦେଖାଇଥିଲେ। ଅଭିଯୁକ୍ତଙ୍କ ବୟାନ କ୍ରମେ ହତ୍ୟାକାଣ୍ଡରେ ବ୍ୟବହୃତ ପିସ୍ତଲକୁ ପୋଲିସ ଜବତ କରିଛି। ପରକୀୟା ପ୍ରୀତିଯୋଗୁ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଦେବେନ ସ୍ବୀକାର କରିଥିବା ରାଉରକେଲାରେ ଏକ ଖବରଦାତା ସମ୍ମିଳନୀରେ ଏସ୍‌ପି ନୀତେଶ ଓ୍ବାଧଓ୍ବାନୀ କହିଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ଦେବେନଙ୍କ ଅନ୍ୟ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା। ସାମ୍ୟମୟୀଙ୍କୁ ରାସ୍ତାରୁ ହଟାଇ ପ୍ରେମିକାଙ୍କ ସହ ଘର ସଂସାର କରିବାକୁ ସେ ଭାବିଥିଲେ। ଏଥିରେ ଦେବେନଙ୍କୁ ତାଙ୍କ ଭିଣୋଇ ସତ୍ୟନାରାୟଣ ସହଯୋଗ କରିଥିଲେ। ପୂର୍ବଯୋଜନା ଅନୁଯାୟୀ ବୁଧବାର ବିଳମ୍ବିତ ରାତିରେ ଦେବେନ ସ୍ତ୍ରୀ ସାମ୍ୟମୟୀଙ୍କୁ ଗୁଳିକରି ହତ୍ୟା କରିବା ପରେ ଦୁର୍ବୃତ୍ତମାନେ ଲୁଟ୍‌ କରିବାକୁ ଆସି ଗୁଳି କରିଥିବା ପ୍ରଚାର କରିଥିଲେ। ରାଉରକେଲା ଏସ୍‌ପି ନୀତେଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଥିବା ଏହି ତଦନ୍ତରେ ଉଭୟ ଟିକାୟତପାଲି ଓ ବଣାଇ ପୋଲିସ ସମସ୍ତ ପ୍ରକାର ତଦନ୍ତ କରୁଛନ୍ତି। ଟିକାୟତପାଲି ଥାନା ପୋଲିସ ଏକ ହତ୍ୟା ମାମଲା ( ନଂ. ୮୭/୨୦୨୪) ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି। ଏଥିସହ ହତ୍ୟାରେ ବ୍ୟବହୃତ ବନ୍ଧୁକକୁ ଦେବେନଙ୍କ ଘରୁ ପୋଲିସ ଜବତ କରିଛି।
ପ୍ରକାଶ ଯେ, ୨୦୨୪ ଫେବୃଆରୀ ୭ରେ ଅନୁଗୋଳ ଛେଣ୍ଡିପଦାର ପୀତାମ୍ବର ବେହେରାଙ୍କ ଝିଅ ସାମ୍ୟମୟୀଙ୍କର ଦେବେନଙ୍କ ସହ ବିବାହ ହୋଇଥିଲା। ସେ ୭ମାସ ଗର୍ଭବତୀ ଥିବାବେଳେ ସ୍ବାମୀ ଦେବେନ ଅନ୍ୟ ଜଣେ ଯୁବତୀଙ୍କ ସହ ସମ୍ପର୍କ ରଖି ସ୍ତ୍ରୀଙ୍କୁ ହଟାଇ ଦେବାକୁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର କରିଥିଲେ। ଘଟଣାରେ ଯେପରି ଧରା ନ ପଡ଼ିବେ ସେଥିପାଇଁ ଉଭୟେ ଦେବେନ ଏବଂ ତାଙ୍କ ଭିଣୋଇ ସତ୍ୟନାରାୟଣ ଏକ ନାଟକ ରଚିଥିଲେ। ବୁଧବାର ବିଳମ୍ବିତ ରାତିରେ ଦେବେନ ସ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିଥିଲେ। ହେଲେ ଏଥିରୁ ବର୍ତ୍ତିବା ପାଇଁ ସାମ୍ୟମୟୀ ରାତ୍ରିରେ ଶୌଚପାଇଁ ଉଠିଥିବାବେଳେ ଦୁର୍ବୃତ୍ତମାନେ କବାଟ ବାଡ଼େଇଥିଲେ। ସାମ୍ୟମୟୀ ଯେତେବେଳେ କବାଟ ଖୋଲିଥିଲେ ତାଙ୍କ ବେକରୁ ସୁନାଚେନ ଲୁଟ କରିବା ସହ ତାଙ୍କୁ ଗୁଳି କରି ଫେରାର ହୋଇଯାଇଥିବା ଦେବେନ ପୋଲିସ ନିକଟରେ ପ୍ରକାଶ କରିଥିଲେ। ଏପରି କି ସାମ୍ୟମୟୀଙ୍କ ମୃତ୍ୟୁ ଖବରକୁ ଦେବେନ ନିଜେ ନ ଜଣାଇ ତାଙ୍କର ଜଣେ ମାଉସୀ ଫୋନ କରି ପୀତାମ୍ବରଙ୍କୁ ଜଣାଇଥିଲେ। ଜ୍ୱାଇଁ କି ଶାଶୁଶ୍ୱଶୁର କେହି ତାଙ୍କୁ ନ ଜଣାଇବା ଘଟଣାକୁ ଅଧିକ ରହସ୍ୟମୟ କରୁଛି ବୋଲି ପୀତାମ୍ବର ଏତଲାରେ ଦର୍ଶାଇଥିଲେ। ପୋଲିସ ଦେବେନଙ୍କୁ ଅଟକ ରଖି ପଚରାଉଚରା କରିବା ସମୟରେ ସେ ସବୁ ସତ ମାନିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ଚାଷୀଙ୍କୁ ଆଶ୍ବସ୍ତି, ବିଧାୟକଙ୍କ ହସ୍ତକ୍ଷେପ ପରେ ପୋଡ଼ାପଦର ଚାଷଜମିରୁ ଜଳ ନିଷ୍କାସନ ଆରମ୍ଭ

ଛତ୍ରପୁର,୨୭।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟନାୟକ): ଲଗାଣ ବର୍ଷା ଯୋଗୁଁ ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ପୋଡ଼ାପଦର ଅଞ୍ଚଳର ବ୍ୟାପକ ଚାଷଜମି ଜଳମଗ୍ନ ହୋଇପଡ଼ିଥିଲା। ଚାଷଜମିରେ ଦୀର୍ଘ ସମୟ…

ବନ୍ଧକ ସୁନା ମାଗିବାରୁ ମରଣାନ୍ତକ ଆକ୍ରମଣ, ୩ ମାସ ପରେ ତାମିଲନାଡୁରୁ ଅଭିଯୁକ୍ତ ଗିରଫ

କେନ୍ଦୁଝର/ହାଟଡିହୀ/ଛେନାପଦୀ,୨୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ନୂଆରମ୍ପାସ ଗ୍ରାମରେ ଗତ ଜୁନ ୨୩ ମଙ୍ଗଳବାର ବନ୍ଧକ ସୁନା ଫେରସ୍ତ ମାଗି ମରଣାନ୍ତକ…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?