Posted inଫୁରସତ

ଆସିଲା ‘ନୋଜ୍‌ ଓନ୍‌ଲି ମାସ୍କ’: ପିନ୍ଧି ଆରାମରେ ଖାଇପିଇ ପାରିବେ

ମହାମାରୀ କରୋନାର ଟିକା ବାହାରିବା ପରେ ଲୋକେ ସାମାନ୍ୟ ଆଶ୍ୱସ୍ତ ଅନୁଭବ କରିଥିଲେ। ହେଲେ ଏବେ ପୁଣି ଲେଉଟିଛି କରୋନା। ଦିନକୁ ଦିନ ସଂକ୍ରମଣ ବଢ଼ୁଥିବାରୁ ମାସ୍କର ବ୍ୟବହାର ଏବଂ ସାମାଜିକ ଦୂରତ୍ୱ ରକ୍ଷା କରିବା ଆବଶ୍ୟକ ହୋଇପଡ଼ିଛି। ହେଲେ ମାସ୍କ ପିନ୍ଧିବା ଯୋଗୁ କାନରେ ଯନ୍ତ୍ରଣା ସାଙ୍ଗକୁ ନାକରେ ଦାଗ ହୋଇଥାଏ। ଏପରିକି ଖାଇବା ସମୟରେ ଏହାକୁ ବାହାର କରିବାକୁ ପଡ଼ୁଥିବା ଯୋଗୁ କେହି କେହି ଅସହଜ ମନେ କରନ୍ତି। ଏଭଳି ଅସୁବିଧାକୁ ଦୃଷ୍ଟିରେ ରଖି ମେକ୍ସିକୋର ଗବେଷକମାନେ ଏକ ସୁବିଧାଜନକ ମାସ୍କର ଉଦ୍ଭାବନ କରିଛନ୍ତି, ଯାହାର ନାମ ରହିଛି ‘ନୋଜ୍‌ ଓନ୍‌ଲି ମାସ୍କ(କେବଳ ନାକର ମାସ୍କ)’। ଏହାକୁ ପିନ୍ଧି ଆରାମରେ ଖାଇହେବ। ଏହାଛଡ଼ା କରୋନା ସଂକ୍ରମଣରୁ କିଛି ମାତ୍ରାରେ ଏହା ରକ୍ଷା କରିବ।

ନୋଜ୍‌ ଓନ୍‌ଲି ମାସ୍କ ଦ୍ୱାରା କେବଳ ନାକ ଘୋଡାଇ ହୋଇ ରହିଥାଏ। ଏଣୁ ଏହା କେତେ ମାତ୍ରାରେ ସୁରକ୍ଷିତ ତାହାକୁ ନେଇ ସନ୍ଦେହ ଉପୁଜୁଛି। ଅତିରିକ୍ତ ସୁରକ୍ଷା ପାଇଁ ଏହି ମାସ୍କ ଉପରେ ଆଉ ଏକ ସାଧାରଣ ମାସ୍କ ପିନ୍ଧି ହେବ। ଏକ ସମ୍ବାଦ ଏଜେନ୍ସି ପକ୍ଷରୁ ଜାରି କରାଯାଇଥିବା ଭିଡିଓରେ ଜଣେ ମହିଳା ଏବଂ ପୁରୁଷଙ୍କୁ ମାସ୍କ ଲଗାଇ ଖାଉଥିବା ଦେଖାଯାଇଛି। ସେମାନେ ପ୍ରଥମେ ପିନ୍ଧିଥିବା ସାଧାରଣ ମାସ୍କଟିକୁ ଓହ୍ଲାଇବା ପରେ ନାକର ମାସ୍କ ଲଗାଇ ସୁବିଧାରେ ଖାଉଛନ୍ତି।

କରୋନା ଏକ ଶ୍ୱାସକ୍ରିୟା ସମ୍ପର୍କିତ ରୋଗ। ଏହାର ଭୂତାଣୁ ନିଃଶ୍ୱାସରେ ନାକ ବାଟ ଦେଇ ଫୁସଫୁସ୍‌ରେ ପହଞ୍ଚିଥାଏ। ଏଣୁ ଯଦି କେହି ସଂକ୍ରମିତ କାଶି ଥାଏ ନଚେତ ଛିଙ୍କିଦିଏ ତେବେ ଅନେକ ଲୋକ ସଂକ୍ରମିତ ହୋଇପାରନ୍ତି। ଏହାକୁ ନେଇ ସମସ୍ତେ ମାସ୍କ ପିନ୍ଧିବା ଜରୁରୀ। ସଂକ୍ରମିତ ହେବାର ସମ୍ଭାବନା ଥିବାରୁ ନାକ ଢ଼ାଙ୍କି ହୋଇ ରହିବା ଉଚିତ ବୋଲି କୁହାଯାଉଛି। ଏଣୁ ନୋଜ୍‌ ଓନ୍‌ଲି ମାସ୍କ ସେ ଦିଗରେ ଭଲ ରହିବ ବୋଲି ଚର୍ଚ୍ଚା ହେଉଛି। ହେଲେ କେହି କେହି ଏଥିରେ ନୂତନତ୍ୱ ନାହିଁ ବୋଲି କହୁଛନ୍ତି। ଆଗକାଳରେ ଜୋକରମାନେ ନାକରେ ଏଭଳି ପିନ୍ଧିଥାନ୍ତି ବୋଲି ମଧ୍ୟ ସେମାନେ ଯୁକ୍ତି ରଖୁଛନ୍ତି। ଅପରପକ୍ଷେ ଆଉ କିଛି ଲୋକ ଖାଇବା ସମୟରେ ନାକ ବାଟ ଦେଇ ଭୂତାଣୁ ପ୍ରବେଶ କରିବାର ସମ୍ଭାବନା ଥିବାରୁ ଏହି ମାସ୍କ ଭଲ ରହିବ ବୋଲି କହୁଛନ୍ତି।

ପୂର୍ବରୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ସେଥିରେ କରୋନା ସଂକ୍ରମଣରୁ ରକ୍ଷା ପାଇବାକୁ ହେଲେ ନାକ, ମୁହଁ ଆଦି ଭଲଭାବେ ଘୋଡାଇ ହୋଇ ରହୁଥିବା ମାସ୍କ ପିନ୍ଧିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri