Posted inଫୁରସତ

ଆସିଲା ‘ନୋଜ୍‌ ଓନ୍‌ଲି ମାସ୍କ’: ପିନ୍ଧି ଆରାମରେ ଖାଇପିଇ ପାରିବେ

ମହାମାରୀ କରୋନାର ଟିକା ବାହାରିବା ପରେ ଲୋକେ ସାମାନ୍ୟ ଆଶ୍ୱସ୍ତ ଅନୁଭବ କରିଥିଲେ। ହେଲେ ଏବେ ପୁଣି ଲେଉଟିଛି କରୋନା। ଦିନକୁ ଦିନ ସଂକ୍ରମଣ ବଢ଼ୁଥିବାରୁ ମାସ୍କର ବ୍ୟବହାର ଏବଂ ସାମାଜିକ ଦୂରତ୍ୱ ରକ୍ଷା କରିବା ଆବଶ୍ୟକ ହୋଇପଡ଼ିଛି। ହେଲେ ମାସ୍କ ପିନ୍ଧିବା ଯୋଗୁ କାନରେ ଯନ୍ତ୍ରଣା ସାଙ୍ଗକୁ ନାକରେ ଦାଗ ହୋଇଥାଏ। ଏପରିକି ଖାଇବା ସମୟରେ ଏହାକୁ ବାହାର କରିବାକୁ ପଡ଼ୁଥିବା ଯୋଗୁ କେହି କେହି ଅସହଜ ମନେ କରନ୍ତି। ଏଭଳି ଅସୁବିଧାକୁ ଦୃଷ୍ଟିରେ ରଖି ମେକ୍ସିକୋର ଗବେଷକମାନେ ଏକ ସୁବିଧାଜନକ ମାସ୍କର ଉଦ୍ଭାବନ କରିଛନ୍ତି, ଯାହାର ନାମ ରହିଛି ‘ନୋଜ୍‌ ଓନ୍‌ଲି ମାସ୍କ(କେବଳ ନାକର ମାସ୍କ)’। ଏହାକୁ ପିନ୍ଧି ଆରାମରେ ଖାଇହେବ। ଏହାଛଡ଼ା କରୋନା ସଂକ୍ରମଣରୁ କିଛି ମାତ୍ରାରେ ଏହା ରକ୍ଷା କରିବ।

ନୋଜ୍‌ ଓନ୍‌ଲି ମାସ୍କ ଦ୍ୱାରା କେବଳ ନାକ ଘୋଡାଇ ହୋଇ ରହିଥାଏ। ଏଣୁ ଏହା କେତେ ମାତ୍ରାରେ ସୁରକ୍ଷିତ ତାହାକୁ ନେଇ ସନ୍ଦେହ ଉପୁଜୁଛି। ଅତିରିକ୍ତ ସୁରକ୍ଷା ପାଇଁ ଏହି ମାସ୍କ ଉପରେ ଆଉ ଏକ ସାଧାରଣ ମାସ୍କ ପିନ୍ଧି ହେବ। ଏକ ସମ୍ବାଦ ଏଜେନ୍ସି ପକ୍ଷରୁ ଜାରି କରାଯାଇଥିବା ଭିଡିଓରେ ଜଣେ ମହିଳା ଏବଂ ପୁରୁଷଙ୍କୁ ମାସ୍କ ଲଗାଇ ଖାଉଥିବା ଦେଖାଯାଇଛି। ସେମାନେ ପ୍ରଥମେ ପିନ୍ଧିଥିବା ସାଧାରଣ ମାସ୍କଟିକୁ ଓହ୍ଲାଇବା ପରେ ନାକର ମାସ୍କ ଲଗାଇ ସୁବିଧାରେ ଖାଉଛନ୍ତି।

କରୋନା ଏକ ଶ୍ୱାସକ୍ରିୟା ସମ୍ପର୍କିତ ରୋଗ। ଏହାର ଭୂତାଣୁ ନିଃଶ୍ୱାସରେ ନାକ ବାଟ ଦେଇ ଫୁସଫୁସ୍‌ରେ ପହଞ୍ଚିଥାଏ। ଏଣୁ ଯଦି କେହି ସଂକ୍ରମିତ କାଶି ଥାଏ ନଚେତ ଛିଙ୍କିଦିଏ ତେବେ ଅନେକ ଲୋକ ସଂକ୍ରମିତ ହୋଇପାରନ୍ତି। ଏହାକୁ ନେଇ ସମସ୍ତେ ମାସ୍କ ପିନ୍ଧିବା ଜରୁରୀ। ସଂକ୍ରମିତ ହେବାର ସମ୍ଭାବନା ଥିବାରୁ ନାକ ଢ଼ାଙ୍କି ହୋଇ ରହିବା ଉଚିତ ବୋଲି କୁହାଯାଉଛି। ଏଣୁ ନୋଜ୍‌ ଓନ୍‌ଲି ମାସ୍କ ସେ ଦିଗରେ ଭଲ ରହିବ ବୋଲି ଚର୍ଚ୍ଚା ହେଉଛି। ହେଲେ କେହି କେହି ଏଥିରେ ନୂତନତ୍ୱ ନାହିଁ ବୋଲି କହୁଛନ୍ତି। ଆଗକାଳରେ ଜୋକରମାନେ ନାକରେ ଏଭଳି ପିନ୍ଧିଥାନ୍ତି ବୋଲି ମଧ୍ୟ ସେମାନେ ଯୁକ୍ତି ରଖୁଛନ୍ତି। ଅପରପକ୍ଷେ ଆଉ କିଛି ଲୋକ ଖାଇବା ସମୟରେ ନାକ ବାଟ ଦେଇ ଭୂତାଣୁ ପ୍ରବେଶ କରିବାର ସମ୍ଭାବନା ଥିବାରୁ ଏହି ମାସ୍କ ଭଲ ରହିବ ବୋଲି କହୁଛନ୍ତି।

ପୂର୍ବରୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ସେଥିରେ କରୋନା ସଂକ୍ରମଣରୁ ରକ୍ଷା ପାଇବାକୁ ହେଲେ ନାକ, ମୁହଁ ଆଦି ଭଲଭାବେ ଘୋଡାଇ ହୋଇ ରହୁଥିବା ମାସ୍କ ପିନ୍ଧିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ବ୍ଲକକୁ ମିଳିଲେ ନୂଆ ଅଧ୍ୟକ୍ଷା, ବିଧାୟକଙ୍କ ଉପସ୍ଥିତିରେ ନେଲେ ଦାୟିତ୍ୱ

ଛତ୍ରପୁର,୯ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପଞ୍ଚାୟତ ସମିତିର ଭାରପ୍ରାପ୍ତ ଅଧ୍ୟକ୍ଷା ଭାବେ ଏସ୍. ସାରଦା ରେଡ୍ଡୀ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଛତ୍ରପୁର ମ୍ୟୁନିସିପାଲିଟି…

ଓଲଟିଲା ବସ୍‌: ଭିତରେ ଥିଲେ ୩୦ ଯାତ୍ରୀ, ସେଥିରୁ ୨ ଜଣ…

ବଣାଇଁ,୯ା୧୦(ପ୍ରଦୀପ ତ୍ରିପାଠୀ): ସମ୍ବଲପୁର ଜିଲା କୁଚିଣ୍ଡାରୁ ବଣାଇଁ ଆସୁଥିବା ଘରୋଇ ଯାତ୍ରୀବାହୀ ବସ୍‌ ‘ଅଂଶିକା’ ଗୁରୁଣ୍ଡିଆ ନିକଟସ୍ଥ ମଧୁପୁରଠାରେ ଶୁକ୍ରବାର ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ସେଥିରେ…

ଶୌଚ ଯିବା ହେଲା କାଳ, ହାତୀ ହାବୁଡ଼ରେ ପଡ଼ି ଚାଲିଗଲା ଜୀବନ

କୁଚିଣ୍ଡା,୯।୧୦(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ବନ୍ୟପ୍ରାଣୀ ବନଖଣ୍ଡ କୁଚିଣ୍ଡା ରେଞ୍ଜ ଅଧୀନ କୁଚିଣ୍ଡା ଏନ୍‌ଏସି ୧୦ ନମ୍ବର ୱାର୍ଡ ସଇଡାରେ ଶୁକ୍ରବାର ଏକ ହାତୀ ଆକ୍ରମଣରେ…

ସପ୍ତାହେ ମଧ୍ୟରେ କୋହଲିଙ୍କ ୫ ରେକର୍ଡକୁ ଧୂଳିସାତ୍‌ କରିଦେଲେ ଏହି ୫ ବ୍ୟାଟର୍‌

ନୂଆଦିଲ୍ଲୀ,୯।୧୦: ବିରାଟ କୋହଲିଙ୍କ ନାଁରେ ଅନେକ କ୍ରିକେଟ ରେକର୍ଡ ରହିଛି। ଏହାକୁ ଭାଙ୍ଗିବା ଯେକୌଣସି ଖେଳାଳିଙ୍କ ପାଇଁ ଏକ ବଡ଼ ସଫଳତା ହେବ। ଗତ ସପ୍ତାହ ମଧ୍ୟରେ…

ଜେଲ୍‌ ଭିତରେ ସଂଘର୍ଷ: ଗଡ଼ିଲା ୧୦ ମୁଣ୍ଡ, ୧୬ ଆହତ

ମେକ୍ସିକୋ,୯ା୧୦: ମେକ୍ସିକୋର ଉତ୍ତର-ପଶ୍ଚିମ ରାଜ୍ୟ ସିନାଲୋଆର ମାଜାଟାନ ସହରରେ ଥିବା ‘ଏଲ କାଷ୍ଟିଲୋ’ ଜେଲ୍‌ରେ ଘଟିଥିବା ଏକ ସଂଘର୍ଷରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୬ ଜଣ…

ଆଜି ସୃଷ୍ଟି ହେବ ବିରଳ ବିଷ ଯୋଗ, ୩ ରାଶି ଉପରେ ପଡ଼ିପାରେ ନକାରାତ୍ମକ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶନି ଓ ଚନ୍ଦ୍ରମାଙ୍କ ପରସ୍ପର ଦୃଷ୍ଟି ଯୋଗୁଁ ବିଷ ଯୋଗ ସୃଷ୍ଟି ହେଉଛି । ଏହି ଯୋଗର ପ୍ରଭାବରେ କେତେକ ରାଶିର ବ୍ୟକ୍ତିଙ୍କୁ…

ପ୍ରଥମେ କବାଟ ବାଡ଼େଇଲେ, ଖୋଲିବାରୁ ଦମ୍ପତିଙ୍କୁ ଅତର୍କିତ ଆକ୍ରମଣ କଲେ ଦୁଇ ଦୁର୍ବୃତ୍ତ, ଗୁରୁତର ହୋଇ…

ମଜାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଅପାଳ ସାମୁଦ୍ରିକ ଥାନା ଅଧୀନ ବଳିଗଣ୍ଡ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ବୁଧବାର ବିଳମ୍ବିତ ରାତିରେ ପଶି…

ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ବପ୍ନ ଆଜି ହେବ ସାକାର! ନିଷ୍ପତ୍ତି ନେବେ ଆୟର

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମୁକାବିଲା ଆଜି ରାଞ୍ଚିରେ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?