ବିପଦରେ ଉତ୍ତର-ପୂର୍ବ

ଉତ୍ତର-ପୂର୍ବ ରାଜ୍ୟ ମିଜୋରାମର ବିଧାନସଭା ନିର୍ବାଚନ ଭୋଟ ଗଣତି ଚାଲିଥିବାବେଳେ ମଣିପୁରରେ ହିଂସା ଘଟି ୧୩ ଜଣଙ୍କ ମୃତ୍ୟୁ ଘଟିଲା। ମଣିପୁର ଟେଙ୍ଗନୌପାଲ ଜିଲାର ସାଇବଲ୍‌ ନିକଟବର୍ତ୍ତୀ ଲେଇଥୁ ଗ୍ରାମରେ ଦୁଇ ଉଗ୍ରବାଦୀ ଗୋଷ୍ଠୀଙ୍କ ମଧ୍ୟରେ ଏହି ସଂଘର୍ଷ ଘଟିଥିଲା। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, କେନ୍ଦ୍ର ସହ ୟୁନାଇଟେଡ୍‌ ନ୍ୟାଶନାଲ ଲିବରେଶନ ଫ୍ରଣ୍ଟ (ୟୁଏନ୍‌ଏଲ୍‌ଏଫ୍‌) ଓ ନ୍ୟାଶନାଲ ରିଭଲ୍ୟୁଶନାରି ଫ୍ରଣ୍ଟ ମଣିପୁର (ଏନ୍‌ଆର୍‌ଏଫ୍‌ଏମ୍‌) ମଧ୍ୟରେ ଶାନ୍ତିଚୁକ୍ତି ସ୍ବାକ୍ଷର ହେବା ପରେ ଏଭଳି ହିଂସା ମଣିପୁରର ଆଭ୍ୟନ୍ତରୀଣ ସ୍ଥିତି ସଙ୍କଟମୁକ୍ତ ନୁହେଁ ବୋଲି ସୂଚିତ କରୁଛି। ଅନ୍ୟ ଏକ ଦିଗକୁ ବିଚାର କଲେ ଭାଜପା ନେତୃତ୍ୱାଧୀନ ଉତ୍ତର-ପୂର୍ବ ଗଣତାନ୍ତ୍ରିକ ମେଣ୍ଟରେ ଥିବା ମିଜୋ ନ୍ୟାଶନାଲ ଫ୍ରଣ୍ଟ(ଏମ୍‌ଏନ୍‌ଏଫ୍‌)କୁ ହରାଇ ମିଜୋରାମରେ ଲାଲଦୁହୋମାଙ୍କ ନେତୃତ୍ୱରେ ଜୋରାମ ପିପୁଲ୍ସ ମୁଭ୍‌ମେଣ୍ଟ (ଜେପିଏମ୍‌) ଶାସନ ଦଖଲ କରିବାକୁ ଯାଉଥିବାବେଳେ ଏଭଳି ହିଂସା ପଛରେ ହୁଏତ ରାଜନୈତିକ ଅସହିଷ୍ଣୁତା ଥାଇପାରେ ବୋଲି କୁହାଯାଉଛି। ଉଲ୍ଲେଖନୀୟ ଯେ, ମଣିପୁରରେ ଦୀର୍ଘ ୭ମାସରୁ ଅଧିକ ସମୟ ହେଲା ମେଇତି ଓ କୁକି ଆଦିବାସୀଙ୍କ ମଧ୍ୟରେ ଲାଗି ରହିଥିବା ଜାତିଆଣ ହିଂସାରେ ୧୮୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଗଲାଣି। ଏଥିରେ ୫୦ ହଜାରରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି। ହିଂସା ମଧ୍ୟରେ ଯେତେବେଳେ ଦୁଇ ଯୁବତୀଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଲା, ସେତେବେଳେ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲା। ଏହି ଘଟଣାରେ ଅନ୍ତର୍ଜାତୀୟ ସ୍ତରରେ ଦେଶର ସମ୍ମାନ ହାନି ଘଟିଲା। କିନ୍ତୁ ପାରମ୍ପରିକ ଗଣମାଧ୍ୟମର ବ୍ୟବସ୍ଥା ଏସବୁକୁ ଲୋକଲୋଚନକୁ ଆଣିବାରେ ବିଫଳ ହେଲା, କାରଣ ସେଠାରେ ସରକାରୀ କଟକଣା ଓ ଆଇନ ଯୋଗୁ ସବୁ ତଥ୍ୟ ସେନ୍‌ସର ହେଉଛି।
ମଣିପୁରରେ ଦେଖାଦେଇଥିବା ଜାତିଆଣ ହିଂସା ପ୍ରଶମିତ କରି ଭୟମୁକ୍ତ ପରିବେଶ ଫେରାଇ ଆଣିବା ଲାଗି ସରକାର ଆନ୍ତରିକ ପ୍ରୟାସ କରୁଥିବା ଭଳି ଲାଗୁନାହିଁ। ସ୍ଥାନୀୟ ପୋଲିସ ସମ୍ପୂର୍ଣ୍ଣ ନିଷ୍କ୍ରିୟ ହେବା ପରେ ସରକାର ଜଣେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କୁ ପୋଲିସ ବିଭାଗରେ ୫ ବର୍ଷ ଲାଗି ନିଯୁକ୍ତି ଦେଇଥିଲେ ମଧ୍ୟ ସମୟାନ୍ତରରେ ଏଭଳି ହିଂସା ପ୍ରକାଶ ପାଇବା ଚିନ୍ତାଜନକ। ଉଦ୍‌ବେଗର ବିଷୟ ହେଉଛି, ମଣିପୁର ଓ ମ୍ୟାନ୍‌ମାର ସୀମାନ୍ତ ଗ୍ରାମ ଲେଇଥୁରେ ଘଟିଥିବା ଏହି ହିଂସା ଉଗ୍ରବାଦୀଙ୍କ ସକ୍ରିୟତା ବୃଦ୍ଧିର ସଙ୍କେତ ଦେଇଛି। ପରିସ୍ଥିତି ଦେଖିଲେ ସ୍ପଷ୍ଟ ବୁଝାପଡ଼ୁଛି ଯେ, ମଣିପୁରରେ ରାଜନୈତିକ ଅଭିଳାଷ ଯୋଗୁ ଜାତିଆଣ ବିଭେଦ ବିରାଟ ଆକାର ଧାରଣ କଲା, ଯାହା ଉଗ୍ରବାଦୀଙ୍କ ପାଇଁ ସୁଯୋଗ ସୃଷ୍ଟି କରୁଛି। ତେବେ ମଣିପୁରରେ ଶାନ୍ତି ଫେରାଇବାରେ ବିଫଳତା ପୁନର୍ବାର ସମ୍ପୂର୍ଣ୍ଣ ଉତ୍ତର-ପୂର୍ବାଞ୍ଚଳର ଆଭ୍ୟନ୍ତରୀଣ ସ୍ଥିତିକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଏବେ ଶୀତଳ ଭଣ୍ଡାରରେ ଥିବାବେଳେ ନିକଟରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ କୁମାର ମିଶ୍ରା ପଶ୍ଚିମବଙ୍ଗରେ ଘୋଷଣା କରିଥିଲେ ଯେ, ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଏହାକୁ ପୁଣି ପ୍ରସ୍ତୁତ କରାଯିବ। ଏହା ସ୍ପଷ୍ଟ ଯେ, ଏବକାର ମଣିପୁର ସ୍ଥିତି ସହିତ ଏହି ଆଇନର କାର୍ଯ୍ୟକାରିତା ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ଆଭ୍ୟନ୍ତରୀଣ ସୁରକ୍ଷାକୁ ବିଗାଡ଼ିବାର ଅଧିକ ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri