ବିପଦରେ ଉତ୍ତର-ପୂର୍ବ

ଉତ୍ତର-ପୂର୍ବ ରାଜ୍ୟ ମିଜୋରାମର ବିଧାନସଭା ନିର୍ବାଚନ ଭୋଟ ଗଣତି ଚାଲିଥିବାବେଳେ ମଣିପୁରରେ ହିଂସା ଘଟି ୧୩ ଜଣଙ୍କ ମୃତ୍ୟୁ ଘଟିଲା। ମଣିପୁର ଟେଙ୍ଗନୌପାଲ ଜିଲାର ସାଇବଲ୍‌ ନିକଟବର୍ତ୍ତୀ ଲେଇଥୁ ଗ୍ରାମରେ ଦୁଇ ଉଗ୍ରବାଦୀ ଗୋଷ୍ଠୀଙ୍କ ମଧ୍ୟରେ ଏହି ସଂଘର୍ଷ ଘଟିଥିଲା। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, କେନ୍ଦ୍ର ସହ ୟୁନାଇଟେଡ୍‌ ନ୍ୟାଶନାଲ ଲିବରେଶନ ଫ୍ରଣ୍ଟ (ୟୁଏନ୍‌ଏଲ୍‌ଏଫ୍‌) ଓ ନ୍ୟାଶନାଲ ରିଭଲ୍ୟୁଶନାରି ଫ୍ରଣ୍ଟ ମଣିପୁର (ଏନ୍‌ଆର୍‌ଏଫ୍‌ଏମ୍‌) ମଧ୍ୟରେ ଶାନ୍ତିଚୁକ୍ତି ସ୍ବାକ୍ଷର ହେବା ପରେ ଏଭଳି ହିଂସା ମଣିପୁରର ଆଭ୍ୟନ୍ତରୀଣ ସ୍ଥିତି ସଙ୍କଟମୁକ୍ତ ନୁହେଁ ବୋଲି ସୂଚିତ କରୁଛି। ଅନ୍ୟ ଏକ ଦିଗକୁ ବିଚାର କଲେ ଭାଜପା ନେତୃତ୍ୱାଧୀନ ଉତ୍ତର-ପୂର୍ବ ଗଣତାନ୍ତ୍ରିକ ମେଣ୍ଟରେ ଥିବା ମିଜୋ ନ୍ୟାଶନାଲ ଫ୍ରଣ୍ଟ(ଏମ୍‌ଏନ୍‌ଏଫ୍‌)କୁ ହରାଇ ମିଜୋରାମରେ ଲାଲଦୁହୋମାଙ୍କ ନେତୃତ୍ୱରେ ଜୋରାମ ପିପୁଲ୍ସ ମୁଭ୍‌ମେଣ୍ଟ (ଜେପିଏମ୍‌) ଶାସନ ଦଖଲ କରିବାକୁ ଯାଉଥିବାବେଳେ ଏଭଳି ହିଂସା ପଛରେ ହୁଏତ ରାଜନୈତିକ ଅସହିଷ୍ଣୁତା ଥାଇପାରେ ବୋଲି କୁହାଯାଉଛି। ଉଲ୍ଲେଖନୀୟ ଯେ, ମଣିପୁରରେ ଦୀର୍ଘ ୭ମାସରୁ ଅଧିକ ସମୟ ହେଲା ମେଇତି ଓ କୁକି ଆଦିବାସୀଙ୍କ ମଧ୍ୟରେ ଲାଗି ରହିଥିବା ଜାତିଆଣ ହିଂସାରେ ୧୮୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଗଲାଣି। ଏଥିରେ ୫୦ ହଜାରରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି। ହିଂସା ମଧ୍ୟରେ ଯେତେବେଳେ ଦୁଇ ଯୁବତୀଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଲା, ସେତେବେଳେ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲା। ଏହି ଘଟଣାରେ ଅନ୍ତର୍ଜାତୀୟ ସ୍ତରରେ ଦେଶର ସମ୍ମାନ ହାନି ଘଟିଲା। କିନ୍ତୁ ପାରମ୍ପରିକ ଗଣମାଧ୍ୟମର ବ୍ୟବସ୍ଥା ଏସବୁକୁ ଲୋକଲୋଚନକୁ ଆଣିବାରେ ବିଫଳ ହେଲା, କାରଣ ସେଠାରେ ସରକାରୀ କଟକଣା ଓ ଆଇନ ଯୋଗୁ ସବୁ ତଥ୍ୟ ସେନ୍‌ସର ହେଉଛି।
ମଣିପୁରରେ ଦେଖାଦେଇଥିବା ଜାତିଆଣ ହିଂସା ପ୍ରଶମିତ କରି ଭୟମୁକ୍ତ ପରିବେଶ ଫେରାଇ ଆଣିବା ଲାଗି ସରକାର ଆନ୍ତରିକ ପ୍ରୟାସ କରୁଥିବା ଭଳି ଲାଗୁନାହିଁ। ସ୍ଥାନୀୟ ପୋଲିସ ସମ୍ପୂର୍ଣ୍ଣ ନିଷ୍କ୍ରିୟ ହେବା ପରେ ସରକାର ଜଣେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କୁ ପୋଲିସ ବିଭାଗରେ ୫ ବର୍ଷ ଲାଗି ନିଯୁକ୍ତି ଦେଇଥିଲେ ମଧ୍ୟ ସମୟାନ୍ତରରେ ଏଭଳି ହିଂସା ପ୍ରକାଶ ପାଇବା ଚିନ୍ତାଜନକ। ଉଦ୍‌ବେଗର ବିଷୟ ହେଉଛି, ମଣିପୁର ଓ ମ୍ୟାନ୍‌ମାର ସୀମାନ୍ତ ଗ୍ରାମ ଲେଇଥୁରେ ଘଟିଥିବା ଏହି ହିଂସା ଉଗ୍ରବାଦୀଙ୍କ ସକ୍ରିୟତା ବୃଦ୍ଧିର ସଙ୍କେତ ଦେଇଛି। ପରିସ୍ଥିତି ଦେଖିଲେ ସ୍ପଷ୍ଟ ବୁଝାପଡ଼ୁଛି ଯେ, ମଣିପୁରରେ ରାଜନୈତିକ ଅଭିଳାଷ ଯୋଗୁ ଜାତିଆଣ ବିଭେଦ ବିରାଟ ଆକାର ଧାରଣ କଲା, ଯାହା ଉଗ୍ରବାଦୀଙ୍କ ପାଇଁ ସୁଯୋଗ ସୃଷ୍ଟି କରୁଛି। ତେବେ ମଣିପୁରରେ ଶାନ୍ତି ଫେରାଇବାରେ ବିଫଳତା ପୁନର୍ବାର ସମ୍ପୂର୍ଣ୍ଣ ଉତ୍ତର-ପୂର୍ବାଞ୍ଚଳର ଆଭ୍ୟନ୍ତରୀଣ ସ୍ଥିତିକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଏବେ ଶୀତଳ ଭଣ୍ଡାରରେ ଥିବାବେଳେ ନିକଟରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ କୁମାର ମିଶ୍ରା ପଶ୍ଚିମବଙ୍ଗରେ ଘୋଷଣା କରିଥିଲେ ଯେ, ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଏହାକୁ ପୁଣି ପ୍ରସ୍ତୁତ କରାଯିବ। ଏହା ସ୍ପଷ୍ଟ ଯେ, ଏବକାର ମଣିପୁର ସ୍ଥିତି ସହିତ ଏହି ଆଇନର କାର୍ଯ୍ୟକାରିତା ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ଆଭ୍ୟନ୍ତରୀଣ ସୁରକ୍ଷାକୁ ବିଗାଡ଼ିବାର ଅଧିକ ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri