କିମ୍‌ଙ୍କ ଶାସନରେ ଭୟଙ୍କର ଖାଦ୍ୟ ସଙ୍କଟ: ୩୦୦୦ ଟଙ୍କାରେ ବିକ୍ରି ହେଉଛି ୧ କିଗ୍ରା କଦଳୀ

ପ୍ୟୋଙ୍ଗୟାଙ୍ଗ,୧୮।୬: ବେଳକୁ ବେଳ ଉତ୍ତର କୋରିଆର ଆର୍ଥିକ ଅବସ୍ଥା ଖରାପ ହେବାରେ ଲାଗିଛି। ଏନେଇ ବିଭିନ୍ନ ରିପୋର୍ଟ ପ୍ରକାଶ ପାଉଥିବା ବେଳେ ଏବେ ଦେଶର ଶାସକ କିମ୍‌ ଜୋଙ୍ଗ ଉନ୍‌ ଯେକୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ ହେବା ଆବଶ୍ୟକ ବୋଲି କହିଛନ୍ତି। ପରିଣାମସ୍ବରୂପ ଦେଶବାସୀ ଖାଦ୍ୟ ସଙ୍କଟ ଦେଇ ଗତି କରୁଛନ୍ତି। ଯାହା କିଛି ବି ମିଳୁଛି ସେଥିପାଇଁ ଅନେକ ଗୁଣ ଅଧିକ ମୂଲ୍ୟ ଦେବାକୁ ପଡ଼ୁଛି।

ଉତ୍ତର କୋରିଆ ଉପରେ ନଜର ରଖୁଥିବା ଓ୍ବେବସାଇଟ୍‌ ‘ଏନ୍‌କେ ନ୍ୟୁଜ୍‌’ର ରିପୋର୍ଟ ଅନୁଯାୟୀ ଏଠାରେ ଅନେକ ଜରୁରୀ ସାମଗ୍ରୀର ମୂଲ୍ୟ ଆକାଶ ଛୁଆଁ ହେବାରେ ଲାଗିଛି। ଗୋଟିଏ ସାମ୍ପୁ ବୋତଲ ୨୦୦ ଡଲାରରେ ବିକ୍ରି ହେଉଥିବା ବେଳେ କଦଳୀ ଗ୍ରାମ ପିଛା ୪୫ ଡଲାରରେ ବିକ୍ରି ହେଉଛି। ଭାରତୀୟ ମୁଦ୍ରାରେ ଦେଖିଲେ ସାମ୍ପୁ ପାଇଁ ଲୋକଙ୍କୁ ୧୫୦୦୦ ଟଙ୍କା ଦେବାକୁ ପଡ଼ୁଥିବା ବେଳେ ୧ କିଲୋଗ୍ରାମ କଦଳୀ ଲାଗି ୩୦୦୦ ଟଙ୍କା ଦେବାକୁ ପଡ଼ୁଛି। କେବଳ ଏତିକି ନୁହେଁ ଆମଦାନୀ ହେଉଥିବା ସାମଗ୍ରୀର ମୂଲ୍ୟ ହୁ ହୁ ହୋଇ ମଧ୍ୟ ବଢ଼ୁଛି।

ତେବେ କିମ୍‌ ଦେଶର ଦାରିଦ୍ରକୁ ଦୂର କରିବାରେ ବିଫଳ ହୋଇଥିବା ଅନ୍ତର୍ଜାତୀୟ ବିଶ୍ଳେଶକମାନେ ଆଲୋଚନା କରୁଛନ୍ତି। ପିତାଙ୍କଠାରୁ କ୍ଷମତା ନେବା ସମୟରେ ସେ ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ସଠିକ ଭାବେ ପାଳନ କରିନାହାନ୍ତି। ଏହାପଛରେ କରୋନା ସଙ୍କଟ ଏବଂ ଆଣବିକ କାର୍ଯ୍ୟକ୍ରମ ହେତୁ ଦେଶ ଉପରେ ଲାଗିଥିବା ପ୍ରତିବନ୍ଧକ ପ୍ରମୁଖ କାରଣ ବୋଲି କୁହାଯାଉଛି।

କରୋନା ସଂକ୍ରମଣ ହେତୁ ଉତ୍ତର କୋରିଆ ଦେଢ଼ ବର୍ଷରୁ ଅଧିକ ସମୟ ପାଇଁ ଏହାର ସୀମା ବନ୍ଦ କରିଦେଇଛି। ଏହାଦ୍ୱାରା ଦେଶକୁ ବହୁତ କ୍ଷତି ସହିବାକୁ ପଡ଼ୁଛି। କାରଣ ଚୀନ ସହ ଏହାର ଅଧିକାଂଶ ବାଣିଜ୍ୟ ହୋଇଆସୁଛି। ଅନେକ ଖାଦ୍ୟ ସାମଗ୍ରୀ, ସାର ଓ ଇନ୍ଧନ ପାଇଁ ଉତ୍ତରକୋରିଆ ମୁଖ୍ୟତଃ ଚାଇନା ଉପରେ ନିର୍ଭରଶୀଳ। ହେଲେ ସୀମା ବନ୍ଦ ହେବା କାରଣରୁ ବାଣିଜ୍ୟକୁ କ୍ଷତି ସହିବାକୁ ପଡ଼ିଛି। ଏଥିସହ ଆଣବିକ କାର୍ଯ୍ୟକ୍ରମ ଯୋଗୁ ଉତ୍ତରକୋରିଆ ଉପରେ ମଧ୍ୟ ଅନ୍ତର୍ଜାତୀୟ କଟକଣା ଲାଗୁ କରାଯାଇଛି। ଏହାର ପ୍ରଭାବ ଅର୍ଥନୈତିକ ବିକାଶ ଉପରେ ପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri