ମନର ଭାବନାକୁ ଜାଣିପାରିବ ଏହି ହେଲ୍‌ମେଟ

ଓ୍ବାଶିଂଟନ୍‌,୧୮।୬: ମନୁଷ୍ୟର ମନର ଭାବନାକୁ ଜାଣିବା ପାଇଁ ଅନେକ ବର୍ଷରୁ ଗବେଷଣା ଚାଲିଛି, ହେଲେ ଏବେ ଯାଇ ଏଥିରେ ସଫଳତା ମିଳିପାରିଛି। କର୍ନେଲ ନାମକ ଜଣେ ଆମେରିକା କମ୍ପାନୀ ଏଭଳି ଏକ ହେଲମେଟ ଲଞ୍ଚ କରିଛି, ଯାହା ମନୁଷ୍ୟର ମନର ଭାବନାକୁ ସହଜରେ ପଢ଼ିବାକୁ ସକ୍ଷମ ହେବ। ଏହି ହେଲ୍‌ମେଟ ଜଣଙ୍କ ମନରେ ଚାଲିଥିବା ଚିନ୍ତାଧାରାକୁ କହିପାରିବ ବୋଲି ଦାବି କରାଯାଇଛି। କର୍ନେଲର ଏହି ସ୍ବତନ୍ତ୍ର ହେଲ୍‌ମେଟର ଦାମ୍‌ ହେଉଛି ୫୦,୦୦୦ଡଲାର(ଭାରତୀୟ ମୂଲ୍ୟ ୩,୬୯୫.୨୯ ଟଙ୍କା)। ଏହି ହେଲ୍‌ମେଟରେ ଅନେକ ପ୍ରକାରର ସେନ୍ସର ଓ ଇଲେକ୍‌ଟ୍ରୋନିକ୍‌ ଡାଏଡ ଲଗାଯାଇଛି, ଯାହା ରକ୍ତ ପ୍ରବାହରୁ ମନୁଷ୍ୟ ମନରେ ଚାଲିଥିବା ଜିନିଷଗୁଡ଼ିକୁ ସହଜରେ ପଢ଼ିପାରିଥାଏ। ଏହାପୂର୍ବରୁ ଏଭଳିି ଏକ ଡିଭାଇସ୍‌ ଥିଲା। କିନ୍ତୁ ଏହାର ଆକାର ଗୋଟିଏ କୋଠରୀ ସହିତ ସମାନ ଥିବା ବେଳେ ବହୁ ମହଙ୍ଗା ମଧ୍ୟ ରହିଥିଲା। ତେବେ ପୂର୍ବ ଡିଭାଇସ୍‌ ସହିତ ଥିବା ସମସ୍ୟାକୁ ଦୂର କରି କର୍ନେଲ ଏବେ ଏହି ହେଲ୍‌ମେଟକୁ ଲଞ୍ଚ କରିଛି।

ଏହାକୁ ଯେକେହିବି କୌଣସି ସ୍ଥାନକୁ ପିନ୍ଧି ଯିବା ଆସିବା କରିପାରିବେ। ତେବେ ମାନସିକ ବିକୃତି କିମ୍ବା ଷ୍ଟ୍ରୋକ୍‌ ପୀଡ଼ିତଙ୍କ ପାଇଁ ଏହି ହେଲମେଟ ଏକ ବରଦାନରୁ କମ୍‌ ହେବ ନାହିଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। କର୍ନେଲଙ୍କ ଅନୁଯାୟୀ ଏହି ସ୍ବତନ୍ତ୍ର ହେଲ୍‌ମେଟ ଖୁବ ଶୀଘ୍ର ବଜାରରେ ଲଞ୍ଚ କରାଯିବ। ଅନ୍ୟପଟେ କମ୍ପାନୀର ସିଇଓ ବ୍ରାଏନ ଜନ୍‌ସନ କହିଛନ୍ତି, ଏହାକୁ ତିଆରି କରିବା ପାଇଁ ୫ବର୍ଷ ସମୟ ଲାଗିଥିବା ବେଳେ ଏଥିରେ ପ୍ରାୟ ୮୧୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଜନସନଙ୍କ ଅନୁଯାୟୀ, ହାର୍ଟ, ରକ୍ତ ଏପରିକି ଡିଏନ୍‌ଏ ପାଇଁ ପରୀକ୍ଷା ଶସ୍ତା ଥିବା ବେଳେ କିନ୍ତୁ ମସ୍ତିଷ୍କ ପରୀକ୍ଷା ଅତ୍ୟନ୍ତ ଜଟିଳ ଏବଂ ମହଙ୍ଗା ଅଟେ। ଏହିି କ୍ଷେତ୍ରରେ ଉକ୍ତ ହେଲ୍‌ମେଟ ବହୁ ଲାଭକାରୀ ହୋଇପାରିବ। ତେଣୁ ଏହି ପ୍ରୋଜେକ୍ଟ ପାଇଁ ସରକାରଙ୍କ ସାହାଯ୍ୟ ଲେଡିଛନ୍ତି ଜନ୍‌ସନ।


Enter your email to get our daily news in your inbox.

All Right Reserved By Dharitri.Com

ଦୁବଇରେ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ୟ, ଦେଖୁ ଦେଖୁ ଆକାଶ ହୋଇଗଲା ସବୁଜ, ଦେଖନ୍ତୁ ଭିଡିଓ

ଦୁବଇ,୧୮।୪: ଗତ କିଛି ଦିନ ହେବ ଦୁବଇର ପାଗରେ ଅନେକ ପରିବର୍ତ୍ତନ ଦେଖାଯାଉଛି । ଯେଉଁଠାରେ ୭୫ ବର୍ଷ ମଧ୍ୟରେ ପ୍ରବଳ ବର୍ଷା ସହରକୁ ବୁଡ଼ାଇ...

ପ୍ରତିଦିନ ଚୋରି ହେଉଛି ୬ ଲକ୍ଷ ଲିଟର ପାଣି

ମେକ୍ସିକୋ ସିଟି,୧୮।୪: ଚୋରମାନଙ୍କ ଦ୍ୱାରା ଜଳର କଳାବଜାରି ଯୋଗୁଁ ମେକ୍ସିକୋରେ ହ୍ରଦ ଶୁଖିଯାଉଛି। ଚୋରମାନେ ସମଗ୍ର ହ୍ରଦକୁ ନିଷ୍କାସନ କରି ଦିନକୁ ପ୍ରାୟ ୬ଲକ୍ଷ ଲିଟର...

ଭୂକମ୍ପର ଜୋରଦାର ଝଟ୍‌କାରେ ଥରିଲା ଜାପାନ, ୯ ଆହତ, ନାହିଁ ସୁନାମି ଚେତାବନୀ

ଟୋକିଓ,୧୮।୪: ବୁଧବାର ବିଳମ୍ବିତ ରାତିରେ ଦକ୍ଷିଣ-ପଶ୍ଚିମ ଜାପାନରେ ହୋଇଥିବା ଏକ ଶକ୍ତିଶାଳୀ ଭୂକମ୍ପରେ ୯ଜଣ ଆହତ ହୋଇଛନ୍ତି। ଗତକାଲି ଅର୍ଥାତ୍‌ ବୁଧବାର ରାତିରେ ୬.୬ ମ୍ୟାଗ୍ନିଚ୍ୟୁଡର...

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରୋକିବା କଷ୍ଟକର’

ଇସଲାମାବାଦ,୧୮।୪: କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଭାରତର ଲୋକ ସଭା ନିର୍ବାଚନ ବିଷୟରେ ଆଲୋଚନା ହେଉଛି। ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର...

ଭାରତ ସପକ୍ଷରେ ଯୁକ୍ତି ବାଢିଲେ ଏଲନ ମସ୍କ

ନ୍ୟୁୟର୍କ,୧୮।୪: ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ସ୍ଥାୟୀ ଆସନ ପାଇଁ ଭାରତର ଦାବି ପ୍ରସଙ୍ଗ ପୁଣି ଉଠିବା ଆରମ୍ଭ କରିଛି। ଟେସଲା ସିଇଓ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

‘ଟାଇମ୍’ ମାଗାଜିନ ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲିକାରେ ସାକ୍ଷୀ ମଲିକ୍-ଆଲିଆ ଭଟ୍ଟ

ନୂଆଦିଲ୍ଲୀ, ୧୭।୪: ଟାଇମ୍ ମାଗାଜିନ୍ ୨୦୨୪ ବର୍ଷର ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱର ତାଲିକା ପ୍ରକାଶ କରିଛି। ବୁଧବାର ସନ୍ଧ୍ୟାରେ ପ୍ରକାଶିତ ଏହି ତାଲିକାରେ ଦୁଇ ଭାରତୀୟଙ୍କ...

ଏଲନ ମସ୍କଙ୍କ ‘ଏକ୍ସ’କୁ ବ୍ୟାନ୍‌ କଲା ପାକିସ୍ତାନ

ଇସଲାମାବାଦ,୧୭।୪: ପାକିସ୍ତାନ ଏଲନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ(ପୂର୍ବରୁ ଟୁଇଟର)କୁ ବ୍ୟାନ୍‌ କରିଦେଇଛି। ଦେଶର ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଫେବୃଆରୀରେ ହିଁ ଏକ୍ସକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri