ମନର ଭାବନାକୁ ଜାଣିପାରିବ ଏହି ହେଲ୍‌ମେଟ

ଓ୍ବାଶିଂଟନ୍‌,୧୮।୬: ମନୁଷ୍ୟର ମନର ଭାବନାକୁ ଜାଣିବା ପାଇଁ ଅନେକ ବର୍ଷରୁ ଗବେଷଣା ଚାଲିଛି, ହେଲେ ଏବେ ଯାଇ ଏଥିରେ ସଫଳତା ମିଳିପାରିଛି। କର୍ନେଲ ନାମକ ଜଣେ ଆମେରିକା କମ୍ପାନୀ ଏଭଳି ଏକ ହେଲମେଟ ଲଞ୍ଚ କରିଛି, ଯାହା ମନୁଷ୍ୟର ମନର ଭାବନାକୁ ସହଜରେ ପଢ଼ିବାକୁ ସକ୍ଷମ ହେବ। ଏହି ହେଲ୍‌ମେଟ ଜଣଙ୍କ ମନରେ ଚାଲିଥିବା ଚିନ୍ତାଧାରାକୁ କହିପାରିବ ବୋଲି ଦାବି କରାଯାଇଛି। କର୍ନେଲର ଏହି ସ୍ବତନ୍ତ୍ର ହେଲ୍‌ମେଟର ଦାମ୍‌ ହେଉଛି ୫୦,୦୦୦ଡଲାର(ଭାରତୀୟ ମୂଲ୍ୟ ୩,୬୯୫.୨୯ ଟଙ୍କା)। ଏହି ହେଲ୍‌ମେଟରେ ଅନେକ ପ୍ରକାରର ସେନ୍ସର ଓ ଇଲେକ୍‌ଟ୍ରୋନିକ୍‌ ଡାଏଡ ଲଗାଯାଇଛି, ଯାହା ରକ୍ତ ପ୍ରବାହରୁ ମନୁଷ୍ୟ ମନରେ ଚାଲିଥିବା ଜିନିଷଗୁଡ଼ିକୁ ସହଜରେ ପଢ଼ିପାରିଥାଏ। ଏହାପୂର୍ବରୁ ଏଭଳିି ଏକ ଡିଭାଇସ୍‌ ଥିଲା। କିନ୍ତୁ ଏହାର ଆକାର ଗୋଟିଏ କୋଠରୀ ସହିତ ସମାନ ଥିବା ବେଳେ ବହୁ ମହଙ୍ଗା ମଧ୍ୟ ରହିଥିଲା। ତେବେ ପୂର୍ବ ଡିଭାଇସ୍‌ ସହିତ ଥିବା ସମସ୍ୟାକୁ ଦୂର କରି କର୍ନେଲ ଏବେ ଏହି ହେଲ୍‌ମେଟକୁ ଲଞ୍ଚ କରିଛି।

ଏହାକୁ ଯେକେହିବି କୌଣସି ସ୍ଥାନକୁ ପିନ୍ଧି ଯିବା ଆସିବା କରିପାରିବେ। ତେବେ ମାନସିକ ବିକୃତି କିମ୍ବା ଷ୍ଟ୍ରୋକ୍‌ ପୀଡ଼ିତଙ୍କ ପାଇଁ ଏହି ହେଲମେଟ ଏକ ବରଦାନରୁ କମ୍‌ ହେବ ନାହିଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। କର୍ନେଲଙ୍କ ଅନୁଯାୟୀ ଏହି ସ୍ବତନ୍ତ୍ର ହେଲ୍‌ମେଟ ଖୁବ ଶୀଘ୍ର ବଜାରରେ ଲଞ୍ଚ କରାଯିବ। ଅନ୍ୟପଟେ କମ୍ପାନୀର ସିଇଓ ବ୍ରାଏନ ଜନ୍‌ସନ କହିଛନ୍ତି, ଏହାକୁ ତିଆରି କରିବା ପାଇଁ ୫ବର୍ଷ ସମୟ ଲାଗିଥିବା ବେଳେ ଏଥିରେ ପ୍ରାୟ ୮୧୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଜନସନଙ୍କ ଅନୁଯାୟୀ, ହାର୍ଟ, ରକ୍ତ ଏପରିକି ଡିଏନ୍‌ଏ ପାଇଁ ପରୀକ୍ଷା ଶସ୍ତା ଥିବା ବେଳେ କିନ୍ତୁ ମସ୍ତିଷ୍କ ପରୀକ୍ଷା ଅତ୍ୟନ୍ତ ଜଟିଳ ଏବଂ ମହଙ୍ଗା ଅଟେ। ଏହିି କ୍ଷେତ୍ରରେ ଉକ୍ତ ହେଲ୍‌ମେଟ ବହୁ ଲାଭକାରୀ ହୋଇପାରିବ। ତେଣୁ ଏହି ପ୍ରୋଜେକ୍ଟ ପାଇଁ ସରକାରଙ୍କ ସାହାଯ୍ୟ ଲେଡିଛନ୍ତି ଜନ୍‌ସନ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପରିଚାଳନା ନେଇ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଆଲୋଚନା, ଅଣମୌସୁମୀ ଜଳ ବିବାଦ ପ୍ରଶ୍ନରେ ଚୁପ୍ ରହିଲେ ଛତିଶଗଡ଼ ଅଧିକାରୀ

​ସମ୍ବଲପୁର,୮।୭(ପ୍ରମୋଦ ବହିଦାର): ହୀରାକୁଦ ଅଶୋକ ନିବାସଠାରେ ବୁଧବାର ଓଡ଼ିଶା ଏବଂ ଛତିଶଗଡ଼ ଜଳସମ୍ପଦ ବିଭାଗ ସମେତ କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ଯୁସି)ର ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ଏକ…

ସମ୍ବଲପୁର ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ, ମହିଳାଙ୍କୁ କହିଲେ ଇନଷ୍ଟାଗ୍ରାମରେ….

ସମ୍ବଲପୁର,୮।୭(ପ୍ରମୋଦ ବହିଦାର): ସମ୍ପ୍ରତ୍ତି କେବଳ ମହିଳାଙ୍କ ବିକାଶ ନୁହେଁ, ବରଂ ମହିଳାମାନଙ୍କ ନେତୃତ୍ୱରେ ସମାଜର ସର୍ବାଙ୍ଗୀନ ବିକାଶ ହେଉଛି। ମହିଳାଙ୍କ ବିକାଶରେ ମିଶନ ଶକ୍ତି ଓ ସୁଭଦ୍ରା…

ଏକାଠି ଖେଳିବେ ସଞ୍ଜୁ ସାମସନ-ବୈଭବ ସୂର୍ଯ୍ୟବଂଶୀ? ଜଣେ ଖେଳାଳିଙ୍କୁ ଦେବାକୁ ପଡିବ ‘ବଳିଦାନ’

ନୂଆଦିଲ୍ଲୀ,୮।୭: ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜରେ ସଂଘର୍ଷ କରୁଛି, ପ୍ରଥମ ତିନୋଟି ମ୍ୟାଚରେ ବିଜୟ ହାସଲ କରିପାରି ନାହିଁ। ମଙ୍ଗଳବାର ରାତିରେ ଇଂଲଣ୍ଡ ଭାରତକୁ…

ଚୌଦ୍ୱାର ବିଜେଡିରେ ବିଦ୍ରୋହ: ଦଳ ଛାଡ଼ିଲେ କାଉନସିଲର ସୁବ୍ରତ ସାମଲ, ଦର୍ଶାଇଲେ ଏହି କାରଣ

ଚୌଦ୍ବାର,୮।୭: ବିଜେଡିରୁ ଇସ୍ତଫା ଦେଲେ ଚୌଦ୍ୱାର ୧୨ନଂ ୱାର୍ଡ କାଉନସିଲର । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସୁବ୍ରତ ସାମଲ ଇସ୍ତଫା ପତ୍ର ପଠାଇଛନ୍ତି । ତାଙ୍କର…

ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ଏବେଠୁ କର୍ମୀଙ୍କୁ କର୍ଣ୍ଣମନ୍ତ୍ର ଦେବାକୁ ବିଜେଡିର ମେଳି

ଦାରିଙ୍ଗବାଡ଼ି,୮ା୭(ଅରୁଣ ସାହୁ): ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଏଥିପାଇଁ ଏବେଠାରୁ ଗାଁଗାଁରେ ଲୋକଙ୍କୁ ବିଭିନ୍ନ ଦଳ ପକ୍ଷରୁ ଦିଆଯାଉଛି ମନ୍ତ୍ରଣା। ଏଭଳି ଦେଖିବାକୁ ମିଳିଛି କନ୍ଧମାଳ ଜିଲା…

‘ରିସେଟ’ର ମୂଲ୍ୟ ଦେଉଛି ଟିମ ଇଣ୍ଡିଆ? ଲଗାତାର ପରାଜୟ ଉପରେ ନୀରବତା ଭାଙ୍ଗିଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୮।୭: ଇଂଲଣ୍ଡ ବିପକ୍ଷରେ ୧୨୫ ରନର ଦମ ଦାର ପରାଜୟ ପରେ ଏହା କ୍ରମାଗତ ଚତୁର୍ଥ ଟି-୨୦ ପରାଜୟ, ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର…

EDର ବଡ଼ କାର୍ଯ୍ୟାନୁଷ୍ଠାନ, ଟିଏମସିର ୩ଟି ବ୍ୟାଙ୍କ ଆକାଉଣ୍ଟ୍ ଫ୍ରିଜ୍ କଲା ED

କୋଲକାତା,୮।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ବଡ଼ ଝଟକା ଲାଗିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ତୃଣମୂଳ କଂଗ୍ରେସ (TMC) ସହିତ ଜଡିତ ତିନୋଟି ଆକାଉଣ୍ଟକୁ ଫ୍ରିଜ୍…

ଭୁଶୁଡ଼ିଲା ନିର୍ମାଣାଧୀନ କୋଠା, ଅନେକ ଶ୍ରମିକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା

ପୁଣେ,୮।୭: ମହାରାଷ୍ଟ୍ରର ପିମ୍ପରି-ଚିଞ୍ଚୱାଡରେ ବୁଧବାର ଅପରାହ୍ନରେ ଏକ ବଡ଼ ଦୁର୍ଘଟଣା ଘଟିଛି, ଯେଉଁଠାରେ ‘ଆବର୍ଜନାରୁ ଶକ୍ତି’ ପ୍ରକଳ୍ପ ସ୍ଥାନରେ ନିର୍ମାଣାଧୀନ କୋଠାର ଏକ ଅଂଶ ହଠାତ ଭୁଶୁଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri