Posted inଖେଳ

ନର୍ଥ ଇଷ୍ଟ-ଗୋଆ ମ୍ୟାଚ ଡ୍ର

ଭାସ୍କୋ, ୫।୨-
ସ୍ଥାନୀୟ ତିଲକ ମଇଦାନରେ ଗୁରୁବାର ଅନୁଷ୍ଠିତ ନର୍ଥ ଇଷ୍ଟ ୟୁନାଇଟେଡ ଓ ଏଫ୍‌ସି ଗୋଆ ମ୍ୟାଚ ୨-୨ରେ ଡ୍ର ରହିଛି। ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଗୋଆ ୨ ଥର ଅଗ୍ରଣୀ ନେଇଥିଲେ ହେଁ ନର୍ଥ ଇଷ୍ଟ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା।
ଆରମ୍ଭରୁ ଉଭୟ ଦଳ ଆକ୍ରମଣାତ୍ମକ ଖେଳିଥିଲେ ହେଁ ୨୧ତମ ମିନିଟରେ ପ୍ରଥମେ ଗୋଲ ଦେଇ ଗୋଆ ଅଗ୍ରଣୀ ହାସଲ କରିଥିଲା। ଆଲବର୍ଟୋ ନୋଗୁଇରାଙ୍କଠାରୁ ପାଇଥିବା ପାସ୍‌କୁ ଗୋଲରେ ପରିଣତ କରିଥିଲେ ଆଲେକଜାଣ୍ଡର ଜେସୁରାଜ। ୪୦ତମ ମିନିଟରେ ଗୋଲ ପରିଶୋଧ ପାଇଁ ନର୍ଥ ଇଷ୍ଟ ପାଖରେ ସୁବର୍ଣ୍ଣ ସୁଯୋଗ ପହଞ୍ଚତ୍ଥିଲା। ନର୍ଥ ଇଷ୍ଟ ଫରଓ୍ବାର୍ଡ ଲୁଇସ ମଚାଡୋ ବକ୍ସ ଏରିଆ ମଧ୍ୟରେ ବଲ୍‌ ନେଇ ଆଗେଇ ଯାଉଥିବାବେଳେ ଗୋଆର ନୋଗୁଇରା ପଛପଟରୁ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଏହା ରେଫରିଙ୍କ ନଜରକୁ ଆସିବାରୁ ନର୍ଥ ଇଷ୍ଟକୁ ପେନାଲ୍ଟି ସୁଯୋଗ ଦିଆଯାଇଥିଲା। ୪୧ତମ ମିନିଟରେ ଏହାକୁ ଗୋଲରେ ପରିଣତ କରି ଫେଡେରିକୋ ଗାଲେଗୋ ମ୍ୟାଚକୁ ୧-୧ ସ୍ତରକୁ ନେଇ ଆସିଥିଲେ। ଦ୍ୱିତୀୟାର୍ଦ୍ଧରେ ଅଗ୍ରଣୀ ପାଇଁ ଉଭୟ ଦଳ ଆକ୍ରମଣକୁ ଜୋରଦାର କରିଥିଲେ। ୮୦ତମ ମିନିଟରେ ଅମରଜିତ ସିଂ ଗୋଲ ଦେଇ ପୁଣି ଗୋଆକୁ ଅଗ୍ରଣୀ କରାଇଥିଲେ। ମାତ୍ର ଦଳର ଏହି ଖୁସି ବେଶି ସମୟ ରହି ନ ଥିଲା। ୮୩ତମ ମିନିଟରେ ଫାଉଲ୍‌ ହେବାରୁ ନର୍ଥ ଇଷ୍ଟକୁ ଆଉ ଏକ ପେନାଲ୍ଟି ମିଳିଥିଲା। ଗାଲେଗୋ ଏହାକୁ ଗୋଲରେ ପରିଣତ କରିବାରେ କୌଣସି ଭୁଲ କରି ନ ଥିଲେ। ଫଳରେ ମ୍ୟାଚଟି ୨-୨ ଗୋଲରେ ଡ୍ର ରହିଥିଲା। ଗୋଆର ଜର୍ଜ ଓର୍ଟିଜ ପାସ୍‌ ଅଫ୍‌ ଦି ମ୍ୟାଚ ଏବଂ ଉରୁଗୁଏ ଖେଳାଳି ନର୍ଥ ଇଷ୍ଟର ଗାଲେଗୋ ହିରୋ ଅଫ୍‌ ଦି ମ୍ୟାଚ ପୁରସ୍କାର ପାଇଥିଲେ। ମ୍ୟାଚ ଡ୍ର ରହିଥିଲେ ହେଁ ଗୋଆ ଗୋଟିଏ ସ୍ଥାନ ଉପରକୁ ଉଠି ପଏଣ୍ଟ ଟେବୁଲର ତୃତୀୟରେ ପହଞ୍ଚତ୍ ଯାଇଛି। ଏହି ଦଳ ୧୫ ମ୍ୟାଚରୁ ୫ ବିଜୟ, ୭ ଡ୍ର ଓ ୩ ପରାଜୟ ସହ ୨୨ ପଏଣ୍ଟ ପାଇଛି। ଅନ୍ୟପକ୍ଷରେ ନର୍ଥ ଇଷ୍ଟ ୧୫ ମ୍ୟାଚରୁ ସମାନ ସଂଖ୍ୟକ ବିଜୟ, ଡ୍ର ଓ ପରାଜୟ ପାଇଥିଲେ ହେଁ ୨୨ ପଏଣ୍ଟ ସହିତ ୫ମ ସ୍ଥାନରେ ଅପରିବର୍ତ୍ତିତ ରହିଛି। ୨୨ ପଏଣ୍ଟ ପ୍ରାପ୍ତ ଅନ୍ୟତମ ଦଳ ହାଇଦ୍ରାବାଦ ଏଫ୍‌ସି ୪ର୍ଥ ସ୍ଥାନକୁ ଖସିଛି। ମୁମ୍ବାଇ ସିଟି ଏଫ୍‌ସି ୩୩ ଓ ଏଟିକେ ମୋହନବାଗାନ ୨୭ ପଏଣ୍ଟ ସହ ଟେବୁଲର ପ୍ରଥମ ଦୁଇ ସ୍ଥାନ ଅଧିକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

ବିଜୟ ହଜାରେ ଟ୍ରଫିରେ ୩ୟ ମ୍ୟାଚ ଖେଳିବେ କୋହଲି! ସାମ୍ନାକୁ ଆସିଲା ତାରିଖ, ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୨୭।୧୨: ବିଜୟ ହଜାରେ ଟ୍ରଫିରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ବ୍ୟାଟିଂକୁ ପ୍ରଶଂସକମାନେ ପୂରା ଉପଭୋଗ କରିଥିଲେ। ଡିସେମ୍ବର ୨୪ ତାରିଖରେ ଉଭୟ ପ୍ରଥମ...

T20 World Cup 2026 ପୂର୍ବରୁ ଅଷ୍ଟ୍ରେଲିଆ ପାଇଁ ସତର୍କ ଘଣ୍ଟି, ଷ୍ଟାର ଖେଳାଳି ଆହତ

ନୂଆଦିଲ୍ଲୀ,୨୭।୧୨: ୨୦୨୬ ଟି-୨୦ ବିଶ୍ୱକପ୍ ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ଆୟୋଜନ କରିବାକୁ ସ୍ଥିର ହୋଇଛି ଏବଂ ଆଇସିସି ଏହାର କାର୍ଯ୍ୟସୂଚୀ ପ୍ରକାଶ କରିଛି...

ମାତ୍ର ୨ଟି ମ୍ୟାଚ ଖେଳି ମାଲାମାଲ୍‌ ହେଲେ ବିରାଟ-ରୋହିତ, ବିଜୟ ହଜାରେ ଟ୍ରଫିରେ ମିଳିଲା ଏତେ ଦରମା

ନୂଆଦିଲ୍ଲୀ,୨୭।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ରୋହିତ ଶର୍ମା ଏବଂ ବିରାଟ କୋହଲି ବହୁ ବର୍ଷ ପରେ ଖେଳୁଥିବା ନଜର ଆସିଛନ୍ତି। ରିପୋର୍ଟ ହୋଇଥିଲା ଯେ...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri