Posted inଜାତୀୟ

ତିନି ଏସ୍ ପ୍ଲାନ କରି ଖେଳିଳେ ଖେଳ: ଜୟରାମ ରମେଶ

ନୂଆଦିଲ୍ଲୀ,୩ ।୩: ଦେଶର ୩ ପୂର୍ବୋତ୍ତର ରାଜ୍ୟରେ ଶେଷ ହୋଇଛି ବିଧାନସଭା ନିର୍ବାଚନ । ନାଗାଲାଣ୍ଡ ଓ ତ୍ରିପୁରାରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ବହୁମତ ମିଳିଛି । ଏପଟେ ମେଘାଳୟରେ ଭାଜପା ନ୍ୟାଶନାଲ ପିପୁଲ୍‌ସ ପାର୍ଟି(ଏନପିପି)କୁ ସମର୍ଥନ ଦେଇଛି । ସମସ୍ତ ଚେଷ୍ଟା ପରେ ବି କଂଗ୍ରେସକୁ ୩ ରାଜ୍ୟରେ ଶୋଚନୀୟ ଭାବେ ପରାସ୍ତ ହେବାକୁ ପଡିଛି । ଏବେ ନିର୍ବାଚନ ଫଳାଫଳକୁ ନେଇ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଟୁଇଟ କରିଛନ୍ତି, ଏହାକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ତାଙ୍କର ପ୍ରତିକ୍ରିୟା ରଖିଛନ୍ତି ।
ଜୟରାମ ରମେଶ ଉପନିର୍ବାଚନ ଓ ବିଧାନସଭା ନିର୍ବାଚନରେ ଦଳକୁ ମିଳିଥିବା ଆସନକୁ ନେଇ ଟୁଇଟ କରିଛନ୍ତି । ସେ ଲେଖିଛନ୍ତି, ଆଜିର ବିଧାନସଭା ନିର୍ବାଚନ ଫଳାଫଳ ଏନସିପି ୩୩ ବର୍ଷ ପରେ ମହାରାଷ୍ଟ୍ରର କସବା ପେଠ ଜିତିଲା, ପଶ୍ଚିମବଙ୍ଗର ସାଗରଦିଘି ଆସନରେ କଂଗ୍ରେସ ୫୧ ବର୍ଷ ପରେ ଜିତିଲା, ତ୍ରିପୁରାରେ କଂଗ୍ରେସ ୦ରୁ ୫ ଆସନରେ ପହଞ୍ଚିଗଲା । ମେଘାଳୟରେ ୫ ଆସନ(୨୧ ବିଧାୟକଙ୍କୁ ହାଇଜାକ କରିବା ପରେ) ।
ଏହାର ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା । ସେ ଟୁଇଟ କରି ଲେଖିଛନ୍ତି, ତିନି ରାଜ୍ୟରେ ହୋଇଥିବା ପରାଜୟକୁ ଏକ ଉପଲବ୍ଧିରେ ବଦଳାଇ ନେଗେଟିଭ ପ୍ରସ୍ତୁତ କରି ଅନ୍ଧକାରରେ ବଞ୍ଚିବା କଂଗ୍ରେସର କ୍ଷମତାକୁ ପ୍ରଶଂସା କରିବା ଦରକାର ।
ମେଘାଳୟରେ ନିର୍ବାଚନ ପରେ ଏନପିପି ଓ ଭାଜପା ମଧ୍ୟରେ ହୋଇଥିବା ମେଣ୍ଟକୁ ନେଇ ଜୟରାମ ରମେଶ କଟାକ୍ଷ କରିଛନ୍ତି । ସେ ଏହି ‘ଖେଳ’ ପାଇଁ ୩ ଏସ୍ ଅର୍ଥାତ୍ ଅମିତ ଶାହା, ହିମନ୍ତ ବିଶ୍ୱ ଶର୍ମା ଓ କୋନରାଡ ସାଙ୍ଗମାଙ୍କୁ ଦାୟୀ କରାଇଛନ୍ତି । ରମେଶ ଟୁଇଟ କରି ଲେଖିଛନ୍ତି , ଏସବୁ ତିନି ଏସ- ଶାହା,ଶର୍ମା ଓ ସାଙ୍ଗମାଙ୍କ ଦ୍ୱାରା ଖେଳାଯାଇଥିବା ସୁନିୟୋଜିତ ଖେଳ ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri