କାନ୍ଦିଲେ ନୋରା!

ମୁମ୍ବାଇ: ବଲିଉଡ୍ ନାୟିକା ନୋରା ଫତେହି ଏବେ ଡ୍ୟାନ୍ସିଂ କୁଇନ୍ ଭାବେ ବେଶ୍ ପରିଚିତ । ଦର୍ଶକଙ୍କର ଏବେ ସେ ପ୍ରଥମ ପସନ୍ଦ ଡ୍ୟାନ୍ସିଂ ଷ୍ଟାର ବୋଲି କୁହାଯାଏ । ଏହାସହ ସେ ଆଇଟମର ଫରଫେକ୍ଟ କୁଇନ୍ ବୋଲି ମଧ୍ୟ କେହି କେହି କହିଥାଆନ୍ତି । ବଲିଉଡ୍‌ର ଏବେ ସେ ଜଣେ ପପୁଲାର ଡ୍ୟାନ୍ସର । ଖୁବ୍ କମ୍ ସମୟ ମଧ୍ୟରେ ସେ ବଲିଉଡ୍‌ରେ ନିଜ ପାଇଁ ତିଆରି କରିଛନ୍ତି ଏକ ସ୍ୱତନ୍ତ୍ର ପରିଚୟ । ନିକଟରେ ସେ ଏକ ସାକ୍ଷାତ୍‌କାରରେ ନିଜ ସଂଘର୍ଷର କାହାଣୀ କହିବା ବେଳେ କାନ୍ଦି ପକାଇଛନ୍ତି । ଦୁବଇର ୟୁଟ୍ୟୁବର ଅନସ ବୁଖାଶାଙ୍କୁ ଦେଇଥିବା ଏକ ସାକ୍ଷାତ୍‌କାରରେ ସେ ଭାରତ ଆସିବାର ଅନୁଭୁତି ସମ୍ପର୍କରେ କହିଛନ୍ତି । ସେ କହିଛନ୍ତି ଯେତେବେଳେ ସେ ଭାରତ ଆସିଥିଲେ ସେତେବେଳେ ସେ ଯେମିତି ଭାବି ଆସିଥିଲେ ସେମିତି ଆଦୌ ନ ଥିଲା । ସେ ଭାବିଥିଲେ ତାଙ୍କୁ ଲିମୋଜିନ ଭଳି ଗାଡି ମିଳିବ ସୁଇଟରେ ରଖାଯିବ ହେଲେ ସବୁଥିଲା ବିପରିତ । ତେବେ ସେ ପ୍ରଥମେ ୮-୯ଜଣ ଝିଅଙ୍କ ସହ ଏକାଠି ରହିଥିଲେ । ଆଉ ସେମାନେ ପରେ ତାଙ୍କ ପାସପୋର୍ଟ ଚୋରି କରି ନେଇଥିଲେ । ଏହାପରେ ସେ ବହୁତ ସୁବିଧାରେ ପଡିଥିଲେ ବୋଲି କହିଛନ୍ତି ନୋରା । କିନ୍ତୁ ସେ ଭାରତ ଛାଡି ଯିବାକୁ ଚାହୁଁ ନ ଥିଲେ । କିଛିଦିନ ମଧ୍ୟରେ ଜଣେ କାଷ୍ଟିଙ୍ଗ ଡାଇରେକ୍ଟର ତାଙ୍କୁ ଅଡିଶନ ପାଇଁ ଡାକିଥିଲେ । ତାଙ୍କୁ ଜଣାଥିଲା ମୁଁ ଭାରତୀୟ ନୁହେଁ । ହେଲେ ସେ ମୋତେ ହିନ୍ଦୀରେ ଲାଇନ୍ ଦେଇ ଖୁବ୍ ଜୋରରେ ହସିଥିଲେ । ଏହାସହ ସେଠାରେ ଥିବା ଲୋକେ ବି ଖୁବ୍ ହସିଥିଲେ । ଏମିତିକି ତାଳିମାରି ହସିଥିଲେ । ହେଲେ ମୋ ମନରେ ଗୋଟିଏ କଥା ଆସୁଥାଏ ଏମାନଙ୍କର ଏତେ ସାହସ କେମିତି ହେଲା । ସାକ୍ଷାତ୍‌କାରରେ ଏତିକି କହୁ କହୁ କାନ୍ଦି ପକାଇଥିଲେ ନୋରା । କିନ୍ତୁ ତାଙ୍କର ଦୃଢ ଇଚ୍ଛା ଶକ୍ତି ଏବେ ତାଙ୍କୁ ଆଣିଦେଇଛି ଏକ ସ୍ୱତନ୍ତ୍ର ପରିଚୟ ବୋଲି ସେ କୁହନ୍ତି । ସୂଚନାଯୋଗ୍ୟ, କାନାଡା ବାସିନ୍ଦା ନୋରା ଫତେହି ପ୍ରଥମେ ପ୍ରଥମେ କାନାଡାର ଏକ ଜେଣ୍ଟସ୍ ସପିଂ ମଲରେ କାମ କରୁଥିଲେ । ଏହାସହ ସେ ଲଟେରୀ ଟିକେଟ ବି ବିକ୍ରି କରୁଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟଙ୍କ ବଡ଼ ରାୟ: ହତ୍ୟାକାରୀଙ୍କୁ ଆଜୀବନ ଜେଲ

ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌. ରାମପୁର ଥାନା ଅନ୍ତର୍ଗତ କୁଟ୍ରୁପଲା ଗାଁରେ ୨୦୧୪ରେ ହୋଇଥିବା ଏକ ହତ୍ୟା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି।…

ପ୍ରେମିକଙ୍କ ଘର ବାରଣ୍ଡାରେ ଧାରଣାରେ ବସିଲେ ପ୍ରେମିକା

ମାଲକାନଗିର,୩୦।୭ (ଦୁର୍ଯ୍ୟୋଧନ ପାତ୍ର): ଜଣେ ବିବାହିତ ଯୁବକ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ଓ ପରେ ପ୍ରତାରଣା ବିରୋଧରେ ବିବାହିତ ପ୍ରେମିକା ଗତ ତିନି ଦିନ ଧରି…

କୋରାପୁଟରେ ୬୫୪. ୫ ମି.ମି. ରେକର୍ଡ ବର୍ଷା, ଭାଙ୍ଗିଲା ୮ ଘର

କୋରାପୁଟ,୩୦ା୭(ଅମିତାଭ ବେହେରା): ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲାର ୧୪ ବ୍ଲକରେ ମୋଟ ୬୫୪.୫ ମି.ମି. ବର୍ଷା ରେକର୍ଡ ହୋଇଛି। ହାରାହାରି ବର୍ଷାର ପରିମାଣ ୪୬.୭୫…

ଆମେରିକାର ବଡ଼ ଆକ୍ରମଣ, ଧ୍ୱଂସ ହେଲା ଇରାନର ସାମରିକ ଘାଟି

ବାଗଦାଦ୍‌,୩୦।୭: ଆମେରିକୀୟ ସେନା ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ବଡ଼ ଜବାବ ଦେଇଛି ଆମେରିକା। ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡ ଅନୁଯାୟୀ ଇରାନର ବିପ୍ଳବୀ ଗାର୍ଡ କୋର୍‌(ଆଇଆରଜିସି)ର…

ଜର୍ସି ସମର୍ଥନରେ ଅଧିନାୟକ ହରମନପ୍ରୀତ

ନୂଆଦିଲ୍ଲୀ,୩୦ା୭: ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ଭାରତୀୟ ହକି ଦଳର ଜର୍ସି ରଙ୍ଗ ପରିବର୍ତ୍ତନକୁ ନେଇ ବିବାଦ ଦେଖାଦେଇଥିବା ବେଳେ ପୁରୁଷ ଦଳର ଅଧିନାୟକ ହରମନପ୍ରୀତ ଏଥିପ୍ରତି…

ଜାଭେଲିନ ଫାଇନାଲରେ ଏହି ୩ ଭାରତୀୟ

ଗ୍ଲାସ୍‌ଗୋ,୩୦ା୭: ଦୁଇ ଥରର ଅଲିମ୍ପିକ୍‌ ପଦକଧାରୀ ନୀରଜ ଚୋପ୍ରାଙ୍କ ସମେତ ୩ ଭାରତୀୟ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୮…

ରକ୍ଷାବନ୍ଧନ ପୂର୍ବରୁ ବଡ଼ ଝଟକା! ପୋଷ୍ଟ ଅଫିସ ବଢ଼ାଇଲା ସ୍ପିଡ୍ ପୋଷ୍ଟ ଦର, ଜାଣିନିଅନ୍ତୁ କେତେ…

ନୂଆଦିଲ୍ଲୀ,୩୦।୭: ଆଜି ମଧ୍ୟ, ବହୁ ସଂଖ୍ୟକ ଲୋକ ପାନ୍, ଆଧାର କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ସ୍ପିଡ୍ ପୋଷ୍ଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି…

୪୮ ଘଣ୍ଟା ପାଇଁ ଧବଳେଶ୍ବର ପୀଠକୁ ଯିବା ମନା: ଲାଗିଲା ପ୍ରଶାସନିକ କଟକଣା

ଆଠଗଡ଼, ୩୦।୭: ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବରଙ୍କ ପୀଠକୁ ଗୁରୁବାର ଅପରାହ୍ଣ ୪ଟାରୁ ପରବର୍ତ୍ତୀ ୪୮ ଘଣ୍ଟା ପାଇଁ ଶ୍ରଦ୍ଧାଳୁଙ୍କ ଯିବା ଆସିବା ସମ୍ପୂର୍ଣ୍ଣ ବାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri