ପରିବାର ସହ ଦୀପାବଳି ପାଳିଲେ ନୋରା: ଭିଡିଓ ଭାଇରାଲ

ମୁମ୍ବାଇ: ନୋରା ଫତେହି । ବର୍ତ୍ତମାନ ବଲିଉଡ୍ ଦୁନିଆର ଏକ ଚର୍ଚ୍ଚିତ ନାଁ । ନିଜର ଡ୍ୟାନ୍ସ ଓ ବୋଲ୍ଡ ଅନ୍ଦାଜ ପାଇଁ ସେ ଏବେ ଖୁବ୍ ଚର୍ଚ୍ଚିତ । ନିକଟରେ ପାଳନ କରାଯାଇଥିବା ଆଲୋକର ପର୍ବ ଦୀପାବଳି ପାଳନ କରିବାକୁ ସେ ମରକୋ ଚାଲିଯାଇଥିଲେ । ଆଉ ସେଠାରେ ସେ ଭିନ୍ନ ଢଙ୍ଗରେ ପାଳନ କରିଛନ୍ତି ଦୀପାବଳି । ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ନୋରା ଭିନ୍ନ ଷ୍ଟାଇଲରେ ପରିବାର ସଦସ୍ୟଙ୍କ ସହ ଡ୍ୟାନ୍ସ କରି ଖୁବ୍ ମଜା କରୁଥିବା ଦେଖାଯାଇଛି । କାନାଡାର ବାସିନ୍ଦା ନୋରା ଏଥର ମରୋକୋରେ ଦୀପାବଳି ପାଳନ କରିଛନ୍ତି । ଆଉ ତାଙ୍କର ଦୀପାବଳି ଭିଡିଓଟି ଏବେ ତାଙ୍କ ପ୍ରଶଂସକଙ୍କୁ ଖୁବ୍ ପସନ୍ଦ ଆସିଛି । ଏଥିରେ ନୋରା ଏକ ସିପ୍ ଉପରେ ଡ୍ୟାନ୍ସ କରୁଥିବା ବେଳେ ଅନ୍ୟମାନେ ତାଙ୍କୁ ଘେରି ରହିଥିବା ଦେଖାଯାଇଛି । କନାଡାର ଝିଅ ହୋଇ ମଧ୍ୟ ନୋରା ଏବେ ବଲିଉଡ୍‌ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । କେବଳ ବଲିଉଡ୍ ନୁହେଁ ତେଲଗୁ ଓ ମଲାୟାଲମ ମୁଭିରେ ମଧ୍ୟ କାମ କରି ସାରିଲେଣି ନୋରା । ଖୁବ୍‌ଶୀଘ୍ର ସେ ଭୁଜ: ଦ ପ୍ରାଇଡ୍ ଅଫ୍ ଇଣ୍ଡିଆରେ ନଜର ଆସିବେ ବୋଲି ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବାପା

ପୁଅ ହେଉ କି ଝିଅ-ଏମାନଙ୍କ ଜୀବନରେ କେବଳ ମା’ ନୁହେଁ ବାପାଙ୍କର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ତାହା କହିବା ଅନାବଶ୍ୟକ। ଜଣେ ବାପ-ଝିଅର ଅନାବିଳ ସ୍ନେହକୁ...

ଲକ୍‌ଡାଉନରେ ଅସଲି ହିରୋ ପାଲଟିଲେ ବଲିଉଡ୍‌ର ଏହି ଖଳନାୟକ

ମୁମ୍ବାଇ: ଗୋଟିଏ ପଟେ କରୋନା ଭାଇରସ ସଂକ୍ରମଣ ଅନ୍ୟପଟେ ଲକ୍‌ଡାଉନ। ଏହା ଏବେ ଅନେକଙ୍କ ଜୀବନରେ ନାନା ପ୍ରକାର ଅସୁବିଧା ସୃଷ୍ଟି କରିଛି। ଆଉ ଏହି...

‘ଭିକି ଡୋନର୍‌’ ମୋ ଜୀବନର ଟର୍ନିଂ ପଏଣ୍ଟ

୨୦୧୨ରେ ବହୁଚର୍ଚ୍ଚିତ ଫିଲ୍ମ ‘ଭିକି ଡୋନର୍‌’ରୁ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ ବଲିଉଡ୍‌ର ବବ୍‌ଲି ଅଭିନେତ୍ରୀ ୟାମି ଗୌତମ। ପ୍ରଥମ ଫିଲ୍ମରୁ ହିଁ କ୍ରିଟିକାଲ ଓ...

ଦରମାରେ ପାଠାଗାର ପାଇଁ ଗୀତା କିଣିଥିଲି

ସାମାଜିକ କର୍ମୀ ତଥା ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାରର ପ୍ରତିଷ୍ଠାତା ସଞ୍ଜୟ ସାହୁ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ନୟାଗଡ଼ ଜିଲା ନୂଆଗାଁ...

ବଦଳିବ କାର୍ତ୍ତିକ-ନାଇରାଙ୍କ ପ୍ରେମକାହାଣୀ

ବମ୍ବେ: ଖୁବ୍‌ଶୀଘ୍ର ନିଜ ପସନ୍ଦର ଟେଲି ଧାରାବାହିକକୁ ପରଦାରେ ଦେଖିବାକୁ ପାଇବେ ଦର୍ଶକ। ଲକ୍‌ଡାଉନ୍‌ କୋହଳ ହେବା ପରେ ଅଭିନେତ୍ରୀ/ଅଭିନେତାମାନେ ଶୁଟିଂ ଆରମ୍ଭ କରିସାରିଲେଣି। ଜୁଲାଇ୧୩...

ବଜାରରେ ଦୀପିକାଙ୍କ ପଦ୍ମାବତୀ ଲୁକ୍‌ର କଣ୍ଢେଇ, ଭାଇରାଲ ହେଉଛି ଫଟୋ

ବମ୍ବେ: ଚଳଚ୍ଚିତ୍ର ‘ପଦ୍ମାବତ୍‌’ରେ ରାଣୀ ଭୂମିକାରେ ନଜର ଆସିଥିଲେ ଅଭିନେତ୍ରୀ ଦୀପିକା ପାଦୁକୋନ। ମହାରାଓ୍ବଲ ରତନ ସିଂଙ୍କ ସ୍ତ୍ରୀ ପଦ୍ମାବତୀଙ୍କ ରୂପରେ ବେଶ୍‌ ଭାଇରାଲ ହୋଇଥିଲା...

ଡିଜିଟାଲ ଦୁନିଆ ଆଡେ ନଜର ପକାଇଛନ୍ତି ଟ୍ବିଙ୍କିଲ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଟ୍ବିଙ୍କିଲ ଖାନ୍ନା ବେଶ୍‌ କିଛି ବର୍ଷ ହେବ ବଲିଉଡ୍‌ ଦୁନିଆରୁ ଦୂରେଇ ଯାଇଛନ୍ତି। ଦେଖିବାକୁ ଗଲେ ବିବାହ ପରଠାରୁ ବୋଧହୁଏ ସେ...

ଲକ୍‌ଡାଉନ ଯୋଗୁ ରାତିରେ ଶୋଇ ପାରୁ ନାହାନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: କରୋନା ସଂକ୍ରମଣ ପାଇଁ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଏହି ଲକ୍‌ଡାଉନ ୩.୦ ମେ’ ୧୭ ପର୍ଯ୍ୟନ୍ତ ଲାଗୁ କରାଯାଇଛି। ଲକ୍‌ଡାଉନ ଯୋଗୁ...

Advertisement
Seven Jackpot


Archives

Model This Week