Posted inଖେଳ

ନୁର୍‌ ଖାନ୍‌ ହକି ବିଶ୍ୱକପ୍‌ର ଜନକ

ଚଳିତ ବର୍ଷ ହକି ବିଶ୍ୱକପ୍‌ର ୧୫ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଚଳିତମାସ ୧୩-୨୯ ତାରିଖ ଯାଏ ଭୁବନେଶ୍ୱର-ରାଉରକେଲାରେ ଏହି ଟୁର୍ନାମେଣ୍ଟ ଖେଳାଯିବ। ୧୯୭୧ରେ ପ୍ରଥମ ଥର ହକି ବିଶ୍ୱକପ୍‌ ଖେଳାଯାଇଥିବା ବେଳେ ଏହାର ଜନକ ଥିଲେ ପାକିସ୍ତାନୀ ଏୟାର ମାର୍ଶାଲ ନୁର୍‌ ଖାନ୍‌ ଓ ଓ୍ବାଲର୍‌ଡ ହକି ମାଗାଜିନ୍‌ର ପ୍ରଥମ ସମ୍ପାଦକ ପ୍ୟାଟ୍ରିକ୍‌ ରୋଲେ। ବିଶ୍ୱକପ୍‌ର ଆଇଡିଆ ନୁର୍‌ଙ୍କର ଥିବା ବେଳେ ପ୍ୟାଟ୍ରିକଙ୍କ ଜରିଆରେ ଏହା ଅନ୍ତର୍ଜାତୀୟ ହକି ଫେଡେରେଶନ୍‌ (ଏଫ୍‌ଆଇଏଚ୍‌) ନିକଟରେ ପହଞ୍ଚିଥିଲା। ୨୬ ଅକ୍ଟୋବର ୧୯୬୯ରେ ଏହି ପ୍ରସ୍ତାବକୁ ଗ୍ରହଣ କରାଯାଇଥିବା ବେଳେ ୧୨ ଏପ୍ରିଲ ୧୯୭୦ ବ୍ରସେଲ୍ସ ବୈଠକରେ ଏହାକୁ ମଞ୍ଜୁରୀ ପ୍ରଦାନ କରାଯାଇଥିଲା। ୧୯୭୧ରେ ଏହି ଟୁର୍ନାମେଣ୍ଟ ପାକିସ୍ତାନରେ ଆୟୋଜନ ହେବା ନେଇ ସ୍ଥିର କରାଯାଇଥିଲା। ମାତ୍ର ପାକିସ୍ତାନର ରାଜନୈତିକ ଅସ୍ଥିରତା କାରଣରୁ ଟୁର୍ନାମେଣ୍ଟ ସମ୍ଭବ ହୋଇ ନ ଥିଲା।

ବାଂଲାଦେଶ ମୁକ୍ତି ସଂଗ୍ରାମକୁ ନେଇ ଦୁଇ ପଡୋଶୀ ରାଷ୍ଟ୍ର ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ କାରଣରୁ ଭାରତର ଅଂଶଗ୍ରହଣକୁ କ୍ରିକେଟର ଅବଦୁଲ୍‌ ହଫିଜ୍‌ କରଦାର ବିରୋଧ କରିଥିବା ବେଳେ ପାକିସ୍ତାନ ହାତରୁ ଖସି ଯାଇଥିଲା ବିଶ୍ୱକପ୍‌ ଆୟୋଜନର ଅଧିକାର। ଏପରି ପରିସ୍ଥିତିରେ ମାର୍ଚ୍ଚ ୧୯୭୧ରେ ସ୍ପେନର ବାର୍ସେଲୋନାସ୍ଥିତ ରିୟଲ କ୍ଲବ୍‌ ଡେ ପୋଲୋକୁ ବିଶ୍ୱକପ୍‌ ସ୍ଥାନାନ୍ତର କରାଯାଇଥିଲା। ୧୯୭୧ ବିଶ୍ୱକପ୍‌ରେ ମାତ୍ର ୧୦ ରାଷ୍ଟ୍ର ଅଂଶଗ୍ରହଣ କରିଥିଲେ, ଯାହାକୁ ମିନି ବିଶ୍ୱକପ୍‌ ମଧ୍ୟ କୁହାଯାଏ। ୧୯୭୮ ବିଶ୍ୱକପ୍‌ରେ ୧୪ ରାଷ୍ଟ୍ର ଅଂଶଗ୍ରହଣ କରିଥିବା ବେଳେ ୨୦୦୨ ଓ ୨୦୧୮ରେ ୧୬ ଦେଶ ଅଂଶଗ୍ରହଣ କରିଥିଲେ। ଅନ୍ୟ ସମସ୍ତ ବିଶ୍ୱକପ୍‌ରେ ୧୨ଟି ଲେଖାଏ ରାଷ୍ଟ୍ର ଅଂଶଗ୍ରହଣ କରିଛନ୍ତି। ବିଶ୍ୱକପ୍‌ର ପ୍ରଥମ ତିନି ସଂସ୍କରଣ ପ୍ରତି ଦୁଇ ବର୍ଷରେ ଥରେ ଲେଖାଏ ଅନୁଷ୍ଠିତ ହୋଇଥିଲା। ତେବେ ୧୯୭୮ରେ ଏହି ଅବଧି ୩ ବର୍ଷ ରହିଥିଲା। ଏହା ପରଠାରୁ ଏହି ଟୁର୍ନାମେଣ୍ଟ ପ୍ରତି ୪ ବର୍ଷରେ ଥରେ ଲେଖାଏ ଆୟୋଜିତ ହେଉଛି।

ଟ୍ରଫି ଡିଜାଇନ

ବିଶ୍ୱକପ୍‌ ଟ୍ରଫିର ଡିଜାଇନ୍‌ ବଶିର୍‌ ମୁଜିଦଙ୍କ ଦ୍ୱାରା କରାଯାଇଥିବା ବେଳେ ପାକିସ୍ତାନୀ ଆର୍ମି ଏହାର ନିର୍ମାଣ କରିଥିଲେ। ୨୭ ମାର୍ଚ୍ଚ ୧୯୭୧ରେ ବ୍ରସେଲ୍ସରେ ପାକିସ୍ତାନର ରାଷ୍ଟ୍ରଦୂତ ଏଚ୍‌. ଇ. ମାସୁଦ ଏହି ଟ୍ରଫିକୁ ଏଫ୍‌ଆଇଏଚ୍‌ ସଭାପତି ରେନେ ଫ୍ରାଙ୍କଙ୍କୁ ହସ୍ତାନ୍ତର କରିଥିଲେ। ଏହି ଟ୍ରଫି ନିର୍ମାଣରେ ସୁନା, ରୁପା, ଆଇଭରି (ହାତୀ ଦାନ୍ତରୁ ପ୍ରସ୍ତୁତ ଅଳଙ୍କାର)ଓ ଟିକ୍‌ କାଠ ବ୍ୟବହାର କରାଯାଇଛି। ଏହି ଟ୍ରଫିର ଉଚ୍ଚତା ୬୫୦ ମିମି ରହିଥିବା ବେଳେ ଏହାର ବେସ୍‌ ୧୨୦.୮୫ ମିମି ରହିଛି। ଟ୍ରଫିର ଓଜନ ୧୧୫୬୦ ଗ୍ରାମ ରହିଥିବା ବେଳେ ଏଥିରେ ୮୯୫ ଗ୍ରାମ୍‌ ସୁନା, ୬୮୧୫ ଗ୍ରାମ ରୁପା, ୩୫୦ ଗ୍ରାମ ଆଇଭରି ଓ ୩୫୦୦ ଗ୍ରାମର ଟିକ୍‌ ଉଡ୍‌ ବ୍ୟବହାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ୟୁଏଇକୁ ହରାଇ ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri