ପ୍ରତି ଓ୍ବାର୍ଡରେ ଆମିଷ ହାଟ ନିର୍ମାଣ ପ୍ରହସନ

ଭୁବନେଶ୍ୱର, ୪।୧(ବନ୍ଦନା ସେଠୀ): ରାଜଧାନୀ ରାସ୍ତାକଡ଼ରେ ବ୍ୟବସାୟ କରୁଥିବା ମାଂସ ବ୍ୟବସାୟୀଙ୍କୁ ଥଇଥାନ କରାଯିବ। ପ୍ରତି ଓ୍ବାର୍ଡରେ ମାଂସ ମାର୍କେଟ ନିର୍ମାଣ ହେବା ସହ ଆମିଷ ବ୍ୟବସାୟକୁ ବ୍ୟବସ୍ଥିତ କରାଯିବା ପାଇଁ ବିଏମ୍‌ସି କର୍ତ୍ତୃପକ୍ଷ ବ୍ୟବସାୟୀ ମହାସଂଘକୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ପ୍ରତିଶ୍ରୁତିକୁ ୧ ବର୍ଷରୁ ଅଧିକ ସମୟ ହୋଇଯାଇଥିବାବେଳେ ବିଏମ୍‌ସି ଏନେଇ ପାଦେ ମଧ୍ୟ ଆଗେଇ ପାରିନାହିଁ। ସେହିଭଳି ଦୁଇବର୍ଷ ମଧ୍ୟରେ ସବୁ ୱାର୍ଡରେ ମାର୍କେଟ ନିର୍ମାଣ ହେବା ସହ ପ୍ରତି ଦୁଇମାସରେ ଥରେ ବ୍ୟବସାୟୀଙ୍କ ସହ ମେୟର ଆଲୋଚନା କରିବେ ବୋଲି ୨୦୨୨ ଡିସେମ୍ବର ୫ରେ ପ୍ରଥମକରି ବ୍ୟବସାୟୀଙ୍କ ସହ ବିଏମ୍‌ସି ମଧ୍ୟରେ ହୋଇଥିବା ଆଲୋଚନାରେ ନିର୍ଦ୍ଧାରିତ ହୋଇଥିଲା। ମାତ୍ର ଏହାପରେ ନା କୌଣସି ବୈଠକ ହେଲା ନା ଆମିଷ ମାର୍କେଟ ନିର୍ମାଣ ପାଇଁ ଯୋଜନା କରାଗଲା। ଫଳରେ ଏବେ ବି ରାସ୍ତା କଡ଼ରେ ବ୍ୟବସାୟୀମାନେ ଆମିଷ ବିକ୍ରି କରୁଛନ୍ତି। ଲୋକେ ରାସ୍ତା କଡ଼ରେ ଗାଡ଼ି ମଟର ରଖି କିଣାକିଣି କରୁଥିବାରୁ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ଆମିଷ ପାଣି ରାସ୍ତା ଉପରକୁ ବୋହିଯାଉଥିବାବେଳେ ଆମିଷ ହାଟର ଆବର୍ଜନା ପରିବେଶକୁ ଦୁର୍ଗନ୍ଧମୟ କରୁଛି। ମାତ୍ର ଏନେଇ ବିଏମ୍‌ସିର ନିଘା ନାହିଁ। କେବଳ ଘାଟିକିଆଠାରେ ଗୋଟିଏ ଆଧୁନିକ ମାଂସ ମାର୍କେଟ କରିଦେଇ ବିଏମ୍‌ସି ତାହାର କାମ ସାରିଦେଇଥିବା ଭାବୁଛି। ଏହି ମାର୍କେଟରେ ମାତ୍ର ୧୨ଜଣ ବ୍ୟବସାୟୀଙ୍କୁ ଥଇଥାନ କରାଯାଇଥିବାବେଳେ ଆହୁରି ଶହଶହ ଆମିଷ ବେପାରୀ ରାସ୍ତାକଡ଼ରେ ବସୁଛନ୍ତି। ସମ୍ପୃକ୍ତ ୧୨ଜଣ ବ୍ୟବସାୟୀଙ୍କ ମଧ୍ୟରୁ କିଏ ୧୫ନଂ. ଓ୍ବାର୍ଡ ଅନ୍ତର୍ଗତ ରେଣ୍ଟାଲ କଲୋନିର ତ ଆଉ କେହି ୨୨ ନଂ. ଓ୍ବାର୍ଡ ଷ୍ଟୁଡିଓ ଛକ ଅଞ୍ଚଳର ବାସିନ୍ଦା ରହିଛନ୍ତି। ଅପରପକ୍ଷେ ରାସ୍ତାଠାରୁ ଟିକେ ଭିତରକୁ ମାଂସ ମାର୍କେଟ ଥିବାବେଳେ ସ୍ଥାନୀୟ ଅଞ୍ଚଳର ପ୍ରାୟ ୧୫ ଜଣ ବ୍ୟବସାୟୀ ରାସ୍ତାକଡ଼ରେ ବସି ବେପାର କରୁଛନ୍ତି। ଏହାଦ୍ୱାରା ଅନେକ ଲୋକ ସେମାନଙ୍କଠାରୁ ଆମିଷ କିଣି ନେଉଛନ୍ତି। ସ୍ଥିତି ଏପରି ହୋଇଛି ଯେ, ଆଧୁନିକ ମାଂସ ମାର୍କେଟରେ ବସୁଥିବା ବ୍ୟବସାୟୀମାନେ ଏବେ ଭଡ଼ା ଦେବାକୁ ସକ୍ଷମ ହେଉନାହାନ୍ତି। ଅନେକ ବ୍ୟବସାୟୀଙ୍କର ୩-୪ ମାସର ବକେୟା ପଡ଼ିରହିଛି। ଅପରପକ୍ଷେ ସମସ୍ତ ଓ୍ବାର୍ଡରେ ଆମିଷ ବଜାର ପାଇଁ ଜାଗା ଚିହ୍ନଟ କରିବାକୁ ବିଏମ୍‌ସି ମାର୍କେଟ ବିଭାଗ ଉପଆୟୁକ୍ତଙ୍କ ପକ୍ଷରୁ ୨୦୨୩ ମାର୍ଚ୍ଚ ୨୬ରେ ସହର ମୁଖ୍ୟଯନ୍ତ୍ରୀ, ଲ୍ୟାଣ୍ଡ୍‌ ବିଭାଗ ଉପଆୟୁକ୍ତ ଏବଂ ୩ ଜୋନ୍‌ର ଜୋନାଲ ଡେପୁଟି କମିଶନରଙ୍କୁ ଚିଠି କରାଯାଇଥିଲା। ଚିଠି ସଂଖ୍ୟା ୧୩,୫୫୮ରେ ମାର୍କେଟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଭୁବନେଶ୍ବର ନନ୍‌ଭେଜ ଫେଡେରେଶନ (ମଟନ) ସମ୍ପାଦକ ଏସ୍‌. କେ. ସର୍ଜନଙ୍କ ଦ୍ବାରା ହୋଇଥିବା ଚିଠିକୁ ଭିତ୍ତିକରି ସବୁ ୱାର୍ଡରେ ଆମିଷ ବଜାର ଲାଗି ଜମି ଚିହ୍ନଟ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଥିଲା। ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ ଏବଂ ମେୟରଙ୍କୁ ଚିଠିର ନକଲ ପ୍ରଦାନ କରାଯିବା ସହ ସ୍ଥାନ ଚିହ୍ନଟ ପରେ ମାର୍କେଟ ବିଭାଗକୁ ଏନେଇ ପ୍ରଥମେ ଅବଗତ କରାଇବାକୁ ଚିଠିରେ ଉଲ୍ଲେଖ ରହିଥିଲା। ତେବେ ବିଜ୍ଞପ୍ତିକୁ ୯ମାସ ପୂରିଥିଲେ ବି କୌଣସି ପଦକ୍ଷେପ ନିଆଯାଇନାହିଁ। ତେଣୁ ଅଲ୍‌ ଓଡ଼ିଶା ଆମିଷ ବ୍ୟବସାୟୀ ମହାସଂଘ ପକ୍ଷରୁ କ୍ଷୋଭ ପ୍ରକାଶ ପାଇଛି। ଏନେଇ ମହାସଂଘ ରାଜ୍ୟ ସଭାପତି ଶେଖ୍‌ ମୁନ୍ତାକିମ୍‌ ବକ୍ସ କହିଛନ୍ତି, ସହରରେ ୩ହଜାର ୩୫୦ରୁ ଊର୍ଦ୍ଧ୍ୱ ଆମିଷ ବ୍ୟବସାୟୀ ରହିଛନ୍ତି। ମାତ୍ର ବ୍ୟବସ୍ଥିତ ଆମିଷ ବଜାର ନ ଥିବାରୁ ଯିଏ ଯେଉଁଠି ପାରୁଛି ବେପାର କରୁଛି। ସେହିପରି ଭୁବନେଶ୍ୱରରେ ଗୋଟିଏ କଂସେଇଖାନା ରହିଛି। ପ୍ରତିଦିନ ସେଠାକୁ ଯାଇ ମାଂସ କାଟି ଆଣି ଦୋକାନରେ ବ୍ୟବସାୟ କରିବା ସମ୍ଭବ ନୁହେଁ। ଗତ ୨୦ବର୍ଷ ଧରି ଝାରପଡ଼ାସ୍ଥିତ କଂସେଇଖାନା ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଏହାର ପୁନରୁଦ୍ଧାର ପାଇଁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ବିଏମ୍‌ସି ଶୁଣୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ନେତାଙ୍କ ମେଳିକୁ ନେଇ ପ୍ରଶ୍ନ କରିବାରୁ ଚିହିଁକି ଉଠିଲେ ନେତା: କହିଲେ କେହି ବଙ୍କା କରିପାରିବେ…

ଭୁବନେଶ୍ୱର,୧୯।୧୨: ବିଜେଡି ନେତାଙ୍କ ମେଳିକୁ ନେଇ ପ୍ରଶ୍ନ ପଚାରିବାରୁ ଚିହିଁକି ଉଠିଲେ ରାଜେନ୍ଦ୍ର। ସାମ୍ବାଦିକଙ୍କ ପ୍ରଶ୍ନରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁ ଚିହିଁକି ଉଠିଛନ୍ତି। ଖରାପ...

ତହସିଲଦାରଙ୍କୁ ମିଳିଲା ପୁରୁଣା ଜମି କାଗଜପତ୍ର ମ୍ୟୁଟେସନ୍ କ୍ଷମତା; SOP ଜାରି କଲା ରାଜସ୍ୱ ବିଭାଗ

ଭୁବନେଶ୍ୱର,୧୯ା୧୨: ଜମିଜମା ସମ୍ବନ୍ଧୀୟ ଦୀର୍ଘ ଦିନର ମାମଲାକୁ ହ୍ରାସ କରିବା ପାଇଁ ଓଡ଼ିଶା ରାଜସ୍ୱ ବିଭାଗ ଏକ ବଡ଼ ପ୍ରଶାସନିକ ସଂସ୍କାର ଆଣିଛି। ପୁରୁଣା ପଞ୍ଜୀକୃତ...

ସ୍କୁଲରେ ପାଳନ ହେବନି ଶିଶୁଦିବସ, ଗୁରୁଦିବସ! ସରକାରଙ୍କୁ ଏପରି ଦାବି କଲେ ଶିକ୍ଷକ

ଭୁବନେଶ୍ୱର,୧୯ା୧୨: ୨୦୨୬ ମସିହା ପାଇଁ ପ୍ରକାଶ ପାଇଥିବା ବିଦ୍ୟାଳୟର ବାର୍ଷିକ ଛୁଟି ତାଲିକାରେ ଗୁରୁ ଦିବସ ଏବଂ ଶିଶୁ ଦିବସକୁ ‘ପାଳନୀୟ ଦିବସ’ ଭାବେ ସ୍ଥାନ...

ଅଡ଼ୁଆରେ ମୋହନ ସରକାର: ତରବରିଆ ନିଷ୍ପତ୍ତି ବଢାଇଲା ଟେନ୍‌ସନ୍‌

ଭୁବନେଶ୍ୱର,୧୯।୧୨(ରବିନାରାୟଣ ଜେନା):ବିଧାନସଭାର ଶୀତକାଳୀନ ଅଧିବେଶନରେ ରାଜ୍ୟ ସରକାର ବିଧାୟକ, ମନ୍ତ୍ରୀ, ବାଚସ୍ପତି ଏବଂ ଉପବାଚସ୍ପତିଙ୍କ ଦରମା ବଢ଼ାଇବା ପାଇଁ ଯେଉଁ ବିଧେୟକ ଗୃହୀତ କରିଥିଲେ ତାହା...

ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ, ଭାଜପା ପରେ ଆଜି ପୁନର୍ବିଚାର ପାଇଁ ନିବେଦନ କଲା ବିଜେଡି

ଭୁବନେଶ୍ବର,୧୯ା୧୨: ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗକୁ ନେଇ ଦିନକୁ ଦିନ ବିରୋଧାଭାବ ଦେଖିବାକୁ ମିଳୁଛି । ଗତକାଲି ଭାଜପା ବିଧାୟକମାନେ ଏହି ପ୍ରସଙ୍ଗ ଉପରେ ପୁର୍ନବିଚାର...

ଦନ୍ତାକୁ ଟ୍ରାଙ୍କୁଲାଇଜ ପାଇଁ ୩ ଟିମ୍‌

ଭୁବନେଶ୍ୱର,୧୯ା୧୨: ଚନ୍ଦକାର ଅସୁସ୍ଥ ଦନ୍ତାହାତୀକୁ ଉଦ୍ଧାର ଓ ଟ୍ରାଙ୍କୁଲାଇଜ ପାଇଁ ୩ଟି ଟିମ୍‌ ଗଠନ କରାଯାଇଛି। ଭାଲୁଙ୍କା ଜଙ୍ଗଲର ଆଖପାଖ ଅଞ୍ଚଳରେ ଅସୁସ୍ଥ ଦନ୍ତା ବୁଲୁଛି।...

ଭୁବନେଶ୍ବରରେ ଜରୁରୀ ଅବତରଣ କଲା ବିମାନ, ଜାଣନ୍ତୁ କାରଣ

ଭୁବନେଶ୍ବର,୧୯।୧୨:  ଭୁବନେଶ୍ବରରେ ଜରୁରୀ ଅବତରଣ କଲା ବିମାନ । ବାରଣାସୀ ଯାଉଥିବା ବିମାନ ଭୁବନେଶ୍ବରରେ ଜରୁରୀ ଅବତରଣ କରିଛି । ଖରାପ ପାଗ ଯୋଗୁଁ ବିମାନ...

କଟକରେ ମା’ହେଲେ ଦଶମ ଶ୍ରେଣୀ ଛାତ୍ରୀ: ବଳାତ୍କାର ପରେ…

କଟକ,୧୯।୧୨: କଟକ ଜିଲା ମାଣିଆବନ୍ଧ ଥାନା ଅନ୍ତର୍ଗତ ଖୁଣ୍ଟକଟା ଅଞ୍ଚଳର ଜଣେ ୧୪ ବର୍ଷୀୟ ଦଶମ ଶ୍ରେଣୀ ଛାତ୍ରୀ ବଳାତ୍କାର ଶିକାର ହେବା ପରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri