ଅଜ୍ଞାନ ଲକ୍ଷଣ

ନଭେମ୍ବର ୧୧ରେ ଆମେରିକାର ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ୬୨ ପଇସା ବୃଦ୍ଧି ପାଇ ୮୦ ଟଙ୍କା ୭୮ ପଇସାରେ ରହିଥିଲା। ଏହା ପରେ କେନ୍ଦ୍ର ସରକାରଙ୍କ ବିତ୍ତୀୟ ସଂସ୍ଥାରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ କହିବା ଆରମ୍ଭ କରିଦେଲେ ଯେ, ଭାରତୀୟ ମୁଦ୍ରାର ମୂଲ୍ୟ ସୁଧୁରିବା ଆରମ୍ଭ କଲା। କେବଳ ସେତିକି ନୁହେଁ, ସେମାନେ ଏହା ମଧ୍ୟ ଦାବି କଲେ ଯେ ଆମେରିକୀୟ ଡଲାର ବ୍ୟତୀତ ବ୍ରିଟେନ୍‌ର ପାଉଣ୍ଡ ଷ୍ଟର୍ଲିଂ, ୟୁରୋପୀୟ ସଂଘର ୟୁରୋ, ଜାପାନର ୟେନ୍‌ ଭଳି ଅନ୍ୟାନ୍ୟ ଶକ୍ତିଶାଳୀ ମୁଦ୍ରା ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟବୃଦ୍ଧି ହେଉଛି। କିନ୍ତୁ ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ। ଏଥିସହିତ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ ମଧ୍ୟ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ କହିପକାଇଲେ କୌଣସି ସଙ୍କଟ ସମୟର ମୁକାବିଲା ଲାଗି ଫୋରେକ୍ସ ରିଜର୍ଭ ବା ବୈଦେଶିକ ମୁଦ୍ରା ଭଣ୍ଡାର ରହିଛି। ଯେତେବେଳେ ଆବଶ୍ୟକ ହେଉଛି ଏହି ମୁଦ୍ରା ଭଣ୍ଡାରକୁ ବ୍ୟବହାର କରାଯାଉଛି। ଏହା କହିବା ବେଳେ ଆର୍‌ବିଆଇ ଗଭର୍ନର କହିଥିଲେ ଯେ, ଏତେ ଅସୁବିଧା ସତ୍ତ୍ୱେ ଭାରତର ଆର୍ଥିକ ସ୍ଥିତି ବେଶ୍‌ ସୁଦୃଢ଼ ରହିଛି। ଶକ୍ତିକାନ୍ତଙ୍କ ଏହି ଦୁଇ ପ୍ରକାର କଥା ଭିତରେ ସେ କିଭଳି ନିଜକୁ ଭୁଲ ପ୍ରମାଣିତ କରୁଛନ୍ତି ତାହା ସ୍ପଷ୍ଟ ଅନୁମେୟ। ଗୋଟିଏ ପଟେ ସେ କହୁଛନ୍ତି ସଙ୍କଟ ସମୟରେ ଗଚ୍ଛିତ ବୈଦେଶିକ ମୁଦ୍ରା ଭଣ୍ଡାରକୁ ବ୍ୟବହାର କରାଯାଉଛି। ଅର୍ଥାତ୍‌ ଭାରତୀୟ ଅର୍ଥନୀତି ନିଶ୍ଚିତ ଭାବେ ଦୁଃସ୍ଥିତି ଦେଇ ଗତି କରୁଛି। ଯଦି ଦେଶର ଆର୍ଥିକ ଅବସ୍ଥା ଦୁର୍ବଳ ହୋଇଯାଇଥିବାରୁ ସେ ରିଜର୍ଭକୁ ଉପଯୋଗ କଲେଣି, ସେହି ସମୟରେ ଭାରତର ଅର୍ଥବ୍ୟବସ୍ଥା ସୁଦୃଢ଼ ରହିଛି ବୋଲି କହିବା ହାସ୍ୟାସ୍ପଦ ମନେହେଉଛି। ୧୪ ନଭେମ୍ବର ଅପରାହ୍ନ ୪ଟା ସୁଦ୍ଧା ଭାରତୀୟ ମୁଦ୍ରାର ମୂଲ୍ୟ ୪୮ ପଇସା କମି ଡଲାର ତୁଳନାରେ ବିନିମୟ ମୂଲ୍ୟ ୮୧ ଟଙ୍କା ୨୬ ପଇସାରେ ପହଞ୍ଚତ୍ଛି। ଅର୍ଥାତ୍‌ ପୁଣି ଭାରତୀୟ ମୁଦ୍ରାର ମାନ ହ୍ରାସ ପାଇବାରେ ଲାଗିଛି। ଏଥିସହିତ ପରିସଂଖ୍ୟାନକୁ ଦେଖିଲେ ନଭେମ୍ବର ୪ ସୁଦ୍ଧା ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ୫୨୯.୯୯୪ ବିଲିୟନ ଡଲାର ରହିଥିଲା। ଗତବର୍ଷ ଅକ୍ଟୋବରରେ ଏହାର ପରିମାଣ ୬୪୫ ବିଲିୟନ ଡଲାର ଥିଲା। ଅର୍ଥାତ୍‌ ଏହି ସମୟ ମଧ୍ୟରେ ୧୧୫.୦୦୬ ବିଲିୟନ ଡଲାର ହ୍ରାସ ପାଇଛି। ତେଣୁ ଭାରତର ଆର୍ଥିକ ସ୍ଥିତି ଭଲ ରହିଛି ବୋଲି କହିବା ଅପରିପକ୍ୱତାର ପରିଚୟ ହୋଇଥାଇପାରେ କିମ୍ବା ଜାଣିଶୁଣି ନାଗରିକଙ୍କୁ ଅସତ୍ୟ ତଥ୍ୟ ଦିଆଯାଉଛି। କରଦାତାଙ୍କ ଅର୍ଥରେ ସରକାରଙ୍କ ଦ୍ୱାରା ଅବସ୍ଥାପିତ ହୋଇଥିବା ଦେଶର କେନ୍ଦ୍ରୀୟ ବ୍ୟାଙ୍କର ମୁଖ୍ୟ ନିଶ୍ଚିତ ଭାବେ ଜାଣିଛନ୍ତି ଯେ ରେପୋ ରେଟ୍‌ ଗତ ୬ ମାସ ମଧ୍ୟରେ ତାଙ୍କରି ଦ୍ୱାରା ୪ ଥର ବୃଦ୍ଧି କରାଯାଇଛି। ଫଳରେ ଋଣ କରିଥିବା ମଧ୍ୟବିତ୍ତ ବର୍ଗ ସୁଧ ଦେଇ ନୟାନ୍ତ ହେଉଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀର ଦର ଅତ୍ୟଧିକ ବୃଦ୍ଧି ପାଇବା ଯୋଗୁ ସାଧାରଣ ନାଗରିକଙ୍କ ପକ୍ଷେ ଦୈନିକ ଚଳିବା କଷ୍ଟକର ହୋଇପଡ଼ିଛି।
ମୋଟର ସାଇକେଲର ତେଲ ମିଟରରେ ଏକ ନାଲି ରଙ୍ଗର ଅଂଶ ଦେଖିବାକୁ ମିଳିଥାଏ। ତାହା ହେଉଛି ଗାଡ଼ିର ତେଲ ଟାଙ୍କିରେ ରିଜର୍ଭ ପହଞ୍ଚତ୍ବାର ସୂଚନା। ସାଧାରଣ ବୁଦ୍ଧି ଥିବା ଚାଳକ କଣ୍ଟା ନାଲି ଛୁଇଁବା ମାତ୍ରକେ ଟାଙ୍କିକୁ ଯାଇ ତେଲ ଭରିଥାଏ। କଷ୍ଟ କିମ୍ବା ଅନିବାର୍ଯ୍ୟ କାରଣ ଉପୁଜିଲେ ରିଜର୍ଭ ତେଲରେ ଗାଡ଼ି ଚଳାଯାଏ। କିନ୍ତୁ ସବୁବେଳେ ମୁଣ୍ଡରେ ତେଲ ପକାଇବାର ଚିନ୍ତା ରହିଥାଏ। ଆଜିର ଭାରତୀୟ ଅର୍ଥନୀତି ନାଲି ରିଜର୍ଭରୁ ତେଲ ପୋଡ଼ିଲାଣି। ଅର୍ଥାତ୍‌ ଅତିଶୀଘ୍ର ବିରାଟକାୟ ସମସ୍ୟା ଆସିଯିବ। ସେଭଳି ସ୍ଥିତିରେ ଜନସାଧାରଣଙ୍କୁ ସତ୍ୟ କହି ସତର୍କ କରାଯିବା ପରିବର୍ତ୍ତେ ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ରାଜନୈତିକ ଉଦ୍ଦେଶ୍ୟ ରଖି ଦେଶବାସୀଙ୍କୁ ଭୁଆଁ ବୁଲାଇବାକୁ ଉଦ୍ୟମ କରୁଥିବା ଭଳି ମନେହେଉଛି। ଏଠାରେ ଦୋହରାଇ ଦିଆଯାଇପାରେ ଯେ, ଶକ୍ତିକାନ୍ତ ଯେତେବେଳେ ଆର୍ଥିକ ବ୍ୟାପାର ସଚିବ ଥିବା ବେଳେ ବିମୁଦ୍ରୀକରଣ କରାଯାଇଥିଲା। ସେହି ଗୋଟିଏ ବିରାଟକାୟ ତ୍ରୁଟି ଯୋଗୁ ଦେଶ ଆଜିପର୍ଯ୍ୟନ୍ତ ଆଣ୍ଠେଇ କରି ରହିଛି। ତଥାପି ଡିଜିଟାଲ ଅର୍ଥନୀତି ଭଳି ବ୍ୟବସ୍ଥାକୁ ଜବରଦସ୍ତ ଚଳାଇବାର ଉଦ୍ୟମ କରୁଥିବା ହେତୁ ରିଜର୍ଭ ବ୍ୟାଙ୍କ ଦ୍ୱାରା ଦେଶର କ୍ଷତି ଏବେ ମଧ୍ୟ କରାଯାଉଛି। ରିଜର୍ଭ ବ୍ୟାଙ୍କର ପରିଚାଳନା ଦାୟିତ୍ୱରେ ଥିବା ବ୍ୟକ୍ତିମାନଙ୍କର ଅସତ୍ୟ ଉଚ୍ଚାରଣ ଅଜ୍ଞାନ ଲକ୍ଷଣ ଦର୍ଶାଉଛି।

କଷ୍ଟ କିମ୍ବା ଅନିବାର୍ଯ୍ୟ କାରଣ ଉପୁଜିଲେ ରିଜର୍ଭ ତେଲରେ ଗାଡ଼ି ଚଳାଯାଏ। କିନ୍ତୁ ସବୁବେଳେ ମୁଣ୍ଡରେ ତେଲ ପକାଇବାର ଚିନ୍ତା ରହିଥାଏ। ଆଜିର ଭାରତୀୟ ଅର୍ଥନୀତି ନାଲି ରିଜର୍ଭରୁ ତେଲ ପୋଡ଼ିଲାଣି। ଅର୍ଥାତ୍‌ ଅତିଶୀଘ୍ର ବିରାଟକାୟ ସମସ୍ୟା ଆସିଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri