Posted inଜାତୀୟ

କୋର୍ଟରେ ହାଜର ନ ହେବାରୁ ଶଶିକଳାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ବାନ ଜାରି

ବେଙ୍ଗାଲୁରୁ,୫।୯: ତାମିଲନାଡୁର ପୂର୍ବ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ବିଶ୍ୱାସୀ ଭି.କେ ଶଶିକଳାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ବାନ (ଏନବିଡବ୍ଲ୍ୟୁ) ଜାରି କରାଯାଇଛି। ଏହି ନିଷ୍ପତ୍ତି ରାଜ୍ୟର ଲୋକାୟୁକ୍ତ ସ୍ବତନ୍ତ୍ର କୋର୍ଟ ଦ୍ୱାରା ନିଆଯାଇଛି। ଏକ ମାମଲାର ଶୁଣାଣି ବେଳେ ଶଶିକଳା କୋର୍ଟରେ ହାଜର ହୋଇ ନ ଥିଲେ।
ସୂଚନାଯୋଗ୍ୟ, ବେଙ୍ଗାଲୁରୁର ଏକ ଜେଲରେ ବନ୍ଦୀ ଥିବାବେଳେ ତାଙ୍କୁ “ଭିଆଇପି ଟ୍ରିଟମେଣ୍ଟ” ଦିଆଯାଇଥିଲା। ୨୦୧୭ରେ ବେଆଇନ ସମ୍ପତ୍ତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ପାରପାନା ଅଗ୍ରାହାରା କେନ୍ଦ୍ରୀୟ ଜେଲରେ ତାଙ୍କୁ ରଖାଯାଇଥିଲା।

ଶଶିକଳାଙ୍କ ସହ ତାଙ୍କ ଭାଉଜ ଇଲାଭାରାସୀଙ୍କ ବିରୋଧରେ ମଧ୍ୟ କୋର୍ଟ ଏନବିଡବ୍ଲ୍ୟୁ ଜାରି କରିଛନ୍ତି। ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୫ତାରିଖରେ ହେବ ବୋଲି କୋର୍ଟ କହିଛନ୍ତି। ଏଥିସହ ପୂର୍ବ ଅନ୍ନାମୁଦ୍ରିକ ନେତାଙ୍କୁ ଜାମିନ ପ୍ରଦାନ କରିଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛତିଶଗଡ଼ ଗୃହମନ୍ତ୍ରୀଙ୍କୁ ମାଓବାଦୀ ଲେଖିଲେ ଚିଠି, ଏହି ଦିନ କରିବୁ ଆତ୍ମସମର୍ପଣ…

ରାୟପୁର,୨୪।୨: ଛତିଶଗଡ଼ ଗୃହମନ୍ତ୍ରୀ ବିଜୟ ଶର୍ମାଙ୍କୁ ଓଡ଼ିଶାର କେତେକ ମାଓବାଦୀ ସଂଗଠନ ଚିଠି ଲେଖିଛନ୍ତି। ଚିଠିରେ ମାଓବାଦୀମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଚାହୁଁଥିବା ଉଲ୍ଲେଖ କରିଛନ୍ତି।…

ଚତୁର୍ଥୀ ରାତିରେ ସ୍ତ୍ରୀଙ୍କଠାରୁ ଏମିତି କଥା ଶୁଣି ସ୍ବାମୀଙ୍କ ଉଡିଗଲା ହୋସ୍‌, ସାରା ଗାଁରେ ବ୍ୟାପିଗଲା ଏହି ଖବର

ଲକ୍ଷ୍ନୌ,୨୪।୨: ଉତ୍ତର ପ୍ରଦେଶର ହମିରପୁର ଜିଲାର ଗୋହାଣ୍ଡ ସହରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସୋମବାର ସକାଳେ ଗୋହାଣ୍ଡ ସହର ଛାଡି ରାଠରେ ପହଞ୍ଚିଥିବା କନ୍ୟା…

ଗୃହ ବାହାରେ କହିଲେ, ରେକର୍ଡରୁ କାଟିଦେଲେ: ସାଂଘାତିକ ଅଭିଯୋଗ ଆଣିଲେ ବିଧାୟକ

ଭୁବନେଶ୍ୱର, ୨୪।୨(ସୁନିତ୍‌ ମିଶ୍ର):ବିଧାନସଭା ବଜେଟ ଅଧିବେଶର ଷଷ୍ଠ ଦିନ ଗୃହ କାର୍ଯ୍ୟ ବନ୍ଦ ହେବା ପରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ବାହାରକୁ ବାହାରି…

ପିଲାଙ୍କୁ ମୋବାଇଲଠାରୁ ଦୂରେଇ ରଖିବାକୁ ପ୍ରସ୍ତୁତ ହେଲେଣି ସରକାର, ଲାଗୁ ହେବ ନୂଆ ନିୟମ!

ପାଟନା,୨୪।୨: ପିଲାମାନଙ୍କର ବର୍ଦ୍ଧିତ ସ୍କ୍ରିନ ଟାଇମ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସଂସ୍ପର୍ଶର ପ୍ରତିକୂଳ ପ୍ରଭାବକୁ ନିୟନ୍ତ୍ରଣ କରିବା ପାଇଁ ବିହାର ସରକାର ଏକ ନୀତି ପ୍ରସ୍ତୁତ…

ଜୁନାଗଡ଼ ସହରରେ ଅବକାରୀ ଚଢ଼ାଉ, ବିପୁଳ ନକଲି ବିଦେଶୀ ମଦ ସହ ୨ ଗିରଫ

ଭବାନୀପାଟଣା,୨୪।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହରରେ ନକଲି ବିଦେଶୀ ମଦ ପ୍ରସ୍ତୁତ ହେଉଥିବା ଖବର ପାଇ ମଙ୍ଗଳବାର ସକାଳୁ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ…

ଯୁବ କଂଗ୍ରେସ ଅଧ୍ୟକ୍ଷ ଗିରଫ: ତେଜିଲା ରାଜନୀତି

ନୂଆଦିଲ୍ଲୀ,୨୪।୨: ଦିଲ୍ଲୀରେ ଏଆଇ ସମ୍ମିଳନୀ ସମୟରେ ଭାରତ ମଣ୍ଡପମରେ ହୋଇଥିବା ପ୍ରତିବାଦରେ ଗିରଫଦାରୀ ଜାରି ରହିଛି। ଭାରତୀୟ ଯୁବ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ଉଦୟ ଭାନୁ ଚିବଙ୍କୁ…

SpiceJet ବିମାନ ଇଞ୍ଜିନ ଫେଲ୍, ଟେକଅଫର କିଛି ସମୟ ପରେ ହେଲା….

ନୂଆଦିଲ୍ଲୀ,୨୪।୨: ୧୫୦ ଜଣ ଯାତ୍ରୀଙ୍କୁ ନେଇ ସ୍ପାଇସଜେଟର ଏକ ବିମାନ ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି । ସୂଚନା ଅନୁଯାୟୀ, ଦିଲ୍ଲୀରୁ ଲେହ ଯାଉଥିବା ବିମାନଟି…

ମନର କଥା ବଖାଣିଲେ ସାମନ୍ଥା: କେବଳ ରାଜ୍‌ଙ୍କ ପାଇଁ…

ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ଆଜିକାଲି ସୁଖୀ ଦାମ୍ପତ୍ୟ ଜୀବନ ବିତାଉଛନ୍ତି। ସ୍ବାମୀ ତଥା ଚଳଚ୍ଚିତ୍ର ନିର୍ମାତା ରାଜ ନିଦିମୋରୁଙ୍କ ସହ ସେ ହନିମୁନ୍‌ରୁ ଫେରିଛନ୍ତି। ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri