Posted inଖେଳ

ବିନା ଡିଆର୍‌ଏସ୍‌ରେ ଖେଳାଯାଉଛି ବିପିଏଲ୍‌

ଢାକା,୨୬।୧: ବାଂଲାଦେଶର ଏକମାତ୍ର ଫ୍ରାଞ୍ଚାଇଜ ଭିତ୍ତିକ ଲିଗ୍‌ ବାଂଲାଦେଶ ପ୍ରିମିୟର ଲିଗ୍‌ (ବିପିଏଲ)ର ଚଳିତ ସଂସ୍କରଣ ବିନା ଡିସିଶନ ରେଭ୍ୟୁ ସିଷ୍ଟମ (ଡିଆର୍‌ଏସ୍‌)ରେ ଖେଳାଯାଉଛି। ଲିଗ୍‌ରେ ଡିଆର୍‌ଏସ୍‌ ସିଷ୍ଟମ ଉପଲବ୍ଧ କରାଇବାରେ ବିଫଳ ହୋଇଛି ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବି)।

ପୂରା ବିଶ୍ୱରେ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେଉଥିବାରୁ ଡିଆର୍‌ଏସ୍‌ ସୁବିଧା ଯୋଗାଉଥିବା ହକ୍‌-ଆଇ କମ୍ପାନୀ ତା’ର ବିଶେଷଜ୍ଞ ବାଂଲାଦେଶକୁ ପଠାଇବାରେ ବିଫଳ ହୋଇଛନ୍ତି। ତେବେ ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଏହାର ଆଯୋଜନ ନେଇ ଅନିଶ୍ଚିତତା ଦେଖା ଦେଇଥିଲା। ଏଣୁ ସର୍ଭିସ ଯୋଗାଉଥିବା କମ୍ପାନୀର ବିଶେଷଜ୍ଞ ଅନ୍ୟ ଫ୍ରାଞ୍ଚାଇଜ ଲିଗ୍‌ରେ ଭାଗ ନେବାକୁ ନିଷ୍ପତ୍ତି ନେଇଥିଲେ।

“ଆମକୁ ବିପିଏଲ ପାଇଁ ଏକ ନିର୍ଦ୍ଧାରିତ ଟାଇମ୍‌ ସ୍ଲଟ୍‌ ମିଳୁନାହିଁ। ପରବର୍ତ୍ତୀ ଏଫ୍‌ଟିପି (ଫ୍ୟୁଚର ଟୁର ପ୍ରୋଗ୍ରାମ) ସାଇକେଲ ପୂର୍ବରୁ ଆମେ ଆଇସିସି ସହ ଆଲୋଚନା କରିବୁ ଏବଂ ବିପିଏଲ ପାଇଁ ଏକ ଧାର୍ଯ୍ୟ ଟାଇମ୍‌ ସ୍ଲଟ ଦେବାକୁ ଅନୁରୋଧ କରିବୁ। ବର୍ତ୍ତମାନ ବିପିଏଲ୍‌ ଆୟୋଜନ ସମୟରେ କୌଣସି ଅନ୍ତର୍ଜାତୀୟ ସିରିଜ୍‌ ଅନୁଷ୍ଠିତ ହେବ କି ନାହିଁ ଆମକୁ ଜଣାନାହିଁ। ଏହାବାଦ୍‌ କୋଭିଡ୍‌-୧୯ କାରଣରୁ ଅନ୍ତର୍ଜାତୀୟ କ୍ୟାଲେଣ୍ଡର ବାଧାପ୍ରାପ୍ତ ହୋଇଛି। ଅନେକ ଅନ୍ତର୍ଜାତୀୟ ସିରିଜ୍‌ର କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। ପରବର୍ତ୍ତୀ ଆଇସିସି ଏଫ୍‌ଟିପି ସାଇକେଲ ପୂର୍ବରୁ ଏହାର ସମାଧାନ କରିବୁ ବୋଲି ଆଶା ରଖିଛୁ” ବୋଲି ଜଣେ ବିସିବି ଅଧିକାରୀ କହିଛନ୍ତି।

ଡିଆର୍‌ଏସ୍‌ ଉପଲବ୍ଧ ନ ଥିବାରୁ ମିନିଷ୍ଟର ଢ଼ାକା ଓ ସିଲହେଟ ସନରାଇଜର୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ବିଶେଷ ଭାବେ ପ୍ରଭାବିତ ହୋଇଥିଲା। ମ୍ୟାଚ୍‌ରେ ଫିଲ୍ଡ ଅମ୍ପାୟରଙ୍କ ୩ ନିଷ୍ପତ୍ତିକୁ ନେଇ ଖେଳାଳି ଅସନ୍ତୋଶ ପ୍ରକଟ କରିଥିଲେ। ତାମିମ ଇକବାଲ ଏଲ୍‌ବିଡବ୍ଲ୍ୟୁ ଦିଆଯିବା ପରେ ସେ ସନ୍ତୁଷ୍ଟ ନ ଥିଲେ। ମହମ୍ମଦ ନଇମ ରିଭର୍ସ ସୁଇପ ମାରିବାକୁ ଉଦ୍ୟମ କଲା ବେଳେ ତାଙ୍କ ଗ୍ଲୋଭରେ ବଲ ବାଜିଥିଲା। ଏହା ସତ୍ତ୍ୱେ ତାଙ୍କୁ ଏଲବିଡବ୍ଲ୍ୟୁ ଆଉଟ୍‌ ଦିଆଯାଇଥିଲା। ସମାନ ଘଟଣା ଘଟିଥିଲା ଆନ୍ଧ୍ରେ ରସେଲଙ୍କ ସହ।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

ରାଜ୍ୟ ପାଇଁ ଗୌରବ ଆଣିଲେ ରଞ୍ଜନା: ଥାଇଲାଣ୍ଡରୁ ରୌପ୍ୟ ପଦକ ପାଇ…

ପୁରୁଷୋତ୍ତମପୁର,୨୦।୧୨ (ସବିତା ମିଶ୍ର): ଥାଇଲାଣ୍ଡରେ ଚାଲିଥିବା ଅନ୍ତର୍ଜାତୀୟ ପାରା ଆଥ୍ଲେଟିକ ପ୍ରତିଯୋଗିତାରେ ଗଞ୍ଜାମ ଜଲା ପୁରୁଷୋତ୍ତମପୁର ବ୍ଳକ କୁଶପୁର ଗ୍ରାମର ରଞ୍ଜନା ନାୟକ ଦୁଇଗୋଟି ରୌପ୍ୟ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

୮ ବର୍ଷ ପରେ କେନ୍ଦ୍ରୀୟ ବିଦ୍ୟାଳୟ ପାଳିଲା ବାର୍ଷିକ ଉତ୍ସବ : ଉପ ଜିଲାପାଳ କହିଲେ…

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଦୀର୍ଘ ୮ ବର୍ଷ ପରେ ଶନିବାର ସନ୍ଧ୍ୟାରେ ତ ବାର୍ଷିକ ଉତ୍ସବ ପାଳନ କରିଛି। ୨୦୧୭...

ପ୍ରସିଦ୍ଧ ଗୁପ୍ତେଶ୍ୱର ମନ୍ଦିରରୁ ବାହାରିଲା ୧୧ ଫୁଟ୍‌ର ଅହିରାଜ ସାପ, କରୁଥିଲା ଭୟଙ୍କର ଗର୍ଜନ

ଦିଗପହଣ୍ଡି,୨୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ଅଞ୍ଚଳରେ ଥିବା ପ୍ରସିଦ୍ଧ ଗୁପ୍ତେଶ୍ୱର ମନ୍ଦିରରୁ ଶନିବାର ଏକ ୧୧ ଫୁଟ୍ ଲମ୍ବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri