Posted inଜାତୀୟ

ମୋଦିଙ୍କ ବିବାଦୀୟ ମନ୍ତବ୍ୟ: ଫିଲ୍ମ ପୂର୍ବରୁ ଗାନ୍ଧୀଙ୍କୁ କେହି ଜାଣି ନ ଥିଲେ…

ନୂଆଦିଲ୍ଲୀ,୩0ା୫: ଲୋକ ସଭା ନିର୍ବାଚନ ଶେଷ ହେବାକୁ ବସିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାକ୍ଷାତ୍‌କାରରେ ପୂର୍ବର କଂଗ୍ରେସ ସରକାରଗୁଡ଼ିକୁ ସମାଲୋଚନା କରିବାକୁ ଯାଇ କହିଛନ୍ତି, ଗାନ୍ଧିଜୀ ଜଣେ ମହାନ୍‌ ଆତ୍ମା ଥିଲେ। ଗତ ୭୫ ବର୍ଷ ମଧ୍ୟରେ ତାଙ୍କୁ ସେଭଳି ବୈଶ୍ୱିକ ସ୍ବୀକୃତି ପ୍ରଦାନ କରାଇବା କ’ଣ ଆମ ଉତ୍ତରଦାୟିତ୍ୱ ନ ଥିଲା? ତାଙ୍କୁ କେହି ଜାଣି ନ ଥିଲେ, ଦୟାକରି କ୍ଷମା କରନ୍ତୁ। ୧୯୮୨ରେ ତାଙ୍କ ଉପରେ ପ୍ରଥମ ଫିଲ୍ମ ନିର୍ମାଣ କରାଯାଇଥିଲା। ତା’ ପରେ ଗାନ୍ଧିଜୀ କିଏ ବୋଲି ବିଶ୍ୱବାସୀଙ୍କ ମନରେ ଜିଜ୍ଞାସା ସୃଷ୍ଟି ହୋଇଥିଲା। ଯାହା ଆବଶ୍ୟକ ଥିଲା, ତାହା ଆମେ କରି ନ ଥିଲେ। ଯଦି ବିଶ୍ୱ ମାର୍ଟିନ୍‌ ଲୁଥର କିଙ୍ଗ୍‌ ଓ ନେଲସନ୍‌ ମଣ୍ଡେଲାଙ୍କୁ ଜାଣିଥିଲା; ଗାନ୍ଧୀ ସେମାନଙ୍କଠାରୁ କିଛି କମ୍‌ ନ ଥିଲେ। ଏକଥା ସ୍ବୀକାର କରିବାକୁ ପଡ଼ିବ। ସାରା ବିଶ୍ୱ ଭ୍ରମଣ କରିବା ପରେ ମୁଁ ଏ କଥା କହୁଛି, ଭାରତ ତାଙ୍କୁ ସ୍ବୀକୃତି ଦେବା ଉଚିତ ଥିଲା ବୋଲି ମୋଦି କହିଛନ୍ତି। ଏନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି, ନାଥୁରାମ ଗଡ୍‌ସେଙ୍କ ବୈଚାରିକ ଉତ୍ତରାଧିକାରୀମାନେ ଗାନ୍ଧିଜୀଙ୍କୁ ହତ୍ୟା କରିଥିଲେ। ସେମାନେ ବାପୁଙ୍କ ପଥକୁ ଅନୁସରଣ କରନ୍ତି ନାହିଁ। ଏବେ ସେମାନଙ୍କୁ ଗଣ୍ଠିଲିରେ ନିଜ ମିଛକୁ ବାନ୍ଧି ଫେରିଯିବାକୁ ପଡ଼ିବ।

ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ ସମାଲୋଚନା କରି ତାଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଏକ୍ସ’ରେ ରାହୁଲ ଲେଖିଛନ୍ତି, କେବଳ ‘ସମଗ୍ର ରାଜନୀତି ବିଜ୍ଞାନ’ର ଜଣେ ଛାତ୍ର ମହାତ୍ମା ଗାନ୍ଧୀଙ୍କ ସମ୍ପର୍କରେ ଜାଣିବା ପାଇଁ ଏହି ଫିଲ୍ମକୁ ଦେଖିବା ଉଚିତ। ଭାଜପା ଟୁଇଟର ଆକାଉଣ୍ଟରେ ପୋଷ୍ଟ କରାଯାଇଥିବା ପ୍ରଧାନମନ୍ତ୍ରୀଙ୍କ କଳାରେ ସ୍ନାତକୋତ୍ତର ଡିଗ୍ରୀ ପ୍ରମାଣପତ୍ରର ଅବତାରଣା କରି ରାହୁଲ ଏପରି ତାଚ୍ଛଲ୍ୟ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତାର ଡିଗ୍ରୀଗୁଡ଼ିକୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସାର୍ବଜନୀନ କରିଥିଲେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ କଳାରେ ସ୍ନାତକ (ବିଏ) ଏବଂ ଗୁଜରାଟ ବିଶ୍ୱବିଦ୍ୟାଳୟରୁ କଳାରେ ସ୍ନାତକୋତ୍ତର (ଏମ୍‌ଏ)। ପ୍ରକାଶ ଯେ, ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତା ଏକ ବିତର୍କିତ ବିଷୟ ରହିଆସିଛି।

ଅତୀତରେ ରାହୁଲ ଏହି ପ୍ରସଙ୍ଗରେ ମୋଦିଙ୍କୁ ସମାଲୋଚନା କରିଆସିଥିବାବେଳେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ଅରବିନ୍ଦ କେଜ୍‌ରିଓ୍ବାଲ ଓ ସଞ୍ଜୟ ସିଂ ଶିକ୍ଷାଗତ ଯୋଗ୍ୟତା କଥା ଉଠାଇ ମାନହାନି ମାମଲାରେ ଛନ୍ଦି ହୋଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ସୂଚନା ଅଧିକାର (ଆର୍‌ଟିଆଇ) ଆଇନ ବଳରେ ମୋଦିଙ୍କ ଡିଗ୍ରୀ ସାର୍ଟିଫିକେଟଗୁଡ଼ିକୁ ଦେବା ଆବଶ୍ୟକ ନୁହେଁ ବୋଲି ୨୦୨୩ ମାର୍ଚ୍ଚରେ ଗୁଜରାଟ ହାଇକୋର୍ଟ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭା ନିର୍ବାଚନରେ ବିଜୟୀ ହେଲେ ଦିଲ୍ଲୀପ ରାୟ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି। ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଜିତିଛନ୍ତି। Dharitri – Odisha’s No.1 Odia Daily

ବିଶ୍ୱରେ ଚାଲିଛି ଯୁଦ୍ଧ, ଭାରତରେ ହ୍ରାସ ପାଇଲା ବେକାରୀ ହାର

ନୂଆଦିଲ୍ଲୀ,୧୬।୩: ବିଶ୍ୱ ଅର୍ଥନୀତିରେ ଯୁଦ୍ଧ ଓ ଅସ୍ଥିରତା ମଧ୍ୟରେ ଭାରତରୁ ଆସିଛି ଏକ ଆଶ୍ୱସ୍ତିକର ଖବର। ଦେଶରେ ବେକାରୀ ହାରରେ ସାମାନ୍ୟ ହ୍ରାସ ଘଟିଥିବା ପରିସଂଖ୍ୟାନ ମନ୍ତ୍ରଣାଳୟ…

SCBରେ ନିଆଁ: ରିପୋର୍ଟ ମାଗିଲେ NHRC

କଟକ, ୧୬।୩: କଟକ SCBରେ ନିଆଁ ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ସଚିବଙ୍କୁ ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ(NHRC )। ଘଟଣାର ଅନୁଧ୍ୟାନ…

ପାରିବାରିକ କଳହର କରୁଣ ପରିଣତି, ଶାଶୁ-ଶଳାଙ୍କୁ ଛୁରୀ ଭୁସିଲେ ଜ୍ବାଇଁ

ଲକ୍ଷ୍ନୌ,୧୬ା୩: ଉତ୍ତରପ୍ରଦେଶ ବରେଲି ଜିଲାର ଇଜ୍ଜତନଗର ପୋଲିସ ଷ୍ଟେସନ ଅଞ୍ଚଳର ରାହପୁରା ଚୌଧୁରୀ ଅଞ୍ଚଳରେ ସୋମବାର ଏକ ପାରିବାରିକ ବିବାଦର ସମାଧାନ ପାଇଁ ଏକ ବୈଠକ ବସିଥିଲା…

ଛତ୍ରପୁରରେ ଭୟଙ୍କର ଗ୍ୟାସ୍‌ ସଙ୍କଟ: ସିଲିଣ୍ଡର ନେବାକୁ ଉପଭୋକ୍ତାଙ୍କ ଲମ୍ବା ଲାଇନ୍‌

ଛତ୍ରପୁର,୧୬ା୩(ଦିଲ୍ଲୀ ସାମଲ): ଗ୍ୟାସ୍‌ ବୁକିଂ ନମ୍ବର ଲାଗୁନାହିଁ, ପୂର୍ବରୁ ବୁକିଂ ଥିଲେ ବିଳମ୍ବ ହେଉଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧର ତାଣ୍ଡବ ମଧ୍ୟରେ ମୁଣ୍ଡ ଟେକିଛି ବଡ଼ ଧରଣର ଶକ୍ତି…

ଖୁସିଖବର: ଯୁଦ୍ଧ ମଧ୍ୟରେ ଭାରତରେ ପହଞ୍ଚିଲା ଏତେ ମେଟ୍ରିକ ଟନ୍‌ ଗ୍ୟାସ, ଏବେ କମିଯିବ…

ନୂଆଦିଲ୍ଲୀ,୧୬।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ଅନେକ ଦେଶର ଜାହାଜ ହର୍ମୁଜ ପ୍ରଣାଳୀ ପାର୍‌ କରିପାରିନଥିଲେ, କିନ୍ତୁ ଦୁଇଟି ଭାରତୀୟ ଜାହାଜକୁ ଅନୁମତି…

ଦିଗପହଣ୍ଡି ପୋଲିସକୁ ସଫଳତା, ୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ…

ଦିଗପହଣ୍ଡି,୧୬ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ସୋମବାର ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସୁନାରି ସାହିର ପ୍ରଦୀପ କୁମାର ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ…

ରୋହିତ-ବିରାଟଙ୍କ ଟେଷ୍ଟ ଅବସର ପଛରେ କିଏ? ଗମ୍ଭୀରଙ୍କ ବଡ଼ ବୟାନ: ‘ଭୁଲ୍ ହୋଇଥାଇପାରେ’

କୋଲକାତା,୧୬।୩: ଭାରତୀୟ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଷ୍ଟାର୍ ବ୍ୟାଟସମ୍ୟାନ୍ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri