Posted inଜାତୀୟ

ମୋଦିଙ୍କ ବିବାଦୀୟ ମନ୍ତବ୍ୟ: ଫିଲ୍ମ ପୂର୍ବରୁ ଗାନ୍ଧୀଙ୍କୁ କେହି ଜାଣି ନ ଥିଲେ…

ନୂଆଦିଲ୍ଲୀ,୩0ା୫: ଲୋକ ସଭା ନିର୍ବାଚନ ଶେଷ ହେବାକୁ ବସିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାକ୍ଷାତ୍‌କାରରେ ପୂର୍ବର କଂଗ୍ରେସ ସରକାରଗୁଡ଼ିକୁ ସମାଲୋଚନା କରିବାକୁ ଯାଇ କହିଛନ୍ତି, ଗାନ୍ଧିଜୀ ଜଣେ ମହାନ୍‌ ଆତ୍ମା ଥିଲେ। ଗତ ୭୫ ବର୍ଷ ମଧ୍ୟରେ ତାଙ୍କୁ ସେଭଳି ବୈଶ୍ୱିକ ସ୍ବୀକୃତି ପ୍ରଦାନ କରାଇବା କ’ଣ ଆମ ଉତ୍ତରଦାୟିତ୍ୱ ନ ଥିଲା? ତାଙ୍କୁ କେହି ଜାଣି ନ ଥିଲେ, ଦୟାକରି କ୍ଷମା କରନ୍ତୁ। ୧୯୮୨ରେ ତାଙ୍କ ଉପରେ ପ୍ରଥମ ଫିଲ୍ମ ନିର୍ମାଣ କରାଯାଇଥିଲା। ତା’ ପରେ ଗାନ୍ଧିଜୀ କିଏ ବୋଲି ବିଶ୍ୱବାସୀଙ୍କ ମନରେ ଜିଜ୍ଞାସା ସୃଷ୍ଟି ହୋଇଥିଲା। ଯାହା ଆବଶ୍ୟକ ଥିଲା, ତାହା ଆମେ କରି ନ ଥିଲେ। ଯଦି ବିଶ୍ୱ ମାର୍ଟିନ୍‌ ଲୁଥର କିଙ୍ଗ୍‌ ଓ ନେଲସନ୍‌ ମଣ୍ଡେଲାଙ୍କୁ ଜାଣିଥିଲା; ଗାନ୍ଧୀ ସେମାନଙ୍କଠାରୁ କିଛି କମ୍‌ ନ ଥିଲେ। ଏକଥା ସ୍ବୀକାର କରିବାକୁ ପଡ଼ିବ। ସାରା ବିଶ୍ୱ ଭ୍ରମଣ କରିବା ପରେ ମୁଁ ଏ କଥା କହୁଛି, ଭାରତ ତାଙ୍କୁ ସ୍ବୀକୃତି ଦେବା ଉଚିତ ଥିଲା ବୋଲି ମୋଦି କହିଛନ୍ତି। ଏନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି, ନାଥୁରାମ ଗଡ୍‌ସେଙ୍କ ବୈଚାରିକ ଉତ୍ତରାଧିକାରୀମାନେ ଗାନ୍ଧିଜୀଙ୍କୁ ହତ୍ୟା କରିଥିଲେ। ସେମାନେ ବାପୁଙ୍କ ପଥକୁ ଅନୁସରଣ କରନ୍ତି ନାହିଁ। ଏବେ ସେମାନଙ୍କୁ ଗଣ୍ଠିଲିରେ ନିଜ ମିଛକୁ ବାନ୍ଧି ଫେରିଯିବାକୁ ପଡ଼ିବ।

ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ ସମାଲୋଚନା କରି ତାଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଏକ୍ସ’ରେ ରାହୁଲ ଲେଖିଛନ୍ତି, କେବଳ ‘ସମଗ୍ର ରାଜନୀତି ବିଜ୍ଞାନ’ର ଜଣେ ଛାତ୍ର ମହାତ୍ମା ଗାନ୍ଧୀଙ୍କ ସମ୍ପର୍କରେ ଜାଣିବା ପାଇଁ ଏହି ଫିଲ୍ମକୁ ଦେଖିବା ଉଚିତ। ଭାଜପା ଟୁଇଟର ଆକାଉଣ୍ଟରେ ପୋଷ୍ଟ କରାଯାଇଥିବା ପ୍ରଧାନମନ୍ତ୍ରୀଙ୍କ କଳାରେ ସ୍ନାତକୋତ୍ତର ଡିଗ୍ରୀ ପ୍ରମାଣପତ୍ରର ଅବତାରଣା କରି ରାହୁଲ ଏପରି ତାଚ୍ଛଲ୍ୟ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତାର ଡିଗ୍ରୀଗୁଡ଼ିକୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସାର୍ବଜନୀନ କରିଥିଲେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ କଳାରେ ସ୍ନାତକ (ବିଏ) ଏବଂ ଗୁଜରାଟ ବିଶ୍ୱବିଦ୍ୟାଳୟରୁ କଳାରେ ସ୍ନାତକୋତ୍ତର (ଏମ୍‌ଏ)। ପ୍ରକାଶ ଯେ, ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତା ଏକ ବିତର୍କିତ ବିଷୟ ରହିଆସିଛି।

ଅତୀତରେ ରାହୁଲ ଏହି ପ୍ରସଙ୍ଗରେ ମୋଦିଙ୍କୁ ସମାଲୋଚନା କରିଆସିଥିବାବେଳେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ଅରବିନ୍ଦ କେଜ୍‌ରିଓ୍ବାଲ ଓ ସଞ୍ଜୟ ସିଂ ଶିକ୍ଷାଗତ ଯୋଗ୍ୟତା କଥା ଉଠାଇ ମାନହାନି ମାମଲାରେ ଛନ୍ଦି ହୋଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ସୂଚନା ଅଧିକାର (ଆର୍‌ଟିଆଇ) ଆଇନ ବଳରେ ମୋଦିଙ୍କ ଡିଗ୍ରୀ ସାର୍ଟିଫିକେଟଗୁଡ଼ିକୁ ଦେବା ଆବଶ୍ୟକ ନୁହେଁ ବୋଲି ୨୦୨୩ ମାର୍ଚ୍ଚରେ ଗୁଜରାଟ ହାଇକୋର୍ଟ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିମାନକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ,ଟିସ୍ୟୁ ପେପରରେ ଏମିତି ଲେଖା ଦେଖି..

ନୂଆଦିଲ୍ଲୀ,୩୦ା୧: ବିମାନ କମ୍ପାନୀଗୁଡ଼ିକ ବାରମ୍ବାର ବୋମା  ଏବଂ ଅପହରଣ ଧମକ ପାଉଛନ୍ତି। ଏହି ସମୟରେ ଶୁକ୍ରବାର କୁଏତ୍‌ରୁ ଦିଲ୍ଲୀ ଆସୁଥିବା ଏକ ଇଣ୍ଡିଗୋ ବିମାନକୁ ବୋମା ପକାଇ…

ଖରାଦିନ ଆରମ୍ଭରୁ ସମସ୍ୟା: ୧୦ ହଜାରରୁ ଊର୍ଦ୍ଧ୍ୱ ଟ୍ୟୁବ୍‌ୱେଲରୁ ବାହାରୁଛି ଲୁଣାପାଣି

କେନ୍ଦ୍ରାପଡ଼ା,୩୦ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ୯ଟି ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଅବଧି ବହୁ ପୂର୍ବରୁ ସରିଛି। ମାତ୍ର ଗୋଟିଏ ବି ପ୍ରକଳ୍ପ ଅଦ୍ୟାବଧି ସମ୍ପୂର୍ଣ୍ଣ…

ପୁରୀ ଜିଲାପାଳଙ୍କୁ ଅଦାଲତ ଅବମାନନା ନୋଟିସ

ପୁରୀ,୩୦ା୧: ପୁରୀ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ହାଇକୋର୍ଟଙ୍କ ଅଦାଲତ ଅବମାନନା ନୋଟିସ ଜାରି ହୋଇଛି। ଅଦାଲତ ଅବମାନନା ମାମଲାରେ କାହିଁକି ଦଣ୍ଡିତ କରାଯିବନି ଜବାବ ତଲବ କରିଛନ୍ତି…

ନିମ୍ନ ୧୦% ଲୋକଙ୍କ ବଢ଼ୁଛି ଖର୍ଚ୍ଚ କରିବା ଶକ୍ତି: ଭାରତରେ ହ୍ରାସ ପାଉଛି ଧନୀ-ଦାରିଦ୍ର୍ୟ ଅସମାନତା

ନୂଆଦିଲ୍ଲୀ,୩୦।୧: ଭାରତରେ ଗରିବ ଓ ଧନୀଙ୍କ ମଧ୍ୟରେ ଥିବା ବ୍ୟବଧାନ ଧୀରେ ଧୀରେ ହ୍ରାସ ପାଉଛି। ସଂସଦରେ ଆଗତ ୨୦୨୫-୨୬ ଆର୍ଥିକ ସର୍ଭେ ରିପୋର୍ଟରେ ଏହି ଖୁଲାସା…

ମଧ୍ୟାହ୍ନ ଭୋଜନ ରୋଷେଇବେଳେ ସ୍କୁଲରେ ଘଟିଲା ଅଘଟଣ: ପ୍ରେସର କୁକର ଫାଟି…

ଆଠଗଡ଼,୩୦।୧: ସ୍କୁଲରେ ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇବେଳେ ଘଟିଲା ଅଘଟଣ। ଗୋବିନ୍ଦ ମାଧବପୁର ନୋଡାଲ ଉପ୍ରା ବିଦ୍ୟାଳୟରେ ରୋଷେଇ ସମୟରେ ପ୍ରେସର କୁକର ଫାଟି ୨ ପାଚିକା…

ବରିଷ୍ଠ ନାଗରିକଙ୍କୁ ପୁରୀ ବୁଲାଇବେ ସରକାର: ଜାଣନ୍ତୁ କେତେ ବୟସ ହୋଇଥିବା ଆବଶ୍ୟକ

ଭୁବନେଶ୍ୱର,୩୦।୧: ବରିଷ୍ଠ ନାଗରିକଙ୍କୁ ପୁରୀ ବୁଲାଇବେ ରାଜ୍ୟ ସରକାର। ୬୦ରୁ ୭୫ ବର୍ଷ ବୟସ୍କ ଓ ବିଧବା ମହିଳାଙ୍କୁ ଜଗନ୍ନାଥ ଦର୍ଶନ କରାଇବେ। ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ…

ସୁନା ବଜାରରେ ଐତିହାସିକ ହଲଚଲ: ଗୋଟିଏ ଦିନରେ ଭାରତ ଅର୍ଥନୀତିଠାରୁ ଅଧିକ ଟଙ୍କାର କାରବାର

ନୂଆଦିଲ୍ଲୀ,୩୦।୧: ବିଶ୍ୱ ବଜାରରେ ସୁନା ମୂଲ୍ୟ ଚଳିତ ସପ୍ତାହରେ ଅଭୂତପୂର୍ବ ସ୍ଥିତିର ସାମ୍ନା କରିଛି। କ୍ୟାପିଟାଲ ମାର୍କେଟ ପ୍ଲାଟଫର୍ମ ‘ଦି କୋବେସି ଲେଟର’ ବିଶ୍ଳେଷଣ ଅନୁଯାୟୀ, ସୁନାର…

ଗ୍ରାମବାସୀଙ୍କୁ ମିଳୁନି ପାଣି, ନିଆଁ ଜାଳି କଲେ ରାସ୍ତାରୋକୋ

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡ଼ି ଗାଁରେ ଦୀର୍ଘଦିନ ହେଲା ପାନୀୟଜଳ ପ୍ରକଳ୍ପ ଅଚଳ ହୋଇ ପଡ଼ିରହିଛି। ଲୋକଙ୍କୁ ପାଇପ୍‌ ଯୋଗେ ପାନୀୟଜଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri