ମହାକାଶ ବିସ୍ମୟ କୃଷ୍ଣଗର୍ତ୍ତ ଓ ନୋବେଲ ପୁରସ୍କାର

ଚଳିତବର୍ଷ ପାଇଁ ପଦାର୍ଥ ବିଜ୍ଞାନରେ କୃଷ୍ଣଗର୍ତ୍ତ (ବ୍ଲାକ୍‌ ହୋଲ୍‌) ସମ୍ବନ୍ଧରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ତିନି ଜଣ ନୋବେଲ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ପ୍ରଦାନ ପାଇଁ ଘୋଷଣା କରାଯାଇଛି। ସେମାନେ ହେଉଛନ୍ତି ବ୍ରିଟେନ୍‌ର ରୋଜର ପେନ୍‌ରୋଜ୍‌, ଜର୍ମାନୀର ରେନ୍‌ହାର୍ଡ ଜେନ୍‌ଜେଲ୍‌, ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ଆଣ୍ଡ୍ରେୟା ଗେଜ୍‌। ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇବାରେ ଆଣ୍ଡ୍ରେୟା ହେଉଛନ୍ତି ଚତୁର୍ଥ ମହିଳା।
କୃଷ୍ଣଗର୍ତ୍ତ ହେଉଛି ଗୋଟିଏ ଜ୍ୟୋତିର୍ବିଦୀୟ ପିଣ୍ଡ, ଯାହାର ବହୁତ କମ୍‌ ଆୟତନରେ ବହୁତ ବସ୍ତୁତ୍ୱ ଅଛି। ଅନ୍ୟ ଅର୍ଥରେ ଏହାର ସାନ୍ଧ୍ରତା ହେଉଛି ବହୁତ ବେଶି। ନିଉଟନ୍‌ଙ୍କ ମାଧ୍ୟାକର୍ଷଣ ବଳ ନିୟମ ଅନୁଯାୟୀ ଯେଉଁ ବସ୍ତୁର ବସ୍ତୁତ୍ୱ ବେଶି ତାହା ନିକଟତମ ବସ୍ତୁଗୁଡ଼ିକୁ ନିଜ ଆଡକୁ ଟାଣିନିଏ। ଏଣୁ କୃଷ୍ଣ ବସ୍ତୁ ତାହାର ଆଖପାଖରେ ଥିବା ବସ୍ତୁଗୁଡିକୁ ନିଜ ଭିତରକୁ ଟାଣି ନିଏ। ଏହି ବସ୍ତୁଗୁଡ଼ିକ କୃଷ୍ଣଗର୍ତ୍ତର ଅତ୍ୟଧିକ ସାନ୍ଧ୍ରତାବିଶିଷ୍ଟ କେନ୍ଦ୍ର ଆଡକୁ ଟାଣି ହୋଇଯାଏ। ଏହି କେନ୍ଦ୍ରୀୟ ବିନ୍ଦୁକୁ ‘ସିଙ୍ଗୁଲାରିଟି’ କୁହାଯାଏ। ଏହାର ଚାରିପାଖରେ ଏକ ନିର୍ଦ୍ଦିଷ୍ଟ ଦୂରତା ପର୍ଯ୍ୟନ୍ତ ସମସ୍ତ ବସ୍ତୁ ଏହା ସହ ମାଧ୍ୟାକର୍ଷଣ ବନ୍ଧନରେ ବାନ୍ଧି ହୋଇଥାଏ। ଏପରିକି ଏହାଠାରୁ ଆଲୋକ ମଧ୍ୟ ବାହାରିପାରେ ନାହିଁ। ଏଥିପାଇଁ ଏହାର ନାମ କୃଷ୍ଣଗର୍ତ୍ତ ରଖାଯାଇଛି। ଏଥିରୁ ଆଲୋକ ନିର୍ଗତ ହେଉ ନ ଥିବାରୁ ଏହାକୁ ଦେଖିହୁଏ ନାହିଁ। କନ୍ତୁ ଏହା ଅନ୍ୟ ବସ୍ତୁଗୁଡ଼ିକୁ ତୀବ୍ର ବେଗରେ ନିଜ ଆଡକୁ ଟାଣି ନେଉଥିବା ବେଳେ ସେହି ବସ୍ତୁଗୁଡିକରୁ ଏକ୍ସ-ରଶ୍ମୀ ନିର୍ଗତ ହୁଏ, ଯେଉଁଥିରୁ କୃଷ୍ଣଗର୍ତ୍ତକୁ ଚିହ୍ନଟ କରାଯାଏ।
ମହାକାଶରେ ଅତିଶୟ କୃଷ୍ଣର ସନ୍ଧାନ ମିଳିଛି ଏବଂ ଅନୁମାନ କରାଯାଉଛି ଯେ ବୃହତ୍‌ ବିସ୍ଫୋରଣ (ବିଗ୍‌ ବ୍ୟାଙ୍ଗ)ଜନିତ ବିଶ୍ୱ ସୃଷ୍ଟି ବେଳେ ଏଗୁଡ଼ିକ ସୃଷ୍ଟି ହୋଇଛି। ଏଗୁଡ଼ିକୁ ‘ଆଦିକୃଷ୍ଣ ଗର୍ତ୍ତ’ କୁହାଯାଏ। ମାତ୍ର ବର୍ତ୍ତମାନ ପର୍ଯ୍ୟବେକ୍ଷଣରେ ନିଆଯାଇଥିବା କୃଷ୍ଣଗର୍ତ୍ତଗୁଡ଼ିକ ମୃତ ନକ୍ଷତ୍ରରୁ ସୃଷ୍ଟି ହୋଇଛି। ନକ୍ଷତ୍ରର ଜୀବନ ବଟିକା ହେଉଛି ଏଥିରେ ଥିବା ଉଦ୍‌ଜାନ। ଅତିଶୟ ତାପମାତ୍ରାରେ ନକ୍ଷତ୍ରଗୁଡ଼ିକରେ ଆଣବିକ ସଂଯୋଜନ ପ୍ରକ୍ରିୟାରେ ଉଦ୍‌ଜାନ ପରମାଣୁରୁ ହିଲିୟମ ପରମାଣୁ ସୃଷ୍ଟି ହୋଇଥାଏ ଏବଂ ଏଥିରୁ ପ୍ରଚୁର ଶକ୍ତି ମିଳିଥାଏ, ଯାହା ଆମେ ଆଲୋକ ଓ ତାପ ଆକାରରେ ପାଇଥାଉ। ଏହି ଶକ୍ତି ମଧ୍ୟ ନକ୍ଷତ୍ରକୁ ନିଜ ମାଧ୍ୟାକର୍ଷଣଜନିତ ସଙ୍କୋଚନରୁ ରକ୍ଷା କରିଥାଏ। ଶକ୍ତିରୁ ଉତ୍ପନ ବାହ୍ୟଚାପ ଓ ମାଧ୍ୟାକର୍ଷଣ ସମାନ ରହି ନକ୍ଷତ୍ରକୁ ସ୍ଥିର କରିଥାଏ। କିନ୍ତୁ ନକ୍ଷତ୍ରରେ ଉଦଜାନ ଇନ୍ଧନ ଶେଷ ହୋଇଗଲେ ଏହା ସଙ୍କୁଚିତ ହୋଇ ଅତି କ୍ଷୁଦ୍ର ଆକାର ହୋଇଯାଏ। ଜଣାଯାଇଛି ଯେ ନକ୍ଷତ୍ରର ବସ୍ତୁତ୍ୱ ଯଦି ସୂର୍ଯ୍ୟ ବସ୍ତୁତ୍ୱର ଦଶଗୁଣ ବା ତତୋଧିକ ହୋଇଥାଏ, ତାହାହେଲେ ସଙ୍କୋଚନ ପରେ ଏହାର ସାନ୍ଧ୍ରତା ଏତେ ବେଶି ପରିମାଣରେ ବଢ଼ିଯାଏ ଯେ ଏହା କୃଷ୍ଣଗର୍ତ୍ତରେ ପରିଣତ ହୋଇଥାଏ।
କୃଷ୍ଣଗର୍ତ୍ତ ଗଠନ ସମ୍ପର୍କରେ ପ୍ରଥମ ଗ୍ରହଣୀୟ ତତ୍ତ୍ୱ ପେନ୍‌ରୋଜ୍‌ ଦେଇଥିଲେ। ସେ ୧୯୬୦ ଦଶକରେ ନିଜର ବନ୍ଧୁ ତଥା ବିଶିଷ୍ଟ ତାତ୍ତ୍ୱିକ ପଦାର୍ଥ ବିଜ୍ଞାନୀ ଷ୍ଟିଫେନ୍‌ ହକିଙ୍ଗ୍‌ଙ୍କ ସହିତ ମିଶି ଏହା ଉପରେ ଗବେଷଣା କରୁଥିଲେ। ୧୯୧୫ ମସିହାରେ ପ୍ରକାଶିତ ଆଇନଷ୍ଟାଇନଙ୍କ ସାଧାରଣ ଆପେକ୍ଷିକ ତତ୍ତ୍ୱରେ କୃଷ୍ଣ ଗର୍ତ୍ତ ଗଠନର ସୂଚନା ମିଳୁଥିଲା। ଏହି ତତ୍ତ୍ୱ ଅନୁଯାୟୀ ସମୟ-ପ୍ରସରର ବକ୍ରତା ଯୋଗୁ ମାଧ୍ୟାକର୍ଷଣ ବଳ ସୃଷ୍ଟି ହେଉଛି। ୧୯୧୬ ମସିହାରେ ଜର୍ମାନୀ ଜ୍ୟୋତିର୍ବିଜ୍ଞାନୀ କାର୍ଲ ସ୍କ୍ବାଜଚାଇଲ୍‌ଡ ସାଧାରଣ ଆପେକ୍ଷିତ ତତ୍ତ୍ୱର ସମୀକରଣଗୁଡ଼ିକୁ ସମାଧାନ କରି ଅସୀମ (ଇନ୍‌ଫିନିଟି) ବକ୍ରତା ପାଇଲେ। ଏହା ଥିଲା କୃଷ୍ଣଗର୍ତ୍ତର ପ୍ରଥମ ପୂର୍ବାନୁମାନ। କିନ୍ତୁ ବାସ୍ତବରେ ଭୌତିକ ଭାବେ ଏହା ସମ୍ଭବ ବୋଲି ନିଜେ ଆଇନଷ୍ଟାଇନ୍‌ ବିଶ୍ୱାସ କରୁ ନ ଥିଲେ। ପେନ୍‌ରୋଜ୍‌ ଗାଣିତିକ ଭାବେ ସାଧାରଣ ଆପେକ୍ଷିକ ତତ୍ତ୍ୱରୁ କୃଷ୍ଣଗର୍ତ୍ତର ଗଠନ ସମ୍ଭବ ବୋଲି ବୁଝାଇଲେ। ସେ ଏହି ସମ୍ବନ୍ଧୀୟ ତାଙ୍କର ସନ୍ଦର୍ଭକୁ ୧୯୬୫ ମସିହାରେ ପ୍ରକାଶ କଲେ।
ଚଳିତବର୍ଷର ଅନ୍ୟ ଦୁଇ ନୋବେଲ ବିଜ୍ଞାନୀ ରେନ୍‌ହାର୍ଡ ଏବଂ ଆଣ୍ଡ୍ରେୟା ଆମ ଗାଲାକ୍‌ସି ଆକାଶ ଗଙ୍ଗା କେନ୍ଦ୍ରରେ ଗୋଟିଏ ଅତିକାୟ କୃଷ୍ଣଗର୍ତ୍ତ ଆବିଷ୍କାର କରିଥିଲେ। ଏହାର ନାମ ହେଉଛି ‘ସାଗିଟାରିୟସ-କ’। ଏହାର ବସ୍ତୁତ୍ୱ ହେଉଛି ସୂର୍ଯ୍ୟ ବସ୍ତୁତ୍ୱର ଚାରି ନିୟୁତ ଗୁଣ। କିନ୍ତୁ ଏହାର ବ୍ୟାପ୍ତି ଆମ ସୌରମଣ୍ଡଳର ବ୍ୟାପ୍ତିଠାରୁ ମଧ୍ୟ କମ୍‌। ଏହା ପୃଥିବୀଠାରୁ ପ୍ରାୟ ୨୬୦୦୦ ଆଲୋକବର୍ଷ ଦୂରତାରେ ଅଛି। ବିଶ୍ୱ ସୃଷ୍ଟିର ପ୍ରଥମ ଏକ ଶହ କୋଟି ବର୍ଷ ମଧ୍ୟରେ ଏହା ସୃଷ୍ଟି ହୋଇଥିବାର ଅନୁମାନ କରାଯାଉଛି। କିନ୍ତୁ ଏହା କୌଣସି ନକ୍ଷତ୍ର ଅବଶେଷରୁ ସୃଷ୍ଟି ହୋଇଛି କିମ୍ବା ବିଶ୍ୱ ସୃଷ୍ଟି ସମୟରେ ଆଦି ବସ୍ତୁରୁ ସୃଷ୍ଟି ହୋଇଛି ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ରେନ୍‌ହାର୍ଡ ଓ ଆଣ୍ଡ୍ରେୟା ପୃଥକ୍‌ ଭାବରେ ୧୯୯୦ ଦଶକରେ ଆକାଶ ଗଙ୍ଗା ଗାଲାକ୍ସିକୁ ପର୍ଯ୍ୟବେକ୍ଷଣ କରୁଥିବା ସମୟରେ ଏହାର କେନ୍ଦ୍ରରେ ଏକ ଘଞ୍ଚ ଅନ୍ଧାରୁଆ ଲକ୍ଷ୍ୟ କଲେ। ସମସ୍ତ ପର୍ଯ୍ୟବେକ୍ଷଣ ତଥ୍ୟରୁ ଏହା ଗୋଟିଏ ବିରାଟ କୃଷ୍ଣଗର୍ତ୍ତ ବୋଲି ସେମାନେ ସିଦ୍ଧାନ୍ତରେ ଉପନୀତ ହେଲେ। ଆଣ୍ଡ୍ରେୟା ହାଓ୍ବାଇଠାରେ ଥିବା କେକ୍‌ ପର୍ଯ୍ୟବେକ୍ଷଣାଗାରରୁ ଏବଂ ରେନ୍‌ହାର୍ଡ ଚିଲିରେ ଥିବା ଭେରି ଲାର୍ଜ ଟେଲିସ୍କୋପ୍‌ରୁ ପର୍ଯ୍ୟବେକ୍ଷଣ କରିଥିଲେ। ସେମାନେ ଏହାଦ୍ୱାରା ଦର୍ଶାଇଲେ ଯେ, କୃଷ୍ଣଗର୍ତ୍ତ କଳ୍ପନା ନୁହେଁ ବରଂ ଏହା ହେଉଛି ଏକ ବାସ୍ତବ। ଜ୍ୟୋତିର୍ବିଦମାନେ ବର୍ତ୍ତମାନ ଜାଣିପାରିଛନ୍ତି ଯେ, ପ୍ରତ୍ୟେକ ଗାଲାକସି କେନ୍ଦ୍ରରେ ଗୋଟିଏ ଗୋଟିଏ ଅତିକାୟ କୃଷ୍ଣଗର୍ତ୍ତ ଅଛି। ୨୦୧୯ ମସିହା ଏପ୍ରିଲରେ ଇଭେଣ୍ଟ ହୋରାଇଜନ୍‌ ଟେଲିସ୍କୋପ୍‌ ସାହାଯ୍ୟରେ ପ୍ରଥମ କରି m-87 ଗାଲାକସିରେ ଥିବା ଅତିକାୟ କୃଷ୍ଣଗର୍ତ୍ତର ଚିତ୍ର ଉତ୍ତୋଳନ କରାଯାଇଛି।
ରୋଜର ପେନ୍‌ରୋଜ ମୋଟ ପୁରସ୍କାର ରାଶି ଦଶ ନିୟୁତ ସୁଇଡେନ୍‌ କ୍ରୋନର (ପ୍ରାୟ ୧,୧୧,୮,୦୦୦ ଡଲାର)ର ଅର୍ଦ୍ଧେକ ପାଇବେ ଏବଂ ଅବଶିଷ୍ଟ ଅର୍ଦ୍ଧେକ ଅନ୍ୟ ଦୁଇ ବିଜ୍ଞାନୀ ସମାନ ଭାବରେ ପାଇବେ। ପେନ୍‌ରୋଜ ବ୍ରିଟେନର କୋଲଚେଷ୍ଟରଠାରେ ୧୯୩୧ ମସିହାରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୫୭ରେ କେମ୍ବ୍ରିଜ ବିଶ୍ୱବିଦ୍ୟାଳରୁ ପି.ଏଚ.ଡି. ଡିଗ୍ରୀ ଲାଭ କରିଥିଲେ। ସେ ବର୍ତ୍ତମାନ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ଅଛନ୍ତି। ରେନ୍‌ହାର୍ଡ ୧୯୫୨ ମସିହାରେ ଜର୍ମାନୀର ବାଡ୍‌ ହାମବର୍ଗଠାରେ ଜନ୍ମଗ୍ରହଣ କରିଥିଲେ ଏବଂ ୧୯୭୮ରେ ଜର୍ମାନୀର ବନ୍‌ ବିଶ୍ୱବିଦ୍ୟାଳୟରୁ ପି.ଏଚ୍‌.ଡି. ଡିଗ୍ରୀ ପାଇଥିଲେ। ସେ ବର୍ତ୍ତମାନ ଜର୍ମାନୀର ଗାରସିଙ୍ଗଠାରେ ଥିବା ମାକ୍ସ ପ୍ଲାଙ୍କ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ନିର୍ଦ୍ଦେଶକ ଓ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଅଛନ୍ତି। ଆଣ୍ଡ୍ରେୟା ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁୟର୍କ ସହରରେ ୧୯୬୫ରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୯୨ରେ କାଲିଫର୍ନିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଟେକନୋଲୋଜିରୁ ପି.ଏଚ.ଡି. ଡିଗ୍ରୀ ଲାଭ କରିଥିଲେ। ସେ ବର୍ତ୍ତମାନ କାଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଅଛନ୍ତି।

ଇଂ.ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀବିହାର,
ଫେଜ୍‌-୧, ଭୁବନେଶ୍ୱର
ମୋ :୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଷୋଡ଼ଶ ପର୍ବ ପାଇଁ ପ୍ରଶାସନ ତତ୍ପର: ଝଲସିବ ମା’ ତାରାତାରିଣୀ ପୀଠ

ପୁରୁଷୋତ୍ତମପୁର,୨୮ା୯(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପବିତ୍ର ଷୋଡ଼ଶ ପର୍ବକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି…

ଆଫଗାନିସ୍ତାନ ସହ ମ୍ୟାଚ୍ ରଦ୍ଦ, ତଥାପି କିପରି ସେମିଫାଇନାଲରେ ପହଞ୍ଚିଲା ଭାରତ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୮ା୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ପୁରୁଷ କ୍ରିକେଟ୍‌ ଦଳ ବିନା ମଇଦାନକୁ ଓହ୍ଲାଇ ସେମିଫାଇନାଲ୍‌ରେ ପହଞ୍ଚିଛି । ସୋମବାର ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ…

ସୃଷ୍ଟି ହେଲା ଅବପାତ: ଆଗାମୀ ୧୨ ଘଣ୍ଟାରେ ଘନୀଭୂତ ହୋଇ…

ଭୁବନେଶ୍ୱର,୨୮ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ମ୍ୟାନ୍‌ମାର ଉପକୂଳରେ ଅବପାତ ସୃଷ୍ଟି ହୋଇଛି। ଲଘୁଚାପ କ୍ଷେତ୍ରଟି କ୍ରମଶଃ ଶକ୍ତିଶାଳୀ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି…

ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣି ସମ୍ମାନିତ

ଯୋଡ଼ା,୨୮ା୯(ମାନସ ମହାନ୍ତି): ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ (ଏସ୍‌ଏଚ୍‌ଇ) ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଟାଟା ଷ୍ଟିଲ୍‌ର ଖଣ୍ଡବନ୍ଧ ଲୁହାପଥର ଖଣି ସମ୍ମାନିତ ହୋଇଛି। କୋଲକାତାଠାରେ…

କେଦାରନାଥରେ ଅଘଟଣ: ପାହାଡ଼ରୁ ପଥର ଖସି ଚାଲିଗଲା ୫ ବର୍ଷ ଶିଶୁର ଜୀବନ, ୧୧୦୦ ଲୋକଙ୍କୁ ଉଦ୍ଧାର କରାଯାଇ…

ଡେରାଡୁନ୍‌,୨୮ା୯: ରବିବାର ସନ୍ଧ୍ୟାରେ କେଦାରନାଥର ଚିରବାସା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ପାହାଡ଼ରୁ ହଠାତ୍ ପଥର ଓ ମାଟି ଅସଡ଼ା ଧସିବା ଫଳରେ ଜଣେ ୫…

ହୋମ୍‌ଷ୍ଟେରୁ ମିଳିଲା ପ୍ରେମିକାଙ୍କ ମୃତଦେହ, ପ୍ରେମିକଙ୍କୁ ଅଟକ ରଖି…

ଗୁଆହାଟି,୨୮।୯: ଗୌହାଟୀ ବିଶ୍ୱବିଦ୍ୟାଳୟର ସମାଜଶାସ୍ତ୍ର ବିଭାଗର ଜଣେ ୨୧ ବର୍ଷୀୟା ଛାତ୍ରୀ ନିମିଷା ଠାକୁରିଆଙ୍କୁ ଗାରାଲ-ଧାରାପୁର ଅଞ୍ଚଳର ଏକ ହୋମ୍‌ଷ୍ଟେରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି…

ଦକ୍ଷିଣ ଆଫ୍ରିକାରେ ଗୁଳିକାଣ୍ଡ: ୨୭ ମୃତ

କେପ୍‌ ଟାଉନ୍‌,୨୮ା୯: ଦକ୍ଷିଣ ଆଫ୍ରିକୀୟ ସହରରେ ୨ଟି ଗୁଳିକାଣ୍ଡ ଘଟଣାରେ ଅନୂ୍ୟନ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରଥମ ଘଟଣା ଶନିବାର ରାତିରେ ଜୋହାନ୍ସବର୍ଗ ନିକଟରେ ଥିବା…

ୟୁଏନ୍‌ଜିଏରେ ପାକିସ୍ତାନକୁ ନିନ୍ଦାକଲେ ଜୟଶଙ୍କର, କହିଲେ କ୍ରମାଗତ ଆତଙ୍କବାଦ ଚଳାଉଥିବା ଦେଶର…

ଜାତିସଂଘ,୨୮ା୯(ପି.ଟି.): ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ)ରେ ଶନିବାର ଭାରତ ପାକିସ୍ତାନକୁ କଡ଼ା ସମାଲୋଚନା କରିଛି। ଆତଙ୍କବାଦକୁ ସ୍ବାଭାବିକ ରୂପ ଦେବା ଏବଂ ଏହାର ପ୍ରଭାବରୁ ରକ୍ଷା ପାଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?