ନୋବେଲ ପୁରସ୍କାର-୨୦୨୧ : ରସାୟନ ବିଜ୍ଞାନ

ଦୀର୍ଘଦିନ ଧରି ରାସାୟନିକ ପ୍ରତିକ୍ରିୟାମାନଙ୍କରେ ଉତ୍‌ପ୍ରେରକ ରୂପେ ବ୍ୟବହୃତ ହୋଇ ଆସୁଥିଲା କେତେକ ଧାତୁ ଏବଂ ଏନ୍‌ଜାଇମ୍‌। ତେବେ ଏକ ତୃତୀୟ ଶ୍ରେଣୀର ଉତ୍‌ପ୍ରେରକ ଆବିଷ୍କାର କରି ଚଳିତ ବର୍ଷ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଲାଭ କରିଛନ୍ତି ଜର୍ମାନୀର ମାକର୍‌ ପ୍ଲାଙ୍କ ପ୍ରତିଷ୍ଠାନର ବେଞ୍ଜାମିନ୍‌ ଲିଷ୍ଟ ଏବଂ ଆମେରିକାର ପ୍ରିନ୍‌ସେଟନ୍‌ ବିଶ୍ୱବିଦ୍ୟାଳୟର ଡାଭିଡ୍‌ ମ୍ୟାକ୍‌ମିଲନ୍‌। ସେମାନେ ଏଥିପାଇଁ ଛୋଟ ଛୋଟ ଜୈବ ରାସାୟନିକ ଅଣୁ ବ୍ୟବହାର କରୁଛନ୍ତି। ଏହାର ଉତ୍‌ପ୍ରେରକଗୁଡ଼ିକ ବାଛି ବାଛି ଆଲୋକୀୟ ସକ୍ରିୟ ଯୌଗିକମାନଙ୍କରେ ଥିବା ଦୁଇଟି ପରସ୍ପରର ଦର୍ପଣ ଛାୟା ହୋଇଥିବା ରମାବୟବଙ୍କ ମଧ୍ୟରୁ ଗୋଟିକୁ ଅଧିକ ସକ୍ରିୟ କରି ତହିଁରୁ ଆଶାନୁରୂପ ଉତ୍ପାଦ ସୃଷ୍ଟି କରି ପାରୁଛନ୍ତି।
ହେଲେ ପ୍ରୋଟିନ୍‌, ଯାହାକି ଆମିନୋ ଅମ୍ଳରେ ଗଢ଼ା ଏବଂ କେତେକ ସ୍ଥଳେ ସେଥିରେ ଥାଏ କିଛି ଧାତୁ, ଯାହାକି ଏହାକୁ ଉତ୍‌ପ୍ରେରକ ରୂପେ କାର୍ଯ୍ୟ କରିବାରେ ସହାୟକ ହୁଏ। କିନ୍ତୁ ଅନେକ ଏନ୍‌ଜାଇମ୍‌ ଧାତୁ ବିନା ମଧ୍ୟ କାର୍ଯ୍ୟ କରନ୍ତି। ଏଭଳି କ୍ଷେତ୍ରରେ ତହିଁରେ ଥିବା ଗୋଟିଏ କିମ୍ବା ଅଳ୍ପ କେତୋଟି ଆମିନୋ ଅମ୍ଳ ରାସାୟନିକ ପ୍ରତିକ୍ରିୟାମାନଙ୍କୁ ପରିଚାଳିତ କରନ୍ତି। ପ୍ରୋଟିନ୍‌ ଏବର ଭଳି ଏକ ଆମିନୋ ଅମ୍ଳ ବୋଲି ୧୯୭୦ ଦଶକରୁ ଜଣାଥିଲା। କିନ୍ତୁ ତା’ଉପରେ ଯଥେଷ୍ଟ ଅଧ୍ୟୟନ ହୋଇ ନ ଥିଲା। ଲିଷ୍ଟ ସେ କାର୍ଯ୍ୟ ହାତକୁ ନେଲେ ଏବଂ ତାହାକୁ ‘ଆଲ୍‌ଡୋଲା ପ୍ରତିକ୍ରିୟା’ରେ ନିୟୋଜିତ କଲେ। ଏହା ବେଶ୍‌ କାମ କଲା। ଦେଖାଗଲା ଯେ, ଏହା ମୂଳ ଯୌଗିକର ଦୁଇଟି ଦର୍ପଣ ପ୍ରତିବିମ୍ବମାନଙ୍କ ମଧ୍ୟରୁ ଗୋଟିକରୁ ନିର୍ବାଚିତ ଭାବେ ଅଧିକ କ୍ରିୟାଶୀଳ କରୁଛି। ଅତଏବ ତଦନୁଯାୟୀ ତହିଁରୁ ଉତ୍ପାଦ ସୃଷ୍ଟି ହେଉଛି। ଏହା ଜନ୍ମ ଦେଲା ଅସମମିତ ଜୈବ ଉତ୍‌ପ୍ରେରଣ
ଧାରଣାକୁ। ଲିଷ୍ଟ ଏ ସମ୍ପର୍କରେ ୨୦୦୦ ମସିହାରେ ଗବେଷଣା ପତ୍ରଟିଏ ପ୍ରକାଶ କଲେ।
ଇତିମଧ୍ୟରେ ମାକ୍‌ମିଲନ୍‌ ଅଲଗା ଭାବେ କାଲିଫର୍ନିଆ ବିଶ୍ୱବିଦ୍ୟାଳୟଠାରେ ଏକ ସମାନ ଦିଗରେ ଗବେଷଣା ଚଳାଇଥାଆନ୍ତି। ସେ ଧାତବ ପଦାର୍ଥମାନ ବ୍ୟବହାର କରି ଅସମମିତ ଉତ୍‌ପ୍ରେରକର ବିକାଶ କରୁଥିଲେ। ତେବେ ଏ କ୍ଷେତ୍ରରେ ସକ୍ରିୟ ଧାତୁଗୁଡ଼ିକୁ ନେଇ କାର୍ଯ୍ୟ କରିବା କଠିନ ଥିଲା ଏବଂ ତାହା ମଧ୍ୟ ବ୍ୟୟବହୁଳ ଥିଲା। ଏଣୁ ସେ ଧାତୁମାନଙ୍କ ଭଳି ସହଜରେ କିଛି କାଳ ପାଇଁ ଇଲେକ୍‌ଟ୍ରୋନିକ୍‌ ଯୋଗାଇ ପାରିବା କିମ୍ବା ଧାରଣ କରିପାରିବା ଭଳି ସରଳ ଜୈବ ଧାତୁମାନଙ୍କୁ ଏଥିରେ ବିନିଯୋଗ କରିବାକୁ ଚିନ୍ତା କଲେ। ଏଗୁଡ଼ିକରେ ଥାଏ ଅମ୍ଳଜାନ, ଯବକ୍ଷାରଜାନ, ଗନ୍ଧକ ଏବଂ ଫସ୍‌ଫରସ୍‌ ଭଳି ସରଳ ଓ ସାଧାରଣ ମୌଳିକ ପଦାର୍ଥ। କିନ୍ତୁ ଅବସ୍ଥା ଉପରେ ନିର୍ଭର କରି ସେଗୁଡ଼ିକ ଜଟିଳ ଗୁଣମାନ ପ୍ରକଟ କରନ୍ତି। ସେ ଜାଣିଥିଲେ ଯେ, ଇଲେକ୍‌ଟ୍ରୋନିକ୍‌ ପ୍ରତି ଆସକ୍ତ ଥିବା ଯବକ୍ଷାରଜାନଯୁକ୍ତ ‘ଇ ମିନିୟମ୍‌ ଆୟନ୍‌’ ସୃଷ୍ଟିକାରୀ ଜୈବ ଅଣୁ ଉତ୍‌ପ୍ରେରକ ରୂପେ କାର୍ଯ୍ୟ କରିପାରିବେ। ତେଣୁ ସେ ତାହାକୁ ‘ଡାଇଏଲସ୍‌-ଆଲଡର୍‌’ ପ୍ରତିକ୍ରିୟାରେ ନିୟୋଜିତ କଲେ। ଏହା ଖୁବ୍‌ ଉତ୍ତମ ଭାବେ କାମ କଲା। ତେଣୁ ସେ ଏପରି ଗୁଣ ଥିବା ଆହୁରି କିଛି ଜୈବ ଅଣୁମାନ ଆବିଷ୍କାର କଲେ। ପ୍ରକୃତରେ ସେ ହିଁ ଏ ପ୍ରକ୍ରିୟାର ନାଁ ଦେଲେ ‘ଅସମମିତ ଜୈବ-ଉତ୍‌ପ୍ରେରଣ’ ବୋଲି। ଲିଷ୍ଟଙ୍କ ଆବିଷ୍କାରର ଠିକ୍‌ ଏକ ମାସ ପୂର୍ବରୁ ଅର୍ଥାତ୍‌ ୨୦୦୦ ମସିହା ଫେବୃୟାରୀରେ ସେ ତାଙ୍କ ଆବଷ୍କାର ଉପରେ ଲିଖିତ ଏକ ନିବନ୍ଧକୁ ଗୋଟିଏ ବିଜ୍ଞାନ ପତ୍ରିକାକୁ ପଠାଇଲେ।
ବିଗତ ୨୦୦୦ ମସିହାରୁ ଆଜି ମଧ୍ୟରେ ଲିଷ୍ଟ ଏବଂ ମାକ୍‌ମିଲନ୍‌ଙ୍କ ନେତୃତ୍ୱରେ ଗବେଷଣା କ୍ଷେତ୍ରରେ ବହୁଳ ବିକାଶ ଘଟି ଚାଲିଛି। ବିଶେଷକରି ଓଷଧ ଏବଂ ଭେଷଜୀୟ ଶିଳ୍ପରେ ଏହାର ପ୍ରୟୋଗ ଏବେ ବ୍ୟାପକ ହେଲାଣି। ଫଳରେ ଏବର ଅତ୍ୟାବଶ୍ୟକ ପଦାର୍ଥଗୁଡ଼ିକର ପ୍ରସ୍ତୁତି ଶସ୍ତା, ଅଧିକ ଦକ୍ଷ ଏବଂ ଅଧିକ ପରିବେଶ ସହାୟକ ହୋଇପାରିଛି, ଯାହାକି ମଣିଷ ସମାଜ ପାଇଁ ବେଶ୍‌ କଲ୍ୟାଣକାରୀ ସାବ୍ୟସ୍ତ ହୋଇଛି। ସେଥିପାଇଁ ଏବର ବୈଜ୍ଞାନିକ ଦ୍ୱୟଙ୍କୁ ନୋବେଲ ପୁରସ୍କାର ପାଇଁ ମନୋନୀତ କରିବାର ଯଥାର୍ଥତା ସପକ୍ଷରେ ଯୁକ୍ତିବାଢ଼ି ନୋବେଲ କମିଟିର ଅନ୍ୟତମ ସଦସ୍ୟ ପରମିଲ୍ଲା ଓ୍ବିଟୁଙ୍ଗୋ ଷ୍ଟାଫ୍‌ସେଡେ କହିଛନ୍ତି ଯେ, ‘ଏହା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଏବଂ ଏହା ଉପରେ ଗବେଷଣା ଭବିଷ୍ୟତରେ ଆହୁରି ଅନେକଙ୍କୁ ନୋବେଲ ପୁରସ୍କାର ଲାଭ କରିବା ଲାଗି ପଥ ଉନ୍ମୁକ୍ତ କରିପାରେ।
-ଉଷା ନିବାସ, ୧୨୪/୨୪୪୫ ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ : ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri