ମଦ ଦୋକାନ ବନ୍ଦ ପାଇଁ ଜାରି ହୋଇନି ଲିଖିତ ନିର୍ଦ୍ଦେଶନାମା

ପୁରୀ ଅଫିସ,୨୦।୯: ସ୍ବର୍ଗଦ୍ୱାର ନିକଟରେ ବିଦେଶୀ ମଦ ଦୋକାନ ପ୍ରସଙ୍ଗ କ୍ରମଶଃ ବିବାଦୀୟ ହେବାରେ ଲାଗିଛି। ଏଠାରେ ପ୍ରଶାସନ ମଦ ଦୋକାନ ବନ୍ଦ ପାଇଁ କୁନ୍ଥୁକୁନ୍ଥୁ ହେଉଥିବା କୁହାଯାଉଛି। ତେବେ ରବିବାର ଲୋକଦେଖାଣିଆ ଭାବେ କେତେକ ମଦ ଦୋକାନକୁ ବନ୍ଦ କରାଯାଇଥିବା ଜଣାପଡ଼ିଛି। ମହାପ୍ରଭୁଙ୍କ ଅମୃତ ମଣୋହୀ ଜମି ତଥା ସ୍ଥିତିବାନ ପ୍ଲଟରେ ଥିବା ମଦ ଦୋକାନକୁ ତୁରନ୍ତ ବନ୍ଦ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅବକାରୀ ବିଭାଗକୁ ଚିଠି ଲେଖାଯାଇଥିଲା। ତେବେ କେବଳ ମହାପ୍ରଭୁଙ୍କ ଜମିରେ ଥିବା ମଦ ଦୋକାନ ବନ୍ଦ କରିବା ପାଇଁ ଅବକାରୀ ବିଭାଗ ମୌଖିକ ନିର୍ଦ୍ଦେଶ ଦେଇଛି। ମାତ୍ର ଏନେଇ ରବିବାର ସୁଦ୍ଧା କୌଣସି ଲିଖିତ ପତ୍ର କିମ୍ବା ନିର୍ଦ୍ଦେଶନାମା ଜାରି ହୋଇ ନ ଥିବା ଜଣାପଡ଼ିଛି।
ସୂଚନା ଅଧିକାର କର୍ମୀ ଦିଲୀପ କୁମାର ବରାଳ କହିଛନ୍ତି, ସ୍ବର୍ଗଦ୍ୱାର ପାଖରେ ମଦ ଦୋକାନ ଖୋଲାଯିବା ଦ୍ୱାରା ଏଠାକାର ପବିତ୍ରତା ଓ ଧାର୍ମିକ ପରିବେଶ ନଷ୍ଟ ହେଉଛି। କେବଳ ମହାପ୍ରଭୁଙ୍କ ଜମିରେ ଥିବା ମଦ ଦୋକାନକୁ ସାମୟିକ ଭାବେ ବନ୍ଦ କରାଯିବା ଓ ଅନ୍ୟ ଦୋକାନ ପୂର୍ବ ଭଳି ଖୋଲା ରହିବା ପ୍ରସଙ୍ଗରୁ ସ୍ପଷ୍ଟ ହେଉଛି ଯେ, ସରକାର ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦେଉନାହାନ୍ତି। ମଦ ଦୋକାନ ବନ୍ଦ ନେଇ ଲିଖିତ ନିର୍ଦ୍ଦେଶନାମା ଜାରି ହୋଇନାହିଁ କାହିଁକି। ଅବକାରୀ ବିଭାଗ ମଦ ବ୍ୟବସାୟୀଙ୍କୁ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରୁଛି କି ବୋଲି ସେ ପ୍ରଶ୍ନ କରିଛନ୍ତି। କିଛି ଦିନ ପରେ ବିବାଦ ଥମିଯିବ ଓ ପୁଣି ମଦ ଦୋକାନ ଖୋଲିଯିବ ବୋଲି ସାଧାରଣରେ ଆଲୋଚନା ହେଉଛି। ସେହିପରି ସ୍ବର୍ଗଦ୍ୱାର ନିକଟରେ ମଦ ଦୋକାନକୁ ପୁରୀ ସହରର ପ୍ରମୁଖ ସଙ୍ଗଠନଗୁଡ଼ିକ ପକ୍ଷରୁ ବିରୋଧ କରାଯାଉଥିବାବେଳେ ଅବକାରୀ ବିଭାଗ ତ୍ୱରିତ ପଦକ୍ଷେପ ନେଉନାହିଁ। ରାଜସ୍ବ ବିଭାଗ ପକ୍ଷରୁ ମଦ ଦୋକାନ ଜମି ଯାଞ୍ଚ କରି ଅବକାରୀ ବିଭାଗକୁ ରିପୋର୍ଟ ଦିଆସରିଥିଲେ ମଧ୍ୟ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ସେନେଇ ପ୍ରଶ୍ନ ଉଠୁଛି। ଅନ୍ୟପକ୍ଷରେ ଏଭଳି ଅଭିଯୋଗକୁ ଖଣ୍ଡନ କରି ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ଅମରେନ୍ଦ୍ର ଜେନା କହିଛନ୍ତି, ଶ୍ରୀମନ୍ଦିର ମାଲିକାନା ଜମିରେ ମଦ ଦୋକାନକୁ ନେଇ ଶ୍ରୀମନ୍ଦିର ପ୍ରଶାସନର ବିରୋଧ ପରେ ତୁରନ୍ତ ମଦ ଦୋକାନ ବନ୍ଦ କରିବା ପାଇଁ କୁହାଯାଇଛି। ଆଗାମୀ ଦିନରେ ସ୍ଥାନ ପରିବର୍ତ୍ତନ ହେବ। ଶ୍ରୀମନ୍ଦିର ଜମିକୁ ଛାଡ଼ି ସ୍ବର୍ଗଦ୍ୱାର ନିକଟ ଅନ୍ୟ ଜମିରେ ମଦ ଦୋକାନ ରହିଥିଲେ ମଧ୍ୟ ଏହାକୁ ବନ୍ଦ କରିବା ଦାୟିତ୍ୱ ଜିଲା ପ୍ରଶାସନ ଉପରେ ଛାଡ଼ିଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୫ରୁ ଧର୍ମଶାଳା ମହୋତ୍ସବ: ବ୍ୟବସାୟ ପାଇଁ ରସିଦ୍‌ ଆଣିବାକୁ ବ୍ୟବସାୟୀଙ୍କ ଅସମ୍ଭାଳ ଭିଡ଼

ଧର୍ମଶାଳା,୨୨ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଐତିହ୍ୟ ପରମ୍ପରା, ଧର୍ମଶାଳା ମହୋତ୍ସବ ଆସନ୍ତା ୨୫ ତାରିଖରେ ଧର୍ମଶାଳା ମହୋତ୍ସବର ପଡ଼ିଆରେ ଆରମ୍ଭ ହୋଇ ଜାନୁଆରୀ ୭ରେ...

ରୁଷିଆ ପୋଲିସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଭାରତୀୟ ଯୁବକ: ମୋଦିଙ୍କୁ କଲେ ଏମିତି ନିବେଦନ

ନୂଆଦିଲ୍ଲୀ,୨୨।୧୨: ରୁଷିଆ ଏବଂ ୟୁକ୍ରେନ ଦୀର୍ଘ ସମୟ ଧରି ଯୁଦ୍ଧ ଚାଲିଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରାମ ପାଇଁ ମଧ୍ୟସ୍ଥତା ପାଇଁ ପ୍ରୟାସ ଜାରି ରହିଛି।...

ଘର ଆଗରେ ପଡ଼ିଛି ଅବସରପ୍ରାପ୍ତ ମହିଳା ଏଏନ୍‌ଏମ୍‌ଙ୍କ ମୃତଦେହ, ଏକାକୀର ସୁଯୋଗ ନେଇ…

ଭବାନୀପାଟଣା,୨୨ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଗଡ଼ିଆଜୋର ଗ୍ରାମରୁ ସୋମବାର ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଘରେ ଏକାକୀ...

ବଡ଼ଦିନ ପାଇଁ ସଜେଇ ହେଉଛି ଦାରିଙ୍ଗବାଡ଼ି, ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି…

ଦାରିଙ୍ଗବାଡ଼ି,୨୨ା୧୨(ଅରୁଣ ସାହୁ): ଆଉ ମାତ୍ର ୨ ଦିନର ଅପେକ୍ଷା ସାରା ବିଶ୍ୱରେ ଦେଖାଦେବ ଖୁସି ଓ ଆନନ୍ଦ। ପ୍ରଭୁ ଯୀଶୁଖ୍ରୀଷ୍ଟ ଜନ୍ମ ନେବେ ଏଥିପାଇଁ ଚାରିଆଡ଼େ...

ପାର୍କରେ ବସିଥିଲେ ପ୍ରେମୀଯୁଗଳ, ହଠାତ୍‌ ଆସିଲେ ୨ ଯୁବକ: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୨୨ା୧୨(ତ୍ରିନାଥ ମହାନ୍ତି):ଆଇଜି ପାର୍କରେ ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ କ୍ୟାପିଟାଲ ଥାନା ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଗୌରୀନଗରର ଆଶିଷ...

ସ୍ଥାନୀୟ ପ୍ରଶାସନକୁ କଥା ଦେଇ କଥା ରଖିଲାନି ଠିକାସଂସ୍ଥା: ମରାମତି ନୋହିଲା ଷ୍ଟ୍ରିଟ୍‌ ଲାଇଟ୍‌, ବଢୁଛି ଜନ ଅସନ୍ତୋଷ

ଦାରିଙ୍ଗବାଡ଼ି,୨୨ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଆଉ କିଛି ଦିନ ପରେ ପାଳିବ ଶୀତ ମହୋତ୍ସବ। ଏଥିପାଇଁ ପ୍ରଶାସନ ପକ୍ଷରୁ...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ପ୍ରେମିକା ମୋବାଇଲ୍‌ ନ ଦେଖାଇବାରୁ ପ୍ରେମିକ ମୁଣ୍ଡକୁ ଚଢ଼ିଗଲା ପିତ୍ତ: ରାସ୍ତା ମଝିରେ କଲେ…

ଭୁବନେଶ୍ୱର,୨୨ା୧୨(ତ୍ରିନାଥ ମହାନ୍ତି):ପ୍ରେମିକା ମୋବାଇଲ୍‌ ନ ଦେଖାଇବାରୁ ପ୍ରେମିକ ମୁଣ୍ଡକୁ ପିତ୍ତ ଚଢ଼ିଗଲା। ରାସ୍ତା ମଝିରେ ପ୍ରେମିକାଙ୍କୁ ଗୋଡ଼ାଇ ପିଟିଲେ। ଏଭଳି ଘଟଣା ଇନ୍‌ଫୋଭ୍ୟାଲି ଥାନା ପିତାପଲ୍ଲୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri