କାମ ହେଉନି, ଭୟଭୀତ ଅବସ୍ଥାରେ ଅଞ୍ଚଳବାସୀ

ଡେରାବିଶ, ୨୮।୨ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ ଅଧୀନ ମଙ୍ଗଳପୁର ପଞ୍ଚାୟତ ତ୍ରିପୁରାରୀପୁର (ଘଣ୍ଟପଦା) ଦେଇ ବହିଯାଇଥିବା ବିରୂପା ନଦୀପଠାରେ ଶାଗୁଣାଘାଇଠାରେ ୨୦୨୩ ଡିସେମ୍ବର ୨ ସନ୍ଧ୍ୟାରେ ୧୦୦ ଫୁଟରୁ ଊର୍ଦ୍ଧ୍ୱ ଲମ୍ବର ନଦୀପଠା ୧୫ ଫୁଟ ଗଭୀରକୁ ଦବିଯାଇଥିଲା। ଏ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଏହା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଥିଲା। ଏହି ନଦୀ ବନ୍ଧଟି କେନ୍ଦ୍ରାପଡ଼ା ଓ ଯାଜପୁର ଜିଲା ପାଇଁ ଏକ ମୁଖ୍ୟ ରାସ୍ତା। ଗୋଟିଏ ପାର୍ଶ୍ୱରେ ବିରୂପା ନଦୀ ବନ୍ଧ ଥିବା ବେଳେ ଅପରପାର୍ଶ୍ୱରେ ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲ ବହିଯାଇଛି। ତେବେ ନଦୀପଠାରେ ଏଭଳି ମାଟି ଅତଡ଼ା ଧସି ଫାଟ ସୃଷ୍ଟି ହେବା ଯୋଗୁ ଘାଇହେବା ସମ୍ଭାବନା ପାଇଁ ନଦୀ ପାର୍ଶ୍ୱସ୍ଥ ଗ୍ରାମବାସୀ ଭୟଭୀତ ଅବସ୍ଥାକୁ ଚାଲି ଆସିଥିଲେ। ଖବରପାଇ ସେହିଦିନ ବିଳମ୍ବିତ ରାତିରେ ଜଳ ସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀ ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ରାୟ ଘଟଣାସ୍ଥଳକୁ ଆସି ପରିଦର୍ଶନ କରିବା ସହ ନଦୀବନ୍ଧକୁ ସୁରକ୍ଷା ଦେବାକୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ପରଦିନ ଜଳ ସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ ରୋହିତ କୁମାର ସେଠୀ ଘଟଣାସ୍ଥଳକୁ ଆସି ଫେରିବା ପରେ ଶାଗୁଣାଘାଇଠାରେ ତୁରନ୍ତ ପଥର ଡମ୍ପିଂ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଇତିମଧ୍ୟରେ ୨ ମାସ ବିତିଯାଇଥିଲେ ମଧ୍ୟ କାମ ଆରମ୍ଭ ହୋଇନାହିଁ। ଏ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଭୟଭୀତ ଅବସ୍ଥାରେ ଲୋକେ ରହିଛନ୍ତି।
ଏ ସମ୍ପର୍କରେ ଘଣ୍ଟପଦା ଗାଁର ସାମାଜିକ କର୍ମୀ ପ୍ରଫୁଲ୍ଲ କୁମାର ସିଂ କହିଛନ୍ତି, ବିରୂପା ନଦୀ ପଠାରେ ଫାଟ ସୃଷ୍ଟି ପାଇଁ ଏବେ ବି ସାଧାରଣ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ତୁରନ୍ତ ଏହି ଫାଟକୁ ବନ୍ଦ କରିବାକୁ ପଦକ୍ଷେପ ନେବାକୁ ସେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଦାବିକରି ଆସୁଛନ୍ତି। ଏଥିସହ ନଦୀବନ୍ଧର ଉନ୍ନତୀକରଣ ସମୟରେ ଶାଗୁଣାଘାଇଠାରେ ଚନ୍ଦ୍ରକାର ଆକୃତି ଥିବା ପୁରୁଣା ରାସ୍ତାଟି ଖାଲୁଆ ହୋଇଥିବାରୁ ସେଠାରେ ନଦୀରେ ଝର ସୃଷ୍ଟି ହୋଇ ବନ୍ଧ ପ୍ରତି ବିପଦ ସୃଷ୍ଟି କରିଛି। ନଦୀବନ୍ଧରେ ବହୁ ପରିମାଣରେ ଭାରିଯାନ ଚଳାଚଳ ଯୋଗୁ କମ୍ପନ ସୃଷ୍ଟି ହୋଇ ବନ୍ଧଟି ଦୁର୍ବଳ ହେବାରେ ଲାଗିଛି। ସେହି ସ୍ଥାନଟିକୁ ମାଟି ଓ ବାଲି ପକାଯାଇ ବନ୍ଧର ଉଚ୍ଚା ସହ ସମାନ କରି ନଦୀ ମଧ୍ୟରେ ଅଧିକ ପରିମାଣର ସ୍ପର ନିର୍ମାଣ କରାଗଲେ ଏହି ବିପଦ ଟଳିପାରନ୍ତା। ଏ ସମ୍ପର୍କରେ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ସେଠୀଙ୍କୁ ପଚାରିବାରେ ବିରୂପା ନଦୀପଠାରେ ସୃଷ୍ଟି ହୋଇଥିବା ଫାଟକୁ ବନ୍ଦ କରିବାକୁ ନଦୀ ମଧ୍ୟରେ ପଥର ଡମ୍ପିଂ କରାଯିବା ପାଇଁ ୮୩ ଲକ୍ଷ ଟଙ୍କା ବ୍ୟୟରେ ଟେଣ୍ଡର କରାଯାଇଛି। ଏଥିସହ ଶାଗୁଣାଘାଇର ପୁରୁଣା ନଦୀବନ୍ଧ ରାସ୍ତାରେ ଥିବା ଖାଲୁଆ ସ୍ଥାନକୁ ବନ୍ଦ କରିବାକୁ ୧୫.୬୬ ଲକ୍ଷ ଟଙ୍କା ବ୍ୟୟରେ ମଧ୍ୟ ଟେଣ୍ଡର ହୋଇଛି। ସେଠାରେ ନଦୀ ଗଭୀର ଥିବାବେଳେ ବର୍ତ୍ତମାନ ଜଳସ୍ତର କମିବାରେ ଲାଗିଛି। ତେବେ ଏହି କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ କରାଯାଇ ଜୁନ୍‌ ମାସ ମଧ୍ୟରେ ଶେଷ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରଥଯାତ୍ରା ପାଇଁ ବୁଗୁଡ଼ା ବନାଞ୍ଚଳରୁ ଗଲା ୧୬ ଖଣ୍ଡ ଫାଶି କାଠ

ବୁଗୁଡ଼ା,୨୧।୩(କାଳିଚରଣ ଦାଶ): ବୁଗୁଡ଼ା ପାଇଁ ଏକ ସୌଭାଗ୍ୟର ଦିନ। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ତିଆରି ସକାଶେ ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ…

ମନ୍ଦିର ପ୍ରତିଷ୍ଠା, ନାମଯଜ୍ଞ ପାଇଁ ପ୍ରସ୍ତୁତି : ଅଧିକରୁ ଅଧିକ ଜନସମାଗମ ଆଶଙ୍କା

ଗଞ୍ଜାମ,୨୧।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକର କରପଡା ଗ୍ରାମରେ ଆସନ୍ତା ୨୨ରୁ ୨୬ ପର୍ଯ୍ୟନ୍ତ ୫ ଦିନ ବ୍ୟାପି ମହା ଆଡମ୍ବରରେ ମା’ ବୁଢ଼ୀ ଠାକୁରାଣୀ ଏବଂ…

କ୍ରସ ଭୋଟିଂ କରିଥିବା ବିଜେଡି ବିଧାୟକମାନଙ୍କ ଉତ୍ତର: ଆକ୍ସନ ମୋଡରେ ନବୀନ

ଭୁବନେଶ୍ୱର,୨୧।୧: କ୍ରସ ଭୋଟିଂ କରିଥିବା ବିଜେଡି ବିଧାୟକମାନଙ୍କ ଉତ୍ତର ଉପରେ ପ୍ରତିକ୍ରିୟା ରଖିଲେ ବିଜେଡି ଶୃଙ୍ଖଳା କମିଟି ସଦସ୍ୟ ସାରଦା ଜେନା। ସେ କହିଛନ୍ତି, ଉତ୍ତର ସନ୍ତୋଷଜନକ…

ଯୁଦ୍ଧ ମଧ୍ୟରେ ଭାରତ ପାଇଁ ଆଶ୍ୱସ୍ତି: ଆମେରିକାରୁ ଆସିଲା ବଡ଼ ଖବର

ଓ୍ବାଶିଂଟନ୍‌,୨୧।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରୁଥିବା ଖବର ସାମ୍ନାକୁ ଆସିଛି। ହଠାତ୍‌ ମତ…

ଗ୍ୟାସ ଅଭାବ ଯୋଗୁ ଅଙ୍ଗନାଓ୍ବାଡି କର୍ମୀଙ୍କ ମଧ୍ୟରେ ଭାଳେଣି, ଅଙ୍ଗନାଓ୍ବାଡି କେନ୍ଦ୍ରରେ ବନ୍ଦ ହୋଇଯିବ ରୋଷେଇ!

ବୁଗୁଡ଼ା,୨୦।୩(କାଳିଚରଣ ଦାଶ): ମିଳୁନି ଜାଳେଣି ଗ୍ୟାସ, ଗ୍ୟାସ ଅଭାବରୁ ଅଧିକାଂଶ ହୋଟେଲ, ଫାଷ୍ଟଫୁଡ୍‌ ସେଣ୍ଟର ଓ ଚା’ ଦୋକାନ ବନ୍ଦ ହୋଇ ସାରିଥିବାବେଳେ ଏବେ ଘରମାନଙ୍କରେ ମଧ୍ୟ…

ଗଛରେ ପିଟିହୋଇ ଓଲଟିଲା କାର୍‌: ଆଖିବୁଜିଦେଲେ ,ଶାଳା,ଭିଣୋଇ

ନନ୍ଦପୁର,୨୧ା୩(ତୁଷାରକାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ଅଗ୍ନିଶମ ବାହିନୀ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଗୁରୁବାର ରାତିରେ ଏକ କାର୍‌ ରାସ୍ତା ପାର୍ଶ୍ୱ ଥିବା ଆମ୍ବଗଛକୁ…

ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ: ନାଟକ ‘ପଲ୍ଲୀରୁ ଦିଲ୍ଲୀ ’ ମଞ୍ଚସ୍ଥ…

ଦିଗପହଣ୍ଡି,୨୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡି ପେଣ୍ଠ ପଞ୍ଚାୟତ ଅନ୍ତର୍ଗତ ମେଘଝୋଳି ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ ହେଇଯାଇଛି…

ମା’ କନକ ଦୁର୍ଗାଙ୍କ ଚନ୍ଦ୍ରଘଣ୍ଟା ବେଶ: ଭକ୍ତଙ୍କ ଭିଡ଼

ଦେବଗଡ,୨୧।୩(ଶଶାଙ୍କ ଶେଖର ଝାଙ୍କର): ମଠ ସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତୀକ ନବରାତ୍ର ପୂଜା ତୃତୀୟ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ଚାଲିଛି। ଶନିବାର ମା’ କନକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri