କାମ ମିଳୁନି, ଗାଁ ଛାଡୁଛନ୍ତି ଦିନମଜୁରିଆ

ଖଇରା, ୪।୮(ଡି.ଏନ.ଏ.)-ରାତି ପାହିଲେ ପରିବାର ପୋଷଣ ଚିନ୍ତା। ଅନିଶ୍ଚିତ ବର୍ଷା ପାଇଁ ଚାଷ କାର୍ଯ୍ୟ ଆରମ୍ଭ ହୋଇ ପାରୁ ନ ଥିବା ବେଳେ କୌଳିକ ବୃତ୍ତି ଉପରେ ମଧ୍ୟ ଭରସା କରି ହେଉନାହିଁ । ସରକାରଙ୍କ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ପ୍ରହସନ ପାଲଟିଛି । ବାଧ୍ୟ ହୋଇ ପ୍ରତ୍ୟେକ ଦିନ ଖଇରା ବ୍ଲକର ୩୭ ପଞ୍ଚାୟତରୁ ଶହ ଶହ ଲୋକ କାମଧନ୍ଦା ପାଇଁ ବାହାର ରାଜ୍ୟକୁ ପଳାଇଯିବାକୁ ବାଧ୍ୟ ହେଉଛନ୍ତି । ସରକାର ଏ ଦିଗରେ ଦୃଷ୍ଟି ନ ଦେଲେ ଏହାର କୁପ୍ରଭାବ ସମାଜ ଉପରେ ପଡିବ ଏଥିରେ ସନ୍ଦେହ ନାହିଁ।
ବାହାର ରାଜ୍ୟ କଳକାରଖାନାରେ କାମ କରୁଥିବା ଶ୍ରମିକମାନେ ପ୍ରଥମବର୍ଷ ଲକ୍‌ଡାଉନରେ ଘରକୁ ପଳାଇ ଆସିଥିଲେ। ବିଭିନ୍ନ ପଞ୍ଚାୟତରୁ ମିଳିଥିବା ତଥ୍ୟକୁ ଏକଜୁଟ କଲେ ୩୭ ପଞ୍ଚାୟତରୁ ପାଖାପାଖି ୧୧ହଜାର ପ୍ରବାସୀ ଘରକୁ ଫେରିଆସିଥିଲେ । ଭାବିଥିଲେ ଘରେ ରହି କୌଣସି ପ୍ରକାରେ କାମଧନ୍ଦା କରି ଚଳିଯିବେ । ହେଲେ ସରକାରୀ ସ୍ତରରେ ହେଉ କି ବେସରକାରୀ ସ୍ତରରେ ହେଉ କାମଧନ୍ଦା ନ ମିଳିବାରୁ ଏବେ ଦ୍ୱିତୀୟ ଲହର ସମୟରେ ଭିଟାଛାଡି ପେଟ ପାଇଁ ତାମିଲନାଡୁ, କର୍ନାଟକ, ଗୁଜୁରାଟ ଆଦି ସ୍ଥାନକୁ ପଳାଇ ଯାଉଥିବା ଦେଖିବାକୁ ମିଳୁଛି। ଏବେ ଯେତିକି ଆସିଥିଲେ ଏଥରକ ୨ଗୁଣା ଲୋକ ଅର୍ଥାତ ପାଖାପାଖି ୨୫ହଜାରରୁ ଊର୍ଦ୍ଧ୍ୱ ଲୋକ ଗାଁ ଛାଡିଲେଣି । ବାହାର ରାଜ୍ୟର କମ୍ପାନୀଗୁଡିକ ଦଲାଲଙ୍କ ଜରିଆରେ ବସ୍‌ ପଠାଇ ହରିପୁର, ରଟିଣା, ରପେୟା, ଗଗନଧୂଳି ଆଦି ପଞ୍ଚାୟତଗୁଡିକରୁ ଲୋକ ନେଉଥିବା କୁହାଯାଉଛି। ଏଭଳିକି ବାପା ଜେଜେବାପା ଅମଳରୁ କୌଳିକ ବୃତ୍ତିକୁ ଜାବୁଡି ଧରିଥିବା ବୃଦ୍ଧାବୃଦ୍ଧମାନେ କାମ ଧନ୍ଦା ପାଇଁ ପିଲାଛୁଆଙ୍କୁ ଧରି ଦାଦନ ଖଟିବାକୁ ଯିବା ପ୍ରଶାସନର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସାରଡାଙ୍ଗ ପଞ୍ଚାୟତର ହନ୍ନାବାବୀ ଗ୍ରାମର ଡମସାହିରେ ଗାଁ ଛାଡିଥିବା ପରିବାର ଏହାର ସଦ୍ୟତମ ଉଦାହରଣ। ଉକ୍ତ ସାହିର ଏହି ଡମ ସମ୍ପ୍ରଦାୟ ଗତ ୪୦ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବାଉଁଶରୁ ତିଆରି ସାମଗ୍ରୀ କୁଲା, ଡଲା ଓ ବୋଝ ଆଦି ତିଆରି କରି ଗାଁରେ ବିକ୍ରି କରି ଚଳୁଥିଲେ । ଲକଡାଉନରେ ଆଉ ସାମଗ୍ରୀ ବିକ୍ରି ନ ହେବାରୁ ସାହିର ରାମଚନ୍ଦ୍ର ମହାରଣା, ଶୁକଦେବ କୁଅଁର, ସନ୍ତୋଷ ବେହେରା ପ୍ରମୁଖ ନିଜର ପରିବାର ସଦସ୍ୟଙ୍କୁ ସାଥୀରେ ନେଇ ଦାଦନ ଖଟିବାକୁ ତାମିଲନାଡୁ ପଳାଇଛନ୍ତି । ୨ ଓଳି ପେଟକୁ ଦାନା ନ ମିଳିବାରୁ ପୁଅ ବୋହୂ ଘର ଛାଡିଥିବା ନେଇ ରାମଚନ୍ଦ୍ରଙ୍କ ମା’ କୌଶଲ୍ୟା ମହାରଣା ଦୁଃଖର ସହ କହିଛନ୍ତି । ଏଭଳି ଘଟଣା ଗାଁ ଗାଁରେ ଘଟୁଥିବାରୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଦରକାର ବୋଲି ମାନବ ଅଧିକାର ମିଶନର ସଂଯୋଜକ କାହ୍ନୁ ଚରଣ ପାକଳ କହିଛନ୍ତି । ଲୋକଙ୍କୁ ରୋଜଗାର ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ରୋଜଗାର ଯୋଜନା ପ୍ରଣୟନ କରୁଥିଲେ ହେଁ ଜଙ୍ଗଲ, ଉଦ୍ୟାନ, ମୃତ୍ତିକା ସଂରକ୍ଷଣ, ପଞ୍ଚାୟତିରାଜ, ମତ୍ସ୍ୟ ବିଭାଗରେ ୨ ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ ଏ ପର୍ଯ୍ୟନ୍ତ ମଜୁରି ପାଇନାହାନ୍ତି। ଖାଲି ସେତିକି ନୁହେଁ ଶ୍ରମିକମାନଙ୍କ ପାଇଁ ଧାର୍ଯ୍ୟ ମଜୁରୀ ୨୧୫ ଟଙ୍କା ପର୍ଯ୍ୟାପ୍ତ ନ ହେବା, ଧାନଚାଷରେ ଅନିଶ୍ଚିତତା ଯୋଗୁ ଲୋକମାନେ ଗାଁ ଛାଡୁଥିବା ଝିଙ୍କିରିଆ ପଞ୍ଚାୟତର ସମିତିସଭ୍ୟ କୈଳାସ ମାଝୀ ଓ ରପେୟା ସରପଞ୍ଚ ଅଜୟ ସାମଲ କହିଛନ୍ତି । ଏ ସମ୍ପର୍କରେ ବିଡିଓ ପର୍ଶୁରାମ ପଣ୍ଡାଙ୍କୁ ଯୋଗାଯୋଗ କରିବାରେ ଶ୍ରମିକ ମିଳୁ ନ ଥିବାରୁ ଚାରାରୋପଣ ଓ ଲ୍ୟାଣ୍ଡ ଡେଭଲପମେଣ୍ଟ ଭଳି ବହୁତ କାମ ବାକି ପଡୁଥିବା କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri