ଟିକା ନାହିଁ: ୯୦୦ କେନ୍ଦ୍ର ବନ୍ଦ

ଭୁବନେଶ୍ୱର,୧୨।୪(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଗୋଟିଏ ପଟେ ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଅନ୍ୟପଟେ ସରକାରଙ୍କୁ ଟିକା ଚିନ୍ତା ଘାରିଛି। ଟିକା ଅଭାବ ଯୋଗୁ ରାଜ୍ୟରେ ଟିକାକରଣ ଘୋର ବାଧାପ୍ରାପ୍ତ ହୋଇଛି। ଦୈନିକ ୨ଲକ୍ଷ ଟିକାକରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲେ ମଧ୍ୟ ତାହା ପୂରଣ ହୋଇପାରୁନି। ଗତ ଏକ ସପ୍ତାହ ହେବ ରାଜ୍ୟରେ ଏ ପରିସ୍ଥିତି ଜାରି ରହିଛି। ଅଧିକ ଟିକା ପଠାଇବାକୁ କେନ୍ଦ୍ରକୁ ରାଜ୍ୟ ସରକାର ବାରମ୍ବାର ଚିଠି ଲେଖିବା ପରେ ଶନିବାର ମାତ୍ର ଅଢ଼େଇ ଲକ୍ଷ ଡୋଜ୍‌ ଆସିଥିଲା, ଯାହା ରବିବାର ଅଧିକାଂଶ ଜିଲାରେ ବ୍ୟବହୃତ ହୋଇଯାଇଛି। ଫଳରେ ରବିବାରଠାରୁ ଆରମ୍ଭ ହୋଇଥିବା ‘ଟିକା ଉତ୍ସବ’କୁ ଆରମ୍ଭରୁ ଝଟ୍‌କା ଲାଗିଛି। ଟିକା ଅଭାବରୁ ୯୦୦ କେନ୍ଦ୍ରରେ ଟିକାକରଣ ବନ୍ଦ କରିଦେଇଛନ୍ତି ରାଜ୍ୟ ସରକାର। ଏ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ ସୂଚନା ଦେଇ କହିଛନ୍ତି, ଖୋର୍ଦ୍ଧା, ସୁନ୍ଦରଗଡ଼, କଟକ, ବରଗଡ଼, ନୂଆପଡ଼ା ଭଳି ଅଧିକ ସଂକ୍ରମିତ ଜିଲାକୁ ଟିକାକରଣ କ୍ଷେତ୍ରରେ ପ୍ରାଧାନ୍ୟ ଦିଆଯାଉଛି। ରବିବାର ୫୭୯ ଟିକା କେନ୍ଦ୍ରରେ ଟିକାକରଣ ଚାଲିଥିଲା। ଟିକା ନ ଆସିଲେ ସୋମବାର ଅଧିକାଂଶ ଜିଲାରେ ଷ୍ଟକ୍‌ ଆଉଟ୍‌ ହୋଇଯିବ। ଯେଉଁ ଜିଲାକୁ ଟିକା ଯାଇଛି ସେଠି ଟିକାକରଣ ଜାରି ରହିବ। କିନ୍ତୁ ଅନ୍ୟ ଜିଲାରେ ବାଧ୍ୟ ହୋଇ ଟିକାକରଣକୁ ବନ୍ଦ ରଖାଯିବ ବୋଲି ଡା. ପାଣିଗ୍ରାହୀ କହିଛନ୍ତି।

ସ୍ବାସ୍ଥ୍ୟ ବିଭାଗର ସୂଚନାସାରେ, ରାଜ୍ୟରେ ଏବେ ୧,୫୯,୪୩୯ ଡୋଜ୍‌ କୋଭିଶିଲ୍ଡ ଓ ୭୧,୦୧୦ ଡୋଜ୍‌ କୋଭାକ୍ସିନ ଟିକା ରହିଛି। ସୋମବାର ୭୭୫ ସାଇଟ୍‌ରେ ଟିକା ଦିଆଯିବା ଲକ୍ଷ୍ୟ ରଖାଯାଇଛି।
ସେପଟେ ଲକ୍ଷେ ତଳକୁ ଖସିଲା ରାଜ୍ୟରେ ଦୈନିକ ଟିକାକରଣ। ଦେଶ ତୁଳନାରେ ଓଡ଼ିଶାରେ ଟିକାରକଣର ହାର ଭଲ ଥିଲେ ମଧ୍ୟ ଏବେ ଟିକା ଅଭାବ ଯୋଗୁ ଦୈନିକ ଟିକାରକଣ ହ୍ରାସ ପାଇବାରେ ଲାଗିଛି। ଏପ୍ରିଲ ୧ରୁ ଦୈନିକ ୨ଲକ୍ଷ ଟିକା ଦେବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ସେହି ଆଧାରରେ ହିଁ ପ୍ରଥମ ଦିନରୁ ୨ଲକ୍ଷ ପାର୍‌ କରିଥିଲା ଟିକାକରଣ। ମାତ୍ର ରବିବାର ଲକ୍ଷେ ତଳକୁ ଅର୍ଥାତ୍‌ ମୋଟ ୮୧,୧୬୯ ଟିକାକରଣ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି।
ଅନ୍ୟପକ୍ଷରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୧,୩୭୯ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏ ସମସ୍ତ ଆକ୍ରାନ୍ତ ୩୦ ଜିଲାରୁ ବାହାରିଛନ୍ତି। ଦୀର୍ଘ ମାସ ପରେ ଗୋଟିଏ ଦିନରେ ସମସ୍ତ ଜିଲାରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ କରୋନାର ନୂଆ ଷ୍ଟ୍ରେନ୍‌ ସାରା ରାଜ୍ୟକୁ ବ୍ୟାପିଯାଇଥିବା ଜଣାପଡୁଛି। ତେବେ ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୮୦୮ କ୍ୱାରାଣ୍ଟାଇନ ସେଣ୍ଟରର ଥିବାବେଳେ ୫୭୧ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ସୁନ୍ଦରଗଡ଼ ଜିଲାରୁ ପୁଣି ୩ଶହରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଜିଲାରେ ସର୍ବାଧିକ ୩୧୭ଜଣ ରହିଥିବାବେଳେ ଖୋର୍ଦ୍ଧା ୧୫୮, ନୂଆପଡ଼ା ୯୦, ସମ୍ବଲପୁର ୮୬, ବରଗଡ଼ ୬୮ ଓ କଟକରେ ୫୬ଜଣ ରହିଛନ୍ତି। ଏହାକୁ ମିଶାଇ ଏବେ ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା ୩,୪୯,୫୬୧ରେ ପହଞ୍ଚତ୍ଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri