ଖେମୁଣ୍ଡି ବ୍ୟବସାୟୀ ସଂଘ ପକ୍ଷରୁ ନୋ – ୟୁପିଆଇ ଡେ ପାଳନ : ଦିଗପହଣ୍ଡି ରେ ବିକ୍ଷୋଭ ଓ ପ୍ରତିବାଦ ଶୋଭାଯାତ୍ରା

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ସମଗ୍ର ଦେଶରେ ଚଳିତ ମାସ ୧୫ ତାରିଖରୁ ସରକାରୀ ସମର୍ଥିତ ଡିଜିଟାଲ ପେମେଣ୍ଟ ( ୟୁପିଆଇ) ସିଷ୍ଟମ କାରବାରରେ ପରିବର୍ତ୍ତନ ଓ ନୂଆ ନିୟମ ଲାଗୁ କରାଯିବା ନିଷ୍ପତ୍ତିକୁ ଦେଶ ଓ ରାଜ୍ୟର ସମସ୍ତ ବ୍ୟବସାୟୀ ସଙ୍ଗଠନ  ବିରୋଧ କରୁଛି । ଏହି ନୂଆ ନିୟମ ଲାଗୁ ହେବା ପରେ ସମସ୍ତ ବ୍ୟବସାୟୀ ଏବଂ ସାଧାରଣ ଖାଉଟିଙ୍କ ଉପରେ ଏହାର ପ୍ରଭାବ ପଡ଼ିବ । ସଂପ୍ରତି ଦୈନନ୍ଦିନ ଜୀବନରେ ଟଙ୍କା ନେଣଦେଣର ସବୁଠାରୁ ମାଧ୍ୟମ ହୋଇଥିବା ୟୁପିଆଇ କାରବାର  ୨ ହଜାରରୁ ଅଧିକ ଟଙ୍କା ହେଲେ କେନ୍ଦ୍ର ସରକାର ୦.୪ ପ୍ରତିଶତ ଶୁଳ୍କ ଓ ଜିଏସ୍ ଟି ଚାର୍ଜ ଲାଗୁ କରିଛନ୍ତି । ପ୍ରତିବାଦରେ ଶୁକ୍ରବାର ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ବଣିକ ସଂଘ, ଖେମୁଣ୍ଡିି ବିତରଣ ସଂଘ ଏବଂ ସମସ୍ତ ବ୍ୟବସାୟୀମାନଙ୍କ  ପକ୍ଷରୁ  ପ୍ରତିବାଦ ସ୍ବରୂପ ନୋ ୟୁପିଆଇ – ଡେ ଭାବେ ପାଳନ କରିଛନ୍ତି । ସଂଘର ବହୁ ସଂଖ୍ୟକ ବ୍ୟବସାୟୀ  ସ୍ଥାନୀୟ ବଜାର ସାହି ସ୍ଥିତ ଗାନ୍ଧୀ ଛକ , ବସଷ୍ଟାଣ୍ଡ ଓ ପୁଞ୍ଜିକଂୟା ଛକରେ କେନ୍ଦ୍ର ସରକାରଙ୍କ ନୂଆ ନିୟମ ବିରୋଧରେ ବିଭିନ୍ନ ସ୍ଲୋ – ଗାନ ଦେଇ ୱି ୱାଣ୍ଟ – ନୋ ୟୁପିଆଇ କହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ବାଇକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହ ଲୋକଙ୍କୁ ଏନେଇ ସଚେତନ କରିଥିଲେ। ସରକାର ଏହି ନିୟମ ପ୍ରତ୍ୟାହାର କରିବାକୁ ସେମାନେ  ଦାବି କରିଥିଲେ । ଏହି ବିକ୍ଷୋଭ ଓ ଶୋଭାଯାତ୍ରାରେ  ବ୍ୟବସାୟୀ ପ୍ରଦୀପ କୁମାର ପଣ୍ଡା , ପଦ୍ମନାଭ ଦାସ , କାଳୁଚରଣ ପାଢ଼ୀ , ଭି.ରାମନାଥ ରାଜୁ, ରାକେଶ ବିଷୋୟୀ , ଶ୍ରୀନିବାସ ସୁବୁଦ୍ଧି , ଜଗନ୍ନାଥ ଡାକୁଆ , ରମାବଲ୍ଲଭ ପଣ୍ଡା , ଚିତ୍ତରଞ୍ଜନ ସାହୁ , ସନ୍ତୋଷ ସାହୁ , ଓଡି . ଉମାଶଙ୍କର , ଆତିଶ ପାତ୍ର , ସିମରନ ରାଜୁ , ତ୍ରିପତି ପାତ୍ର , ଭି . ଧିରେନ୍ଦ୍ର ରାଜୁ , ଏ. ବାଉରୀ ପାତ୍ର , କାହ୍ନା ରାଓ , ସାଇ ପ୍ରସାଦ ପାତ୍ରଙ୍କ ସମେତ ବ୍ୟବସାୟୀ ସଂଘର ବହୁ ସଂଖ୍ୟକ ସଦସ୍ୟ ଉପସ୍ଥିତ ଥିଲେ ।

Dharitri – Odisha’s No.1 Odia Daily

Share