ଗଣତନ୍ତ୍ରରେ ସ୍ବଚ୍ଛତା ରହୁନାହିଁ

ଗଣତନ୍ତ୍ରର ଶକ୍ତି ହେଉଛି ସ୍ବଚ୍ଛତା। ଦେଶ ସାମ୍ନା କରୁଥିବା ସଙ୍କଟକୁୁ ଯେତେବେଳେ ଲୋକେ ଜାଣିବେ ସେତେବେଳେ ସେମାନେ ଏହା ବିରୋଧରେ ଏକାଠି ଲଢ଼େଇ କରିପାରିବେ। ସେମାନେ ଏଭଳି ବିପଦକୁ ସାମ୍ନା କରୁଛନ୍ତି ବୋଲି ଜାଣି ଏକତ୍ରିତ ହୋଇପାରିବେ। ଏହି ବିଚାରଧାରା ଗଣତାନ୍ତ୍ରିକ ଦେଶରେ ସମ୍ଭବ। ହେଲେ ଗଣତନ୍ତ୍ରବିହୀନ ରାଷ୍ଟ୍ରରେ ଏହା ହାସଲ କରିବା ସହଜ ନୁହେଁ। କାରଣ ସେଠାରେ ଏକଚ୍ଛତ୍ରବାଦ ନେତୃତ୍ୱ ଅତି ରହସ୍ୟାମତ୍କ, ଯାହା ଏବେ ୟୁରୋପରେ ଲାଗିଥିବା ଯୁଦ୍ଧରେ ଦେଖିତ୍ବାକୁ ମିଳିଛି। ଏହି ଯୁଦ୍ଧରେ ୟୁକ୍ରେନ୍‌ ଏକାଠି ହୋଇଛି ଏବଂ ସାରା ବିଶ୍ୱ ଏହାର ଭାବାବେଗକୁ ଦେଖୁଛି। ଅବଶ୍ୟ ଯେଉଁ ଭଳି ୟୁକ୍ରେନ୍‌ ଏବକାର ଗଣତନ୍ତ୍ର ହାସଲ କରିଛି ତାହାକୁ ନେଇ ବିବାଦ ରହିଛି ଓ ତାହା ମଧ୍ୟ ରୁଷିଆ ୟୁକ୍ରେନ୍‌ ଆକ୍ରମଣର ଏକ କାରଣ। କିନ୍ତୁ କାର୍ଯ୍ୟକଳାପର ସ୍ବଚ୍ଛତା କ୍ଷେତ୍ରରେ ବର୍ତ୍ତମାନ ଦୁଇ ଦେଶର ଭିନ୍ନତାକୁ ନେଇ କୌଣସି ସଂଶୟ ନାହିଁ। ୟୁକ୍ରେନ୍‌ର ନାଗରିକମାନେ କ’ଣ ସାମ୍ନା କରୁଛନ୍ତି ତାହା ଜାଣନ୍ତି ଓ ଏଥିପାଇଁ ତାହାର ମୁକାବିଲା କରିବାକୁ ଏକାଠି ବାହାରିଛନ୍ତି। କିନ୍ତୁ ରୁଷିଆ ତା’ ନାଗରିକମାନଙ୍କ ପାଇଁ ଫେସ୍‌ବୁକ ବନ୍ଦ କରିଦେଇଛି। ଦେଶରେ କ’ଣ ସବୁ ଘଟୁଛି ତାହା ଜଣାଇବା ପାଇଁ ଭ୍ଲାଡିମୀର ପୁଟିନ୍‌ ଚାହାନ୍ତି ନାହିଁ। ମଲିଟାରି ବିରୋଧରେ ଖବର ପ୍ରକାଶ କଲେ ଗଣମାଧ୍ୟମ ସଂସ୍ଥାକୁ ଦଣ୍ଡିତ କରିବା ପାଇଁ ଆଇନ ଲାଗୁ କରି ରିପୋର୍ଟିଂ ପାଇଁ ୧୫ ବର୍ଷ ଜେଲ୍‌ଦଣ୍ଡ ରଖିଛନ୍ତି। ଏହା ନିଶ୍ଚିତ ଭାବେ ଅଧିକାଂଶ ରୁଷୀୟଙ୍କ ମଧ୍ୟରେ ଚିନ୍ତା ଓ ଭୟ ସୃଷ୍ଟି କରିବ ଏବଂ ଦେଶକୁ ଦୀର୍ଘମିଆଦୀ କ୍ଷତି ପହଞ୍ଚାଇବ। ଗଣତନ୍ତ୍ରରେ ସରକାର ଏବଂ ସଂସ୍ଥାଗୁଡ଼ିକରେ ସ୍ବଚ୍ଛତା ରହିଲେ ସମସ୍ୟା ସମାଧାନର ବାଟ ଖୋଲେ ଓ ଜନତାଙ୍କ ଭାଗୀଦାରି ବଢ଼େ। କିନ୍ତୁ ତାହା ଏବେ ଦେଖିବାକୁ ମିଳୁନାହିଁ। ଭାରତ କଥା ବିଚାରକୁ ନିଆଯାଉ। ମାର୍ଚ୍ଚ ୨୫ରେ ଚାଇନା ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ ୟି ଭାରତ ଆସିଥିଲେ। ଏହା ଏକ ଅଘୋଷିତ ଗସ୍ତ ବୋଲି ସରକାର କହିଲେ ବି ଓ୍ବାଙ୍ଗ ଗସ୍ତ ସମ୍ପର୍କରେ ମିଡିଆ ଜାଣିଥିଲା। ଓ୍ବାଙ୍ଗ ଆମ ବୈଦେଶିକ ମନ୍ତ୍ରୀ ଓ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କୁ ସାକ୍ଷାତ କଲେ। ଏଣୁ ତାଙ୍କ ଗସ୍ତର ଅସଲ ବିଷୟ ଅଛପା ରହିଲା ନାହିଁ। ଲଦାଖ ସ୍ଥିତି ହିଁ ଏହି ଗସ୍ତର କାରଣ। ଓ୍ବାଙ୍ଗ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବାକୁ କହିଲେ ବି ଅନୁମତି ମିଳିଲା ନାହିଁ। ଆଦିତ୍ୟନାଥଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗ ଦେବା ଲାଗି ଉତ୍ତରପ୍ରଦେଶ ଟୁର୍‌ର ବାହାନା କରାଗଲା। ଏଥିରୁ ଜଣାପଡ଼େ, ଭାରତ ଲଦାଖ ସ୍ଥିତିକୁ ନେଇ ଅସନ୍ତୁଷ୍ଟ ରହିଛି। ଏହି ସ୍ଥିତି ହେଉଛି ଅସଲ ସମସ୍ୟା। ପ୍ରଧାନମନ୍ତ୍ରୀ ନିଜେ କହିଛନ୍ତି ଯେ, ସେଠାରେ କୌଣସି ସମସ୍ୟା ନାହିଁ ଏବଂ ଆମ ସୀମା ଭିତରେ କେହି ନାହାନ୍ତି। ସେଠାରେ ଭାରତୀୟ ସୈନ୍ୟମାନେ ଭଲଭାବେ ପାଟ୍ରୋଲିଂ କରି ଆସୁଛନ୍ତି ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ଯଦି ଏହା ହେଉଥାଏ ତେବେ ଚାଇନା ସହ ଆଲୋଚନାର କ’ଣ ଆବଶ୍ୟକତା ରହିଛି? ସରକାର ଏ ବିଷୟରେ ଆମକୁ କିଛି କହୁନାହାନ୍ତି। ୨୦୨୦ରୁ ଲଦାଖରେ ଦେଖାଯାଇଥିବା ଉତ୍ତେଜନା ପରେ ମାର୍ଚ୍ଚ ୧୧ରେ ଭାରତୀୟ ଓ ଚାଇନା ଆର୍ମିର ଜେନେରାଲ୍‌ମାନେ ୧୫ ପର୍ଯ୍ୟାୟ ଆଲୋଚନା କଲେ। ଯଦି ଚାଇନା ସୈନ୍ୟମାନେ ଅନୁପ୍ରବେଶ କରିନାହାନ୍ତି ତେବେ ସେମାନେ କେଉଁ ବିଷୟରେ ଆଲୋଚନା କରାଯାଉଛି ସେ ସମ୍ପର୍କରେ ଆମ ସରକାର ପାଟି ଖୋଲୁନାହାନ୍ତି। ଉକ୍ତ ଆଲୋଚନାର ପରଦିନ ଇଣ୍ଡିଆନ୍‌ ଏକ୍ସପ୍ରେସରେ ପ୍ରକାଶ ପାଇଥିଲା ଯେ, ଉଭୟ ପକ୍ଷର ଏକ ପ୍ଲାଟୁନ ସଂଖ୍ୟକ ସୈନ୍ୟ ହଟ୍‌ ସ୍ପ୍ରିଙ୍ଗ୍‌ରେ ରହିଛନ୍ତି, କିନ୍ତୁ ଲାଇନ ଅଫ୍‌ ଆକ୍‌ଚୁଆଲ କଣ୍ଟ୍ରୋଲ୍‌ର ଭାରତ ପଟେ ଚାଇନା ସୈନ୍ୟମାନେ ରହିଛନ୍ତି। ସରକାର ଏହି ରିପୋର୍ଟକୁ ଅସ୍ବୀକାର କଲେ ନାହିଁ କି ଏହା ଉପରେ କୌଣସି ମନ୍ତବ୍ୟ ଦେଲେ ନାହଁି। ବହୁ ଅବସରପ୍ରାପ୍ତ ଜେନେରାଲଙ୍କ ସମେତ ବିଶେଷଜ୍ଞମାନେ ମତ ଦେବା ସହ ଉଲ୍ଲେଖ କରିଛନ୍ତି ଯେ, ଭାରତୀୟ ସୀମାରେ ଚାଇନା ଅନୁପ୍ରବେଶ କରିଛି ଏବଂ ଛାଡ଼ିିବାକୁ ମନା କରୁଛି ଓ ଏହା ହେଉଛି ବାସ୍ତବ ସମସ୍ୟା। ଅରୁଣାଚଳପ୍ରଦେଶର ନୂଆ ସ୍ଥାନ(ତଓ୍ବାଙ୍ଗ)ରେ ଚାଇନା ସୈନ୍ୟମାନେ ଦଖଲ କରିଥିବା ବହୁ ଖବର ମଧ୍ୟ ପ୍ରକାଶପାଇଛି।
ରୁଷିଆ ଭଳି ଚାଇନା ଏକଚ୍ଛତ୍ରବାଦୀ ଦେଶ। ଏହା ସ୍ବଚ୍ଛତାକୁ ପସନ୍ଦ ନ କରିବା ସ୍ବାଭାବିକ। କିନ୍ତୁ ଯାହା କାରଣ ଥାଉ ପଛେ, ଏକ ଗଣତାନ୍ତ୍ରିକ ଦେଶ ଭାବେ ଭାରତ ଉକ୍ତ ଘଟଣାରେ ସ୍ବଚ୍ଛତା ରଖିବାକୁ ପସନ୍ଦ କରିନାହଁି। ଆମେ ଜାଣିବା ଉଚିତ ଯେ ଭାରତ ଏକଚ୍ଛତ୍ରବାଦୀ ରାଷ୍ଟ୍ର ନୁହେଁ ଏବଂ ଏହାର ଗଣତାନ୍ତ୍ରିକ ଶକ୍ତି ଉପଯୋଗ କରାଯିବା ଉଚିତ। କିନ୍ତୁ କେତେକ କାରଣ ପାଇଁ ଆମେ ତାହା କରିପାରୁନାହଁୁ ଏବଂ ନିଜକୁ ଭୁଲ୍‌ ବାଟରେ ପରିଚାଳିତ କରି ଚାଇନାକୁ ଆମ ସୀମାରେ ପ୍ରବେଶ କରିବାକୁ ସୁଯୋଗ ଦେଇଛୁ। ଚାଇନାର ବୈଦେଶିକ ନୀତି ବିଶେଷଜ୍ଞମାନେ ଭାରତ ସରକାରଙ୍କ ଏଭଳି ଅବ୍ୟବସ୍ଥାକୁ ଜାଣିବା ପରେ ସେଥିରୁ କିଭଳି ଲାଭ ମିଳିବ ତାହା ଚାଇନା ମୂଲ୍ୟାଙ୍କନ କରିଛି। କି ପ୍ରକାର ଲାଭ ଚାଇନା ଚାହେଁ? କାହିଁକି ଲଦାଖ ସୀମାରେ ଦୁଇବର୍ଷ ହେବ ଉତ୍ତେଜନା ଲାଗି ରହିଛି? ଅରୁଣାଚଳପ୍ରଦେଶରେ କ’ଣ ସବୁ ଘଟିଚାଲିଛି? ପାକ୍‌ ଅଧିକୃତ କଶ୍ମୀରରେ ଚାଇନା ପଶ୍ଚିମ ଚାଇନା ଓ ବେଲୁଚିସ୍ତାନକୁ ସଂଯୋଗ କରୁଥିବା ରାସ୍ତା ସହ ଏସବୁର କ’ଣ ସମ୍ପର୍କ ରହିଛି?
ଚାଇନା ଶ୍ରୀଲଙ୍କାରେ ଏକ ବନ୍ଦରକୁ ନିଜ ନିୟନ୍ତ୍ରଣରେ ରଖିଛି। ଚାଇନା ବେଲ୍ଟ ଏବଂ ରୋଡ୍‌ ପ୍ଲାନ୍‌ରେ ଯୋଗଦେବା ଉପରେ ବାଂଲାଦେଶ ଖବରକାଗଜଗୁଡ଼ିକ ସକାରାମତ୍କ ଖବର ପ୍ରକାଶ କରୁଛନ୍ତି। ନେପାଳ ମଧ୍ୟ ଏହି ପ୍ଲାନ୍‌ର ଏକ ଅଂଶୀଦାର। ଦକ୍ଷିଣ ଏସିଆରେ କେବଳ ଭାରତ ଓ ଭୁଟାନ ଚାଇନା ପ୍ଲାନ୍‌ରେ ଯୋଗଦେବାକୁ ମନା କରିଦେଇଛନ୍ତି। ଭାରତର ଦୀର୍ଘମିଆଦୀ ଭବିଷ୍ୟତ ଦୃଷ୍ଟିରୁ ଏହା କେତେ ଯୁକ୍ତିଯୁକ୍ତ। ଆଗକୁ କେଉଁ ଭଳି ବିପଦ ଓ ଆହ୍ବାନଗୁଡ଼ିକୁ ସମ୍ମୁଖୀନ ହେବାକୁ ଯାଉଛୁ ତାହା ଆମେ ଦେଖିବା ଦରକାର। ଜଟିଳ ସମସ୍ୟା ମଧ୍ୟରେ ଗଣତନ୍ତ୍ର ସମାଧାନର ବାଟ କଢ଼ାଇ ନେଇପାରିବ, କାରଣ ସେଥିରେ ସ୍ବଚ୍ଛତା ରହିଛି; ଏଥିରେ ସରକାର, ଜନତା, ବିରୋଧୀ ଏବଂ ସିଭିଲ ସୋସାଇଟିଙ୍କର ଶକ୍ତି ଅଛି। ତେବେ ଏହା କରିବା ଲାଗି ଆବଶ୍ୟକ ସାଧୁତା ଓ ସ୍ବଚ୍ଛତା। ଦୁର୍ଭାଗ୍ୟବଶତଃ, ଚାଇନା ସହ ଲାଗି ରହିଥିବା ସମସ୍ୟା କ୍ଷେତ୍ରରେ ଏହା ହୋଇପାରି ନ ଥିବା ସ୍ପଷ୍ଟ ହୋଇଛି।

ଆକାର ପଟେଲ

Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri