ହେଉନି ବଡ଼ବାବୁଙ୍କ ବଦଳି

ଅନୁଗୋଳ ଅଫିସ, ୨୦।୧୨: ଅନୁଗୋଳ ଜିଲା କାର୍ଯ୍ୟାଳୟରେ ପାଳନ ହେଉଛି ସରକାରୀ ନିର୍ଦ୍ଦେଶନାମା। ବଦଳି ହେଉଛି ବଡ଼ବାବୁମାନଙ୍କର। ହେଲେ ଜିଲା ମୁଖ୍ୟ ଚିକିତ୍ସାଳୟରେ ସରକାରୀ ନିର୍ଦ୍ଦେଶନାମାକୁ ବେଖାତିର କରାଯାଉଛି। ଏଠାରେ କେଉଁ ବଡ଼ବାବୁ ୩୦ ବର୍ଷ ରହିଲେଣି ତ ଆଉ କିଏ ୧୩ ବର୍ଷ। ଅନ୍ୟସ୍ଥାନକୁ ସେମାନଙ୍କ ବଦଳି ତ ଦୂରର କଥା, ବିଭାଗ ମଧ୍ୟ ପରିବର୍ତ୍ତନ କରାଯାଉ ନାହିଁ। ଏପରି କି ବେଳେବେଳେ ପ୍ରସ୍ତୁତ ହେଉଥିବା ବଦଳି ଫାଇଲକୁ ଚାପ ପକାଇ ଟେବୁଲ ତଳେ ପୂରାଇ ଦିଆଯାଉଛି।
ସରକାରୀ ନିୟମ ଅନୁଯାୟୀ, ଗୋଟିଏ ଚୌକିରେ କୌଣସି ବ୍ୟକ୍ତି ୩ ବର୍ଷରୁ ଅଧିକ ଓ ଗୋଟିଏ ଷ୍ଟେଶନ୍‌ (ବର୍ତ୍ତମାନ କାର୍ଯ୍ୟ କରୁଥିବା ସ୍ଥାନ)ରେ ୬ ବର୍ଷରୁ ଊର୍ଦ୍ଧ୍ୱ ସମୟ ରହିପାରିବେ ନାହିଁ। ସେମାନଙ୍କୁ ଅନ୍ୟତ୍ର ବଦଳି କରାଯିବ। ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି। କିନ୍ତୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଏହାକୁ ବେଖାତିର କରାଯାଉଛି। ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ)ଙ୍କ କାର୍ଯ୍ୟାଳୟରେ ଥିବା ସେକ୍ସନ୍‌ ଅଫିସର ଜ୍ୟୋତିରଞ୍ଜନ ପଟ୍ଟନାୟକ ୨୦୦୭ରେ ବରିଷ୍ଠ କିରାଣି ଭାବେ ଏଠାରେ ଯୋଗ ଦେଇଥିଲେ। ୨୦୧୦ରେ ପଦୋନ୍ନତି ପାଇ ସେ ସେକ୍‌ସନ୍‌ ଅଫିସର ହୋଇଥିଲେ। ହେଲେ ୧୩ ବର୍ଷ ହେଲା ଏହି ବଡ଼ବାବୁ ଏଠାରେ ଗାଦିମାଡ଼ି ବସିରହିଥିଲେ ମଧ୍ୟ ତାଙ୍କୁ ବଦଳି କରିବାକୁ ସ୍ବାସ୍ଥ୍ୟ ପ୍ରଶାସନ ନିଷ୍ପତ୍ତି ନେଇପାରୁ ନାହିଁ। ସିନିୟର ଆସିଷ୍ଟାଣ୍ଟ ଏଡିଏମ୍‌ଓ (ପରିବାର କଲ୍ୟାଣ)ରେ କାର୍ଯ୍ୟ କରୁଥିବା ରଞ୍ଜନ କୁମାର ସାହୁ ୧୯୯୧ ମସିହାରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ରହିଛନ୍ତି। ୩୦ ବର୍ଷ ଏଠାରେ ରହି ସାରିଥିଲେ ମଧ୍ୟ ତାଙ୍କୁ ବଦଳି କରାଯାଉ ନାହିଁ। ସେହିପରି ୨୦୧୨ରୁ ଜୁନିୟର ଆସିଷ୍ଟାଣ୍ଟ ସୁବ୍ରତ କୁମାର ବେହେରା, ୨୦୧୩ରୁ ଜୁନିୟର ଆସିଷ୍ଟାଣ୍ଟ ପ୍ରଶାନ୍ତ କୁମାର ପାଣି, ୨୦୧୩ରୁ ସିନିୟର ଆସିଣ୍ଟାଷ୍ଟ ଭାବେ ନୃସିଂହ ନାଏକ, ୨୦୧୩ରୁ ଜୁନିୟର ଆସିଷ୍ଟାଣ୍ଟ ସ୍ନେହଲତା ସାହୁ, ୨୦୧୪ରୁ ଜୁନିୟର ଆସିଷ୍ଟାଣ୍ଟ ଅଙ୍କିତା ସେଠୀ, ୨୦୧୭ରୁ ସିନିୟର ଆସିଷ୍ଟାଣ୍ଟ ଦୀପ୍ତି ରଞ୍ଜନ ଦାସ ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବା ମେଡିକାଲ ସୂତ୍ରରୁ ସୂଚନା ମିଳିଛି। ଅନ୍ୟପକ୍ଷରେ ଜିଲାର ୩ଟି ଉପଖଣ୍ଡ ଓ ୮ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ଜୁନିୟର ଆଶିଷ୍ଟାଣ୍ଟ ଏବଂ ସିନିୟର ଆସିଷ୍ଟାଣ୍ଟମାନେ ଅନ୍ୟତ୍ର ବଦଳି ହୋଇ ଯିବାକୁ ୧୦ ବର୍ଷ ହେବ ଆବେଦନ କରୁଛନ୍ତି। କାହାର ପାରିବାରିକ ସମସ୍ୟା ଅଛି ତ ଆଉ କାହାର ମେଡିକାଲ, ବ୍ୟକ୍ତିଗତ ଅସୁବିଧା ଥିବା ଦର୍ଶାଉନ୍ତି। କିନ୍ତୁ ଏହାକୁ ମେଡିକାଲ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁ ନ ଥିବା ସ୍ବାସ୍ଥ୍ୟ ବିଭାଗର କର୍ମଚାରୀମାନେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

ଶେଫର୍ଡଙ୍କ ହ୍ୟାଟ୍ରିକ୍‌ : କୋଲ୍‌କାତାରେ ମ୍ୟାଚ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

କୋଲ୍‌କାତା, ୭ା୨: ରୋମାରିଓ ଶେଫର୍ଡଙ୍କ ହ୍ୟାଟ୍ରିକ୍‌ ସହ ୫ ଉଇକେଟ ସଫଳତା ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ୩୫…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ଆର୍‌ଏସ୍‌ସିସି କପ୍‌ କ୍ରିକେଟ: ଦେଶୀ ବୟେଜ ସେମିରେ

ନୂଆପଡ଼ା,୭ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ ସମ୍ଭବ ଖେଳପଡିଆରେ ଶନିବାର ରାଇଜିଂ ଷ୍ଟାର ୟୁଥ୍‌ କ୍ଲବ ଦ୍ୱାରା ଆୟୋଜିତ ୧୯ତମ ଆର୍‌ଏସ୍‌ସିସି କପ…

ରୋଷେଇ କରୁଥିଲେ, ଗ୍ୟାସ ସିଲିଣ୍ଡରରୁ ଲାଗିଗଲା ନିଆଁ; ପରିବାରର ୫ ଗୁରୁତର…

ଆନନ୍ଦପୁର,୭।୨(ସୁଶାନ୍ତ କୁମାର ସାହୁ): ରୋଷେଇ କରୁଥିବା ବେଳେ ଅଘଟଣ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ୫ଜଣ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା…

ଟ୍ରକ ନେଲା ୨ବାଇକ୍‌ ଆରୋହୀଙ୍କ ଜୀନନ

କୋକସରା/ବେହେରା,୭।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ/ଭୂପେଶ ତିୱାରୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସୱେ ବେହେରା ବିଦେଶୀ ମଦ ଦୋକାନ ଛକ ନିକଟରେ ଶନିବାର ଏକ ମର୍ମନ୍ତୁଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri