ସ୍ମୃତିରକ୍ଷା ପାଇଁ ସମୟ ନାହିଁ

ଢେଙ୍କାନାଳ ଅଫିସ, ୨୨।୯: ବ୍ୟାସକବିଙ୍କୁ ବାଦ୍‌ ଦେଇ ଅସମ୍ପୂର୍ଣ୍ଣ ବାଣୀଭଣ୍ଡାର। ଓଡ଼ିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିଥିବା ଏହି ମହାନ୍‌ ଯୋଗଜନ୍ମାଙ୍କ କୀର୍ତ୍ତି, କୃତିତ୍ୱକୁ ଶବ୍ଦରେ ପରିପ୍ରକାଶ କରାଯାଇ ନ ପାରେ। ଓଡ଼ିଶା ସାହିତ୍ୟର ଭଗୀରଥ ଭାବେ ପରିଚିତ କବିଙ୍କ ବିଷୟରେ ଜାଣିବାକୁ ଆଜି ବି ସାହିତ୍ୟପ୍ରେମୀଙ୍କ ମଧ୍ୟରେ ରହିଛି ସେତିକି ଉତ୍କଣ୍ଠା। ହେଲେ ଫକୀରମୋହନଙ୍କ ସାହିତ୍ୟ ସାଧନାର ଅନ୍ତୁଡ଼ିଶାଳ ଢେଙ୍କାନାଳରେ ତାଙ୍କ ସ୍ମୃତିରକ୍ଷା ପାଇଁ ପ୍ରଶାସନ ପାଖରେ ସମୟ ନାହିଁ। ରକ୍ଷଣାବେକ୍ଷଣ ଅଭାବରୁ ‘ବ୍ୟାସକବି ସ୍ମୃତିସଦନ’ ଭୁଶୁଡ଼ିବାକୁ ବସିଥିବାବେଳେ ବହୁମୂଲ୍ୟ ପୁସ୍ତକ ଖତ ଖାଉଛି। ବ୍ୟାସକବି ଜୟନ୍ତୀରେ ତାଙ୍କ ଫଟୋଚିତ୍ରରେ କେବଳ ଫୁଲମାଳ ଦେଇ ଅଧିକାରୀମାନେ ଦାୟିତ୍ୱ ସାରି ଦେଉଥିବାବେଳେ ଅଦ୍ୟାବଧି ସାଧନାପୀଠରେ କବିଙ୍କ ପ୍ରତିମୂର୍ତ୍ତିଟିଏ ନିର୍ମାଣ ହୋଇ ନ ପାରିବା ପରିତାପର ବିଷୟ ବୋଲି ସାଧାରଣରେ ଆଲୋଚନା ହେଉଛି।

ଢେଙ୍କାନାଳରେ ରହିଛି ବ୍ୟାସକବିଙ୍କ ସାହିତ୍ୟ ସାଧନା ସହିତ ଜଡ଼ିତ ଅଜସ୍ର ସ୍ମୃତି। ବିଶିଷ୍ଟ ସ୍ତମ୍ଭକାର ତଥା ଗବେଷକ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ତାଙ୍କର ‘ଢେଙ୍କାନାଳରେ ଫକୀର ମୋହନ’ ଲେଖାରେ ଏ ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରିଛନ୍ତି। ଓଡ଼ିଆ ସାହିତ୍ୟର ଏହି ପ୍ରଜ୍ଞାପୁରୁଷ ୧୮୭୭ରୁ ୧୮୮୩ ପର୍ଯ୍ୟନ୍ତ ଢେଙ୍କାନାଳରେ ରହଣି କରିଥିଲେ। ଢେଙ୍କାନାଳ ଗଡ଼ଜାତ ରାଜ୍ୟର ସେ ଥିଲେ ସହକାରୀ ପରିଚାଳକ ବା ଆସିଷ୍ଟାଣ୍ଟ ମ୍ୟାନେଜର। ୧୦୦ ଟଙ୍କା ଦରମାରେ ସେ କାର୍ଯ୍ୟ କରୁଥିଲେ। ସେହି ସମୟରେ ଶିକ୍ଷା, ସାହିତ୍ୟ, ସଂସ୍କୃତି କ୍ଷେତ୍ରରେ ଢେଙ୍କାନାଳ ଗଡ଼ଜାତ ରାଜ୍ୟ ଓଡ଼ିଶାରେ ଥିଲା ଅଗ୍ରଣୀ। ତେବେ କୌଣସି ସରକାରୀ ବଙ୍ଗଳା ନ ଥିବାରୁ ତତ୍କାଳୀନ ରାଜାଙ୍କ ନିର୍ଦ୍ଦେଶରେ ଢେଙ୍କାନାଳ ରାଜପ୍ରାସାଦର ଉତ୍ତର ଦିଗରେ ଫକୀରମୋହନଙ୍କ ପାଇଁ ଏକ ବଙ୍ଗଳା ତୋଳାଯାଇଥିଲା। ସେଠାରେ ସ୍ତ୍ରୀଙ୍କ ସହ ରହୁଥିଲେ ବ୍ୟାସକବି। ଏବେ ସେହିସ୍ଥାନରେ ଉପଜିଲାପାଳଙ୍କ ସରକାରୀ ବାସଭବନ ନିର୍ମାଣ କରାଯାଇଛି। ସେଠାରେ ରହଣି ସମୟରେ ବ୍ୟାସକବିଙ୍କ ଏକମାତ୍ର ପୁତ୍ର ସନ୍ତାନର ଦେହାନ୍ତ ହୋଇଯାଇଥିଲା, ଯାହା କବି ଏବଂ ତାଙ୍କ ସ୍ତ୍ରୀଙ୍କୁ ମ୍ରିୟମାଣ କରିଦେଇଥିଲା। ପୁତ୍ରଙ୍କୁ ହରାଇବା ଦୁଃଖରୁ ବାହାରି ସେ ପାଦ ବଢ଼ାଇଥିଲେ ସାହିତ୍ୟ ସାଧନା ଆଡ଼କୁ। ଏହାପରେ ସେ ଅନୁବାଦ କରିଥିଲେ ‘ରାମାୟଣ’ ଏବଂ ‘ମହାଭାରତ’। ତାଙ୍କର ସାରସ୍ବତ ସୃଷ୍ଟିର ଉନ୍ମେଷ ଢେଙ୍କାନାଳରୁ ହିଁ ଆରମ୍ଭ ହୋଇଥିଲା। ୧୮୮୩ରେ ସେ ନିଜ ପଦବୀରୁ ଇସ୍ତଫା ଦେଇ ଢେଙ୍କାନାଳ ଛାଡ଼ିଥିଲେ।

ତେବେ ଜିଲା ବନଖଣ୍ଡ କାର୍ଯ୍ୟାଳୟ ପଛପାଖରେ ଥିବା ଆଜ୍‌ବେଷ୍ଟସ ଘରକୁ ପ୍ରଶାସନ ଏବଂ ସଂସ୍କୃତି ବିଭାଗ ପକ୍ଷରୁ ଫକୀର ମୋହନଙ୍କ ସାଧନାସ୍ଥଳୀ ଭାବେ ଚିହ୍ନଟ କରାଯାଇଛି। ୨୦୦୬ ଅଗଷ୍ଟ ୧୫ରେ ସେଠାରେ ଲୋକାର୍ପିତ ହୋଇଥିଲା ‘ବ୍ୟାସକବି ସ୍ମୃତିସଦନ’। ପରବର୍ତ୍ତୀ ସମୟରେ ଏହାକୁ ଜିଲା ପାଠାଗାରରେ ରୂପାନ୍ତରିତ କରାଯାଇ ବହୁ ମୂଲ୍ୟବାନ ପୁସ୍ତକ ରଖାଯାଇଥିଲା। ସେଠାରେ ଥିବା ଫକୀର ମୋହନଙ୍କ ଫଟୋଚିତ୍ର, ସେ ବ୍ୟବହାର କରୁଥିବା ଟେବୁଲ, ଚୌକି ଏବଂ ଷ୍ଟୁଲ୍‌ ଆଜି ବି ତାଙ୍କ ଅଲିଭା ସ୍ବାକ୍ଷର ବହନ କରୁଛି। ହେଲେ ରକ୍ଷଣାବେକ୍ଷଣ ଅଭାବରୁ ବ୍ୟାସକବିଙ୍କ ସାଧନାସ୍ଥଳୀ ଏବେ ଜରାଜୀର୍ଣ୍ଣ। ଘର କାନ୍ଥ ଦବିଗଲାଣି। ଆଜବେଷ୍ଟସ୍‌ ଛାତ ବିପଦସଙ୍କୁଳ ଅବସ୍ଥାରେ। ବାରମ୍ବାର ଦାବି ସତ୍ତ୍ୱେ ଜିଲା ସଂସ୍କୃତି ବିଭାଗ ପକ୍ଷରୁ କବିଙ୍କ ପ୍ରତିମୂର୍ତ୍ତିଟିଏ ନିର୍ମାଣ ହୋଇପାରୁନାହିଁ। ଉପଯୁକ୍ତ ରକ୍ଷଣାବେକ୍ଷଣ କରା ନ ଗଲେ ବର୍ଷ କେଇଟାରେ ‘ବ୍ୟାସକବି ସ୍ମୃତିସଦନ’ ମାଟିରେ ମିଶିଯିବ ବୋଲି ବୁଦ୍ଧିଜୀବୀମାନେ ଆଶଙ୍କା ବ୍ୟକ୍ତ କଲେଣି।

ଏ ସଂକ୍ରାନ୍ତରେ ଜିଲା ସଂସ୍କୃତି ଅଧିକାରୀ ପ୍ରିୟମ୍ବଦା ବେହେରା କୁହନ୍ତି, ‘ବ୍ୟାସକବି ସ୍ମୃତି ସଦନ’ ଐତିହ୍ୟ କୀର୍ତ୍ତିରାଜି ହୋଇଥିବାରୁ ଏହାର ରକ୍ଷଣାବେକ୍ଷଣ ‘ଇନ୍‌ଟାକ୍‌’ କରିବା ପାଇଁ ସ୍ବୀକୃତି ପାଇଛି। ଏ ସଂକ୍ରାନ୍ତରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ଉକ୍ତ ସଂସ୍ଥାକୁ ଅବଗତ କରାଯାଇଛି। ବ୍ୟାସକବିଙ୍କ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ଆଲୋଚନା ହୋଇଛି। ଜିଲାପାଳଙ୍କ ସହ ଏ ସମ୍ପର୍କରେ ବିଚାରବିମର୍ଷ କରି ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ଟାୱାର ଉପରକୁ ଚଢି ଏମିତି କାଣ୍ଡ କଲେ ଯୁବକ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

କୋରାପୁଟ, ୩୦।୩(ଅମିତାଭ ବେହେରା ): ମୋବାଇଲ ଟାୱାର ଉପରକୁ ଚଢି ଜଣେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଥିବା ଘଟଣା କୋରାପୁଟ ଜିଲାରେ ଚର୍ଚ୍ଚାର ବିଷୟ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri