ହାଇଓ୍ବେ ପାଟ୍ରୋଲିଂ ପାଇଁ ମିଳୁନାହାନ୍ତି ଏସ୍‌ପିଓ

ଭୁବନେଶ୍ୱର,୨୮ା୧୦ (ବ୍ୟୁରୋ): ରାଜ୍ୟରେ ଅଧିକାଂଶ ଦୁର୍ଘଟଣା ଜାତୀୟ ରାଜପଥରେ ହିଁ ଘଟୁଛି। ତେଣୁ ଏହାକୁ ରୋକିବା ପାଇଁ ହାଇଓ୍ବେ ପାଟ୍ରୋଲିଂ ଉପରେ ଗୁରୁତ୍ୱ ଦେବାକୁ ସୁପ୍ରିମ୍‌କୋର୍ଟ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ପୋଲିସକୁ ଯୁଦ୍ଧକାଳୀନ ଭିତ୍ତିରେ ପାଟ୍ରୋଲିଂ କରିବାକୁ କହିଛନ୍ତି। ହେଲେ ଏବେ ପୋଲିସ ପାଟ୍ରୋଲିଂ ପାଇଁ ୨ଟି ସମସ୍ୟା ସୃଷ୍ଟି ହୋଇଛି। ପ୍ରଥମତଃ କୋଭିଡ୍‌ ଯୋଗୁ ଏସ୍‌ପିଓ ଆବେଦନ କରୁ ନ ଥିବା ବେଳେ ୨ୟରେ କମ୍‌ ଭଡ଼ା ମିଳୁଥିବା କାରଣରୁ ପାଟ୍ରୋଲିଂ ପାଇଁ ଗାଡ଼ି ମିଳୁନି।
ପ୍ରକାଶ ଯେ, ହାଇଓ୍ବେ ପାଟ୍ରୋଲିଂ ଭ୍ୟାନ୍‌ରେ ଏସ୍‌ପିଓଙ୍କୁ ନିଯୁକ୍ତି ଦିଆଯିବା କଥା। ଯେଉଁମାନେ ସେନା ଏବଂ ପୋଲିସ ବିଭାଗରୁ ଅବସର ନେଇଥିବେ ସେହିମାନଙ୍କୁ ଏହି ହାଇଓ୍ବେ ପାଟ୍ରୋଲିଂରେ କାର୍ଯ୍ୟ କରିବାକୁ ଦିଆଯିବ। କିନ୍ତୁ କୋଭିଡ୍‌ ଭୟରେ କୌଣସି ବ୍ୟକ୍ତି ଏହି ପଦବୀ ପାଇଁ ଆବେଦନ କରୁନାହାନ୍ତି। କାରଣ ଯେଉଁମାନେ ଏସ୍‌ପିଓ ଭାବେ ନିୟୋଜିତ ହେବେ ସେମାନଙ୍କ ବୟସ ୬୦ ଉପରେ ହେବ। ସେମାନଙ୍କ କାର୍ଯ୍ୟ ରାଜପଥରେ ରହୁଥିବାରୁ ସେମାନେ ଏକାଧିକ ଥର ବାହାର ରାଜ୍ୟର ଡ୍ରାଇଭର ଏବଂ ଭିନ୍ନ ଭିନ୍ନ ଲୋକଙ୍କ ସହ ମିଳାମିଶା କରିବେ। ଯେଉଁଥିପାଇଁ ସେମାନଙ୍କୁ କୋଭିଡ୍‌ ହେବାର ଅଧିକ ସମ୍ଭାବନା ରହିଛି। ବୟସକୁ ଦୃଷ୍ଟିରେ ରଖି ଅନେକ ବ୍ୟକ୍ତି ଏହି ପଦବୀ ପାଇଁ ଆବେଦନ କରୁନାହାନ୍ତି। ଆଉଏକ କାରଣ ହେଉଛି ଏସ୍‌ପିଓଙ୍କୁ ୨୪ଘଣ୍ଟା କାର୍ଯ୍ୟ କରିବାକୁ କୁହାଯାଉଛି। ଯେଉଁଥିପାଇଁ ଅନେକ ଏଥିରେ ଯୋଗଦେବାକୁ ରାଜି ହେଉ ନାହାନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ବିଭାଗ ଏସ୍‌ପିଓଙ୍କ କାର୍ଯ୍ୟକୁ ୨୪ଘଣ୍ଟାରୁ ୮ଘଣ୍ଟାକୁ କମ୍‌ କରିବା ସହ ଏନେଇ ମଙ୍ଗଳବାର ଏକ ସାନି ବିଜ୍ଞପ୍ତି ପ୍ରକାଶ କରିଛି।
ସେହିପରି ଦ୍ୱିତୀୟ ସମସ୍ୟା ହେଲା ପାଟ୍ରୋଲିଂ ପାଇଁ ଆବଶ୍ୟକ ଭ୍ୟାନ୍‌ ମିଳୁନି। ରାଜ୍ୟ ପୋଲିସ ଭ୍ୟାନ୍‌ ଭଡ଼ାରେ ଲଗାଇବାକୁ ୨ଥର ଟେଣ୍ଡର କରିଥିଲେ ମଧ୍ୟ କୌଣସି ଗାଡ଼ି ମାଲିକ ଆବେଦନ କରୁନାହାନ୍ତି। ଯେଉଁଥିପାଇଁ ପୋଲିସ ପୁଣି ତୃତୀୟ ଥର ମଙ୍ଗଳବାର ସାନି ନୋଟିସ ବାହାର କରିଛି। ଏଥର ଟେଣ୍ଡରରେ କିଛିଟା ପରିବର୍ତ୍ତନ କରିଛି ପୋଲିସ। ହାଇଓ୍ବେ ପାଟ୍ରୋଲିଂ ପାଇଁ ଭଡ଼ାକୁ ଲଗାଉଥିବା ଗାଡ଼ି ମାଲିକଙ୍କୁ ପୂର୍ବରୁ ମାସକୁ ଭଡ଼ା ଆକାରରେ ୩୦ହଜାର ଟଙ୍କା ଦେବାକୁ କୁହାଯାଇଥିଲା। ଏଥର ଏହି ଭଡ଼ାକୁ ୭୦ହଜାରକୁ ବୃଦ୍ଧି କରାଯାଇଛି। ଏହି ବୃଦ୍ଧି ଦ୍ୱାରା ଭ୍ୟାନ୍‌ ପାଇଁ ଗାଡି ମିଳିପାରିବ ବୋଲି ପୋଲିସ ବିଭାଗ ଆଶା ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri