ଓଡ଼ିଶାକୁ ମିଳିବନି ସ୍ବତନ୍ତ୍ର ପାହ୍ୟା

ଭୁବନେଶ୍ୱର,୧୮ା୨(ବ୍ୟୁରୋ): ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମିଳିବ ନାହିଁି। କେବଳ ଓଡ଼ିଶା ନୁହେଁ, କୌଣସି ରାଜ୍ୟକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମିଳିବ ନାହିଁ। ଏଥିଲାଗି ଅର୍ଥ କମିଶନ ତାଙ୍କ ରିପୋର୍ଟରେ ସୁପାରିସ କରିଛନ୍ତି। ଆନ୍ଧ୍ରପ୍ରଦେଶ ବିଭାଜନ ସମୟରେ ରହିଥିବା ସର୍ତ୍ତ ଆଧାରରେ ତେଲଙ୍ଗାନାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦିଆଯାଇଛି। ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶୁକ୍ରବାର ଭୁବନେଶ୍ୱରର ଏକ ହୋଟେଲରେ ଗଣମାଧ୍ୟମ ସହିତ ବଜେଟ ପରବର୍ତ୍ତୀ ଆଲୋଚନା ସମୟରେ ଏହା କହିଛନ୍ତି।
ସୂଚନାଯୋଗ୍ୟ, ଓଡ଼ିଶା ଗତ କିଛି ବର୍ଷ ଧରି ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିକରି ଆସୁଛି। ପଛୁଆ ଅଞ୍ଚଳ ସାଙ୍ଗକୁ ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଲଗାତର ହେଉଥିବାରୁ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ବହୁବାର ଦାବିକରି ଆସୁଛନ୍ତି। ବିଜେଡି ଏମ୍‌ପିମାନେ ଏହି ପ୍ରସଙ୍ଗକୁ ପାର୍ଲାମେଣ୍ଟରେ ବହୁବାର ଉଠାଇ ଆସୁଛନ୍ତି। ତେବେ ନିର୍ମଳାଙ୍କ ସୂଚନା ପରେ ରାଜ୍ୟର ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିକୁ ଝଟକା ଲାଗିଛି। ଯେଉଁ ରାଜ୍ୟର ଅଧିକାଂଶ ଅଞ୍ଚଳ ଦୁର୍ଗମ ପାହାଡ଼ ସାଙ୍ଗକୁ ଅନ୍ତର୍ଜାତୀୟ ସୀମାକୁ ସଂଯୋଗ କରୁଥିବ, ଆର୍ଥିକ ଏବଂ ଭିତ୍ତିଭୂମି କ୍ଷେତ୍ରରେ ପଛୁଆ ଅଞ୍ଚଳ ହୋଇଥିବ ସେହି ରାଜ୍ୟକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ପାଇଁ କେନ୍ଦ୍ର ସରକାରଙ୍କ ବ୍ୟବସ୍ଥା ରହିଛି।
୨୦୨୩-୨୪ କେନ୍ଦ୍ରୀୟ ବଜେଟରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌)ରେ ଅର୍ଥ କମାଯାଇଥିବା ନେଇ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ ଉଠାଇଥିଲେ। ଏ ସମ୍ପର୍କରେ ଅର୍ଥମନ୍ତ୍ରୀ କହିଛନ୍ତି, ଏମ୍‌ଜିଏନ୍‌ଆରଇଜିଏସ୍‌ ହେଉଛି ଚାହିଦାଭିତ୍ତିକ ଯୋଜନା। ଲୋକଙ୍କ ଚାହିଦା ବଢ଼ିଲେ, ବ୍ୟୟବରାଦ ବଢ଼ିବ। କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ଆସିବା ପରେ ଏମ୍‌ଜିଏନ୍‌ଆରଇଜିଏସ୍‌ରେ ଦିଆଯାଉଥିବା ପାଣ୍ଠି ବର୍ଷ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ବିନିଯୋଗ ହେଉଛି, ଯାହାକି ୧୦ ବର୍ଷର ୟୁପିଏ ସରକାର ଅମଳରେ ହେଉ ନ ଥିଲା। ଏମ୍‌ଜିଏନ୍‌ଆରଇଜିଏସ୍‌ରେ ଅର୍ଥ କମାଯାଇଥିବା ଅଭିଯୋଗ ଆଣି କେତେକ ରାଜ୍ୟ ଏହାକୁ ପ୍ରସଙ୍ଗ କରୁଛନ୍ତି। କିନ୍ତୁ ଏମିତି ମଧ୍ୟ ରାଜ୍ୟ ଅଛନ୍ତି, ଯେଉଁମାନଙ୍କୁ ଆର୍ଥିକ ବର୍ଷ ଆରମ୍ଭରୁ ପାଣ୍ଠି ଦିଆଯାଉଥିଲେ ମଧ୍ୟ ସେମାନେ ଖର୍ଚ୍ଚ କରିପାରୁନାହାନ୍ତି। ଏହି ଯୋଜନା ପାଇଁ ପାଣ୍ଠି ଅତିରିକ୍ତ ବ୍ୟୟବରାଦ ଜରିଆରେ ବଢ଼ାଇବା ବିକଳ୍ପ ରହିଛି ବୋଲି ସେ କହିଛନ୍ତି। ଚାଉଳ ଏବଂ ଅନ୍ୟାନ୍ୟ ଖାଦ୍ୟ ଶସ୍ୟ ସଂଗ୍ରହ କମାଯିବା ପ୍ରସଙ୍ଗରେ ଅର୍ଥମନ୍ତ୍ରୀ କହିଛନ୍ତି, କୌଣସି ଶସ୍ୟ ସଂଗ୍ରହ କମାଯାଇ ନାହିଁ। କୃଷକମାନଙ୍କଠାରୁ କିଣାଯାଇଥିବା ଖାଦ୍ୟଶସ୍ୟର ପରିମାଣ ଗତ ୮ ବର୍ଷ ମଧ୍ୟରେ ବଢ଼ିଛି। ଏଥିସହିତ ପ୍ରଦାନ କରାଯାଇଥିବା ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ମଧ୍ୟ ବଢ଼ିଛି। ଶସ୍ୟ କିଣା ପରେ ଚାଷୀଙ୍କୁ ଦିଆଯାଉଥିବା ଅର୍ଥ ମଧ୍ୟ ଅଧିକ ରହୁଛି। ଏମ୍‌ଏସ୍‌ପି ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଉଛି। ଫଳରେ ଚାଷୀଙ୍କ ଅର୍ଥ ମଧ୍ୟସ୍ଥ ନେବା ପ୍ରକ୍ରିୟା ବନ୍ଦ ହୋଇଛି। ମୋଦି ସରକାରଙ୍କ ଅମଳରେ ଏମ୍‌ଏସ୍‌ପି ଦରରେ ଚାଷୀଙ୍କଠାରୁ ରେକର୍ଡ ପରିମାଣର ଶସ୍ୟ ସଂଗ୍ରହ ହେଉଛି। ଆଦାନୀ ପ୍ରସଙ୍ଗରେ ସେ କହିଛନ୍ତି, ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଜାରି ରହିଛି। ଷ୍ଟେଟ ବ୍ୟାଙ୍କ ଓ ସେବି ଯାହା କହିବା କଥା କହି ସାରିଛନ୍ତି। ଏହି ପ୍ରସଙ୍ଗରେ ଅଧିକ କିଛି କହିବା ଠିକ୍‌ ହେବନି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।
ପେଟ୍ରୋଲ ଓ ଡିଜେଲକୁ ଜିଏସ୍‌ଟିରେ ଅର୍ନ୍ତଭୁକ୍ତ ପାଇଁ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ କହିଛନ୍ତି, ପେଟ୍ରୋଲିୟମ୍‌ ଉତ୍ପାଦକୁ ଜିଏସ୍‌ଟିରେ ସାମିଲ କରିବା ଲାଗି ଆରମ୍ଭରୁ ପ୍ରସ୍ତାବ ରହିଛି। କେବଳ କେଉଁ ହାରରେ ଜିଏସ୍‌ଟି ଲାଗିବ, ତାହା ଧାର୍ଯ୍ୟ ହୋଇପାରୁନି। ଏ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରିବାର ଦାୟିତ୍ୱ ଜିଏସ୍‌ଟି ପରିଷଦ ଉପରେ ରହିଛି। ଏଥିରେ ସମସ୍ତ ରାଜ୍ୟର ଅର୍ଥମନ୍ତ୍ରୀ ସଦସ୍ୟ ଅଛନ୍ତି।
ଉଜ୍ଜ୍ୱଳା ଯୋଜନାରେ କମ୍‌ ଅର୍ଥ ବ୍ୟୟ ବରାଦ ପ୍ରସଙ୍ଗରେ ଅର୍ଥମନ୍ତ୍ରୀ କହିଛନ୍ତି, ଏହା କେନ୍ଦ୍ରର ସବୁଠାରୁ ଭଲ ଯୋଜନା। ଦେଶର ସମସ୍ତ ଟାର୍ଗେଟ ସଂଖ୍ୟକ ହିତାଧିକାରୀଙ୍କୁ ନୂଆ ସିଲିଣ୍ଡର ଯୋଗାଇ ଦିଆଯାଇଛି। ଗରିବ ଲୋକ ଏହି ଯୋଜନାରେ ଅଧିକ ଲାଭବାନ ହୋଇଛନ୍ତି। ଏହା କେବଳ ନୂଆ ସଂଯୋଗ ପ୍ରଦାନ ଲାଗି ଉଦ୍ଦିଷ୍ଟ। ଏହା ଗ୍ରାହକଙ୍କୁ ରିହାତି(ସବ୍‌ସିଡି) ପ୍ରଦାନ ପାଇଁ ନୁହେଁ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଗରିବଙ୍କ ଉପରେ ଅନ୍ତର୍ଜାତୀୟ ମୂଲ୍ୟବୃଦ୍ଧିର ବୋଝ ନ ଲଦିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱକୁ ଉପଲବ୍ଧି କରି ସରକାର ସିଲିଣ୍ଡର ପିଛା ଦୁଇଶହ ଟଙ୍କା ସବସିଡି ଦେଉଛନ୍ତି। ଏହାଦ୍ୱାରା ଗରିବମାନେ ସେମାନଙ୍କ ଗ୍ୟାସ ସିଲିଣ୍ଡର ନିୟମିତ ଭାବେ ଭରିପାରିବେ। ସେ କହିଛନ୍ତି ଯେ, ଆମଦାନୀ ହୋଇଥିବା ସାମଗ୍ରୀର ମୂଲ୍ୟ ବୃଦ୍ଧିର ପ୍ରଭାବ ଲୋକମାନେ ବୁଝନ୍ତି ଏବଂ ସେହି ଅନୁଯାୟୀ ସେମାନଙ୍କ ଖର୍ଚ୍ଚକୁ ନିୟନ୍ତ୍ରଣ କରନ୍ତି।
ବଜେଟରେ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା କୌଶଳ ସମ୍ମାନ (ପିଏମ୍‌-ବିକାଶ) ଯୋଜନାକୁ ନେଇ ଅର୍ଥମନ୍ତ୍ରୀ କହିଛନ୍ତି, ଏହି ଯୋଜନାରେ ଓଡ଼ିଶା କାରିଗର ସବୁଠୁ ଅଧିକ ଲାଭବାନ ହେବେ। ଓଡ଼ିଶାର ପଟ୍ଟଚିତ୍ର କାରିଗର, ପଥର ଶିଳ୍ପୀ ଅଧିକ ଲାଭ ପାଇବେ। ସମ୍ବଲପୁରୀ ଶାଢ଼ି ମୋତେ ବହୁତ ଭଲ ଲାଗେ। ବମକାଇ, କଟକୀ ଶାଢ଼ି ମଧ୍ୟ ଭଲ ଲାଗେ। ଏବେ ବି ମୁଁ ଏସବୁ ଶାଢ଼ି କିଣୁଛି ବୋଲି ସେ କହିଛନ୍ତି।
୨୦୨୩-୨୪ ବଜେଟ ଅମୃତ କାଳର ପ୍ରଥମ ବଜେଟ। ଯେଉଁଥିରେ କ୍ୟାପିଟାଲ ଇନ୍‌ଭେଷ୍ଟମେଣ୍ଟ ପାଇଁ ୧୦ ଲକ୍ଷ କୋଟି ବ୍ୟୟବରାଦ ହୋଇଛି। ରାଜ୍ୟଗୁଡ଼ିକ ଲାଗି ୫୦ ବର୍ଷ ପାଇଁ ବିନା ସୁଧରେ ଋଣ ବ୍ୟବସ୍ଥା କରାଯାଇଛି। ଅନୁସୂଚିତ ଜାତି ଓ ଜନଜାତି ତଥା ଆଦିବାସୀଙ୍କ ବିକାଶ ଲାଗି ବଜେଟରେ ଗୁରୁତ୍ୱ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ବିକାଶ ଲକ୍ଷ୍ୟର ଫୋକସରେ ଏମ୍‌ଏସ୍‌ଏମ୍‌ଇ ରହିଛି। ଦେଶର ସବୁ ଅଞ୍ଚଳ ବିକାଶର ଭାଗିଦାର ହେବା ନେଇ ଆକାଂକ୍ଷୀ ଜିଲା ଆରମ୍ଭ ହୋଇଥିଲା। ଏଥର ବଜେଟରେ ବିକାଶ କିପରି ଆହୁରି ତୃଣମୂଳ ସ୍ତରରେ ପହଞ୍ଚିବ ସେଥିପାଇଁ ୫୦୦ ଆକାଂକ୍ଷୀ ବ୍ଲକ୍‌ ଚିହ୍ନଟ କରାଯାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri