ସର୍ବସାଧାରଣରେ ଧୂମପାନ ନିଷେଧ ଦିଶାହୀନ

ଭୁବନେଶ୍ୱର,୧୧।୧(ବ୍ୟୁରୋ): ତମାଖୁ ସେବନ କ୍ୟାନ୍‌ସରର କାରଣ। ସିଗାରେଟ ଓ ଅନ୍ୟ ତମାଖୁ ବ୍ୟବହାରକାରୀଙ୍କ ପାଇଁ ଏପରି ସତର୍କତା ସତ୍ତ୍ୱେ ଲୋକେ ଏହାଠାରୁ ଦୂରେଇ ଯାଇପାରୁନାହାନ୍ତି। ନିଜେ ବିପଦକୁ ଆମନ୍ତ୍ରଣ କରିବା ସହ ସର୍ବସାଧାରଣ ସ୍ଥାନରେ ଧୂମପାନ କରି ସିଗାରେଟ ଆଣ୍ଡ୍‌ ଅଦର ଟବାକୋ ପ୍ରଡକ୍ଟ ଆକ୍ଟ (କୋଟ୍‌ପା) ୨୦୦୩ ଆଇନକୁ ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି। ରାଜଧାନୀର ହାଟବଜାରଠୁ ଗଳିକନ୍ଦି, ଡାକ୍ତରଖାନା, ସ୍କୁଲ୍‌, କଲେଜ, ଛକ, ବଜାର ସବୁଠି ସିଗାରେଟ ଧୂଆଁ ଅସହ୍ୟ ହେଉଛି। କମିଶନରେଟ ପୋଲିସ ସେପରି ପଦକ୍ଷେପ ନେଉ ନ ଥିବାରୁ ସହରବାସୀ ଅଜାଣତରେ କ୍ୟାନ୍‌ସର ଓ ଫୁସ୍‌ଫୁସ୍‌ଜନିତ ରୋଗର ଶିକାର ହେଉଛନ୍ତି। ଦିନକୁ ଦିନ ସହରୀ ଜୀବନ ମଧ୍ୟ ବିପଦ ମୁହଁକୁ ଠେଲି ହୋଇଯାଉଛି।
ଆକ୍ଟ ଅନୁସାରେ, ସର୍ବସାଧାରଣ ସ୍ଥାନରେ ଧୂମପାନ ବେଆଇନ। ଉଲ୍ଲଂଘନ କଲେ ଦଣ୍ଡ ରହିଛି। କିନ୍ତୁ ଦଣ୍ଡ ମିଳୁ ନ ଥିବାରୁ ଉଲ୍ଲଂଘନକାରୀମାନେ ଯେଉଁଠି ପାରିଲେ ସେଠି ସିଗାରେଟ ଧୂଆଁଛାଡି ପରିବେଶକୁ ପୂରା ବିଗାଡ଼ି ଦେଉଛନ୍ତି। କୋଟପାକୁ କଡ଼ାକଡ଼ି କରିବା ପାଇଁ ୨୦୧୩ରେ ରାଜ୍ୟ ସରକାର ତମାଖୁ ସେବନ ଉପରେ କଡ଼ା କଟକଣା ଲଗାଇଥିଲେ। ପୋଲିସ ପକ୍ଷରୁ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଗଠନ କରାଯାଇ ଚଢ଼ାଉ ଆରମ୍ଭ ହୋଇଥିଲା। ୨୦୧୪ରେ ସର୍ବାଧିକ ୬୧୩୬ଜଣଙ୍କଠାରୁ ୫ଲକ୍ଷ ୯୦୦ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ୨୦୧୫ରେ ୩୭୫୭ ଜଣଙ୍କଠାରୁ ୩ଲକ୍ଷ ୯୦୦ଟଙ୍କା, ୨୦୧୬ରେ ୧୮୧୦ଜଣଙ୍କ ଠାରୁ ୧ଲକ୍ଷ ୮୨ହଜାର ୭୦୦ଟଙ୍କା, ୨୦୧୭ରେ ୧୪୯୩ ଜଣଙ୍କ ଠାରୁ ୧ଲକ୍ଷ ୬୧ହଜାର ୫୦୦ଟଙ୍କା, ୨୦୧୮ରେ ୯୧୪ଜଣଙ୍କ ନିକଟରୁ ୯୨ହଜାର ୮୫୦ଟଙ୍କା, ୨୦୧୯ରେ ୪୬୩ ଜଣଙ୍କ ଠାରୁ ୫୨ହଜାର ୧୫୦ଟଙ୍କା ଓ ୨୦୨୦ରେ ମାତ୍ର ୫୦ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ମାତ୍ର ୫ହଜାର ୧୫୦ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ହେଲେ ଏବେ ପୋଲିସ ପୂରା ନିଷ୍କ୍ରିୟ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri