ସ୍ମାର୍ଟ କ୍ଲାସ୍‌ ନାହିଁ: ନିଟ୍‌, ଓଜେଇରୁ ବଞ୍ଚିତ ଛାତ୍ରୀଛାତ୍ର

ସୁନାବେଡା/ସେମିଳିଗୁଡା,୧୧ା୩ (କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ): ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ ସରକାର ୫-ଟି ମାଧ୍ୟମରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ମାତ୍ର କେତେକ କଲେଜର ଭିତ୍ତିଭୂମି ଥାଇ ସୁଦ୍ଧା ଛାତ୍ରୀଛାତ୍ରମାନେ ଉନ୍ନତ ଶିକ୍ଷା ପ୍ରଣାଳୀରୁ ଲାଭ ପାଇପାରୁନାହାନ୍ତି। ଏପରି ଅଭିଯୋଗ ଆଣିଛନ୍ତି ସେମିଳିଗୁଡା ମହାବିଦ୍ୟାଳୟର ଛାତ୍ରୀଛାତ୍ର ଓ ଅଧ୍ୟାପିକା ଅଧ୍ୟାପକମାନେ। ସେମାନଙ୍କ କହିବା ମୁତାବକ ସରକାର ଯୁକ୍ତ୨ ବିଜ୍ଞାନ ଶେଷ ବର୍ଷର ଛାତ୍ରୀଛାତ୍ରଙ୍କ ପାଇଁ ଗତ ଜାନୁୟାରୀ ୮ରେ ମାଗଣା ଓଜେଇ ଓ ନିଟ୍‌ ଅନ୍‌ ଲାଇନ୍‌ କୋଚିଂ ପାଇଁ ଘୋଷଣା କରିଥିଲେ। ଫଳରେ ଏଥିରୁ ପ୍ରତ୍ୟହ ଦୁଇଟି ପର୍ଯ୍ୟାୟରେ ଛାତ୍ରୀଛାତ୍ର ଉପକୃତ ହୋଇପାରିଥାନ୍ତେ। ମାତ୍ର ମହାବିଦ୍ୟାଳୟଗୁଡିକରେ ଏଥିପାଇଁ ଆବଶ୍ୟକ ଭିତ୍ତିଭୂମି ନ ଥିବାରୁ ଛାତ୍ରୀଛାତ୍ରମାନେ ଏହି ସୁଯୋଗର ସଦବ୍ୟବହାରରୁ ବଞ୍ଚତ୍ତ ହେଲେ। ସେମିଳିଗୁଡା ମହାବିଦ୍ୟାଳୟରେ ସ୍ମାର୍ଟ କ୍ଲାସ ନ ଥିବାରୁ ଛାତ୍ରୀଛାତ୍ର ନିଟ୍‌ ଏବଂ ଓଜେଇ ପଢି ପାରୁନାହାନ୍ତି। ଏହାବ୍ୟତୀତ ମହାବିଦ୍ୟାଳୟରେ ଆହୁରି ଅନେକ ସମସ୍ୟା ରହିଛି। ପିଲାଙ୍କ ଖେଳକୁଦ ପାଇଁ ଖେଳ ପଡିଆ, ଇ-ଲାଇବ୍ରେରୀ, ଅଡିଟୋରିୟମ୍‌, ହଷ୍ଟେଲ ବ୍ୟବସ୍ଥା, କନଫରେନ୍ସ ହଲ୍‌ ଆଦି ନାହିଁ। ଏନେଇ ବିଭିନ୍ନ ସମୟରେ ଦାବି କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ସୂଚନାଯୋଗ୍ୟ ଏହି କଲେଜରେ ପଟାଙ୍ଗି, ନନ୍ଦପୁର, ଦାମନଯୋଡି, ସେମିଳିଗୁଡା,ସୁନାବେଡା ଅଞ୍ଚଳର ପ୍ରାୟ ୨୫ ଶହରୁ ଅଧିକ ଛାତ୍ରୀଛାତ୍ର ପାଠ ପଢନ୍ତି। ଯୁକ୍ତ୨ ବିଜ୍ଞାନରେ ପ୍ରାୟ ଦେଢ଼ ଶହରୁ ଊଦ୍ଧର୍‌ବ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଏ ସମ୍ପର୍କରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ରମା ରଞ୍ଜନ ପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଲେ, ଆମର ଯଥେଷ୍ଟ କ୍ଲାସ ରୁମ ରହିଛି। କିନ୍ତୁ ସ୍ମାର୍ଟ କ୍ଲାସ ନାହିଁ। ଏଥିଯୋଗୁ ବିଜ୍ଞାନ ଛାତ୍ରୀଛାତ୍ରମାନେ ଅନ୍‌ଲାଇନ୍‌ କୋଚିଂରୁ ବଞ୍ଚତ୍ତ ହେଉଛନ୍ତି। ଏସମ୍ପର୍କରେ ପୂର୍ବତନ ଜିଲାପାଳ ଅବଦଲ୍‌ ଏମ୍‌ ଅଖତର୍‌ ବର୍ତ୍ତମାନର ଜିଲାପାଳ ଭି.କିର୍ତ୍ତୀ ଭାସନ, ୫-ଟି ଅଧ୍ୟକ୍ଷ ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ପାଣ୍ଠି ସଂଗ୍ରହ କରି ଉନ୍ନୟନମୂଳକ କାର୍ଯ୍ୟ କରାଯିବାକୁ ପଦକ୍ଷେପ ନିଆଯାଉଛି ବୋଲି ଜିଲାପାଳ ଭି.କିର୍ତ୍ତୀ ଭାସନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri